ରାଜ୍ୟରେ ସ୍କୁଲ, କଲେଜ, ସିନେମା ହଲ, ପ୍ରେକ୍ଷାଳୟ, ଧର୍ମପୀଠ ଆସନ୍ତା ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ବନ୍ଦ

Published: Oct 1, 2020, 8:34 pm IST

ଭୁବନେଶ୍ବର, ଆଜି ରାଜ୍ୟ ସରକାର ଅନଲକ 5.0 ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଘୋଷଣା କରିବା ପରେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି। ଏ ନେଇ ଆଜି ସ୍ବତନ୍ତ୍ର ରିଲିଫ କମିସନର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ବିଜ୍ଞପ୍ତି  ଅନୁସାରେ ନିମ୍ନରେ ଥିବା ସବୁ କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ଜାଣନ୍ତୁ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ କଣ ରହିବ ବନ୍ଦ, କଣ ରହିବ ଖୋଲା

1-ରାଜ୍ୟର ସମସ୍ତ ଧାର୍ମିକ ତଥା ଉପାସନା କେନ୍ଦ୍ର ଅକ୍ଟୋବର 31 ତାରିଖ ପର୍ୟ୍ୟନ୍ତ ବନ୍ଦ

2-ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଯେ କୈଣସି ଶିକ୍ଷା ସଂସ୍ଥା, କୋଚିଂ ଅନୁଷ୍ଟାନ, ପ୍ରଶିକ୍ଷଣ ସଂସ୍ଥା ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ।

3-ହେଲେ ବିଭିନ୍ନ ପରୀକ୍ଷା କିମ୍ବା ପ୍ରତିଯୋଗୀତାମୂଳକ ପରୀକ୍ଷା ଚାଲୁ ରହିବ

4-ସ୍କୁଲ ଓ ଗଣଶିକ୍ଷା ବିଭାଗର ନିୟମ ଅନୁସାରେ ଶିକ୍ଷକମାନେ ଅନଲାଇନ କ୍ଲାସ କରିବା ପାଇଁ ସ୍କୁଲକୁ ଆସିପାରିବେ

5-କୌଣସି ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା, ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ, ଧାର୍ମିକ ମେଳା ବନ୍ଦ ରହିବ।

6-ହେଲେ ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କ ଗାଇଡ ଲାଇନ ଅନୁସାରେ 100 ଜଣ ଲୋକଙ୍କୁ ନେଇ ସଭାସମିତି କରି ହେବ।

7-ସିନେମା ହଲ, ପ୍ରେକ୍ଷାଳୟ, ଥିଏଟର ହଲ ସବୁ ବନ୍ଦ ରହିବ

8-କେବଳ ମୁକ୍ତାକାଶ ପ୍ରେକ୍ଷାଳୟକୁ ଅନୁମତି ରହିବ ଯଦି ସେଠାରେ ପର୍ଯ୍ୟପ୍ତ ଭାବେ କୋଭିଡ 19 ଗାଇଡ ଲାଇନ ପାଳନ କରି କାର୍ଯ୍ୟକ୍ରମ କରିପାରିବେ।

Related posts