ଭୁବନେଶ୍ବର, ବର୍ତ୍ତମାନ ଆପଣଙ୍କୁ ପାଞ୍ଚୋଟି ରାଶି ସଂପର୍କରେ କହିବୁ ଯାହା ଗତ ୪ ତାରିଖ ରାତି ୧୦ଟାରୁ ରାଜଯୋଗ ଆରମ୍ଭ ହୋଇଛି। ହେଲେ ଅକ୍ଟୋବର ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିମାନଙ୍କର ମହାକୋଟିପତି ହେବାର ଯୋଗ ରହିଛି। ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ କୌଣସି ଋଣଭାରରୁ ରକ୍ଷା ପାଇଯିବେ। ସେମାନଙ୍କର ବର୍ତ୍ତମାନ ଭଲ ଲାଭଦାୟକ ସମୟ ଆସିଛି ବୋଲି ଜ୍ୟୋତିଷ ଗଣନାରୁ ଜଣାପଡିଛି।
ଗଣନା ଅନୁସାରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିଙ୍କର ଲମ୍ବା ସମୟ ଧରି ଚାଲିଥିବା କୈଣସି ଏକ ବଡ ବିବାଦର ସମାଧାନ ହେବ। ଦୀର୍ଘଦିନ ଧରି ଏକ ପ୍ରସଂଗରେ କୈଣସି ନିଷ୍ପତି ବା ସମାଧାନର ସୁତ୍ର ପାଇପାରୁ ନ ଥିଲେ ସେମାନେ ବର୍ତ୍ତମାନ ତାହା ହାସଲ କରି ପାରିବେ। ହେଲେ ଏହି ସମୟ ଭିତରେ ବର୍ତ୍ତମାନ ସ୍ପଷ୍ଟ ଏବଂ ସଠିକ ନିଷ୍ପତି ନେବାର ସମୟ ଆସିଛି।
ବର୍ତ୍ତମାନ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ବ୍ୟବସାୟ କ୍ଷେତ୍ରରେ ଏକ ବଡ ଉନ୍ନତି ପରିଲକ୍ଷିତ ହେବ। ଏକ ବଡ ପୁଂଜି ବିନିଯୋଗର ମଧ୍ୟ ସମ୍ଭାବନା ସୃଷ୍ଟି ହେବ। ହୁଏତ ଆପଣ ଅନ୍ୟ କେଉଁଠି ପୁଂଜି ବିନିଯୋଗ କରିପାରନ୍ତି କିମ୍ବା ଆପଣଙ୍କ ବ୍ୟବସାୟରେ କେହି ପୁଂଜି ବିନିଯୋଗ କରିପାରେ।
ଏହି ସମୟ ଭିତରେ ଆପଣ ସଠିକ୍ ପରିଶ୍ରମ କଲେ ନିଶ୍ଚିତ ଫଳ ମିଳିବାର ସମ୍ଭାବନା ରହିଛି। ଯେଉଁ ପାଞ୍ଚୋଟି ରାଶି ରାଜଯୋଗର ସମ୍ଭାବନା ରହିଛି ସେଗୁଡିକ ହେଲା ମେଷ,ସିଂହ, ତୁଳା, ମୀନ ଏବଂ କୁମ୍ଭ। ତେବେ ବିଭିନ୍ନ ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ପଦକ୍ଷେପ ନିଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି।