ଆମେରିକୀୟ ପ୍ରତିରକ୍ଷା ବିଭାଗ ଆମେରିକା ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ପାଇଁ ୧ ବିଲିୟନ୍ ଡଲାର ଅର୍ଥ ପ୍ରଦାନ କରିଛି । ଏହି ଅର୍ଥରେ ୫୭ ମାଇଲ୍ର ପାଦଚଲା ରାସ୍ତା ନିର୍ମାଣ କରାଯିବା ସହିତ ସୀମାରେ ଆଲୋକ ବ୍ୟବସ୍ଥାର ସୁବିଧା କରାଯିବ ବୋଲି ପେଣ୍ଟାଗନ୍ ମୁଖ୍ୟ କହିଛନ୍ତି । ଗତ ସପ୍ତାହରେ ପେଣ୍ଟାଗନ୍ ଆମେରିକୀୟ କଂଗ୍ରେସକୁ ୧୨.୮ ବିଲିୟନ୍ର ଚିଠା ପ୍ରଦାନ କରିଥିଲା । ଏକ ମାସ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରୀୟ ଜରୁରୀକାଳୀନ ପରସ୍ଥିତି ବୋଲି ଅଭିହିତ କରିବା ସହିତ ୨୦୨୦ ବଜେଟ୍ରେ ଏହି ପ୍ରାଚୀର ନିର୍ମାଣ ପାଇଁ ୨ ବିଲୟନ୍ ଡଲାରର ଘୋଷଣା କରିଥିଲେ । ଆମେରିକୀୟ ସେନାର ଇଞ୍ଜିନିୟର ମାନେ ଏହି ପ୍ରକଳ୍ପ ନିମନ୍ତେ ଖୁବ୍ ଶୀଘ୍ର ଯୋଜନା କରିବେ ବୋଲି ଘୋଷଣା କରିଛନ୍ତି କାର୍ଯ୍ୟକାରୀ ସୁରକ୍ଷା ସଚିବ ପ୍ୟାଟ୍ରିକ୍ ଶାନାନ୍ । ୫୭ ମାଇଲର ଏହି ପ୍ରାଚୀରରେ ୧୮ଫୁଟ୍ ଉଚ୍ଚ ପାଦଚଲା ରାସ୍ତା ରହିବାର ଯୋଜନା ରହିଥିବା ବେଳେ ୟୁମା ଏବଂ ଏଲ୍ ପାସୋ ଇଲାକାରେ ଆଲୋକ ବ୍ୟବସ୍ଥା କରାଯିବ ବୋଲି ଶାନାନ୍ ପ୍ରକାଶ କରିଛନ୍ତି ।
ସୀମାରେ ପାଚେରୀ ନିର୍ମାଣ ପାଇଁ ୧ ବିଲିୟନ୍ ଡଲାର ଦେଲା ପେଣ୍ଟାଗନ୍
Published:
Mar 26, 2019, 3:26 pm IST
Tags: