ରିପବ୍ଲିକ ଟିଭିକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ‘ନ୍ୟୁଜ ଆୱାର’ ନାମକୁ ଆଉ ବ୍ୟବହାର କରିପାରିବ ନାହିଁ

Published: Oct 24, 2020, 10:18 am IST

ନୂଆଦିଲ୍ଲୀ, ରିପ୍ଲବିକ ଟିଭି ବର୍ତ୍ତମାନ ନ୍ୟୁଜ ଆୱାର ନାମକୁ ବ୍ୟବହାର କରିପାରିବ ନାହିଁ। ଏହି ନାମଟି ପୂର୍ବରୁ ଟାଇମସ ନାୱୋର ଟ୍ରେଡ ମାର୍କ ରହିଛି। ତୁରନ୍ତ ଏହି ନାମକୁ ହଟାଇ ବୋଲି ଦିଲ୍ଲୀ ଉଚ୍ଚନ୍ୟାୟାଳୟ ରିପବ୍ଲିକ ଟିଭିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ରାଣ୍ଡ ନାମକୁ ବ୍ୟବହାର କରୁଥିବା ଅନ୍ୟତମ ନ୍ୟୁଜ ଚ୍ୟାନେଲ ଟାଇମସ ନାୱୋ ତରଫରୁ ଏକ ମାମଲା କରାଯାଇଥିଲା। ଏହି ମାମଲାକୁ ବିଚାରକୁ ନେଇ କୋର୍ଟ ଏହି ରାୟ ଦେଇଛନ୍ତି।

କୋର୍ଟରେ ଦର୍ଶାଯାଇଛି ଯେ, ରିପ୍ଲବିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀ ଟାଇସମ ନାୱୋରେ ଚାକିରୀ କରିଥିବା ବେଳେ ସେ ଏହି କାର୍ଯ୍ୟକ୍ରମ କରୁଥିଲେ। ହେଲେ ତାହା ଟାଇମସ ନାୱୋର ଟ୍ରେଡ ମାର୍କ। ତାହାକୁ ସେ କିପରି ଅନ୍ୟ ଏକ ଚ୍ୟାନେଲରେ ବ୍ୟବହାର କରୁଛନ୍ତି ତାହାକୁ ନେଇ ଏହି ମାମଲା କରାଯାଇଥିଲା।

Related posts