କର୍ଣ୍ଣାଟକର କ୍ଷୁଦ୍ର ଜଳସେଚନ ମନ୍ତ୍ରୀ ସି. ଏସ. ପୁଟ୍ଟୁରାଜୁ ଏବଂ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ୮ଜଣ ସିଆରପିଏଫ ଯବାନଙ୍କ ସହ ଆୟକର ବିଭାଗର ୩ଟି ଟିମ୍ ମନ୍ତ୍ରୀଙ୍କରେ ଚଢ଼ାଉ କରିଥିଲେ। ଆୟକର ବିଭାଗର ୩ଟି ଟିମ ମାଣ୍ଡୟାର ଚିନ୍ନାକୁରଲୀସ୍ଥିତ ତାଙ୍କ ବାସଭବନ ଏବଂ ମହୀଶୂରସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଛନ୍ତି। ଏହି ଚଢାଉକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡ଼ି. କୁମାରସ୍ବାମୀ ମୋଦିଙ୍କୁ ଟାର୍ଗେଟ୍ କରି ଏହା ହେଉଛି ମୋଦିଙ୍କ ପ୍ରକୃତ ସର୍ଜିକାଲ ଷ୍ଟ୍ରାଇକ୍ । କର୍ଣ୍ଣାଟକରେ ବିଜେପି ହାରିବା ପରେ ମୋଦୀ ପ୍ରତିଶୋଧ ପରାୟଣ ହୋଇ ଆୟକର ବିଭାଗକୁ ରାଜ୍ୟ ନେତା ଏବଂ ମନ୍ତ୍ରୀଙ୍କ ବିରୋଧରେ ଅସ୍ତ୍ର କରିଛନ୍ତି। ଜେଡିଏସ୍ ନେତା ମଧୁ ବଙ୍ଗରପ୍ପା କହିଛନ୍ତି, ବିଜେପି ରାଜନୈତିକ ଖେଳ ଖେଳିବାକୁ ଉଦ୍ୟମ କରୁଛି। ଏହି ଆୟକର ଚଢ଼ାଉ କାହିଁକି କୌଣସି ବିଜେପି ନେତାଙ୍କ ଘରେ ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
Tags: