ଆଜି ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ଡାକ୍ତର ଅଶ୍ୱିନୀ ପୂଜାହାରୀ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ସମ୍ବଲପୁର ଜିଲ୍ଲାର କୌଣସି ଏକ ଆସନରୁ ସେ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ଚାକିରିରୁ ଇସ୍ତଫା ଦେବା ପରେ ‘ଭିମ୍ସାର୍’ର ବହୁଚର୍ଚ୍ଚିତ ପୂର୍ବତନ ନିର୍ଦେଶକ ଡାକ୍ତର ପୂଜାହାରୀ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ଶେଷରେ ସେ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି । ଡାକ୍ତର ପୂଜାହାରୀ ‘ଭୀମ୍ସାର୍’ରେ ନିର୍ଦେଶକ ଥିବାବେଳେ ଲୁଣ ଥେରାଫି ଓ ଷ୍ଟିଙ୍ଗ୍ ଅପରେସନ୍ ପାଇଁ ଲୋକଲୋଚନକୁ ଆସିଥିଲେ। ତାଙ୍କ ନାମରେ ଲୁଣ ଚିକିତ୍ସା ଅଭିଯୋଗ ଉଠିବା ପରେ ସରକାର ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଛୁଟିରେ ରହିବାକୁ ନିର୍ଦେଶ ଦେଇଥିଲେ। ଏହାର ଅଳ୍ପ କିଛି ଦିନ ପରେ ଡାକ୍ତର ପୂଜାହାରୀ ନିଜ ତରଫରୁ ଚାକିରିରୁ ଇସ୍ତଫା ଦେଇଥିଲେ।
Tags: