କାଶ୍ମୀରୀ ପଣ୍ଡିତ ଓ ଭାରତୀୟ ହିନ୍ଦୁଙ୍କ ପାଇଁ ଶାରଦା ପୀଠ କରିଡର ଖୋଲିବା ନେଇ ପାକିସ୍ତାନ ସବୁଜ ସଂକେତ ଦେଇଛି। ଏନେଇ ପାକ୍ ବୈଦେଶିକ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ରିପୋର୍ଟ ପ୍ରଦାନ କରିଛି। ତଦନ୍ତକାରୀ ସଂସ୍ଥା ଶାରଦା କରିଡର ଖୋଲିବା ନେଇ ସପକ୍ଷରେ ରାୟ ଦେବାପରେ ଏହାକୁ ଖୁବ୍ଶୀଘ୍ର ସଂସଦରେ ବିଧିବଦ୍ଧ ଭାବେ ଇମ୍ରାନ୍ ଖାନ୍ ଘୋଷଣା କରିବେ ବୋଲି ସୂଚନା ରହିଛି। କାଶ୍ମୀରୀ ପଣ୍ଡିତଙ୍କ ଏକ ସମୂହ ଶାରଦା ପୀଠ ଖୋଲିବା ପାଇଁ ଦାବୀ କରି ଆସୁଛନ୍ତି। ଏହା ଏକ ମହତ୍ୱପୂର୍ଣ୍ଣ ହିନ୍ଦୁ ମନ୍ଦିର ଯାହାକି ପିଓକରେ ରହିଛି। କେବଳ ସେତିକି ନୁହେଁ ଜାମ୍ମୁ କାଶ୍ମୀରର ମୁଖ୍ୟଧାରାରେ ରହୁଥିବା ରାଜନୈତିକ ଦଳ ଭଳି ପିଡିପି ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବହୁବାର ସ୍ୱର ଉତ୍ତୋଳନ କରିଆସିଛି। ପୁଲ୍ଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ପାକିସ୍ତାନକୁ ‘ମାେଷ୍ଟ ଫେଭର ନେସନ୍’ ତାଲିକା ପ୍ରତ୍ୟାହାର କରିନେବା ସହିତ ପାକିସ୍ତାନୀ ସାମଗ୍ରୀ ଉପରେ ୨୦୦ ପ୍ରତିଶତ ଟ୍ୟାକ୍ସ ମଧ୍ୟ ପକାଇଛି। ତେବେ ଏପରି ସ୍ଥିତିରେ କରତାରପୁର କରିଡର ପାଇଁ ଉଭୟ ଦେଶଙ୍କ ମଧ୍ୟରେ ଆଲୋଚନା ବେଶ୍ ସକରାତ୍ମକ ରହିଥିବାବେଳେ ଶାରଦା କରିଡର୍ ପାଇଁ ପାକିସ୍ତାନର ଏଭଳି ପ୍ରୟାସ ଦୁଇ ଦେଶ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ପରିସ୍ଥିିତିକୁ ହାଲ୍କା କରିବାରେ ବେଶ୍ ସହାୟକ ହେବ ବୋଲି ଅନୁମାନ କରାଯାଇପାରେ।
ଶାରଦା ପୀଠ କରିଡର ପାଇଁ ପାକିସ୍ତାନର ସବୁଜ ସଂକେତ
Published:
Mar 25, 2019, 6:31 pm IST
Tags: