Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ଶାସନରେ ‘ଫାଇଭ-ଟି’ ଓ ‘ୱାନ-ପି’ ର ପ୍ରଭାବ; ଅନେକ କିଛି ବଦଳୁଛି, ଆହୁରି ଅନେକ ବଦଳିବା ବାକି ଅଛି 
ବିଶେଷ ଖବର

ଓଡିଶା ଶାସନରେ ‘ଫାଇଭ-ଟି’ ଓ ‘ୱାନ-ପି’ ର ପ୍ରଭାବ; ଅନେକ କିଛି ବଦଳୁଛି, ଆହୁରି ଅନେକ ବଦଳିବା ବାକି ଅଛି 

October 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପ୍ରଥମେ ଯେତେବେଳେ ଓଡିଶା ସରକାର “ଫାଇଭ ଟି” ନାମରେ ଏକ ବିଭାଗ ସୃଷ୍ଟି କଲେ, ତାକୁ ନେଇ ଅନେକ ସ୍ଵାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହୁଏତ ରାଜ୍ୟ ସରକାରଙ୍କ ଅନେକ ଫେସନେବଲ ଘୋଷଣା ଭଳି ଇଏ ବି ସେମିତି ଏକ ଯୋଜନା ମନେ ହେଉଥିଲା। ନୂଆ କର୍ପୋରେଟ ଶୈଳୀରେ ଏମିତି ସବୁ ଅକ୍ଷର ଯୋଡି ଯୋଜନା ତିଆରି କରିବା, ବେଳେ ବେଳେ ହାସ୍ୟାସ୍ପଦ ମନେ ହୋଇଥାଏ। ତେବେ ଗତ ୨ ମାସ ଭିତରେ “ଫାଇଭ ଟି” ବିଭାଗର ପ୍ରଭାବ ରାଜ୍ୟ ପ୍ରଶାସନ ଉପରେ ପ୍ରଚ୍ଛନ୍ନ ଭାବରେ ପଡିବା ଆରମ୍ଭ କଲାଣି। ପ୍ରଥମେ କିଛି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଲେ। ଏହା ଯେ କେବଳ ଆରମ୍ଭ ଥିଲା, ସେକଥା ଏବେ ବୁଝା ପଡୁଛି।

ରାଜ୍ୟ ଶାସନରେ ରହିଥିବା ଅପାରଗ, ଅଳସୁଆ ଓ ଭ୍ରଷ୍ଟାଚାରୀଙ୍କୁ ବିଦା କରିବା ଲାଗି ଏକ ସୁଚିନ୍ତିତ ଯୋଜନା ଇତି ମଧ୍ୟରେ କାର୍ଯ୍ୟକାରୀ କରିବା ଆରମ୍ଭ ହେଲାଣି। ଯେଉଁମାନେ ରାଜ୍ୟ ଶାସନରେ ବୋଝ ହୋଇ ଅଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିରେ ଜଣେ ଆରଟିଓ, ଦୁଇ ଜଣ ଇଞ୍ଜିନିଅର ଏବଂ ଜଣେ ଡିଏଫଓ ସ୍ତରର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆ ଯାଇଛି। ଏ ସଂଖ୍ୟା ଆଗାମୀ ଦିନରେ ବଢିବ। ଏହା କେବଳ କ୍ଷେତ୍ରରେ କାମ କରୁଥିବା ଅଧିକାରୀଙ୍କ ପାଇଁ ନୁହଁ, ବରଂ ନୀତି ନିର୍ଦ୍ଧାରଣ ସ୍ତରର ଅଧିକାରୀଙ୍କ ପାଇଁ ମଧ୍ୟ ଲାଗୁ ହୋଇପାରେ। ଇଂରାଜୀରେ ଗୋଟେ କଥା ଅଛି- ଡେଡ ଊଡ୍ସ ମଷ୍ଟ ଗୋ, ଅର୍ଥାତ ଶୁଖିଲା କାଠ ସବୁ ବିଦା ହେବା ଉଚିତ। ଏ ପ୍ରକାର ପଦକ୍ଷେପ ବହୁ ଆଗରୁ ହେବା ଉଚିତ ଥିଲା।

ଫାଇଭ ଟି ସହିତ “ମୋ ସରକାର’ ଯୋଜନାର ସମାବେଶ ପରେ ପ୍ରଶାସନର ତଳ ସ୍ତର ପର୍ଯ୍ୟନ୍ତ ଏହାର ପ୍ରଭାବ ବ୍ୟାପକ ହେଉଛି। ତେବେ ଆରମ୍ଭରୁ ଏହାକୁ ସମାଲୋଚନା ହେବା ମଧ୍ୟ ଜରୁରୀ। ଫାଇଭ ଟି ରେ ସମାଲୋଚନାର ଏକ ପ୍ରମୁଖ ଭୂମିକା ରହିଛି। ସମାଲୋଚନା ନହେଲେ ସରକାରଙ୍କ ଆଖି କାନ ବନ୍ଦ ହୋଇଯିବ। ଫାଇଭ ଟି ର ଏକ ପ୍ରମୁଖ ଦିଗ ଭାବରେ ମୁଖ୍ୟ ଧାରାର ଗଣମାଧ୍ୟମ ଓ ସୋସିଆଲ ମିଡିଆର ଆଲୋଚନାକୁ ମଧ୍ୟ ତର୍ଜମା କରାଯିବା ଉଚିତ। ଗଣମାଧ୍ୟମର ରିପୋର୍ଟ ଓ ସୋସିଆଲ ମିଡିଆରେ ନାଗରିକଙ୍କ ମତ ପ୍ରତି ସରକାର ସବୁବେଳେ ଦୃଷ୍ଟି ଦେବା ଦରକାର। ଅନେକ ସମୟରେ ଶାସନ ବ୍ୟବସ୍ଥାରେ ଅବାଞ୍ଛିତ ପ୍ରତିବନ୍ଧକ ସବୁ ରହିଥାନ୍ତି। ଫାଇଭ ଟି ମାଧ୍ୟମରେ ସେହି ପ୍ରତିବନ୍ଧକ ସବୁକୁ ଚିହ୍ନଟ କରିବା ପ୍ରାଥମିକ ଆବଶ୍ୟକତା ହେବା ଉଚିତ।

ସରକାରୀ ଯୋଜନା ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ନ ପହଞ୍ଚି ପାରିବାର ତିନୋଟି ମୁଖ୍ୟ କାରଣ ରହିଛି।

୧- ଏହାକୁ କାର୍ଯ୍ୟକାରୀ କରାଉଥିବା ଅମଲାତନ୍ତ୍ରର ଅପାରଗତା ଓ ଉଦାସୀନତା।

୨- ସ୍ଥାନୀୟ ସ୍ତରରେ ଅବାଞ୍ଛିତ ରାଜନୈତିକ ହସ୍ତକ୍ଷେପ

୩- ଉପର ସ୍ତରରୁ ଏହାକୁ ସମୀକ୍ଷା କରିବାର ଅନାଗ୍ରହ।

ସରକାରକୁ ଲୋକଙ୍କ ସେବାକାରୀ ଭାବେ ବାସ୍ତବରେ ଉପସ୍ଥାପନ କରିବାକୁ ହେଲେ, ଏଇ ତିନୋଟି ପ୍ରତିବନ୍ଧକ ଦୂର କରିବାକୁ ହେବ। ଯାହାର ପ୍ରଥମ ଉଦ୍ୟମ ଭାବେ ଅପାରଗ ଅଧିକାରୀମାନଙ୍କୁ ବିଦା କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ଏକ ସ୍ପଷ୍ଟ ନୀତି ତିଆରି ହେବା ଜରୁରୀ। ଅନେକ ସମୟରେ ଅମଲାତାନ୍ତ୍ରିକ ଷଡଯନ୍ତ୍ରର ଶିକାର ହୋଇ କିଛି ଦକ୍ଷ ଅଧିକାରୀ ମଧ୍ୟ ଏହି ପ୍ରକ୍ରିୟାର ଶିକାର ହୋଇ ପାରନ୍ତି। ଦ୍ଵିତୀୟରେ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ମାତ୍ରାଧିକ ରାଜନୈତିକ ପ୍ରଭାବକୁ ରୋକିବା ଦରକାର। ଅନେକ ସମୟରେ ଦଳୀୟ ଦୃଷ୍ଟିରୁ ଯୋଜନାକୁ ବାଟବଣା କରା ଯାଇଥାଏ। ଶାସକ ଦଳର ସ୍ଵାର୍ଥ ଅପେକ୍ଷା ନାଗରିକର ସ୍ଵାର୍ଥ ରକ୍ଷା ଉପରେ ଗୁରୁତ୍ଵ ଦେଇ ହବ କି?

ତୃତୀୟ ପ୍ରତିବନ୍ଧକ ବିଷୟରେ ରାଜ୍ୟ ସରକାର ଆଗରୁ ବହୁ ପଦକ୍ଷେପ ନେଇଥିଲେ ମଧ୍ୟ ଏହା ସହଜରେ କାମ କରିନାହିଁ। ଶାସନ ସଚିବମାନେ ଜିଲ୍ଲା କୁ ନିୟମିତ ଯାଇ ସମୀକ୍ଷା କରିବାକୁ ବାରମ୍ବାର ନିର୍ଦ୍ଦେଶ ଦିଅ ଯାଇଥିଲେ ମଧ୍ୟ, ତାର କିଛି ସୁଫଳ ମିଳିନାହିଁ। ଏବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ଫାଇଭ ଟି ବିଭାଗର ମୁଖ୍ୟ ଭି.କାର୍ତ୍ତିକେୟନ ପାଣ୍ଡିଆନ ନିଜେ ଏହି ଦାୟିତ୍ଵ ହାତକୁ ନେଇଛନ୍ତି। ରାଜଧାନୀଠୁ ସବୁଠୁ ଦୂରରେ ଥିବା ମାଲକାନଗିରି ଜିଲ୍ଲାରୁ ସେ ତାଙ୍କର ଅଭିଯାନ ଆରମ୍ଭ କରି ସୂଚନା ଦେଇଛନ୍ତି ଯେ, ଉପର ସ୍ତରରୁ ପ୍ରଶାସନ ସବୁବେଳେ ଦୃଷ୍ଟି ରଖିବ। ତେବେ ଏ ପ୍ରକାର ଗସ୍ତ ସରକାରୀ ପରମ୍ପରାରେ ସୀମିତ ନ ରହିଲେ ଭଲ। ଅନେକ ସମୟରେ ଉପରିସ୍ଥ ଅଧିକାରୀଙ୍କ ଗସ୍ତକୁ ରଖି ଅନେକ ଲୋକ ଦେଖାଣିଆ ସଫଳତା ତିଆରି କରିବାରେ ଆମର ଅମଲାତନ୍ତ୍ରର ପୁରୁଣା ଅଭ୍ୟାସ ରହିଛି। ପାଣ୍ଡିଆନ ନିଜେ ଗସ୍ତ କଲାବେଳେ ଲୋକଙ୍କ କଥା ଶୁଣିବା ସବୁଠୁ ବଡ ଆବଶ୍ୟକତା।

ଏହି ଯୋଜନାରେ ଫାଇଭ ଟି ଅପେକ୍ଷା “ୱାନ୍ ପି” ଙ୍କ ପ୍ରଭାବ ଉପରେ ସବୁକିଛି ନିର୍ଭର କରୁଛି। ପୂର୍ବରୁ ମୟୂରଭଞ୍ଜ ଓ ଗଞ୍ଜାମ ଜିଲାପାଳ ଥିବା ସମୟରେ ପାଣ୍ଡିଆନ ଲୋକଙ୍କ ସହିତ ମିଶି କାମ କରିବାର ଅଭିଜ୍ଞତା ପାଇଛନ୍ତି। ଫାଇଭ-ଟି କୁ କାର୍ଯ୍ୟକାରୀ କରାଇବାରେ ସେଇ ଅଭିଜ୍ଞତା ଏବେ କାମରେ ଲାଗିବ ବୋଲି ଆମେ ଆଶା କରିବା। ତେବେ ଟେକ୍ନୋଲୋଜି ର ପ୍ରୟୋଗ ମାଧ୍ୟମରେ ପ୍ରତି ପଞ୍ଚାୟତର ଡାଟା ବେସ ପ୍ରସ୍ତୁତ କରି ତାର ନିରନ୍ତର ସମୀକ୍ଷା କରିବାର ପ୍ରକ୍ରିୟା ରାଜ୍ୟ ପ୍ରଶାସନରେ ନୂଆ ପରିବର୍ତ୍ତନର  ସମ୍ଭାବନା ଆଣିପାରିବ।

ତେବେ ଏହା କେବଳ ଆରମ୍ଭ ମାତ୍ର। ଏବେ ଅଳ୍ପ କିଛି ବଦଳିଛି, ପ୍ରଶାସନର ଚେହେରା ଓ ଚରିତ୍ର ଅଧିକ ବଦଳିବା ଜରୁରୀ ବୋଲି ଆମେ ଆଶା ରଖୁଛୁ।

ପଢନ୍ତୁ-“ମୋ ସରକାର” ଯୋଜନାରେ ସ୍ପଷ୍ଟ ହୋଇ ଯାଇଛି ବିଜେଡି ସରକାରର ଅସଲ ଡୋରି ପାଣ୍ଡିଆନଙ୍କ ହାତରେ

5ଟି ପାଣ୍ଡିୟାନ ମୋ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.