Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ; ବିରୋଧୀ ବୁଝି ପାରୁନାହାନ୍ତି ଏହାର ଗଣିତ ଓ କେମିଷ୍ଟ୍ରି
ବିଶେଷ ଖବର

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ; ବିରୋଧୀ ବୁଝି ପାରୁନାହାନ୍ତି ଏହାର ଗଣିତ ଓ କେମିଷ୍ଟ୍ରି

May 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଦକ୍ଷତା ରିପୋର୍ଟ ଦେଲେ ରାଜ୍ୟର ସବୁ ମନ୍ତ୍ରୀ, ରବିବାର ଦିନ ହେବ ସମୀକ୍ଷା
ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଦକ୍ଷତା ରିପୋର୍ଟ ଦେଲେ ରାଜ୍ୟର ସବୁ ମନ୍ତ୍ରୀ, ରବିବାର ଦିନ ହେବ ସମୀକ୍ଷା

କେଦାର ମିଶ୍ର

ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀମଣ୍ଡଳ ଗଠନ ହେଲା ପରେ ଯେଉଁ କିଛି ପ୍ରତିକ୍ରିୟା ବିଭିନ୍ନ ଶିବିରରୁ ଆସିଛି, ସେଥିରୁ ପ୍ରଥମ ପ୍ରତିକ୍ରିୟା ହେଉଛି- ଆରେ, ଏମିତି କେମିତି ହେଲା! ଏତେ ବଡ ବଡ ମୁଣ୍ଡ ଥାଉ ଥାଉ ହଠାତ ନୂଆ ମୁହଁକୁ ଗୁରୁତ୍ଵ ଦିଆଗଲା କାହିଁକି? ଯେଉଁ ମୁଣ୍ଡମାନେ କେବଳ ନିଜେ ହିଁ ମନ୍ତ୍ରୀପଦର ଶିରୋପା ବାନ୍ଧିବାକୁ ଯୋଗ୍ୟ ବୋଲି  ଭାବୁଥିଲେ, ସେମାନେ ହଠାତ ନିରାଶ ହୋଇ ପଡିଛନ୍ତି। ସେମାନଙ୍କ ନିରାଶା ଭିତରେ ନବୀନ ବିରୋଧୀ ଶିବିର ଭବିଷ୍ୟତର “ଅସନ୍ତୋଷ” କଥା କଳ୍ପନା କରି ଶିହରି ଉଠୁଛନ୍ତି। ସେମାନଙ୍କୁ ଲାଗୁଛି, ଯେଉଁମାନଙ୍କୁ ଆଜି ମନ୍ତ୍ରୀପଦ ମିଳିନାହିଁ, ସେମାନେ କାଲି ହୁଏତ “ବିଦ୍ରୋହୀ” ହୋଇ ପାରନ୍ତି।

ଆଞ୍ଚଳିକ ଭେଦର ପ୍ରଶ୍ନ ବି କମ ଉଠୁନାହିଁ। ପଶ୍ଚିମ ଓଡିଶାର ପାଞ୍ଚଟି ଯାକ ଲୋକସଭାରେ ବିଜେଡି ପରାଜିତ ହୋଇଛି। ତା ସତ୍ତ୍ୱେ ପଶ୍ଚିମ ଓଡ଼ିଶାକୁ ଏଥର ମନ୍ତ୍ରୀମଣ୍ଡଳର ଏକ ସିଂହ ଭାଗ ଯାଇଛି। ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ଏବଂ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର- ଏମାନେ ସମସ୍ତେ ପଶ୍ଚିମ ଓଡିଶାର। ବୋଧ ହୁଏ ଓଡିଶା ଇତିହାସରେ ଏତେ ସଂଖ୍ୟକ ପ୍ରଭାବଶାଳୀ ମନ୍ତ୍ରୀ ପଶ୍ଚିମ ଓଡିଶାରୁ କେବେ ହେଲେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନଥିଲେ।

ଏହାକୁ ନେଇ ଏବେ ଚର୍ଚ୍ଚା ବି କିଛି କମ ନୁହେଁ। ଯାଜପୁର, ଗଞ୍ଜାମ, ବାଲେଶ୍ଵର, କେନ୍ଦ୍ରାପଡା, କଟକ ଓ ପୁରୀ ବଦଳରେ ସୋନପୁର, ବରଗଡ, କଳାହାଣ୍ଡି ଓ ବଲାଙ୍ଗୀର ଆଜି କ୍ଷମତା କେନ୍ଦ୍ର ହେବା କଥାଟିକୁ ହଜମ କରିବା ସହଜ ନୁହେଁ! ଯେଉଁମାନେ ସହରୀ ମଧ୍ୟବିତ୍ତ ସେମାନଙ୍କ ଲାଗି, ଏହା ଏକ ପ୍ରକାର ଆଞ୍ଚଳିକ ଅସ୍ମିତାର ପ୍ରସଙ୍ଗ ହୋଇ ପଡିଛି। ତେଣୁ ଏବେ କୁହା ଯାଉଛି, ଯେଉଁ ସବୁ ଜିଲା ବିଜେଡ଼ିକୁ ବିପୁଳ ଭୋଟ ଦେଇଛନ୍ତି, ସେଇ ସବୁ ଜିଲ୍ଲାରୁ ମନ୍ତ୍ରୀ କମ ହୋଇଛନ୍ତି। ତେବେ ପଶ୍ଚିମ ଓଡିଶାରୁ ବିଜେଡି କିଛି କମ ଆସନ ପାଇନାହିଁ। ପ୍ରଥମଥର ଲାଗି ରାଜ୍ୟର କ୍ଷମତା ରାଜନୀତିରେ ଉପକୂଳ ଓଡିଶା ତୁଳନାରେ ପଶ୍ଚିମ ଓ ଉତ୍ତର ଓଡିଶାର ପ୍ରଭାବ ବଢିଛି। ରାଜସ୍ୱ ମନ୍ତ୍ରୀ ମୟୂରଭଞ୍ଜରୁ ଆସିଥିବା ବେଳେ ଅର୍ଥମନ୍ତ୍ରୀ ସୋନପୁରରୁ ଆସିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ଝାରସୁଗୁଡାର ହୋଇଥିବା ବେଳେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ କଳାହାଣ୍ଡିର ବାସିନ୍ଦା। ତେଣୁ ଏହାକୁ କ୍ଷମତା କେନ୍ଦ୍ରର ସଫଳ ବିକେନ୍ଦ୍ରୀକରଣ ବୋଲି ଆମେ କହିପାରିବା।

ତେବେ ଏ ପ୍ରକାର ପରୀକ୍ଷା ନିରୀକ୍ଷାରେ ସଙ୍କଟ ମଧ୍ୟ କିଛି କମ ନୁହେଁ। ଧରନ୍ତୁ, ରଘୁନନ୍ଦନ ଦାସ ଓ ତୁଷାରକାନ୍ତି ବେହେରାଙ୍କୁ ମନ୍ତ୍ରୀ କରିବାକୁ ନେଇ ପୁରୀ ଓ ଜଗତସିଂପୁର ଜିଲ୍ଲାରେ ଅସନ୍ତୋଷ ବଢିଲା। ତାକୁ ସମ୍ଭାଳି ହେବ କି? ଏ ଦୁହେଁ, ନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଆସିଛନ୍ତି। ନବ ଦାସ ମଧ୍ୟ କଂଗ୍ରେସର ହାତ ଛାଡି ସିଧା ସିଧା ମନ୍ତ୍ରୀ ହୋଇଛନ୍ତି। ଏଥିରେ ବିଜେଡ଼ିର ପୁରୁଖା ନେତାମାନେ ଅସନ୍ତୁଷ୍ଟ ହେବା ସ୍ଵାଭାବିକ। ତାପରେ ଟୁକୁନି ସାହୁଙ୍କ ଭଳି ଦୁଇ ଥରର ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଗଲା ବେଳେ ତିନି ଥରର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ସେଇ ରାଷ୍ଟ୍ର ମନ୍ତ୍ରୀ କରି ରକ୍ଷା ଯାଉଛି ଓ ତାଙ୍କୁ ଅପେକ୍ଷାକୃତ ଦୁର୍ବଳ ବିଭାଗର ଦାୟିତ୍ଵ ଦିଆ ଯାଉଛି। ଏହା ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିବା ନାହିଁ କି?

ତେବେ ବିଜେଡ଼ିର ଆକଳନ ଏ କ୍ଷେତ୍ରରେ ପୂରା ଭିନ୍ନ। ବିଜେଡି ମୁଖିଆ ନବୀନଙ୍କ ବ୍ୟକ୍ତିତ୍ବ ଆଗରେ ଠିଆ ହୋଇ ବା ତାଙ୍କୁ ବିରୋଧ କରି ତିଷ୍ଠିବା ଯେ ଆଦୌ ସହଜ କଥା ନୁହେଁ, ଏ କଥା ବାରମ୍ବାର ପ୍ରମାଣିତ ହୋଇ ସାରିଛି। ଏଥର ନିର୍ବାଚନ ଆଗରୁ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଅର୍ଜୁନ ଚରଣ ସେଠି, ପର୍ଶୁରାମ ମାଝୀଙ୍କ ପରି ନେତା ବିଜେଡି ଛାଡି ଅପଦସ୍ତ ହେବାର ଆମେ ଦେଖିଛୁ। ଅନ୍ତତଃ ଆଜି ବିଜେଡି ମୁଖିଆଙ୍କ ଆଗରେ ନିଜର ଅସନ୍ତୋଷ ବା ବିଦ୍ରୋହ ଜାହିର କରିବା ଭଳି ସ୍ଥିତିରେ କୌଣସି ବିଧାୟକ ଯେ ଅଛନ୍ତି, ସେକଥା ଭାବିବା ନିର୍ବୋଧତା ହେବ।

ତେବେ ଭବିଷ୍ୟତରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପି, ବିଜେଡି ଭିତରର ଅସନ୍ତୋଷକୁ ପ୍ରୋତ୍ସାହନ ଦେବା ପାଇଁ ନିହାତି ଚେଷ୍ଟା କରିବ। ବିରୋଧୀ ସରକାରକୁ ଅସ୍ଥିର କରିବା ଲାଗି ସବୁ ପ୍ରକାର କୌଶଳ ପ୍ରୟୋଗ କରିବାରେ ବିଜେପି ଏବେ ପୁରୁଣା କଂଗ୍ରେସ କୁ ତାପୀ ସାରିଛି। ସେ ବିଷୟରେ ବିଜେଡି କୁ ସାବଧାନ ରହିବାକୁ ପଡିବ। ଯେ କୌଣସି ସୁଯୋଗରେ ବିଜେଡି ସରକାରକୁ ଓ ଦଳକୁ ଅସୁବିଧାରେ ପକାଇବାକୁ ଏବେ ବିଜେପିର ରଣନୀତି ପ୍ରସ୍ତୁତ ହେଉଛି। ତେଣୁ ଦଳୀୟ ଅସନ୍ତୋଷକୁ ନିୟନ୍ତ୍ରଣରେ ରଖିବାକୁ ଏକ “ସର୍ବ ସନ୍ତୁଷ୍ଟିକରଣ ଯୋଜନା” ବିଷୟରେ ବିଜେଡ଼ିକୁ ଗୁରୁତ୍ଵ ଦେଇ ଚିନ୍ତା କରିବାକୁ ପଡିବ।

naveen oath odishaministers odishanews odishapolitics
Share. Facebook Twitter LinkedIn Email WhatsApp Copy Link

Related Posts

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026
Latest News

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.