Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାନୁଆରୀ ସୁଦ୍ଧା ମିଳିବ କରୋନା ଟୀକା : ଆଦର ପୁନଓ୍ବାଲା
ଆଜିର ଖବର

ଜାନୁଆରୀ ସୁଦ୍ଧା ମିଳିବ କରୋନା ଟୀକା : ଆଦର ପୁନଓ୍ବାଲା

November 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ବ୍ୟବହାର ଉପଯୋଗୀ ଟିକା ମିଳିଯିବ ବୋଲି ଭାରତରେ ଥିବା ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ କମ୍ପାନି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ଆଦର ପୁନୱାଲା କହିଛନ୍ତି । ସେରମ୍‌ ଇନଷ୍ଟିଚ୍ୟୁଟ୍‌ରେ ବ୍ରିଟେନସ୍ଥିତ ଅକ୍ସଫୋର୍ଡ ଟିକାର ଏକ ବୃହତ ଭାଗ ଉତ୍ପାଦନ ହେବ।  ଯଦି ଟୀକା ଭୂତାଣୁ ବିରୋଧୀ ଓ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ ଏବଂ ନିୟନ୍ତ୍ରକ ସଂସ୍ଥା ଅନୁମତି ଦିଏ, ତେବେ ଏହା 2021 ଜାନୁଆରୀ ସୁଦ୍ଧା ଶସ୍ତାରେ ଭାରତରେ ଉପଲବ୍ଧ ହୋଇ ପାରିବ ବୋଲି ପୁନଓ୍ବାଲା କହିଛନ୍ତି ।

 

ଉଭୟ ଭାରତ ଓ ଇଂଲଣ୍ଡରେ ଏହି ଟୀକା ସଫଳତାର ସହ ପରୀକ୍ଷଣ କରାଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ-ଏସ୍‌ଆଇଆଇ ବ୍ରିଟିଶ୍ ଓ ସ୍ୱିଡିସ୍ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ସହ ମିଶି କୋଭିସିଲଡ୍ ଉତ୍ପାଦନ ପାଇଁ ଗବେଷଣା ଜାରି ରଖିଛି। ଭାରତରେ ଅକ୍ସଫୋର୍ଡ ଟୀକାର ପରୀକ୍ଷଣ ଜାରି ରହିଛି । ଏଣୁ ଭାରତରେ ଏହି ଟୀକାର ପରୀକ୍ଷଣର ସଫଳତା ଉପରେ ମଧ୍ୟ ଦେଶରେ ଟିକା ମିଳିବା ନ ମିଳିବା ନିର୍ଭର କରେ ବୋଲି ସେ କହିଛନ୍ତି । ଟୀକା ଶରୀରରେ କରୋନା ବିରୋଧରେ ଆଣ୍ଟିବଡି ସୃଷ୍ଟି କରିପାରୁଛି କି ନାହିଁ ଏବଂ ଏହା ସୁରକ୍ଷିତ କି ନାହିଁ, ତାହା ଉପରେ ବିଶେଷ ଧ୍ୟାନ ରଖାଯିବ । ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ପ୍ରସ୍ତୁତ ହେବାକୁ ଥିବା ଟିକା ମୁଖ୍ୟତଃ ଗରିବ ଏବଂ ମଧ୍ୟବିତ୍ତ ଦେଶମାନଙ୍କୁ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିର IPL ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ କି ବର୍ଷା: ଜାଣନ୍ତୁ ପିଚ୍ ଏବଂ ପାଣିପାଗ ରିପୋର୍ଟ

March 30, 2026

ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ

March 30, 2026

ଦୁଇ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସମେତ ନଅ ନକ୍ସଲଙ୍କ ଆତ୍ମସମର୍ପଣ

March 30, 2026

ଆଜି କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଗୋଟିଏ ଦିନରେ କେତେ ହ୍ରାସ?

March 30, 2026
Latest News

ଆଜିର IPL ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ କି ବର୍ଷା: ଜାଣନ୍ତୁ ପିଚ୍ ଏବଂ ପାଣିପାଗ ରିପୋର୍ଟ

March 30, 2026

ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ

March 30, 2026

ଦୁଇ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସମେତ ନଅ ନକ୍ସଲଙ୍କ ଆତ୍ମସମର୍ପଣ

March 30, 2026

ଆଜି କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଗୋଟିଏ ଦିନରେ କେତେ ହ୍ରାସ?

March 30, 2026

ISI ନିର୍ଦ୍ଦେଶରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର!: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଗିରଫ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.