ଦିଲ୍ଲୀର ଶାହେନ ବାଗରେ ଥିବା ଏକ ୪ ମହଲା କୋଠାରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ଶର୍ଟ ସର୍କିଟ ଯୋଗୁ ଏଭଳି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଆଜି ମଧ୍ୟାହ୍ନରେ ବିଲଡିଂରେ ନିଆଁ ଲାଗିଥିବା ସମ୍ପର୍କରେ ସୂଚନା ମିଳିଥିଲା। ନିଆଁ ଲିଭା କାର୍ଯ୍ୟରେ ୬ଟି ଦମକଳ ସହ ନିୟୋଜିତ ରହିଛନ୍ତି । ଅଗ୍ନିକାଣ୍ଡ ପରେ ୪ ମହଲା କୋଠାଟିର ପ୍ରଥମ ମହଲାଟି ସଂପୂର୍ଣ୍ଣ ଭାବେ ଧ୍ୱଂସସ୍ତୂପ ପାଲଟି ଯାଇଛି। ପୂର୍ବରୁ ଦିଲ୍ଲୀର କରୋଲ୍ବାଗରେ ଅଗ୍ନିକାଣ୍ଡ ଘଟି ୧୭ଜଣଙ୍କର ଜୀବନ ଚାଲିଯାଇଥିଲା ।
Tags: