Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରିକେଟକୁ ଅଲବିଦା ଜଣାଇଲେ ପାର୍ଥିବ ପଟେଲ
ଆଜିର ଖବର

କ୍ରିକେଟକୁ ଅଲବିଦା ଜଣାଇଲେ ପାର୍ଥିବ ପଟେଲ

December 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅହମ୍ମଦାବାଦ: ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାରତ ପାଇଁ ମାତ୍ର ୧୭ ବର୍ଷରେ ପଦାର୍ପଣ କରିଥିବା ପାର୍ଥିବ ୩୫  ବର୍ଷ ବୟସରେ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ଟ୍ୱିଟ୍ଟର ଜରିଆରେ ନିଜର ଅବସର ସମ୍ପର୍କରେ ପାର୍ଥିବ ଘୋଷଣା କରିଛନ୍ତି। ୨୦୦୨ରେ ଇଂଲଣ୍ଡ ବିରୋଧରେ ଟେଷ୍ଟ କ୍ରିକେଟ୍‌ ଜରିଆରେ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ପାର୍ଥିବ।  ମାତ୍ର ୧୭ ବର୍ଷରେ ସର୍ବକନିଷ୍ଠ ୱିକେଟ କିପରର ମାନ୍ୟତା ହାସଲ କରିଥିଲେ ପାର୍ଥିବ।  ୧୮ ବର୍ଷର ଲମ୍ବା କ୍ୟାରିୟରେ ପାର୍ଥି ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ତେବେ ଚଳିତ ବର୍ଷ ଆଇପିଏଲ୍‌ରେ ମଧ୍ୟ ପାର୍ଥିବ ଆରସିବିରେ ରହିଥିଲେ। କିନ୍ତୁ ତାଙ୍କୁ ଗୋଟିଏ ବି ଖେଳ ଖେଳିବାକୁ ସୁଯୋଗ ମିଳିନଥିଲା। ନିଜ ପରିବାରକୁ ସମୟ ଦେବା ପାଇଁ କ୍ରିକେଟରୁ ଅବସର ନେଇଥିବାର ଘୋଷଣା କରିଛନ୍ତି ପାର୍ଥିବ।

ପାର୍ଥିବ ଭାରତ ପକ୍ଷରୁ ୨୫ ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ୨ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି। ୨୫ ଟି ଟେଷ୍ଟ ମ୍ୟାଚରେ ପାର୍ଥିବ ୬ ଟି ଅର୍ଦ୍ଧଶତକ ସହିତ ୯୩୪ ରନ ସଂଗ୍ରହ କରିଛନ୍ତି। ଏହା ସହିତ ଟେଷ୍ଟରେ ୱିକେଟ ପଛରେ ୬୦ ଟି କ୍ୟାଚ ଏବଂ ୯ଟି ଷ୍ଟମ୍ପିଂ ମଧ୍ୟ କରିଛନ୍ତି। ଦିନିକିଆରେ ୩୮ଟି ମ୍ୟାଚ ଖେଳି ୭୩୬ ରନ ସଂଗ୍ରହ କରିଛନ୍ତି ପାର୍ଥିବ। ଦିନିକିଆରେ ପାର୍ଥିବ ୩୦ଟି କ୍ୟାଚ ଏବଂ ୯ଟି ଷ୍ଟମ୍ପିଂ କରିଛନ୍ତି। ସେହିପରି ପାର୍ଥିବ ପଟେଲ୍‌ ଆଇପିଏଲ୍‌ କ୍ୟାରିଅରରେ ୧୩ଟି ଅର୍ଦ୍ଧଶତକ କରିଛନ୍ତି। ଏହା ବ୍ୟତିତ ପାର୍ଥିବଙ୍କ ନେତୃତ୍ୱରେ ଗୁଜରାଟ ୨୦୧୬-୧୭ରେ ରଣଜୀ ଟ୍ରଫି ଚାମ୍ପିୟନ ହୋଇଥିଲା। (ଏଜେନ୍ସି)

ଅନ୍ତର୍ଜାତୀୟ କ୍ରିକେଟ ଅବସର ଘୋଷଣା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026
Latest News

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.