Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ମାତିଛନ୍ତି ଦନ୍ତା ସାର୍
ଆଜିର ଖବର

ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ମାତିଛନ୍ତି ଦନ୍ତା ସାର୍

December 10, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :ଜିଲ୍ଲା ସାରା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଦନ୍ତା ସାର୍। ଜିଲ୍ଲା ସଦରମହକୁମାରେ ଯେତେ କାର୍ଯ୍ୟାଳୟ ରହିଛି, ତା ଭିତରେ ଜିଲ୍ଲାର ସମଗ୍ର ଶିକ୍ଷା ବିଭାଗ ସଂପୂର୍ଣ୍ଣ ଅଲଗା । ଡି.ପି.ସି.ଙ୍କୁ ଛାଡି ସମସ୍ତେ ଅସ୍ଥାୟୀ କର୍ମଚାରୀ ହେଲେ ବି ସେମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଚାରୀ ନିଜକୁ ଜଣେ ଜଣେ ଜର୍ଜଙ୍କ ଠାରୁ ଅଧିକ ବୋଲି ପ୍ରମାଣିତ କରିବାକୁ ଭୁଲନ୍ତି ନାହିଁ ବୋଲି କୁହାଯାଉଛି। ମାତ୍ର ଏହି କର୍ମଚାରୀମାନଙ୍କ ଭିତରେ ଦନ୍ତା ସାରଙ୍କ ସ୍ଥାନ ସବୁଠୁ ଅଲଗା । ସେ ବିବାହିତ ହୋଇଥିଲେ ବି ତାଙ୍କର ଦପ୍ତରି ପ୍ରେମିକା ରହିଥିବା ଜଣାପଡ଼ିଛି । ଛୁଟି ଦିନରେ କାମ ବାହାନା କରି କାର୍ଯ୍ୟାଳୟର ବାହାର ଗେଟରେ  ତାଲା ପକାଇ ଭିତରେ ଦପ୍ତରି ପ୍ରେମିକା ସହିତ ବାକିଆ କାମ କରୁଥିବା ବିଷୟ ଚର୍ଚ୍ଚା ପରିସରକୁ ଆସିବା ପରେ ଏକ ଜାତୀୟ ଛୁଟି ଦିନରେ କାର୍ଯ୍ୟାଳୟ ଉପରେ ପୋଲିସ୍ ଚଢାଉ କରି ଅସଞ୍ଜତ ଅବସ୍ଥାରେ ଦନ୍ତା ସାର୍ ଓ ଦପ୍ତରି ପ୍ରେମିକାକୁ ଉଧାର କରି ଥାନାରେ ଅଟକ ରଖି ଛାଡି ଦେଇଥିବା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାର ସୂଚନା ପୋଲିସ୍ ପାଖରେ କେମିତି ପହଞ୍ଚିଲା ଓ ଡାକ୍ତରୀ ପରୀକ୍ଷା ନକରି କାହା ସ୍ବାର୍ଥରେ ଛାଡ଼ି ଦିଆଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇ ରହିଗଲା ।ସେତେବେଳେ ଏ ବିଷୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।

ସୂଚନାନୁଯାୟୀ ଦାଲିକୁଦା ବ୍ଲକର ୩ୟ ବର୍ଗର ଜଣେ ଶିକ୍ଷକ ସହିତ ସି.ଆର.ସି.ସି. କିଛି ସମସ୍ୟାକୁ ନେଇ ଡି.ପି.ସି.ଙ୍କୁ ଭେଟିବାକୁ ଯାଇଥିଲେ । ଡି.ପି.ସି. ନଥିବାରୁ ଦନ୍ତା ସାରଙ୍କୁ ଜଣାଇବାକୁ ଯିବାରୁ ହଠାତ୍ ରାଗରେ ତମତମ ହୋଇ ତଣ୍ଟି ଚିପି ରକ୍ତ ପିଇ ଯିବି ବୋଲି କହି ଗାଳିଗୁଲଜ କରିଥିବା ଚର୍ଚ୍ଚା ହେଉଛି । ଏହାର କାରଣ ବୁଝିବାରୁ ଜଣାଗଲା ଯେ ଦନ୍ତା ସାର୍ ସେହି ସମୟରେ ଦପ୍ତରି ପ୍ରେମିକା ସହିତ ପ୍ରେମ ଗପରେ ବ୍ୟସ୍ତ ଥିବା ବେଳେ ଶିକ୍ଷକ ଓ ସି.ଆର.ସି.ସି. ବ୍ୟାଘାତ ସୃଷ୍ଟି କରିଥିଲେ ବୋଲି କୁହାଯାଉଛି । ଏହି ଘଟଣା ଶିକ୍ଷକ ସଂଘ ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଉପସ୍ଥାପନ ପରେ ଆଲୋଚନା କରାଯିବା ସହ ଶେଷରେ ଦନ୍ତା ସାର୍ ଙ୍କୁ ସଂଘ କର୍ମକର୍ତ୍ତାଙ୍କ ସମ୍ମୁଖରେ ଭୁଲ ମାଗିବାକୁ ପଡିଥିଲା ବୋଲି ଶୁଣିବାକୁ ମିଳୁଛି।

ସୂଚନାନୁଯାୟୀ ଦନ୍ତା ସାର୍ ତାଙ୍କର ଦପ୍ତରି ପ୍ରେମିକାଙ୍କ ମାଧ୍ୟମରେ ବିଭିନ୍ନ ନେତାଙ୍କ ନାମରେ ମିଥ୍ୟା ମହିଳା କେସ୍ କରିବା ସହିତ ବିଭିନ୍ନ ସଂଗଠନ ନାମରେ ମିଥ୍ୟା ଅଭିଯୋଗ କରିବା ନିତି ଦିନିଆ ଘଟଣାରେ ପରିଣତ ହେଲାଣି ବୋଲି କୁହାଯାଉଛି। ଏବେ ଦନ୍ତା ସାର୍ ନିଜ ଶଶୁର, ସାଙ୍ଗ ସହିତ କିଛି ଖଡାଖିଆଙ୍କ ମାଧ୍ୟମରେ ସୂଚନା ଅଧିକାର ନିୟମରେ ସହକର୍ମିଙ୍କ ବିଭାଗର ତଥ୍ୟ ମାଗି ଭୟଭିତ କରୁଥିବା ଚର୍ଚ୍ଚା ହେଉଛି । ଏଥିସହିତ ଜଣେ ସଂଯୋଜକ ଦନ୍ତା ସାରଙ୍କ ବ୍ୟବହାରରେ ବ୍ୟତିବ୍ୟସ୍ତ ହୋଇ ସମସ୍ତ ଅଧିକାରୀଙ୍କ ସମ୍ମୁଖରେ ତାଙ୍କୁ ମାରି ଗୋଡେଇଥିବା ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା । ଗତ ନିର୍ବାଚନରେ  ଦନ୍ତା ସାର ଓ ଦପ୍ତରି ପ୍ରେମିକାଙ୍କର ଡିଉଟି ପଡିବା ଦେଖି ଦନ୍ତା ସାର୍ ଙ୍କ ରାଗ ପଞ୍ଚମରେ ପହଞ୍ଚି ଗଲା ଏବଂ ସର୍ବଶିକ୍ଷା କାର୍ଯ୍ୟାଳୟର ଯେଉଁ କର୍ମଚାରିମାନଙ୍କ ନିର୍ବାଚନ ଡିଉଟି ପଡି ନଥିଲା ସେମାନଙ୍କ ତାଲିକା କରି ଦନ୍ତା ସାର୍ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ହୋହାଲ୍ଲା କରି ଲୋକ ହସା ହେଲେ ବି ନିଜର ଓ ଦପ୍ତରି ପ୍ରେମିକାଙ୍କ ନାମକୁ  ଡିଉଟିରୁ କାଟିବାରେ ସଫଳ ହୋଇଥିଲେ ବୋଲି କୁହାଯାଉଛି।

ସୂଚନାନୁଯାୟୀ ଏଥିସହିତ ଦାଲିକୁଦା ବ୍ଲକର ଜଣେ ଭାରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଦନ୍ତା ସାର ଓ ଦପ୍ତରି ପ୍ରେମିକା ଜୋର ଜବରଦସ୍ତ ସାଧା କାଗଜରେ ସ୍ବାକ୍ଷର ଆଣି ବ୍ଲାକ ମେଲିଙ୍ଗ କରିବା ଭଳି ଘଟଣା ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏହା ତଦନ୍ତ ସାପେକ୍ଷ ଅଟେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ନିକଟରେ ଶିକ୍ଷକ ପଦୋନ୍ନତି ବୈଠକ ବସିଥିଲା । ଏହି ବୈଠକରେ ଜିଲ୍ଲାଶିକ୍ଷା ଅଧିକାରୀ, ଡି.ପି.ସି., ସମସ୍ତ ବ୍ଲକର ଶିକ୍ଷା ଅଧିକାରୀ ଓ ସବୁ ବ୍ଲକର ବରିଷ୍ଠ କିରାଣି ସହିତ ଦନ୍ତା ସାର ଉପସ୍ଥିତ ରହି ସମସ୍ତ ଅଧିକାରୀଙ୍କ ସମୁଖରେ ଦନ୍ତା ସାର ଅବାସ୍ତବ କଥା ଉଠାଇ ଟେବୁଲ ବାଡେଇ ଥିଲେ ବି କେହି ପାଟି ଫିଟେଇ ନଥିଲେ ବୋଲି କୁହାଯାଉଛି । ଏହି ଦନ୍ତା ସାରଙ୍କୁ ଅଧିକାରୀମାନେ ଭୟ କରୁଥିବାରୁ ତାଙ୍କ ଠାରୁ ଦପ୍ତରି ପ୍ରେମିକାକୁ ଅଲଗା କରାଯାଇ ପାରୁ ନାହିଁ ଯାହା ଫଳରେ ଦନ୍ତା ସାର୍ ଓ ଦପ୍ତରି ପ୍ରେମିକା ଏହି ସୁଯୋଗରେ ବିଭିନ୍ନ ବାଟରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟୁ କରୁଛନ୍ତି ବୋଲି କୁହାଯାଉଥିବା ବେଳେ ଉଚ୍ଚ ପଦାଧିକାରୀ ମାନେ ନିରବ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026

ବ୍ରହ୍ମପୁର: ଜୁନ ୨୧ ରେ ଭବ୍ୟ ସମାରୋହରେରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”

June 19, 2026
Latest News

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026

ବ୍ରହ୍ମପୁର: ଜୁନ ୨୧ ରେ ଭବ୍ୟ ସମାରୋହରେରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”

June 19, 2026

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.