ପଦାର୍ଥ ବିଜ୍ଞାନରେ ତିନିଜଣଙ୍କୁ ନୋବେଲ୍‌ ପୁରସ୍କାର

Published: Oct 6, 2020, 3:54 pm IST

ନୂଆଦିଲ୍ଲୀ : ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନରେ ବିଶ୍ବର ସର୍ବୋଚ୍ଚ ପୁରସ୍କାର ନୋବେଲ୍‌ ପାଇଁ ଯୁଗ୍ମ ଭାବେ ତିନିଜଣଙ୍କ ନାଁ ଘୋଷଣା ହୋଇଛି । ସେମାନେ ହେଲେ ରୋଜର ପେନରୋଜ, ରେନହାଡ୍‌ ଗେନ୍‌ଜେଲ୍‌ ଓ ଆଣ୍ଡରେଆ ଗେଜ୍‌ଙ୍କୁ ଫିଜିକ୍ସ ପାଇଁ ଚଳିବର୍ଷର ନୋବେଲ୍‌ପୁରସ୍କାର ମିଳିଛି । ପଦାର୍ଥ ବିଜ୍ଞାନ ପାଇଁ ତିନିଜଣଙ୍କ ନାଁ  ଘୋଷଣା କରିଛନ୍ତି ନୋବେଲ୍‌ କମିଟି ସେକ୍ରେଟେରୀ ଜେନେରାଲ୍‌ ।

ସୂଚନାଯୋଗ୍ୟ, ନୋବେଲ୍‌ ଫାଉଣ୍ଡେସନ୍‌ ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥାଏ। ସ୍ବିଡେନ୍‌ର ବୈଜ୍ଞାନିକ ଆଲଫ୍ରଡ୍‌ ବର୍ଣ୍ଣାଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରଡ୍‌ ନୋବେଲ୍‌ଙ୍କ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିର ଏକ ବଡ ଅଂଶ ଏହି ଟ୍ରଷ୍ଟ ପାଇଁ ସୁରକ୍ଷିତ ରଖାଯାଇଛି । 1901 ମସିହାରେ ପ୍ରଥମେ ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ପଦାର୍ଥ ବିଜ୍ଞାନ ଛଡା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯଥା ଶାନ୍ତି, ଚିକିତ୍ସା ବିଜ୍ଞାନ, ସାହିତ୍ୟ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଯେ କୌଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ ।

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ଭାରତୀୟ ପଦାର୍ଥ ବିଜ୍ଞାନୀ ଭାବେ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କୁ 1930 ମସିହାରେ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ 1983 ମସିହାରେ ସୁବ୍ରମନ୍ୟମ୍‌ ଚନ୍ଦ୍ରଶେଖର ଆମେରିକାର ଆଲଫ୍ରେଡ୍‌ ଫାଉଲେକରଙ୍କର ସହ ମିଳିତ ଭାବେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ପାଇଥିଲେ । (ଏଜେନ୍ସି)

Related posts