ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା : ଇଡି କବ୍‌ଜାରେ ଆଉ ଜଣେ ମଧ୍ୟସ୍ଥି

Published: Mar 26, 2019, 4:00 pm IST
AgustaWestland probe: Delhi court sends ‘middleman’ Sushen Mohan Gupta to four-day ED custody

ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ସୁସେନ୍‌ ମୋହନ ଗୁପ୍ତାଙ୍କୁ ଗିରଫ କରିଛି। ଶ୍ରୀ ଗୁପ୍ତା ଅଗସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଘଟଣାରେ ଜଣେ  ମଧ୍ୟସ୍ଥି ଥିଲେ। ଗିରଫ ସୁସେନ୍‌ଙ୍କୁ ଇଡି କର୍ତ୍ତୃପକ୍ଷ ଆଜି ଅପରାହ୍ଣରେ ଦିଲ୍ଲୀର ପାଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଗୁପ୍ତାଙ୍କୁ ଚାରି ଦିନ ଇଡି ରିମାଣ୍ଡରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଉଲ୍ଲେଖଯୋଗ୍ୟ ପୂର୍ବ ଉପା ସରକାରରେ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଅଗସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଯାଇଥିଲା। ପରେ ଏହି କାରବାରରେ ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣା ପଡ଼ିବା ଏବେ ଏହି ଘଟଣାର ତଦନ୍ତ ସିବିଆଇ କରୁଛି। ପୂର୍ବରୁ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ମଧ୍ୟସ୍ଥି ମାଇକେଲ କ୍ରିଷ୍ଟିୟାନଙ୍କୁ ସିବିଆଇ ଦୁବାଇରୁ ଗିରଫ କରି ଭାରତ ଆଣିଛି। ମାଇକେଲ କ୍ରିଷ୍ଟିୟାନ ଏବେ ଜେଲରେ ଅଛନ୍ତି।

Related posts