Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀବନ ବଞ୍ଚାଇଲା ଓ୍ବେବ୍‌ସିରିଜ୍‌ : ନାବାଳକର ଓ୍ବେବ୍‌ ସିରିଜ୍‌ ନିଶା ପାଇଁ ବଞ୍ଚିଗଲେ 75 ଜଣ
ଆଜିର ଖବର

ଜୀବନ ବଞ୍ଚାଇଲା ଓ୍ବେବ୍‌ସିରିଜ୍‌ : ନାବାଳକର ଓ୍ବେବ୍‌ ସିରିଜ୍‌ ନିଶା ପାଇଁ ବଞ୍ଚିଗଲେ 75 ଜଣ

October 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର :  ମୋବାଇଲ୍‌ ସହ ଅଧିକ ଜଡିତ ରହୁଥିବାର ପିଲାମାନଙ୍କୁ ଅଭିଭାବକମାନେ ଗାଳି ଦେଉଛନ୍ତି । କିନ୍ତୁ ଜଣେ ନାବାଳକ ଏହି ମୋବାଇଲ୍‌ ନିଶା 75ଜଣଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇ ଦେଇଛି । ମହାରାଷ୍ଟ୍ରର ଡୋମ୍ବିଭଲିଠାରେ ଏକ ଦୁଇ ମହଲା କୋଠା ଭୁଶୁଡି ପଡିଥିଲା । ଏହି କୋଠାରେ 70ରରୁ ଉର୍ଦ୍ଧ୍ବ ଲୋକେ ରହୁଥିଲେ । କିନ୍ତୁ ଜଣେ ନାବାଳକର ଓ୍ବେବସିରିଜ୍‌ ନିଶା ଯୋଗୁଁ ସମସ୍ତ ବ୍ୟକ୍ତି ସୁରକ୍ଷିତ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଡୋମ୍ବିଭଲିଠାରେ 40 ବର୍ଷର ପୁରୁଣା କୋଠାରେ ପ୍ରାୟ 18ଟି ପରିବାର ରହୁଥିଲେ । ସମେସ୍ତ ନିଦରେ ଶୋଇଥିବାବେଳେ ପ୍ରାୟ ସାଢେ ଚାରିଟା ସମୟରେ କୋଠାଟି ହଠାତ୍‌ ଭୁଶୁଡି ପଡିଥିଲା । କିନ୍ତୁ ସେହି କୋଠାରେ  18 ବର୍ଷୀୟ କୁନାଲ୍‌ ନାମକ ଜଣେ ନାବାଳକ ନ ଶୋଇ ମୋବାଇଲ୍‌ରେ ଓ୍ବେବ୍‌ସିରିଜ୍‌ ଦେଖୁଥିଲେ । ପ୍ରାୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କୁନାଲ୍‌ ଓ୍ବେବସିରିଜ୍‌ ଦେଖିଥା’ନ୍ତି । କିନ୍ତୁ ଘଟଣାଦିନ କୁନାଲ୍‌ ରାତ୍ରି ଦୁଇଟା ପରେ ବି ନ ଶୋଇ ଭୋର୍‌ 4ଟା ପର୍ଯ୍ୟନ୍ତ ଓ୍ବେବସିରିଜ୍‌ ଦେଖୁଥିଲେ । ହଠାତ୍‌ ତାଙ୍କୁ ରୋଷେଇ ଘରର କିଛି ଅଂଶ ଭାଙ୍ଗିବାର ଦେଖିଥିଲେ । ଏହାପରେ ସେ ନିଜେ ସତର୍କ ହେବା ସହ ଅନ୍ୟମାନଙ୍କୁ ଏହିବିଷୟରେ ଜଣାଇଥିଲେ । କୁନାଲ୍‌ ସମସ୍ତଙ୍କୁ ଡାକି କୋଠାର ବାହାରକୁ ଆଣିଥିଲେ । ସମସ୍ତେ କୋଠାରୁ ବାହାରିବାର ମାତ୍ର 5 ମିନିଟ୍‌ ପରେ କୋଠାଟି ଧୂଳିସାତ୍‌ ହୋଇଯାଇଥିଲା ।  ଫଳରେ ସେହି କୋଠାରେ ରହୁଥିବା ସମସ୍ତ 75 ଜଣ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଏହି ଘଟଣା ପରେ ଭୁଷୁଡିପଡିଥିବା ବିଲ୍ଡିଂ ଆଖପାଖରେ ଥିବା ଅନ୍ୟ ପୁରୁଣା ଘରଗୁଡିକୁ ଖାଲି କରିବା ପାଇଁ ସ୍ଥାନୀୟ ପୌରପାଳିକା ନୋଟିସ୍ ଜାରି କରିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ: ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

September 5, 2026

ଓଡ଼ିଶାର ୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

September 5, 2026

ଝୀରମ ଘାଟୀ ନକ୍ସଲ ଆକ୍ରମଣ ମାମଲା: ୧୩ ବର୍ଷ ପରେ ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ

September 5, 2026

ରାଜ୍ୟରେ ଏଲପିଜି କଳାବଜାରୀ ଉପରେ ଚଢ଼ାଉ: ୮,୪୩୪ ସିଲିଣ୍ଡର ଜବତ, ୯ ଗିରଫ

September 5, 2026
Latest News

ପୁଣି ପାକିସ୍ତାନକୁ ଧୁଳି ଚଟାଇଲା ଭାରତ: ଟି-୨୦ ମହିଳା ଏସିଆ କପ୍ ରେ ଚମତ୍କାର ବିଜୟ

September 5, 2026

ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ: ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

September 5, 2026

ବାଲୁଗାଁ ଭେଙ୍କଟେଶ୍ଵର ସ୍କୁଲରେ ଧୂମଧାମରେ ଗୁରୁଦିବସ ପାଳିତ

September 5, 2026

ଓଡ଼ିଶାର ୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

September 5, 2026

ଝୀରମ ଘାଟୀ ନକ୍ସଲ ଆକ୍ରମଣ ମାମଲା: ୧୩ ବର୍ଷ ପରେ ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.