ୟୁପି ଓ ପଶ୍ଚିମବଙ୍ଗର ୩୯ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି  : ମା ଓ ପୁଅଙ୍କ ଆସନରେ ଅଦଳବଦଳ

Published: Mar 26, 2019, 6:54 pm IST
blp announce 39 candidate list

ବିଜେପି ଉତ୍ତରପ୍ରଦେଶ ପାଇଁ ୨୯ଟି ଆସନ ଓ ପଶ୍ଚିମବଙ୍ଗ ପାଇଁ ୧୦ଟି ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତରପ୍ରଦେଶରେ ମେନେକା ଗାନ୍ଧି ଓ ତାଙ୍କ ପୁତ୍ର ବରୁଣ ଗାନ୍ଧିଙ୍କ ଆସନକୁ ଅଦଳ ବଦଳ କରାଇଛନ୍ତି । ମେନକାଙ୍କୁ ସୁଲତାନପୁର ଓ ବରୁଣଙ୍କୁ ପିଲଭିତରୁ ଟିକେଟ ଦେଇଛି । ଏବେ ମେନକା ପିଲଭିତ୍‌ରୁ ସାଂସଦ ଥିବାବେଳେ ବରୁଣ ସୁଲତାନପୁରରୁ ସାଂସଦ ରହିଛନ୍ତି । ସେହିପରି କାନପୁରରୁ ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କ ଟିକେଟକୁ କାଟିଦେଇଛି ।  ପୂର୍ବରୁ ବିଜେପିର ବରିଷ୍ଠ ନେତା ଆଡ଼ଭାନୀଙ୍କ ଟିକେଟ ମଧ୍ୟ କାଟି ଦେଇଥିଲା । ତାଙ୍କ ସ୍ଥାନରେ ଅମିତ୍‌ଶାହାଙ୍କୁ ଟିକେଟ ଦେଇଥିବାବେଳେ ଯୋଶୀଙ୍କ ବଦଳରେ କାନପୁର ଆସନ ପାଇଁ ସତ୍ୟଦେବ ପଚୋରୀଙ୍କୁ ଟିକେଟ ଦେଇଛି । ସେହିପରି ରାମପୁର ଆସନରୁ ଆଜି ବିଜେପିରେ ଯୋଗ ଦେଇଥିବା ଜୟ ପ୍ରଦାଙ୍କୁ ଟିକେଟ ଦେଇଛି । ସେହିପରି ପଶ୍ଚିମବଙ୍ଗର ହାଓ୍ବାଡାରୁ ରତ୍ନଦେବ ସେନଗୁପ୍ତ, ମୁର୍ଶିଦାବାଦରୁ ହୁମାୟନ କବୀର୍‌ ବୋଲାପୁରରୁ ରାମପ୍ରସାଦ ଦାସ ପ୍ରମୁଖଙ୍କୁ ଟିକେଟ ଦେଇଛି ।

Related posts