ଅଶ୍ବିନଙ୍କ ବ୍ୟବହାର ଲଜ୍ଜାଜନକ : ସେନ୍‌ ଓ୍ବାର୍ଣ୍ଣେ

Published: Mar 26, 2019, 4:08 pm IST
Shane Warne in conversation with Mike Atherton

ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ୍‌ ଓ୍ବାର୍ଣ୍ଣେ ଆଇପିଏଲ୍‌୧୨ରେ ଅଶ୍ବିନ୍‌ଙ୍କ ମଙ୍କଡିଂକୁ ସମାଲୋଚନା କରିବା ସହିତ ଅଶ୍ବିନ୍‌ଙ୍କ ବ୍ୟବହାର ଲଜ୍ଜାଜନକ ବୋଲି କହିଛନ୍ତି । ଏହା କ୍ରିକେଟ୍‌ ଭାବନାର ପରିପନ୍ଥୀ ବୋଲି ମଧ୍ୟ ଓ୍ବାର୍ଣ୍ଣେ କହିଛନ୍ତି । ଭାରତୀୟ କ୍ରିକେଟର ଭିନୁ ମଙ୍କଡଙ୍କ ନାମରେ ନାମିତ ହୋଇଥିବା ଏହି ଆଉଟକୁ ଅନେକ ପୂର୍ବତନ ଖେଳାଳି ମଧ୍ୟ ନାପସନ୍ଦ କରିଛନ୍ତି । ଓ୍ବାର୍ଣ୍ଣେ ଟ୍ବିଟ୍ଟର ଜରିଆରେ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି ‘ଅଶ୍ବିନ୍‌ ବଲ୍‌ ପକାଇବାକୁ ଯାଇ ରହି ଯାଇଥିଲେ ତେଣୁ ଏହାକୁ ଅମ୍ପାୟାର  ଡେଡ୍‌ ବଲ୍‌ ଦେବା କଥା ତେଣୁ ବିସିସିଆଇ ଏହି ଘଟଣା ଉପରେ ନିଷ୍ପତ୍ତି ନେବା ଆବଶ୍ୟକ । ଏପରି ଘଟଣା ଆଇପିଏଲ୍‌ ପାଇଁ ମଧ୍ୟ କ୍ଷତିକାରକ ବୋଲି କହିଛନ୍ତି ରାଜସ୍ଥାନ ରୟାଲ୍ସର ପୂର୍ବତନ ମେଣ୍ଟର । ତେବେ ଏହି ଘଟଣାରେ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି ରାଜସ୍ଥାନ ଅଧିନାୟକ ଆଜିଙ୍କ୍ୟ ରାହାଣେ । ରାହାଣେ କହିଛନ୍ତି ମ୍ୟାଚ୍‌ ରେଫରୀ ଏହା ଉପରେ ନିଷ୍ପତ୍ତି ନେବେ । ତେବେ ମଙ୍କଡ ଆଉଟ୍‌ କ୍ରିକେଟ ନିୟମ ଅନୁଯାୟୀ ବୈଧ ହୋଇଥିବାରୁ ଏ ନେଇ ଆଲୋଚନା ଅନାବଶ୍ୟକ ବୋଲି ଅଶ୍ବିନ୍‌ ପ୍ରକାଶ କରିଛନ୍ତି ।

Related posts