Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତରଜଙ୍ଗା ପଞ୍ଚାୟତର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ଯୋଗଦେଲେ ଅତନୁ ସବ୍ୟସାଚୀ ନାୟକ ଓ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି
ଆଞ୍ଚଳିକ

ତରଜଙ୍ଗା ପଞ୍ଚାୟତର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ଯୋଗଦେଲେ ଅତନୁ ସବ୍ୟସାଚୀ ନାୟକ ଓ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି

October 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ସୋମବାର ଅପରାହ୍ନରେ ତରଜଙ୍ଗା ପଞ୍ଚାୟତ ସ୍ଥିତ ପୁବପଡା ବୁଢୀ ଜାଗୁଳାଇ ପୀଠରେ ବିଜେଡିର ଏକ କର୍ମି ସମ୍ମିଳନୀ ଓ ମିଶ୍ରଣପର୍ବ ପଞ୍ଚାୟତ ସଭାପତି ରଞ୍ଜିତ ପରିଜାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।  ଏହି ସଭାରେ ତିର୍ତ୍ତୋଲ ବ୍ଲକର ନିର୍ବାଚନ ମଙ୍ଗଧରିଥିବା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଜେଡି ଜିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପ୍ରଭାରୀ ଧିରେନ ଜେନା, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି,ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ରମାକାନ୍ତ ଭୋଇ, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାୟ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି,ଭବେଶ ଚୌଧୁରୀ,  ପ୍ରଦୀପ ପୃଷ୍ଟି, ରବି ନାରାୟଣ ଦାସ,ବିଜୁ ଯୁବବାହିନୀ ସମ୍ପାଦକ ହିମାଂଶୁ ସ୍ୱାଇଁ, ୱାର୍ଡ଼ମେମ୍ବର କୃଷ୍ଣ ଚନ୍ଦ୍ର ମହାନ୍ତି, ତ୍ରିଲୋଚନ ସେଠୀ, ଅଭିଷେକ ତ୍ରିପାଠୀ, ଜୀବନଜ୍ୟୋତି ପରିଜା, ବିରଞ୍ଚି ନାରାୟଣ ମହାନ୍ତି, ପିତାମ୍ବର ଦାସ, ପ୍ରଦିପ ଦାସ, ଅଭୟ ରଞ୍ଜନ ମହାନ୍ତିଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ।

ଏହି ଅବସରରେ ଉକ୍ତ ପଞ୍ଚାୟତର ଅନ୍ୟ ଦଳର ବହୁକର୍ମୀ ବିଜେଡିରେ ସାମିଲ ହେବା ସହିତ ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ରଘୁନାଥପୁର ବ୍ଲକର ଅନେକ ବିଜେପି କର୍ମୀ ଉକ୍ତ ସଭାମଞ୍ଚରେ ପହଞ୍ଚି ବିଜେଡିରେ ଯୋଗଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ

March 24, 2026

ନାଲକୋ କର୍ମଚାରୀଙ୍କ ସମ୍ପର୍କରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 24, 2026

ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ ସର୍ବଦଳୀୟ ବୈଠକରେ ଯୋଗଦେବେ ନାହିଁ ରାହୁଲ ଗାନ୍ଧୀ: କହିଲେ କାରଣ

March 24, 2026

ଆଇପିଏଲର ସବୁଠାରୁ ମହଙ୍ଗା ଦଳ ହେଲା ରାଜସ୍ଥାନ ରୟାଲ୍ସ ଦଳ: ୧୫୨୮୬ କୋଟିରେ ହେଲା ବିକ୍ରି

March 24, 2026

ରେଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ ପ୍ରତିନିଧି ଦଳ: ଜାଣନ୍ତୁ କାରଣ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.