Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାର ଚକ୍ରବ୍ୟୁହରେ ପାର୍ବଣ ଋତୁ: ଶୁଭୁନି ମନ୍ତ୍ର, ନାହିଁ ସରସତା, ନାହିଁ ଆନନ୍ଦ
ବିଶେଷ ଖବର

କରୋନାର ଚକ୍ରବ୍ୟୁହରେ ପାର୍ବଣ ଋତୁ: ଶୁଭୁନି ମନ୍ତ୍ର, ନାହିଁ ସରସତା, ନାହିଁ ଆନନ୍ଦ

October 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଦଶହରା ଓ କୁମାର ପୂର୍ଣ୍ଣମୀ ଏଇ ଦୁଇଟି ପର୍ବ ଓ ସାଂସ୍କୃତିକ ଉତ୍ସବ ପାଳନ ପ୍ରତ୍ୟେକ ବର୍ଷ ଆଣିଦିଏ ଏକ ନିଆରା ଅନୁଭବ। ଗାଁରୁ ସହର ସବୁଠି ଦେଖାଯାଉଥିଲା ନୂତନତା ଆନନ୍ଦ ଉଲ୍ଲାସ ଓ ଉତ୍ସାହ ଉଦ୍ଦୀପନା। ଆଜି ଛଡ଼େଇ ନେଇଛି ମହାମାରୀ କରୋନା ଭୟ। ଦୋକାନ ବଜାର ଏକ ପ୍ରକାର ଗହଳିଥିଲେ ମଧ୍ୟ ମନ ଭିତରେ ଭୟଭୟ ଭାବନା ନେଇ ଗ୍ରାହକମାନେ ରୁଚି ଓ ଅରୁଚି କଥା ନ ଭାବି ଖଣ୍ଡେ ଖଣ୍ଡେ ଲୁଗାକିଣି ଫେରିଯିବାର ଦୃଶ୍ୟ ଦେଖିବାକୁ ମିଳୁଛି। ବିଶେଷ କରି ଗଂଜାମର ଦୁର୍ଗାପୂଜା ଏ ବର୍ଷ ଏକ ପ୍ରକାର ନିଷ୍ପ୍ରଭ।

ମା’ଙ୍କ ଆବହନୀ ପାଇଁ ଯେଉଁ ପୂଜାମଣ୍ଡପରେ ରାତି ଦିନ ପୂଜାପାଠ ମନ୍ତ୍ର ସ୍ତବ ବେଦ ଧ୍ୱନୀ ଶୁଭୁଥିଲା ପ୍ରଶାସନିକ ତାଗିଦ୍ ପରେ ଏ ସବୁ ମଉଳିଯାଉଛି। ବ୍ରହ୍ମପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ, ବିଜିପୁର, କମାପଲ୍ଲୀ, ନୂଆ ବସ୍‌ଷ୍ଟାଣ୍ଡ, ଗିରିଜା ଛକରେ ଯେଉଁ ଗହଳି ପୂର୍ବବର୍ଷମାନଙ୍କରେ ଦେଖାଯାଉଥିଲା, ଜନଗହଳି ତ ଦୂରର କଥା ବର୍ତ୍ତମାନ କେଉଁଠି କିଏ ଠିଆ ହୋଇ ସାଙ୍ଗସାଥୀ କଥା ହେବାକୁ ମଧ୍ୟ ଡ଼ରୁଛି। ଦୁର୍ଗା ପୂଜାରେ ଷୋଡ଼ଶ ପୂଜା ପାଇ ମନ୍ଦିରଗୁଡ଼ିକ ମଧ୍ୟ ଏକ ପ୍ରକାର ନୀରବ ପରିବେଶ, ଖାଁ ଖାଁ ଲାଗୁଛି। କୌଣସି ସ୍ପର୍ଶରେ ଶବ୍ଦ ଧ୍ୱନି ନାହିଁ। ଏମିତିରେ ଦୁର୍ଗାପୂଜା ପୂର୍ବରୁ ରହିଥିବା ନୀରବତା ଏକ ପ୍ରକାର ମନରେ ଭରି ଦେଇଛି ଅତୃପ୍ତି ଅସୁସ୍ତି। ୮ ମାସ ହେଲା ସେଇ ସମାନ ଭୟରେ ଜନସାଧାରଣ ରହି ଆସୁଛନ୍ତି। ଯଦିଚ ଗଂଜାମ ସ୍ଥିତି ଚିନ୍ତାଜନକ ନୁହେଁ ତଥାପି ମହାମାରୀ ସଂକ୍ରମଣ ଟଳିବାର ସଂପୂର୍ଣ୍ଣ ଆଶ୍ୱସ୍ତି ଦେଇନାହିଁ।

ଶାରଦୀୟ ଋତୁରେ ବ୍ରହ୍ମପୁରର ଅନେକ ସାହିତ୍ୟ ସଂଗଠନର ସାହିତ୍ୟ ଆସର ବହି ଉନ୍ମୋଚନ ଉତ୍ସବ ହୋଇଥାଏ। କିନ୍ତୁ ଦୀର୍ଘଦିନ ପରେ ମଧ୍ୟ କୌଣସି ସ୍ଥାନରେ ସାହିତ୍ୟ ସମାବେଶ, କବିତା ପାଠ ଉତ୍ସବ ଓ ଆଲୋଚନା ଚକ୍ର ପାଇଁ କାହାର ଉତ୍କଣ୍ଠା ନାହିଁ। ସମସ୍ତଙ୍କ ପାଇଁ କେବଳ ଏଣ୍ଡ୍ରଏଡ଼ ଫୋନ୍ ସାଥୀ। ଏ ମଧ୍ୟରେ ପାର୍ବଣର ଚିତ୍ର ଭିନ୍ନ ପ୍ରକାର ଅରୁଚିକର ଅନୁଭବ। କୁମାର ପୁନେଇଁ ଜହ୍ନି ଓଷା ବ୍ରତ ପାଇଁ କୁମାରୀ ଲାଳନାଙ୍କ ମନରେ ଉତ୍ସାହକୁ ପୁରା ମାରିଦେଇଛି କରୋନା ସଂକଟମୟ ପରିସ୍ଥିତି। କୁମାର ପୁନେଇଁରେ ଆସିବା ପର୍ଯ୍ୟନ୍ତ ଏଇ ୧୦ ଦିନ ଗାଁ ଗାଁରେ ଆସର ଜମି ବହୁ ବନ୍ଧୁ ବାନ୍ଧବଙ୍କ ସମାଗମ ହୁଏ, କିନ୍ତୁ ଏବର୍ଷ ଏପରି ଦୃଶ୍ୟ ନାହିଁ।

କରୋନା ଚକ୍ରବୁହ୍ୟରେ ଫସି ଯାଇଥିବା ବ୍ୟବସାୟୀଙ୍କ ଦୁଃଖ ଭରା କାହାଣୀ ବଡ଼ ବେଦନା ଦାୟକ। ଲକ୍ଷଲକ୍ଷ ଟଙ୍କାର ବଡ଼ ବଡ଼ ଦୋକାନ ପିଣ୍ଢା ମାଡ଼ିବାକୁ ଆଜି ଗ୍ରାହକ ଭୟ କରୁଛି। ଯଦି କୌଣସି ଦୋକାନରେ ସଂଖ୍ୟାଧିକ ଲୋକଙ୍କ ଭିଡ଼ ହୁଏ ବେପାରୀ ଭୟରେ ହାତଯୋଡ଼ି ଗ୍ରାହକଙ୍କୁ ସଚେତନ ମଧ୍ୟ କରୁଛି। ବଡ଼ ଭିନ୍ନ ସଂକଟ ଭିତରେ ଖୁଚୁରା ବେପାରୀ। ସବୁଠୁ ବେଶୀ ଲାଭବାନ ହେଉଛନ୍ତି ଅନ୍‌ଲାଇନ୍ ବ୍ୟବସାୟୀ। ଗ୍ରାହକ ଘରେ ବସି ଅନ୍‌ଲାଇନ୍‌ରେ ଯେକୌଣସି ପୋଷାକ, ଶାଢ଼ୀ, ପରିଧାନ ଅର୍ଡ଼ର କରିଲେ ଏ ସବୁ ଶୀଘ୍ର ଆସୁଛି। କୁମାର ପୁନେଇଁରେ କୋଟି କୋଟି ଟଙ୍କାର ବେପାର କରୁଥିବା ବ୍ରହ୍ମପୁର ବ୍ୟବସାୟୀର ପେଣ୍ଠ ଆଜି ଅବସାଦରେ ଜଣାଶୁଣା ବ୍ୟବସାୟୀ ଲୋହିୟା, ଶ୍ରୀଦୁର୍ଗା, ପଦ୍ମା ସିଲ୍‌କ ପେଲେସ୍‌, ପାର୍ବତୀ ଟେକ୍‌ସଟାଇଲ୍‌ରେ ମଧ୍ୟାହ୍ନରେ ସାମାନ୍ୟ ଭିଡ଼ ଜମୁଥିବା ସମୟରେ ସ୍ଥାନୀୟ ଅଧିବାସୀ ଯିବାକୁ ପସନ୍ଦ କରୁନାହାନ୍ତି। ବାହାର ଅଂଚଳରୁ ସୁଅ ଛୁଟିଥାଏ ଏଇ ଦୋକାନୀଗୁଡ଼ିକୁ। ସହରବାସୀ ସନ୍ଧ୍ୟାରେ ଦୋକାନକୁ ଗଲେ ଶହଶହ ଲୋକଙ୍କ ଭିଡ଼ ଥାଏ କିନ୍ତୁ ପାର୍କିଂର ଅଭାବ। ତଥାପି କିଣିବାକୁ ବାଧ୍ୟ ହୋଇଥାଏ।

ଆଜି ବ୍ରହ୍ମପୁର ତଥା ଗଂଜାମ ଜିଲ୍ଲାରେ କରୋନାର ପାର୍ଶ୍ଵ ପ୍ରତିକ୍ରିୟା। ଶାରଦୀୟ ପାର୍ବଣ ଋତୁର ହସ ମୁହଁରେ ଧନତେରସ୍ ଓ କାଳୀପୂଜା ଆସୁଥିଲେ ମଧ୍ୟ ଏ ବର୍ଷର ଅନୁଭୂତି ସାରା ଜୀବନ ପାଇଁ ମନେ ରହିବ ବୋଲି ଲାଇଟ୍‌, ସାଉଣ୍ଡ, ଟେଣ୍ଟ ସଂଘ କହିଛି। ଏମାନଙ୍କ କ୍ଷତିଭରଣ କରିବା ଆଦୌ ସହଜ ନୁହେଁ। ଶ୍ରାବଣ ଋତୁର ଆଗମନ କାଶତଣ୍ଡୀ ଫୁଲର ସଂଭାରରେ ମା’ଙ୍କ ଆଗମନର ସୂଚନା ଦେଇଥାଏ। କିନ୍ତୁ ଗଂଜାମ ଜିଲ୍ଲାରେ ମୁଖ୍ୟତଃ ବର୍ଷଜାକ ରୀତିମତ ଜୁଆଖେଳ ଚାଲିଥିବାବେଳେ ଅତିମାତ୍ରାରେ ବୃଦ୍ଧି ପାଏ ଏହି ପାର୍ବଣ ଋତୁରେ। ଯାହାକି ଦଶହରାର ଆଗମନର ଚିତ୍ର ଫୁଟି ଉଠେ ବିଭିନ୍ନ ହୋଟେଲ୍‌, ଭଡ଼ାଘର ଓ ବିଭିନ୍ନ ଜୁଆଆଡ୍ଡାରେ। ଗୋଟିଏ ପଟେ କରୋନାର ମାଡ଼କୁ ଭ୍ରୁକ୍ଷେପ ନକରି ଜୁଆଡ଼ିମାନେ ପୋଲିସ୍‌କୁ ଚକ୍‌ମା ଦେଇ ଜୁଆର ପଶରା ମେଲିଥାନ୍ତି। କିଛି ତ ଧରାପଡ଼ନ୍ତି ଏବଂ କିଛି ପୋଲିସ୍‌ର ଛତ୍ରଛାୟା ତଳେ ପରମ୍ପରାକୁ ଦ୍ୱାହି ଦେଇ ଜାରି ରଖନ୍ତି। ପୋଲିସ୍ ଡ଼ାଳେ ଡ଼ାଳେ ଗଲେ ଜୁଆଡ଼ିମାନେ ପତ୍ରେ ପତ୍ରେ ଯାଆନ୍ତି। ଏଠାରେ ଏକ ନିର୍ଦ୍ଦିଷ୍ଟ ଉଦାହରଣ ଦେଲେ କିଛି ଭୁଲ୍ ହେବ ନାହିଁ।

ଯେଉଁଭଳି ଭାବରେ ବିଭିନ୍ନ ସ୍ପର୍ଶକାତର ଅଂଚଳ ଯଥା ସୀମା ମାନଙ୍କରେ ପ୍ରହରୀମାନେ ସଜାଗ ରୁହନ୍ତି, ଶତ୍ରୁର ମୁକାବିଲା କରିବା ପାଇଁ। ଠିକ୍ ସେହିଭଳି ଆଜିର ଏହି ମୋବାଇଲ୍ ଯୁଗରେ ଯେଉଁଠି ଜୁଆଆଡ୍ଡା ଚାଲୁଛି ତାହାର ଚତୁଃପାଶ୍ୱର୍ରେ ମୋବାଇଲ୍ ନେଟୱାର୍କ ଦ୍ୱାରା ତାହା ନିୟନ୍ତ୍ରଣ ହେଉଛି। ଯାହାଫଳରେ ପୋଲିସ୍ ମଧ୍ୟ ସୂଚନା ପାଇ ମଧ୍ୟ ଚଢ଼ାଉରେ ଫେଲ୍ ମାରୁଛି। ସେ ଯାହାବି ହେଉ କରୋନା ସବୁକିଛିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ମଧ୍ୟ ଜୁଆଡ଼ିମାନଙ୍କର ମେରୁଦଣ୍ଡ ସୁଦୃଢ଼ ଅଛି ଏବଂ ଏହି ଋତୁରେ କିଛି ଲୋକର ସର୍ବନାଶ ହେଲା ବେଳେ କିଛି ଲୋକ ମାଲେମାଲ୍ ହେଉଥିବା ଦେଖିବାକୁ ମିଳିଛି।

ସବୁବର୍ଷ ପରି କିନ୍ତୁ ଏଇବର୍ଷ ମନ୍ଦିର ଠାରୁ ଆରମ୍ଭ କରି ସମସ୍ତ ପର୍ବପର୍ବାଣୀକୁ ପ୍ରଶାସନ ବନ୍ଦ କରିଥିବାବେଳେ ଆର୍ଥିକ ଦୃଷ୍ଟିକୋଣରୁ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ତେଣୁ ୨୦୨୧ରେ କିଭଳି ମା’ଙ୍କ ଆଶୀର୍ବାଦରେ ଲୋକଙ୍କ ମେରୁଦଣ୍ଡ ଯେଭଳି ସଳଖିବ ଏତିକି ହିଁ କାମନା।

ଦଶହରା ଦୁର୍ଗାପୂଜା ପାର୍ବଣ ଋତୁ ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026

ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨ ଗୁଣ ବୃଦ୍ଧି କଲେ ପୋଷାକ ଭତ୍ତା 

August 20, 2026

Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ

August 20, 2026

Raksha Bandhan: ଡାକ ବିଭାଗ ଆଣିଲା ସ୍ବତନ୍ତ୍ର ରାକ୍ଷୀ ବାକ୍ସ, ଭିତରେ ଥିବା ଭିଡିଓକୁ କ୍ଲିକ କରି ଦେଖନ୍ତୁ

August 20, 2026
Latest News

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026

କୋଟି କୋଟି ଟଙ୍କାର ଲଘୁଖଣି ଦୁର୍ନୀତି: ଇଡି ଜାଲରେ ରତିକାନ୍ତ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.