Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା: ରାଜ୍ୟଗୁଡିକୁ ଦେବେ ୧୨ ହଜାର କୋଟି ଟଙ୍କାର ସୁଧମୁକ୍ତ ଋଣ, ଜାଣନ୍ତୁ ଏଥିରେ ରହିଛି କଣ
ଜାତୀୟ ଖବର

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା: ରାଜ୍ୟଗୁଡିକୁ ଦେବେ ୧୨ ହଜାର କୋଟି ଟଙ୍କାର ସୁଧମୁକ୍ତ ଋଣ, ଜାଣନ୍ତୁ ଏଥିରେ ରହିଛି କଣ

October 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ବଜେଟ୍ ପ୍ରସ୍ତୁତି
କେନ୍ଦ୍ର ବଜେଟ୍ ପ୍ରସ୍ତୁତି ପାଇଁ ମଏସଏମଇ ଅଂଶୀଦାରଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟଗୁଡିକ ପାଇଁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ସୁଧମୁକ୍ତ ୫୦ ବର୍ଷିଆ ଋଣ ପ୍ରଦାନ ଯୋଜନା ରାଜ୍ୟମାନଙ୍କ ପାଇଁ ପ୍ରବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିରେ ମୋଟ ୧୨୦୦୦ କୋଟି ଟଙ୍କା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବ ।

ଏହି ଋଣ ପ୍ରଦାନକୁ  ୩ଟି ଭାଗରେ ବିଭକ୍ତ କରାଯାଇଛି

୧: ପଚାଶ ବର୍ଷିଆ ସୁଧମୁକ୍ତ ସ୍ୱତନ୍ତ୍ର ଋଣ ସହାୟତା ଯୋଜନାରେ ୮ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପ୍ରତ୍ୟେକ ୨୦୦ କୋଟି ଟଙ୍କା ଲେଖାଏଁ ଋଣ ପାଇବେ । ଏ ବାବଦରେ ଏହି ୮ ରାଜ୍ୟକୁ ୧୬୦୦ କୋଟି ଟଙ୍କା ଯୋଗାଇ ଦିଆଯିବ । ସେହିଭଳି ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ପ୍ରତ୍ୟେକ ୪୫୦ କୋଟି ଟଙ୍କା ଲେଖାଏଁ ମୋଟ ୯୦୦ କୋଟି ଟଙ୍କା ପାଇବେ।

୨: ଏହି ଯୋଜନାରେ ଅବଶିଷ୍ଟ ରାଜ୍ୟଗୁଡିକୁ ପଞ୍ଚଦଶ ଅର୍ଥ କମିସନଙ୍କ ସମ୍ବଳ ବଣ୍ଟନ ସୂତ୍ରରେ ୭୫୦୦ କୋଟି ଟଙ୍କା ଋଣ ଆକାରରେ ବିନା ସୁଧରେ ୫୦ ବର୍ଷ ପାଇଁ ଯୋଗାଇ ଦିଆଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଉଭୟ ଭାଗ-୧ ଓ ଭାଗ-୨ ସୁଧମୁକ୍ତ ଋଣ ବାବଦ ଅର୍ଥକୁ ସଂପୃକ୍ତ ରାଜ୍ୟମାନଙ୍କୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଖର୍ଚ୍ଚ କରିବାକୁ ପଡିବ । ଏଥିପାଇଁ ୫୦ ଭାଗ ଅର୍ଥ ପ୍ରାରମ୍ଭିକ ଅବସ୍ଥାରେ ଯୋଗାଇ ଦିଆଯିବ । ଅବଶିଷ୍ଟ ୫୦ ଭାଗ ଅର୍ଥ ପ୍ରଥମ ଦଫାରେ ଦିଆଯାଇଥିବା ଅର୍ଥର ବିନିଯୋଗ ଭିତ୍ତିରେ ପ୍ରଦାନ କରାଯିବ ।

୩: ଏହି ଯୋଜନାରେ ରାଜ୍ୟମାନଙ୍କୁ ମୋଟ ୧୨୦୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ। ଆତ୍ମନିର୍ଭର ଭାରତ ପ୍ୟାକେଜରେ ଘୋଷଣା ହୋଇଥିବା ୪ଟି ସଂସ୍କାର ମଧ୍ୟରୁ ଯେଉଁ ରାଜ୍ୟମାନେ ୩ଟି ପୂରଣ କରିଥିବେ ସେମାନଙ୍କୁ ପ୍ରତ୍ୟେକ ୨୦୦୦ କୋଟି ଟଙ୍କା ଲେଖାଏଁ ଏହି ଋଣ ମିଳିବ । ଯେଉଁ ରାଜ୍ୟମାନେ ଏହି ସର୍ତ୍ତ ପୂରଣ କରିଥିବେ ସେମାନଙ୍କୁ ଅନ୍ୟାନ୍ୟ ଋଣ ସୀମା ବାହାରେ ଏହି ଅତିରିକ୍ତ ୨୦୦୦ କୋଟି ଟଙ୍କା ସୁଧମୁକ୍ତ ବ୍ୟବସ୍ଥାରେ ଯୋଗାଇ ଦିଆଯିବ।

ନୂଆ କିମ୍ବା ପ୍ରଚଳିତ ପୁଞ୍ଜି ପ୍ରକଳ୍ପ ଯେଉଁଠି ଅର୍ଥର ଆବଶ୍ୟକତା ରହିଛି ସେ ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇପାରିବ। ଏସବୁ ପ୍ରକଳ୍ପରେ କଣ୍ଟ୍ରାକ୍ଟରଙ୍କ ଦେୟ ପ୍ରଦାନ ଓ ଯୋଗାଣକାରୀଙ୍କ ପ୍ରାପ୍ୟ ପ୍ରଦାନରେ ମଧ୍ୟ ଏହି ଅର୍ଥ ଖର୍ଚ୍ଚ ହୋଇପାରିବ। ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଅର୍ଥ (କ୍ୟାପେକ୍ସ)କୁ ବିନିଯୋଗ କରିବାକୁ ହେବ।

ରାଜ୍ୟମାନେ ଏବେ ଯେଉଁସବୁ ଋଣ ସୁବିଧା ପାଇଛନ୍ତି ତା ବାହାରେ ଅତିରିକ୍ତଭାବେ ଏହି ଋଣ ଯୋଗାଣ ବ୍ୟବସ୍ଥା କରାଯାଇଛି । ଏ ବାବଦ ଋଣ ୫୦ ବର୍ଷ ପରେ ରାଜ୍ୟମାନଙ୍କୁ ଶୁଝିବାକୁ ପଡିବ। ଏହି ୫୦ ବର୍ଷ ମଧ୍ୟରେ ସେମାନଙ୍କୁ କୌଣସି ସୁଧ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ ନାହିଁ ।

ଅଧିକ ବଜେଟ ବ୍ୟବସ୍ଥା

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସଡକ, ପ୍ରତିରକ୍ଷା, ଜଳଯୋଗାଣ, ସହରାଞ୍ଚଳ ବିକାଶ ଏବଂ ଘରୋଇଭାବେ ଉତ୍ପାଦିତ ମୂଳଧନୀ ସାମଗ୍ରୀ ଆଦି କ୍ଷେତ୍ର ପାଇଁ ଚଳିତବର୍ଷ ବଜେଟରେ ଯେଉଁ ୪.୧୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ହୋଇଥିଲା ତାହାକୁ ଛାଡି ପୁଞ୍ଜି ବ୍ୟୟ ବଢାଇବାକୁ ବଜେଟରେ ୨୫୦୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରାଯାଇଛି।

ସରକାରୀ ବ୍ୟାପାରକୁ ସୁରୁଖୁରୁରେ ସଂପାଦିତ କରିବା ପାଇଁ ଆଗାମୀ ସଂଶୋଧିତ ବଜେଟ ଆକଳନରେ ଏହି ଅର୍ଥ ବରାଦ କରାଯିବ। ଏଥିପାଇଁ ବିଭିନ୍ନ ମନ୍ତ୍ରଣାଳୟ ସହ ଆଲୋଚନା କରି ଅର୍ଥ ମନ୍ତ୍ରଣାଳୟ ଚୂଡାନ୍ତ ନିଷ୍ପତ୍ତି ନେବ।

ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଅର୍ଥ ସଚିବ ଡ. ଅଜୟଭୂଷଣ ପାଣ୍ଡେ, ବିତ୍ତୀୟ ସେବା ସଚିବ ଦେବାଶିଷ ପଣ୍ଡା ଏବଂ ଅର୍ଥ ବ୍ୟାପାର ବିଭାଗ ସଚିବ ତରୁଣ ବଜାଜ ପ୍ରମୁଖ ଉପସ୍ଥିତ ଥିଲେ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀଙ୍କ ଘୋଷଣା
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀଷ୍ମକାଳୀନ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ

May 1, 2026

ଆଜି ୫ ହଜାର ଟଙ୍କା ବୃଦ୍ଧି ପାଇଲା ରୂପାର ମୂଲ୍ୟ: ଚମକିଲା ସୁନା

May 1, 2026

ପୁଣି PUC ଅଧ୍ୟକ୍ଷ ହେଲେ ବୈଜୟନ୍ତ

May 1, 2026

ବଙ୍ଗଳା ଫଳାଫଳ ପୂର୍ବରୁ ଟିଏମସିର ଆବେଦନକୁ ଖାରଜ କଲେ କୋଲକାତା ହାଇକୋର୍ଟ

May 1, 2026
Latest News

ନୂଆ ରୂପରେ ଆସିବ ମେଟ୍ରୋ

May 1, 2026

ଗ୍ରୀଷ୍ମକାଳୀନ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ

May 1, 2026

ଆଜି ୫ ହଜାର ଟଙ୍କା ବୃଦ୍ଧି ପାଇଲା ରୂପାର ମୂଲ୍ୟ: ଚମକିଲା ସୁନା

May 1, 2026

ନୟାଗଡ଼ ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳା କନା ବୁଲାଇଲେ ଲୁଟେରା

May 1, 2026

ନୂତନ ଶ୍ରମ ଆଇନ: ୧ ଘଣ୍ଟା କାମ କଲେ ୨ ଘଣ୍ଟାର ଦରମା ମିଳିବ, ଏବଂ ଅଧିକ ସମୟ ଦେଲେ ଏବେ ଦୁଇଗୁଣ ଦରମା ମିଳିବ!

May 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.