କେନ୍ଦ୍ରରେ ସରକାର ଗଠନ କରିବ ମହାମେଣ୍ଟ : ଶରଦ ଯାଦବ

Published: Mar 25, 2019, 3:48 pm IST
Maha-gathbandhan will form govt at Centre, says Sharad Yadav

କେନ୍ଦ୍ରରେ ମହାମେଣ୍ଟ ସରକାର ଗଠନ କରିବ ବୋଲି କହିଛନ୍ତି ଶରଦ ଯାଦବ। ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ବିହାରରେ ମହାମେଣ୍ଟର ନିର୍ବାଚନୀ ପ୍ରଚାରର ଦାୟିତ୍ବ ନେଇଥିବା ଯାଦବ ଏହା କହିଛନ୍ତି। ନିଜର ନୂତନ ରାଜନୈତିକ ଦଳ ଲୋକତାନ୍ତ୍ରିକ ଜନତା ଦଳ ଗଠନ କରି ବିହାରରେ ଏନ୍‌ଡିଏ ବିପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୪ରେ ବିହାରର ୪୦ ଲୋକସଭା ଆସନରୁ ବିଜେପି ୨୨ଟି ଆସନରେ ବିଜୟ ହାସଲ କରିଥିଲା। ଏହି ମହାଗଠବନ୍ଧନ କେବଳ ବିହାର ନୁହେଁ ବରଂ ଉତ୍ତର ପ୍ରଦେଶ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ଅନୁଷ୍ଠିତ ହେବ ଏବଂ ବିଜେପିକୁ କ୍ଷମତାରୁ ଦୂରେଇ ରଖାଯିବ। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି କିଛି ଆସନ ହରାଇବାକୁ ଯାଉଥିବା ବେଳେ ଦକ୍ଷିଣ ଭାରତରେ କର୍ଣ୍ଣାଟକକୁ ଛାଡିଲେ ଅନ୍ୟ କୌଣସି ରାଜ୍ୟରେ ବିଜେପିର ସତ୍ତା ନାହିଁ। ଆସନ୍ତା ନିର୍ବାଚନରେ ଶ୍ରୀ ଯାଦବ ମାଧେପୁରରୁ ପ୍ରତିଦ୍ବନ୍ଦିତା କରିବାକୁ ଯାଉଥିବା ବେଳେ ଏହା ଆରଜେଡି ଚିହ୍ନରେ ନିର୍ବାଚନ ଲଢିବ। ନିର୍ବାଚନ ପରେ ଉଭୟ ଦଳ ମଧ୍ୟରେ ମିଶ୍ରଣ ହେବ ବୋଲି ଯାଦବ ସୂଚନା ଦେଇଛନ୍ତି। ମାଧେପୁରରୁ  ଯାଦବ ୧୯୯୧, ୧୯୯୯ ଓ ୨୦୦୯ର ଲୋକସଭା ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ମାତ୍ର ୨୦୧୪ରେ ଏହି ଆସନରୁ ଆରଜେଡିର ପପୁ ଯାଦବଙ୍କ ନିକଟରୁ ପରାସ୍ତ ହୋଇଥିଲେ।

Related posts