ଭାରତୀୟ ସେନା ଏହାର ବୀର ନାରୀ ଏବଂ ଶହୀଦ ମାନଙ୍କ ବିଧବା ପତ୍ନୀ ମାନଙ୍କୁ ଭେଟିଛନ୍ତି। ଏହି କାର୍ଯ୍ୟକ୍ରମରେ ପେନ୍ସନ୍ ସମସ୍ୟା, ସ୍ବାସ୍ଥ୍ୟ ସେବା ପ୍ରଦାନ, ହ୍ବିଲ୍ ଚେୟାର ପ୍ରଦାନ ଏବଂ ଅନ୍ୟାନ୍ୟ ଔଷଧପତ୍ର ପ୍ରଦାନ କରାଯାଇଥିଲା। ସେନାର ବ୍ଲାକ୍ ଏରୋ ବ୍ରିଗେଡ୍ ଜରିଆରେ ପଞ୍ଜାବର ପଠାନକୋଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲାକ୍ ଏରୋ ବିଗ୍ରେଡ୍ର କମାଣ୍ଡର ୮୦ ବୀର ନାରୀ ଏବଂ ଶହୀଦ ପରିବାରକୁ ଭେଟି ଭାରତୀୟ ସେନା ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ଦେଶର ସୀମାରେ ସେନାର ଉଦ୍ୟମକୁ ପ୍ରଶଂସା କରିବା ସହିତ ଶହୀଦ ପରିବାରର ଅସୁବିଧା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ବ୍ଲାକ୍ ଏରୋ ବିଗ୍ରେଡ୍ କମାଣ୍ଡର ପ୍ରକାଶ କରିଥିଲେ।
Tags: