ମିଲନ୍ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ଅପ୍କମିଙ୍ଗ୍ ଫିଲ୍ମ ଜରିଆରେ ସୁନୀଲ୍ ସେଟ୍ଟିଙ୍କ ପୁତ୍ର ଆହନ୍ ବଲିଉଡ୍ ଏଣ୍ଟ୍ରି କରିବେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ତାରା ସୁତାରିଆ । ତେଲୁଗୁ ଫିଲ୍ମ ‘ଆର୍ଏକ୍ସ ୧୦୦’ର ହିନ୍ଦୀର ରିମେକ୍ ହେବ ଏହି ଫିଲ୍ମଟି । ତାରା କରନ୍ଙ୍କ ନିର୍ଦ୍ଦେଶିତ ‘ଷ୍ଟୁଡେଣ୍ଟ ଅଫ୍ ଦ ଇ୍ଅର୨’ରେ ଟାଇଗର୍ ଶ୍ରଫ୍ ଓ ଅନନ୍ୟା ପାଣ୍ଡେଙ୍କ ସହ ନଜର ଆସିବେ । ଏହି ଫିଲ୍ମର ଶୁଟିଂ ସରିଯାଇଥିବାବେଳେ ତାରା ଅପ୍କମିଙ୍ଗ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି । ନାଦିଆଦାଓ୍ବାଲା ଗ୍ରାଣ୍ଡସନ୍ସ ବ୍ୟାନର୍ରେ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମର ଶୀର୍ଷକ ଘୋଷଣା କରାଯାଇନାହିଁ । ରୋମାଣ୍ଟିକଧର୍ମୀ ଏହି ଫିଲ୍ମରେ ଆାହନ୍ଙ୍କ ସହ ତାରାଙ୍କ ଯୋଡ଼ିକୁ ନିର୍ମାତା ଓ ନିର୍ଦ୍ଦେଶକ ବେଶ୍ ପସନ୍ଦ କରିଛନ୍ତି । ତେବେ ଏହି ଫିଲ୍ମର ଶୁଟିଂ ଜୁନ୍ ମାସରୁ ଆରମ୍ଭ କରାଯିବ ବୋଲି ସୂଚନା ରହିଛି । ପୂର୍ବରୁ ସୁନୀଲ୍ ସୁପୁତ୍ରୀ ତଥା ଆହନ୍ଙ୍କ ଭଉଣୀ ଆଥିଆ ସଲମନ୍ ଖାନ୍ ପ୍ରଡକ୍ସନ୍ ନିବେଦିତ ‘ହିରୋ’ ଜରିଆରେ ବଲିଉଡ୍ ପ୍ରବେଶ କରିଥିଲେ ।