ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ବାଟଗାଁ ଉପକଣ୍ଠସ୍ଥ କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଅଛି। ପ୍ରଧାନ ଶିକ୍ଷକ ବିକ୍ରମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବରଗଡ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ମୁଖ୍ୟ ଆଲୋଚକଭାବେ ଯୋଗ ଦେଇ ଶିଶୁମାନଙ୍କ ବହୁବିଧ ଶୈକ୍ଷିକ ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରିଥିଲେ। ଅଭିଭାବକ ଓ ଶିକ୍ଷକମାନଙ୍କର ନିରବିଚ୍ଛିନ୍ନ ପ୍ରୟାସ, ଶିଶୁର ବ୍ୟକ୍ତିତ୍ବର ବିକାଶରେ ସହାୟକ ହୁଏ ବୋଲି ଉପସ୍ଥିତ ଶିକ୍ଷକ ଓ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ସାହୁ, ଅଭିରାମ କାଣ୍ଡୁଲାନା, ମାନୀ କାଣ୍ଡୁଲାନା, ଗୀତାଞ୍ଜଳୀ ବିଶି ଓ ବାବୁଲି ବିଶି ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ମାଟ୍ରନ୍ ଇଲାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Author: SM Network
ଭୁବନେଶ୍ୱର: ପୂର୍ବ ତଟ ରେଳପଥ ୨୦୨୫-୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିନିଯୋଗ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି, ଯାହା ଏହାର ସର୍ବକାଳୀନ ସର୍ବାଧିକ ୨୯୦.୨୨ କୋଟି ରାଜସ୍ୱ ଆଦାୟ ରେକର୍ଡ। ଏହି ଉଲ୍ଲେଖନୀୟ ପ୍ରଦର୍ଶନ ରେଳବାଇ ବୋର୍ଡର ୨୬୦ କୋଟି ଲକ୍ଷ୍ୟ ଠାରୁ ୩୦.୨୨ କୋଟି ଅଧିକ ଓ ୧୧.୬୨% ବୃଦ୍ଧି ଅଟେ। ଏହି ସଫଳତା ପୂର୍ବ ବର୍ଷର ପ୍ରାୟ ୨୬୯.୩ କୋଟି ଟଙ୍କାର ସର୍ବୋତ୍ତମ ସ୍କ୍ରାପ୍ ନିଷ୍କାସନ ରାଜସ୍ୱ ତୁଳନାରେ ୭.୭୭% ବୃଦ୍ଧିକୁ ଦର୍ଶାଉଛି, ଯାହା ସମ୍ବଳ ସଂଗ୍ରହ ଏବଂ ଦକ୍ଷ ପରିଚାଳନାରେ ଏହି ଜୋନର ନିରନ୍ତର ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି। “ସ୍ୱଚ୍ଛତା ହିଁ ସେବା” ଅଭିଯାନ ଅଧୀନରେ ଡିଭିଜନ, କର୍ମଶାଳା ଏବଂ ଲୋକୋ ସେଡ୍ଗୁଡ଼ିକରେ ନିରନ୍ତର ଓ କେନ୍ଦ୍ରିତ ଭାବେ ଚାଲିଥିବା ସ୍ୱଚ୍ଛତା ଅଭିଯାନର ଫଳସ୍ୱରୂପ ଏହି ସଫଳତା ହାସଲ ହୋଇଛି। ଏହି ପଦକ୍ଷେପଗୁଡ଼ିକ କେବଳ ରାଜସ୍ୱ ବୃଦ୍ଧିକୁ ତ୍ୱରାନ୍ୱିତ କରିନାହିଁ, ବରଂ ସ୍ୱଚ୍ଛ ପରିବେଶ,…
ରେଢ଼ାଖୋଲ (କନ୍ଦର୍ପ ବେହେରା): ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାକଟିଦେଉଳ ଅଗ୍ନିଶମ ବିଭାଗର ଅଧିକାରୀ ବିଶିକେଶନ ସାହୁଙ୍କ ନେତୃତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ନିଆଁ ଓ ନିଆଁକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସଚେତନତା କରାଯାଇଥିଲା। ସଡ଼କ ଦୁର୍ଘଟଣା, ଜଳରେ ବୁଡିବା ଜନିତ ଦୁର୍ଘଟଣା, ଦୁର୍ବିପାକ ସମୟରେ ଅଗ୍ନିଶମ ବିଭାଗର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ପ୍ରକାର ନିଆଁକୁ ଆୟତ୍ତ କରିବା ଓ ଅଗ୍ନି ବଳୟ ଭିତରେ ଫସି ଯାଇଥିବା ବ୍ୟକ୍ତିକୁ କିପରି ଉଦ୍ଧାର କରାଯାଇପାରିବ ମକଡ୍ରିଲ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଅଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିନିର୍ବାପକ ଯନ୍ତ୍ର ଗୁଡିକର ବ୍ୟବହାର, ତେଲ ଓ ଗ୍ୟାସର ନିଆଁକୁ ଆୟତ୍ତ କରିବାର ଉପାୟ ପ୍ରତ୍ୟକ୍ଷ ଭାବରେ ଅଭ୍ୟାସ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ପ୍ରକାଶ ସାହୁ,…
ନୂଆଦିଲ୍ଲୀ: ଏହି ବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି। MATRIZE ଏହି ପ୍ରସଙ୍ଗରେ ଏକ ଜନମତ ସର୍ଭେ କରିଛି। ଏହି ଜନମତ ସର୍ଭେ ରାଜନୈତିକ ଦଳଗୁଡ଼ିକୁ ଆଶ୍ଚର୍ଯ୍ୟ କରିଛି। ସର୍ଭେ ଅନୁଯାୟୀ, ଟିଏମସି ୪୩ ପ୍ରତିଶତ, ବିଜେପି ୪୨ ପ୍ରତିଶତ ଏବଂ ଅନ୍ୟାନ୍ୟ ୧୬ ପ୍ରତିଶତ ଭୋଟ ପାଇବେ ବୋଲି ଆଶା କରାଯାଉଛି। ଟିଏମସି ୧୪୦-୧୬୦ ଆସନ, ବିଜେପି ୧୩୦-୧୫୦ ଏବଂ ଅନ୍ୟାନ୍ୟ ୮-୧୬ ଆସନ ଜିତିବ ବୋଲି ଆଶା କରାଯାଉଛି। ଯାହା ଟିଏମସି-ବିଜେପି କଡ଼ା ଟକ୍କର ହେବ ବୋଲି କୁହାଯାଇଛି।
(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ନିଜ ଘର ବାରିପଟେ ଖେଳୁଥିବା ନାବାଳକମାନେ ତଳେ ପଡିଥିବା ବୋମାକୁ ବଲ୍ ଭାବି ଧରିବା ବେଳେ ହଠାତ ହାତରେ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ଜଣେ ସାମାନ୍ୟ ଆହତ ହୋଇ କୋଦଳା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉଜଣେ ନାବାଳକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଘର ବାରିପଟେ ବୋମା କିଏ ରଖିଥିଲା ଓ କାହିଁକି ରଖିଥିଲା। ତାହା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ ଗାଁରେ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି।
ମୁମ୍ବାଇ: ମହାରାଷ୍ଟ୍ରର ଦିବଙ୍ଗତ ନେତା ଅଜିତ ପାୱାରଙ୍କ ବାରାମତୀ ବିଧାନସଭା ଆସନ ପାଇଁ ଏକ ଉପ-ନିର୍ବାଚନ ଚାଲିଛି, ଯେଉଁଠାରେ ତାଙ୍କ ପତ୍ନୀ ଏବଂ ବର୍ତ୍ତମାନର ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରାରମ୍ଭରେ ଶାସକ ମହାୟୁତି ମେଣ୍ଟର ନେତାମାନେ ଆଶା କରୁଥିଲେ ଯେ, ସୁନେତ୍ରା ପାୱାରଙ୍କ ବିରୁଦ୍ଧରେ ଅନ୍ୟ କୌଣସି ପ୍ରାର୍ଥୀ ରହିବେ ନାହିଁ ଏବଂ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିବେ। କିନ୍ତୁ କଂଗ୍ରେସ ଆକାଶ ମୋରେଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ମନ୍ତ୍ରୀ ଚନ୍ଦ୍ରଶେଖର ବାୱନକୁଲେ ଏବେ ଏହି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ପ୍ରଥମେ ଚନ୍ଦ୍ରଶେଖର ବାୱାନକୁଲେ କଂଗ୍ରେସକୁ ତାଙ୍କର ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ ଏବଂ ତା’ପରେ ଚେତାବନୀ ଦେଇଥିଲେ ଯେ, ଯଦି ସେମାନେ ଏପରି ନକରନ୍ତି, ତେବେ ସେମାନେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ପରାଜୟର ସମ୍ମୁଖୀନ ହେବେ। ଗଣମାଧ୍ୟମକୁ ଚନ୍ଦ୍ରଶେଖର ବାୱନକୁଲେ କହିଛନ୍ତି ଯେ, “କୌଣସି ପ୍ରାର୍ଥୀ ନଦେବା…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ। ଆମିଷ, ପନିର, ଅଶୁଦ୍ଧ କ୍ଷୀର, ଘିଅ, ପୋଡ଼ାତେଲ ଛଣାଖାଦ୍ୟ, ଧୂମପାନ, ମଦ୍ୟପାନ ଦ୍ଵାରା ମେଦବୃଦ୍ଧି ହୁଏ ଓ ଆଳସ୍ୟ, ଚିନ୍ତା, କ୍ରୋଧ ଦ୍ଵାରା ରକ୍ତଚାପ ହୁଏ। ଏହି ସବୁ ତ୍ୟାଗ କରି ସାତ ଘଣ୍ଟା ଶୋଇବେ, ସକାଳ ସନ୍ଧ୍ୟା ଅଧା ଘଣ୍ଟା ଲେଖାଏଁ ଧ୍ୟାନ କରିବେ, ଉଚ୍ଚ ରକ୍ତଚାପରେ ସର୍ପଗନ୍ଧା ମୂଳ, ଅର୍ଜୁନ ଛାଲି କ୍ୱାଥ, ପଦ୍ମମଞ୍ଜି ସେବନ କଲେ ରକ୍ତଚାପ ସହ ହୃଦ୍ରୋଗ ମଧ୍ୟ ଭଲ ହୋଇଯାଏ। ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀ ରୋଗ, ଚର୍ମରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା…
ନୂଆଦିଲ୍ଲୀ: ଭାରତରେ ୨୦୨୬ ଆଇପିଏଲର ଉତ୍ସାହ ଶୀର୍ଷରେ ଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରେ ଜଣେ ଅମ୍ପାୟାରଙ୍କୁ ହତ୍ୟା କରାଯାଇଥିବା ଏକ ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ବିଶାଖାପାଟଣାରେ ଘଟିଛି, ଯେଉଁଠାରେ ଏକ ସ୍ଥାନୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯାଉଥିଲା। ମ୍ୟାଚ୍ ସମୟରେ ରନ ଆଉଟ ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ୨୧ ବର୍ଷୀୟ ଅମ୍ପାୟାରଙ୍କୁ ଛୁରୀରେ ହତ୍ୟା କରାଯାଇଥିଲା। ସୂଚନା ଅନୁଯାୟୀ, ରବିବାର ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ୨୧ ବର୍ଷୀୟ ଡୋଲା ଅଜିତ ବାବୁ ତାଙ୍କ ବନ୍ଧୁ ବୁଡୁମୁରି ଚିରଞ୍ଜୀବୀଙ୍କ ସହ ଅମ୍ପାୟାରିଂ କରୁଥିଲେ। ରନ ଆଉଟ ନିଷ୍ପତ୍ତିକୁ ନେଇ ଖେଳାଳିମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ମାମଲାର ତଦନ୍ତ କରୁଥିବା ବରିଷ୍ଠ ପୋଲିସ ଅଧିକାରୀ ମଲ୍ଲେଶ୍ୱର ରାଓ କହିଛନ୍ତି ଯେ, ଅଜିତ ବାବୁ ଏବଂ ଚିରଞ୍ଜୀବୀ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିଥିଲେ। ତଥାପି, କାନ୍ତା କିଶୋର…
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଭାବେ ରେଢ଼ାଖୋଲର ସୁଷମା ମୁଣ୍ଡାଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ବିଜେପି ନେତ୍ରୀ ସୁଷମା ମୁଣ୍ଡା ପୂର୍ବରୁ ରେଢ଼ାଖୋଲ ଏନ ଏ ସି ର ଅଧ୍ୟକ୍ଷା ଥିଲେ। ସେ ବହୁ ବର୍ଷ ହେଲା ବିଜେପି ପାଇଁ କାମ କରି ଆସୁଛନ୍ତି। ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିବାରୁ ରେଢ଼ାଖୋଲରେ ସୁଷମା ମୁଣ୍ଡାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।
ଭୁବନେଶ୍ଵର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏଣିକି ୫ କେଜି ନୁହେଁ ୧୦ କେଜି ଲେଖାଏଁ ଲେଖାଏଁ ଚାଉଳ ପାଇବେ ପ୍ରତି ରାସନକାର୍ଡ ହିତାଧିକାରୀ। ଗତକାଲି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’କୁ ମିଳିଛି କ୍ୟାବିନେଟ୍ ମୋହର ମିଳିଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ, ରାଜ୍ୟ ସରକାର ଏ ନୂଆ ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋ ଲେଖାଏଁ ଚାଉଳ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି- ୩କୋଟି ୨୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମାସକୁ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ମିଳିବ ଓ ଏଥିପାଇଁ ବର୍ଷକୁ ୮, ୮୧୩ କୋଟି ଟଙ୍କା ବ୍ୟୟ ହେବ ବୋଲି ସୂଚନା ଦେଇଛନ୍ତି। ଏହି ଯୋଜନାକୁ ନେଇ ବିରୋଧୀ ସରକାରଙ୍କ ପଞ୍ଚାୟତ ନିର୍ବାଚନ ଥୋପ କଟାକ୍ଷ କରିଥିବେଳେ ଯୋଗାଣମନ୍ତ୍ରୀ ଏହାର ଜବାବରେ ଏହା ଏକ ନିଷ୍ପତ୍ତି ଐତିହାସିକ…
ସୋର: ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଆଉ ଏକ ଟ୍ରକ୍ ପିଟିବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ଛକ ନିକଟରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଖରାପ ହୋଇଥିବା ଏକ ଟ୍ରକ ରାସ୍ତା କଡ଼ରେ ଛିଡା ହୋଇଥିଲା। ପଛରୁ ଏକ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଟ୍ରକରେ ଥିବା ୩ ଜଣ ଚାପି ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ଟ୍ରକର କ୍ୟାବିନକୁ କଟରରେ କାଟି ମୃତଦେହକୁ ବାହାର କରିଥିବାର ସୂଚନା ରହିଛି।
ଭୁବନେଶ୍ଵର: ପରିଚୟ ପତ୍ର ଥିଲେ ମିଳିବ ଗ୍ୟାସ। ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଗୁ ହେବନି ୫ କେଜି ଗ୍ୟାସ କଟକଣା। ତୈଳ ମାର୍କେଟିଂ କମ୍ପାନୀ ଦ୍ୱାରା ୫ କେଜି ଗ୍ୟାସ କିଣିପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଏନେଇ ସ୍ପଷ୍ଟୀକରଣ କରାଯାଇଛି। ଇ କେୱାଇସ୍ ହୋଇଥିଲେ ପରିଚୟ ପତ୍ର ଦେଖାଇ ଗ୍ୟାସ କିଣିପାରିବେ ବୋଲି ସୂଚନା ରହିଛି। ବେଆଇନ୍ ଗଚ୍ଛିତ ସିଲିଣ୍ଡର ଓ କଳାବଜାରୀ ବିରୋଧରେ ଚଢାଉ ଜାରି ରହିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଖୋଲାରେ ଗ୍ୟାସ୍ ମିଳିବନି ବୋଲି ନିର୍ଦ୍ଦେଶ ଜାରି କରିଥିଲେ ସରକାର। ବିନା କେୱାଇସ୍ ରେ ଗ୍ୟାସ୍ କିଣିପାରିବେ ବୋଲି ସୂଚନା ଦିଆଯାଇଥିଲା, ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦୃଢ ନିନ୍ଦା କରିଥିବାବେଳେ ସରକାର ଏଇ ନିର୍ଦ୍ଦେଶରେ ପରିବର୍ତ୍ତନ କରି ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ସାରା ଦେଶରେ ଗ୍ୟାସ ସମସ୍ୟା…
ଭୁବନେଶ୍ଵର: ଆସନ୍ତା ୮ ତାରିଖରୁ ପୁଣିଥରେ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି ଆରମ୍ଭ ହେବ। ଆସନ୍ତା ୮,୯ ଏବଂ ୧୦ ତାରିଖରେ ଗଣତି ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଥିବା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଏହି ତିନିଦିନ ମଧ୍ୟରେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଗଣତି ମଣତି ଶେଷ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଗଣତି ଶେଷ ହେବା ପରେ ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯିବ। ଗଣତି ସମୟରେ ଡିଜିଟାଲ ଫଟୋ ନିଆଯାଉଛି। ଥ୍ରୀଡି ଫଟୋଗ୍ରାଫି ମଧ୍ୟ କରାଯାଉଛି। ଫଳରେ ଅଳଙ୍କାରର ନାମକୁ ଚିହ୍ନଟ କରାଯିବ ଏବଂ ସେଗୁଡ଼ିକୁ ଆଗାମୀ ବର୍ଷପାଇଁ ଠିକ୍ଭାବେ ସୁରକ୍ଷିତ ରଖାଯିବ ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ: ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥରେ ସାମିଲ କରାଯାଇଥିବା କେତେକ ରେଳ ଷ୍ଟେସନ୍କୁ ନେଇ କିଛି ଆଶଙ୍କା ଓ ଚିନ୍ତା ପ୍ରକାଶ ପାଇଛି। ଏହା ସମ୍ବନ୍ଧରେ ପ୍ରକୃତ ସ୍ଥିତି ନିମ୍ନରୂପେ ସ୍ପଷ୍ଟ କରାଯାଉଛି: ● ପଲାସା – ଇଚ୍ଛାପୁରମ୍ ସେକ୍ସନ୍ (~ 50 କିଲୋମିଟର) ରେ ପଲାସା, ସୁମ୍ମାଦେବୀ, ମଣ୍ଡାସା ରୋଡ୍, ବାରୁଭା, ସୋମପେଟା, ଝାଡୁପୁଡି ଏବଂ ଇଚ୍ଛାପୁରମ୍ ଭଳି ୭ଟି ଷ୍ଟେସନ୍ ରହିଛି। ଏହି ସମସ୍ତ ଷ୍ଟେସନ୍ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ। ଏହି ଷ୍ଟେସନ୍ଗୁଡ଼ିକ ମଧ୍ୟରୁ କୌଣସିଟି ଓଡ଼ିଶା ମଧ୍ୟରେ ଅବସ୍ଥିତ ନୁହେଁ। ଏହି ଷ୍ଟେସନ୍ଗୁଡ଼ିକ ଛୋଟରୁ ମଧ୍ୟମ ଶ୍ରେଣୀର ଷ୍ଟେସନ୍ ଯାହା ମୁଖ୍ୟତଃ ଯାତ୍ରୀ ପରିବହନ ପରିଚାଳନା କରିଥାଏ। ଏଥି ମଧ୍ୟରୁ କୌଣସି ଷ୍ଟେସନ୍ ପ୍ରମୁଖ ମାଲ ପରିବହନର କେନ୍ଦ୍ର ନୁହେଁ। ● ପୂର୍ବ ତଟ ରେଳପଥର ରାଜସ୍ୱରେ ଏହାର କୌଣସି ପ୍ରଭାବ ନାହିଁ। ଷ୍ଟେସନଗୁଡ଼ିକ ଯେକୌଣସି ରେଳ ଜୋନ ପରିସୀମାରେ ରହିଲେ…
ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ କ୍ୟାବିନେଟ୍ର ଐତିହାସିକ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି, ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତ୍ତିକ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ସୀମା ବୃଦ୍ଧି ନିଷ୍ପତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ପ୍ରତିଭାମାନଙ୍କୁ ସ୍ୱପ୍ନକୁ ପୂରଣ କରିବା ଦିଗରେ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି କଲ୍ୟାଣକାରୀ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରି, କୃଷି ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତ୍ତିକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣକୁ ୧୨% ରୁ ୨୨.୫୦% ଏବଂ ଅନୁସୂଚିତ ଜାତି (ଏସି) ପାଇଁ…
ନୂଆଦିଲ୍ଲୀ: ପଶ୍ଚିମ ଏସିଆର ବଢୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରସ୍ତୁତି ଏବଂ ସୁଗମ କାର୍ଯ୍ୟ ସୁନିଶ୍ଚିତ କରିବାରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ନିମ୍ନଲିଖିତ ଅପଡେଟ୍ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟ ଏବଂ ଏହି କ୍ଷେତ୍ରରେ ଭାରତୀୟ ନାଗରିକମାନଙ୍କୁ ସହାୟତା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକୁ ବର୍ଣ୍ଣନା କରେ: ଶକ୍ତି ଯୋଗାଣ ଏବଂ ଇନ୍ଧନ ଉପଲବ୍ଧତା ହର୍ମୁଜ୍ ପ୍ରଣାଳୀ ସମେତ ବିକଶିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସାରା ଦେଶରେ ପେଟ୍ରୋଲିୟମ୍ ଉତ୍ପାଦ ଏବଂ ଏଲପିଜି ର ସୁଗମ ଏବଂ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଆସୁଛି। ମନ୍ତ୍ରଣାଳୟ ଅନୁଯାୟୀ: ସାର୍ବଜନୀନ ପରାମର୍ଶ ଏବଂ ନାଗରିକ ସଚେତନତା ସରକାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରୁଛି, ଏବଂ ନାଗରିକମାନଙ୍କୁ ପେଟ୍ରୋଲ ଏବଂ ଡିଜେଲର ଆତଙ୍କିତ କ୍ରୟ…
(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରବିବାର ବଢ଼ି ଭୋରରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ସଦଳବଳେ ସହର ଉପକଣ୍ଠ ଅଙ୍କୁଶପୁର ଛକରେ ଛକି ରହିଥିବା ବେଳେ ଗୋଟିଏ ଟାଟା ଇଣ୍ଡିଗୋ କାରକୁ ଅଟକାଇ ଥିଲେ। କିନ୍ତୁ ଗାଡ଼ିକୁ ଅଟକାଇ ଅନ୍ଧାରର ସୁଯୋଗ ନେଇ ଦୁଇ ଜଣ ଅଜଣା ବ୍ୟକ୍ତି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଅଟକ କାର୍ କୁ ଯାଞ୍ଚ କରିବା ବେଳେ ଭିତରେ ଥିବା ୬୦ କିଲୋ ଗଞ୍ଜେଇ ଜବତ କରିଥିଲେ। ଗାଡ଼ିକୁ ଜବତ କରାଯାଇଥିବା ବେଳେ ଯାଞ୍ଚ ପରେ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଅବକାରୀ ଗୋଇନ୍ଦା ବିଭାଗ ଡିଏସପି ଙ୍କ ଠାରୁ ସୁଚନା ମିଳିଛି।
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶା ଗସ୍ତରେ ଅଛନ୍ତି। ସେ ସପତ୍ନୀକ ଗଞ୍ଜାମ ଗସ୍ତ କରି ଆଦିଶକ୍ତି ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମା’ ଙ୍କ ଦର୍ଶନଲାଭ କରି ଆଶୀର୍ବାଦ ପ୍ରାପ୍ତ କରିବା ସହ ସେ ଦେଶବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି।
ରଣପୁର: ନୟାଗଡ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଲୁଣିସାହି ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଏହି ଦୁର୍ଘଟଣାରେ ରବି ବେହେରା (୬୧) ନାମକ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି। ସୂଚନା ଅନୁଯାୟୀ, ରବି ବେହେରା ନିଜ ଦୈନିକ କାମରେ ବିଲକୁ ଯାଇ ଛେଳି ଚରାଉଥିବା ସମୟରେ ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇ ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ପଡ଼ିଥିଲା। ଅଚାନକ ବଜ୍ରପାତର ଆଘାତରେ ସେ ଗୁରୁତର ଭାବେ ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଗ୍ରାମବାସୀମାନେ କହିଛନ୍ତି। ଘଟଣା ପରେ ଲୁଣିସାହି ଗ୍ରାମରେ ଶୋକର ଛାୟା ଛାଇଯାଇଛି। ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ପରିବାର ଏବେ ଦୁଃଖ ଓ ଅସହାୟତାରେ ଭାଙ୍ଗି ପଡିଛନ୍ତି। ମୃତକଙ୍କ ପରିବାର ଅର୍ଥନୈତିକ ଭାବେ ଦୁର୍ବଳ ଥିବାରୁ ସ୍ଥାନୀୟ ଗ୍ରାମବାସୀ ଓ ସମାଜସେବୀମାନେ ସରକାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବା ପାଇଁ ଜୋରଦାର ଦାବି…
ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଆଜି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେବେ। ବୈଶାଖ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗମଣ୍ତପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ମେଷ- ଘରର ପରିବେଶ ସୁଖଦ ହେବ। ଆର୍ଥିକ ଲାଭ ସହିତ ବ୍ୟବସାୟରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ। ଆଜି ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହୋଇପାରେ। ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିପାରନ୍ତି। ଆପଣ ରୋଜଗାରର ସୁଯୋଗ ପାଇପାରିବେ। ବ୍ୟବସାୟ ସହିତ ଆପଣଙ୍କୁ ଭ୍ରମଣ କରିବାକୁ ପଡିପାରେ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ରହିବ। ପତି-ପତ୍ନୀଙ୍କ ସାହାଯ୍ୟରେ କାମ ଶେଷ ହୋଇପାରିବ। ଆପଣଙ୍କର ଆତ୍ମବିଶ୍ୱାସ ବଢିପାରେ। ମନ୍ଦିରରେ କର୍ପୁର ଆଳତି ଲାଗି କରନ୍ତୁ, ବ୍ୟବସାୟରେ ଲାଭ ହେବ। ଆପଣ ବୃତ୍ତିଗତ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବେ। ନୂତନ ବସ୍ତ୍ର ଏବଂ ଅଳଙ୍କାର ପଛରେ ଟଙ୍କା ଖର୍ଚ୍ଚ ହେବ। ବୃଷ- ଆର୍ଥିକ ଲାଭ ପାଇଁ ଆଜି ଭଲ ସୁଯୋଗ ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ। ଭ୍ରମଣରୁ ଆପଣ ଉପକୃତ ହେବେ। ଆପଣ ଜଣେ ବନ୍ଧୁଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ପରିବାରର ସମସ୍ତ ସଦସ୍ୟଙ୍କ ସହିତ ପାରସ୍ପରିକ ସମନ୍ୱୟ ରହିବ। ଆପଣ…

