ନୂଆଦିଲ୍ଲୀ : କରଦାତାଙ୍କୁ ମିଳିଛି ଆଶ୍ବସ୍ତି । ବ୍ୟକ୍ତିଗତ କରଦାତାଙ୍କ ରିଟର୍ଣ୍ଣ ଫାଇଲ୍ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । 2019-2020 ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ ପାଇଁ ଡେଡ୍ ଲାଇନ୍ ପୁଣି ଘୁଞ୍ଚିଲା । ଏହାକୁ ନଭେମ୍ବର 30ରୁ ଡିସେମ୍ବର 31 ଯାଏ ବୃଦ୍ଧି କରାଯାଇଛି । ଏନେଇ ସିବିଟିଡି ସୂଚନା ଦେଇଛି । ପୂର୍ବରୁ ମେ ମାସରେ ଆୟକର ରିଟର୍ଣ୍ଣ ଫାଇଲ ତାରିଖ ଜୁଲାଇ 31ରୁ ନଭେମ୍ବର 30 ଯାଏ ବୃଦ୍ଧି କରାଯାଇଥିଲା । ସେହିପରି ଯେଉଁ ଆୟକରଦାତାଙ୍କ ଆକାଉଣ୍ଟ ଅଡିଟ୍ର ଆବଶ୍ୟକତା ରହିଛି, ସେମାନଙ୍କ ରିଟର୍ଣ୍ଣ ଫାଇଲ ତାରିଖ 20201 ଜାନୁଆରୀ 31ଯାଏ ବୃଦ୍ଧି କରାଯାଇଛି । (ଏଜେନ୍ସି)
Tags: ଆୟକର ରିଟର୍ଣ୍ଣ ଫାଇଲ୍