ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ପୁଣି ଥରେ ଟ୍ରାଫିକ୍ ନିୟମ କଡାକଡି ହୋଇଛି। ପୁଣି ଆରମ୍ଭ ହୋଇଛି ଧରପଗଡ । ପରିବହନ ବିଭାଗ ପକ୍ଷରୁ ପୁଣି ଗାଡ଼ି ଯାଞ୍ଚ ଆରମ୍ଭ ହୋଇଛି । ଆଜି ଜଣେ ସ୍କୁଟି ଚାଳକ ଠାରୁ 26ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଖଣ୍ଡଗିରି ଠାରେ ଯାଞ୍ଚ ବେଳେ ଏହି ଫାଇନ କରାଯାଇଛି । ନାବାଳକ ଥାଇ ଗାଡ଼ି ଚଳାଉଥିବାରୁ 25 ହଜାର ଟଙ୍କା ଫାଇନ କରାଯାଇଛି । ସବୁଠୁ ବଡ଼ କଥା ହେଲା ନିଜେ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିନଥିବାରୁ 1 ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି ।
ଜାନୁଆରୀ ମାସରୁ ଦୁଇ ଚକିଆ ଚାଳକ ଏବଂ ତାଙ୍କପଛରେ ବସୁଥିବା ଲୋକଙ୍କ ହେଲମେଟ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ ବୋଲି ଗତକାଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।