ରାଜନୀତି କରିବେ ଉର୍ମିଳା : ମୁମ୍ବାଇ ସଂସଦୀୟ ଆସନରୁ କଂଗ୍ରେସ ତରଫରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

Published: Mar 26, 2019, 4:24 pm IST

ଉତ୍ତର ମୁମ୍ବାଇ ସଂସଦୀୟ ଆସନରୁ ରଙ୍ଗିଲା ଗାର୍ଲଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ।  କଂଗ୍ରେସ ଏହି ଆସନରୁ ବଲିଉଡର ଜଣାଶୁଣା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ମଇଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଛି। ଉର୍ମିଳାଙ୍କୁ ପାର୍ଟିରେ ସାମିଲ କରାଇ ତାଙ୍କୁ ଲୋକସଭା  ଟିକେଟ୍ ଦେବାକୁ ପ୍ରସ୍ତୁତି କରାଯାଉଛି। ବିଜେପି ନିଜର ଏହି ମଜବୁତ ଗଢରେ ବର୍ତ୍ତମାନର ସାଂସଦ ଗୋପାଳ ସେଟ୍ଟୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଅନେକ କଳାକାର ଓ ଖେଳାଳିଙ୍କୁ ସୁଯୋଗ ଦେଇଛି।  ସେହିପରି କଂଗ୍ରେସ ମଧ୍ୟ ଶିଳ୍ପା ସିନ୍ଧେ, ଅର୍ଶି ଖାନ୍‌ ପ୍ରମୁଖଙ୍କୁ ନିଜ ଦଳରେ ସାମିଲ୍‌ କରାଇଛି । ଏହା ପୂର୍ବରୁ ସପ୍ନା ଚୌଧୁରୀ କଂଗ୍ରେସରେ ସାମିଲ ହେବା ଏବଂ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ସପ୍‌ନା ଏହି ଖବରକୁ ଖଣ୍ଡନ କରିଛନ୍ତି।

Related posts