ମହାରାଷ୍ଟ୍ର : ମୋବାଇଲ୍ ସହ ଅଧିକ ଜଡିତ ରହୁଥିବାର ପିଲାମାନଙ୍କୁ ଅଭିଭାବକମାନେ ଗାଳି ଦେଉଛନ୍ତି । କିନ୍ତୁ ଜଣେ ନାବାଳକ ଏହି ମୋବାଇଲ୍ ନିଶା 75ଜଣଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇ ଦେଇଛି । ମହାରାଷ୍ଟ୍ରର ଡୋମ୍ବିଭଲିଠାରେ ଏକ ଦୁଇ ମହଲା କୋଠା ଭୁଶୁଡି ପଡିଥିଲା । ଏହି କୋଠାରେ 70ରରୁ ଉର୍ଦ୍ଧ୍ବ ଲୋକେ ରହୁଥିଲେ । କିନ୍ତୁ ଜଣେ ନାବାଳକର ଓ୍ବେବସିରିଜ୍ ନିଶା ଯୋଗୁଁ ସମସ୍ତ ବ୍ୟକ୍ତି ସୁରକ୍ଷିତ ରହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଡୋମ୍ବିଭଲିଠାରେ 40 ବର୍ଷର ପୁରୁଣା କୋଠାରେ ପ୍ରାୟ 18ଟି ପରିବାର ରହୁଥିଲେ । ସମେସ୍ତ ନିଦରେ ଶୋଇଥିବାବେଳେ ପ୍ରାୟ ସାଢେ ଚାରିଟା ସମୟରେ କୋଠାଟି ହଠାତ୍ ଭୁଶୁଡି ପଡିଥିଲା । କିନ୍ତୁ ସେହି କୋଠାରେ 18 ବର୍ଷୀୟ କୁନାଲ୍ ନାମକ ଜଣେ ନାବାଳକ ନ ଶୋଇ ମୋବାଇଲ୍ରେ ଓ୍ବେବ୍ସିରିଜ୍ ଦେଖୁଥିଲେ । ପ୍ରାୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କୁନାଲ୍ ଓ୍ବେବସିରିଜ୍ ଦେଖିଥା’ନ୍ତି । କିନ୍ତୁ ଘଟଣାଦିନ କୁନାଲ୍ ରାତ୍ରି ଦୁଇଟା ପରେ ବି ନ ଶୋଇ ଭୋର୍ 4ଟା ପର୍ଯ୍ୟନ୍ତ ଓ୍ବେବସିରିଜ୍ ଦେଖୁଥିଲେ । ହଠାତ୍ ତାଙ୍କୁ ରୋଷେଇ ଘରର କିଛି ଅଂଶ ଭାଙ୍ଗିବାର ଦେଖିଥିଲେ । ଏହାପରେ ସେ ନିଜେ ସତର୍କ ହେବା ସହ ଅନ୍ୟମାନଙ୍କୁ ଏହିବିଷୟରେ ଜଣାଇଥିଲେ । କୁନାଲ୍ ସମସ୍ତଙ୍କୁ ଡାକି କୋଠାର ବାହାରକୁ ଆଣିଥିଲେ । ସମସ୍ତେ କୋଠାରୁ ବାହାରିବାର ମାତ୍ର 5 ମିନିଟ୍ ପରେ କୋଠାଟି ଧୂଳିସାତ୍ ହୋଇଯାଇଥିଲା । ଫଳରେ ସେହି କୋଠାରେ ରହୁଥିବା ସମସ୍ତ 75 ଜଣ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଏହି ଘଟଣା ପରେ ଭୁଷୁଡିପଡିଥିବା ବିଲ୍ଡିଂ ଆଖପାଖରେ ଥିବା ଅନ୍ୟ ପୁରୁଣା ଘରଗୁଡିକୁ ଖାଲି କରିବା ପାଇଁ ସ୍ଥାନୀୟ ପୌରପାଳିକା ନୋଟିସ୍ ଜାରି କରିଛି । (ଏଜେନ୍ସି)