ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପୁର ବିଧାନସଭା ଆସନରୁ ଲଢିବା ଲାଗି ବିଜେପି ନିଜର ପ୍ରାର୍ଥୀ ଭାବରେ ସନତ ଗଡ଼ତିଆଙ୍କ ନାମ ଘୋଷଣା କରିଛି। ପୂର୍ବରୁ ଏହି ଆସନରୁ ଲଢିବାକୁ ବଜରଙ୍ଗ ଦଳର ପୂର୍ବତନ ରାଷ୍ଟ୍ରୀୟ ଆବାହକ ସୁବାସ ଚୌହାନଙ୍କୁ ଦଳ ଅନୁରୋଧ କରିଥିଲା ଯାହାକୁ ଶ୍ରୀ ଚୌହାନ ପ୍ରତ୍ୟାଖ୍ୟାନ କରିଥିଲେ। ଆଜି ଦିନ ଓଳି ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀ ହିଞ୍ଜିଳୀରୁ ଲଢିବାକୁ ଦଳ ନିଜର ପ୍ରବକ୍ତା ପୀତାମ୍ବର ଆଚାର୍ୟଙ୍କ ନାମ ଘୋଷଣା କରିସାରିଛି।
Tags: