Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଆଇପିଏଲ ୨୦୨୦: ପ୍ଲେ ଅଫ ରେ ଖେଳିବା ନେଇ ୬ଟି ଦଳ ମଧ୍ୟରେ ଆଜିଠୁ ଆରମ୍ଭ ହେଲା ଅଙ୍କ କଷା
ଖେଳ

ଆଇପିଏଲ ୨୦୨୦: ପ୍ଲେ ଅଫ ରେ ଖେଳିବା ନେଇ ୬ଟି ଦଳ ମଧ୍ୟରେ ଆଜିଠୁ ଆରମ୍ଭ ହେଲା ଅଙ୍କ କଷା

November 1, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଶାରଜା: ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ୫୨ ଟି  ଲିଗ୍ ମ୍ୟାଚ୍ ର ଖେଳ ଶେଷ ହୋଇଯାଇଥିବା ବେଳେ କେବଳ ମୁମ୍ବାଇ ଇଡିଆନ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରିପାରିଛି। ଆଇପିଏଲ ଇତିହାସରେ ଏହା ଏକ ପ୍ରଥମ ଘଟଣା ହେବ। ଲିଗ୍ ମ୍ୟାଚ୍ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲେ ମଧ୍ୟ ପ୍ଲେ ଅଫ ପର୍ଯ୍ୟାୟ ପାଇଁ ୬ ଟି ଦଳ ସଂଘର୍ଷ କରୁଛି। ଏକମାତ୍ର ଦଳ ଭାବେ ତିନି ଥର ଚମ୍ପିୟାନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫରୁ ବିଦା ନେଇସାରିଛି। ବାକି ୬ ଟି ଦଳ ମଧ୍ୟରେ ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜି ଠାରୁ ଲଢେଇ ହେବାକୁ ଯାଉଛି। ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏହି ୬ଟି ଦଳକୁ ଯୋଗ୍ୟତା ହାସଲ କରିବା ପାଇଁ ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି। ସେଥିପାଇଁ ଏହି ଦଳଗୁଡିକୁ ଆଗାମୀ ପର୍ଯ୍ୟାୟ ଖେଳିବା ପାଇଁ ବଡ ବ୍ୟବଧାନରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି।

ଆଜି ଶେଷ ରାଉଣ୍ଡ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪ ପଏଣ୍ଟ  (-୦.୧୪୫) ଏବଂ ଦିଲ୍ଲୀ ରାଜଧାନୀ ୧୪ ପଏଣ୍ଟ (-୦.୧୫୯) ସହିତ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଦୁଇ ଦଳ ମଧ୍ୟରୁ ଯେଉଁ ଦଳ ବିଜୟ ହାସଲ କରିବ, ସେହି ଦଳ ଦ୍ଵିତୀୟ ସ୍ଥାନ ହାସଲ କରିବ। ଅନ୍ୟ ଚାରିଟି ଦଳ ଯଥା ସନ୍ ରାଇଜର୍ସ ହାଇଦ୍ରାବାଦ ୧୨ ପଏଣ୍ଟ(୦.୫୫୫), କିଙ୍ଗସ ଏକାଦଶ ପଞ୍ଜାବ ୧୨ ପଏଣ୍ଟ(-୦.୧୩୩0), ରାଜସ୍ଥାନ ରୟାଲ୍ସ ୧୨ ପଏଣ୍ଟ (-୦.୩୭୭), ଏବଂ କୋଲକାତା ନାଇଟ୍ ରାଇଡର୍ସ ୧୨ ପଏଣ୍ଟ (-୦.୪୬୭) ସହିତ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ସ୍ଥାନରେ ରହିଛନ୍ତି। ତେବେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜିର ପରାଜିତ ଦଳ ସହ ଏହି ଦଳଗୁଡିକ ମଧ୍ୟରେ ସମାନ ପଏଣ୍ଟ ଥିବାରୁ ଯେଉଁ ଦଳର ନେଟ୍ ରନ୍ ହାର ଅଧିକ ରହିବ, ସେହି ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବ।

ଏହି ୬ ଟି ଦଳ ପାଇଁ ଲିଗ୍ ଖେଳର ଶେଷ ରାଉଣ୍ଡ ପୂର୍ବରୁ ପ୍ଲେ ଅଫ୍ ରେ ସ୍ଥାନ ସୁରକ୍ଷିତ କରିବା ପାଇଁ ସେମାନେ କଣ କରିବା ଆବଶ୍ୟକ:

ଦିଲ୍ଲୀ ରାଜଧାନୀ:

ଦିଲ୍ଲୀ ନିଜର ଶେଷ ଚାରିଟି ମ୍ୟାଚ୍ ରେ ପରାଜିତ ହୋଇଥିଲେ ମଧ୍ୟ ପ୍ଲେ ଅଫ ରେ ଦ୍ଵିତୀୟ ସ୍ଥାନ ହାସଲ କରିବା ପାଇଁ ସୋମବାର ଦିନ କେବଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିବା ଜରୁରୀ ହୋଇପଡିଛି ଯଦି ସେମାନେ ଆରସିବି ବିପକ୍ଷରେ ମ୍ୟାଚ୍ ହାରିଯାଉଛନ୍ତି, ତେବେ ଯୋଗ୍ୟତା ନିଶ୍ଚିତ କରିବାକୁ ସେମାନେ ଅନ୍ୟ ଫଳାଫଳ ଉପରେ ନିର୍ଭର କରିବେ। ସେଥିପାଇଁ ଆଜି ଖେଳାଯିବାକୁ ଥିବା ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ପଞ୍ଜାବ ପରାସ୍ତ ହୋଇ ୧୨ ପଏଣ୍ଟରେ ରହିବ। ଦ୍ବିତୀୟରେ ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଦରକାର, ତୃତୀୟରେ କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ଦିଲ୍ଲୀ ତୁଳନାରେ କମ ରହୁଥିବ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:

ବାଙ୍ଗାଲୋରର ପରିସ୍ଥିତି ଦିଲ୍ଲୀ ସହିତ ସମାନ। ଯଦି ସେମାନେ ଦିଲ୍ଲୀକୁ ପରାସ୍ତ କରନ୍ତି, ତେବେ ସେମାନେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିବେ ଏବଂ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ଭେଟିବେ। ଯଦି ସେମାନେ ହାରିଯାଆନ୍ତି, ତେବେ ସେମାନେ ୧୪ ପଏଣ୍ଟରେ ରହିବେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରବର୍ତ୍ତୀ ପର୍ଯ୍ୟାୟ ଖେଳିବ କି ନାହିଁ  ଆଗାମୀ ମ୍ୟାଚର ଫଳାଫଳ ପରେ ସ୍ପଷ୍ଟ ହେବ।

ସେଥିପାଇଁ ପ୍ରଥମେ ଚେନ୍ନାଇ ଦଳ ପଞ୍ଜାବକୁ ହରାଇବା ଆବଶ୍ୟକ, ଦ୍ବିତୀୟରେ ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଆବଶ୍ୟକ, ତୃତୀୟରେ କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ବାଙ୍ଗାଲୋର ତୁଳନାରେ କମ ରହୁଥିବ।

ସନରାଇଜର୍ସ ହାଇଦ୍ରାବାଦ:

ହାଇଦ୍ରାବାଦ ପାଇଁ ପରିସ୍ଥିତି ବହୁତ ସରଳ। ସର୍ବୋଚ୍ଚ ନେଟ ରନ ହାର(୦.୫୫୫) ଯୋଗୁଁ ସେମାନେ ବର୍ତ୍ତମାନ ୧୨ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ସେମାନଙ୍କୁ କେବଳ ପ୍ଲେ ଅଫ୍ ଖେଳିବାକୁ ଅନ୍ତିମ ଲିଗ୍ ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବାକୁ ପଡିବ। ଯଦି ସେମାନେ ହାରିଯାଆନ୍ତି, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯିବେ।

କିଙ୍ଗସ ଏକାଦଶ ପଞ୍ଜାବ:

୧୩ ମ୍ୟାଚରୁ ୧୨ ପଏଣ୍ଟ ପାଇ କେଏଲ ରାହୁଲଙ୍କ ନେତୃତ୍ୱାଧୀନ ଦଳ ପଞ୍ଚମ ସ୍ଥାନରେ ରହିଛି। ଯଦି ସେମାନେ ଚେନ୍ନାଇ ବିପକ୍ଷରେ ସେମାନଙ୍କର ଅନ୍ତିମ ଲିଗ୍ ଜିତନ୍ତି, ତେବେ ସେମାନେ ୧୪ ପଏଣ୍ଟ ହାସଲ କରିବେ। ତଥାପି, ଏହା ହୁଏତ ସେମାନଙ୍କର ଯୋଗ୍ୟତା ନିଶ୍ଚିତ କରିପାରିବ ନାହିଁ କାରଣ ଅନ୍ୟ ତିନିଟି ଦଳ ମଧ୍ୟ ୧୪ ଲେଖାଏଁ ପଏଣ୍ଟ ରେ ପହଞ୍ଚି ସେମାନଙ୍କୁ ଅଧିକ ରନ ରେଟରେ ବିଦା କରିପାରିବେ।

୧- ଚେନ୍ନାଇକୁ ପଞ୍ଜାବ ପରାସ୍ତ କରିବା ପରେ ସେମାନଙ୍କର ନେଟ୍ ରନ୍ ହାର ଉଭୟ ବାଙ୍ଗାଲୋର ଏବଂ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପରାଜିତ ଦଳଠାରୁ ଅଧିକ ରହିବା ଆବଶ୍ୟକ

୨– ହାଇଦ୍ରାବାଦକୁ ମୁମ୍ବାଇ ହରାଇବା ଆବଶ୍ୟକ

୩- କୋଲକୋତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଲିଗରେ ବିଜେତାଙ୍କ ନେଟ୍ ରନ୍-ହାର ପଞ୍ଜାବ ତୁଳନାରେ କମ ରହୁଥିବ।

ଯଦି, ଚେନ୍ନାଇ ଠାରୁ କିଙ୍ଗସ୍ ଏକାଦଶ ପରାସ୍ତ ହୁଏ, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବିଦା ନେବେ।

ରାଜସ୍ଥାନ ରୟାଲ୍ସ:

ଶେଷ ଦୁଇଟି ମ୍ୟାଚ୍ ଜିତି ଷ୍ଟିଭ୍ ସ୍ମିଥ୍ ନେତୃତ୍ୱାଧୀନ ଦଳ ଟୁର୍ନାମେଣ୍ଟରେ ଆଗୁଆ ରହିବାରେ ସଫଳ ହୋଇଛି। ସିଧାସଳଖ ଯୋଗ୍ୟତା ହାସଲ କରିବାକୁ, ସେମାନେ କୋଲକୋତାକୁ ପରାସ୍ତ କରିବା ଆବଶ୍ୟକ କରନ୍ତି ଏବଂ କିଙ୍ଗସ୍ ଏକାଦଶକୁ ଚେନ୍ନାଇ ହରାଇବ ଏବଂ ହାଇଦ୍ରାବାଦକୁ ମୁମ୍ବାଇ ପରାସ୍ତ କରିବା ଜରୁରୀ ହୋଇପଡିଛି। ଯଦି ସେମାନେ କେକେଆର ବିପକ୍ଷରେ ହାରିଯାଆନ୍ତି, ତେବେ ସେମାନେ ପ୍ରତିଯୋଗିତାରୁ ବାଦ୍ ପଡ଼ିବେ।

କୋଲକାତା ନାଇଟ୍ ରାଇଡର୍ସ:

୧୩ ଟି ମ୍ୟାଚରୁ ୧୨ ପଏଣ୍ଟ ସହିତ କୋଲକାତା ବର୍ତ୍ତମାନ ସପ୍ତମ ସ୍ଥାନରେ ରହିଛି। ଇଏନ୍ ମୋର୍ଗାନ୍ ନେତୃତ୍ୱାଧୀନ ଦଳ ପାଇଁ ପରବର୍ତ୍ତୀ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା ପାଇଁ କଷ୍ଟ ହୋଇପାରେ। ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ତିନୋଟି ବିକଳ୍ପ ରହିଛି ।

୧- ରାଜସ୍ଥାନକୁ ହରାଇବା ନିତ୍ୟାନ୍ତ ଜରୁରୀ

୨- ଚେନ୍ନାଇ ଠାରୁ ପଞ୍ଜାବ ହାରିବା ଆବଶ୍ୟକ

୩- ମୁମ୍ବାଇ ଠାରୁ ହାଇଦ୍ରାବାଦ ହାରିବା ଜରୁରୀ

ଯାହାଫଳରେ କୋଲକୋତା ୧୪ ପଏଣ୍ଟ ହାସଲ କରି ହାଇଦ୍ରାବାଦ, ରାଜସ୍ଥାନ, ପଞ୍ଜାବ (୧୨ ପଏଣ୍ଟ) ଠାରୁ ଅଧିକ ପଏଣ୍ଟ ହାରରେ ପ୍ଲେ ଅଫ କୁ ଉନ୍ନୀତ ହୋଇପାରିବ। ଯଦି ସେମାନେ ରାଜସ୍ଥାନ ଠାରୁ ପରାଜିତ ହୁଅନ୍ତି, ତେବେ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାକୁ ପଡିବ।

bangalore delhi hydrabad IPL ୨୦୨୦ punjab rajasthan Top News ଆଇପିଏଲ ୨୦୨୦ ପ୍ଲେ ଅଫ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଭାରତର ବିଜୟରେ ବାଧା ସୃଷ୍ଟି କରିବ କି ବର୍ଷା?: ଜାଣନ୍ତୁ କିପରି ରହିବ କଲମ୍ବୋରେ ପାଗ

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026
Latest News

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026

ଶିକ୍ଷକ କର୍ମଚାରୀଙ୍କର ଦାବିକୁ ଅବିଳମ୍ବେ ମାନି ନିଅନ୍ତୁ ସରକାର: ସମନ୍ୱୟ ସମିତି

August 26, 2026

ରାସ୍ତାରେ ଧାନ ରୋପଣ କରି ଅଭିନବ ପ୍ରତିବାଦ: ଦାବି ନମାନିଲେ ଭୋଟ ବର୍ଜନ ନିଷ୍ପତ୍ତି

August 26, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.