ସାଲେପୁର : ସ୍ବାମୀର ଆତ୍ମହତ୍ୟା ପରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ମାହାଙ୍ଗା ଥାନା ପୋତରା-ପ୍ରହରାଜପୁର ଗାଁରେ। ଆଜି ସକାଳେ ଜଣେ ବ୍ୟକ୍ତି ନିଜ ଦୋକାନରେ ଆତ୍ମହତ୍ୟା କରିଛନ୍ତି। ତେବେ ସ୍ୱାମୀର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ସ୍ତ୍ରୀ ନିଜ ଘରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ ମାସରେ ଦୁହେଁ ବିବାହ କରିଥିବା ଜଣାପଡ଼ିଛି। ତେବେ ଦୁହେଁ ମାର୍ଚ୍ଚ ମାସରେ ବିବାହ କରିଥିଲେ ବୋଲି ସୂଚନା ରହିଛି।