Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନଲାଇନରେ ଜାତୀୟ ଆଇନସେବା ଦିବସ ପାଳିତ
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନଲାଇନରେ ଜାତୀୟ ଆଇନସେବା ଦିବସ ପାଳିତ

November 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନଲାଇନ ମାଧ୍ୟମରେ ଜାତୀୟ ଆଇନସେବା ଦିବସ ପାଳନ କରାଯାଇଛି। ପ୍ରାଧିକରଣର ସଚିବ କମଳାକାନ୍ତ ରାଉତ ଅନଲାଇନ୍ ମାଧ୍ୟମରେ ଅଂଶଗ୍ରହଣ କରିଥିବା ପ୍ୟାନେଲ ଲୟର ,ପାରାଲିଗାଲ ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଜନସାଧାରଣଙ୍କୁ ଜାତୀୟ ଆଇନସେବା ଦିବସର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ।

ଶ୍ରୀ ରାଉତ ଉଦବୋଧନରେ କହିଥିଲେ ଯେ ୧୯୮୦ ମସିହାରେ ଶ୍ରୀ ଜଷ୍ଟିସ ଭଗବତୀଙ୍କ ନେତୃତ୍ୱରେ ଏକ ଆଇନସେବା ବୋର୍ଡ଼ ଗଠନ କରାଯାଇଥିଲା। ଉକ୍ତ ବୋର୍ଡ଼ ୧୯୮୬ ମସିହାରେ କେନ୍ଦ୍ର ସରକାରଙ୍କୁ ଏକ ଜାତୀୟ ଆଇନସେବା ପ୍ରାଧିକରଣ ଆଇନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ୧୯୮୭ ମସିହାରେ ଆଇନସେବା ପ୍ରାଧିକରଣ ଅଧିନିୟମ ସଂସଦ ଦ୍ୱାରା ପ୍ରଣୟନ ହୋଇଥିଲା।ପରେ ଆଜିକାର ଦିନ ଯଥା ୯.୧୧.୧୯୯୫ ଦିନ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା।

ଏହି ଆଇନରେ ଦେଶର ଗରିବ ନିଷ୍ପେଷିତ ଲୋକ ଯେପରି ନ୍ୟାୟ ପାଇପାରିବେ ସେଥିପାଇଁ ଜାତୀୟ ସ୍ତରରେ ଜାତୀୟ ଆଇନସେବା ପ୍ରାଧିକରଣ ରାଜ୍ୟ ସ୍ତରରେ ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ସ୍ତରରେ ଜିଲ୍ଲା ଆଇନସେବା କମିଟି ମାନ ଗଠନ କରାଯାଇ ଲୋକଙ୍କୁ ମାଗଣାରେ ଆଇନସେବା ଯୋଗାଇ ଦିଆଯିବା ସହିତ ପୀଡିତା ମାନଙ୍କୁ କ୍ଷତିପୂରଣ ଆଦି ପ୍ରଦାନ କରାଯାଉଛି।

ଆଇନସେବା ପ୍ରାଧିକରଣ ଜଗତସିଂହପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.