ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଅନୁରୂପ ଓଡ଼ିଶା ଜାତୀୟ ବିକାଶରେ ସକ୍ରିୟ ଅଂଶଗ୍ରହଣ କରୁଛି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଚାରପ୍ରସାରରେ ଆକାଶବାଣୀ କଟକ କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ଆଜି ଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ କରିବା ସହିତ ଅଧିକାରୀମାନଙ୍କ ସହିତ ମତବିନିମୟ କରିଛନ୍ତି। ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଲାଗି ପରବର୍ତ୍ତୀ ରୂପରେଖ ପ୍ରସ୍ତୁତି ଏବଂ ଏଥିରେ ଆକାଶବାଣୀର ଭୂମିକାକୁ ନେଇ ଶ୍ରୀ ମିଶ୍ର ଆଲୋଚନା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମହିଳା ସଶକ୍ତୀକରଣ ଏବଂ ଆଦିବାସୀ କଲ୍ୟାଣ ଦିଗରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଏହା ସମାବେଶୀ ବିକାଶକୁ…
Author: SM Network
ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ…
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ସମୃଦ୍ଧ ଦୁଇ ପ୍ରମୁଖ ସହର ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବୈକଳ୍ପିକ ଜାତୀୟ ରାଜପଥ ନିର୍ମାଣ ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ୍ କରି ଅନୁରୋଧ କରିଛନ୍ତି। ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାର ଅର୍ଥନୀତିର ପେଣ୍ଠସ୍ଥଳ। ଏହି ନୂତନ ଜାତୀୟ ରାଜପଥ ନିର୍ମାଣ ହେବା ଫଳରେ ଏହି ଅଞ୍ଚଳରେ ଶିଳ୍ପାୟନର ଗତି ତ୍ୱରାନ୍ୱିତ ହେବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଜାତୀୟ ରାଜପଥ ସମ୍ବଲପୁର ଓ ଝାରସୁଗୁଡ଼ାକୁ ସଂଯୋଗ କରିବା ସହ ଓଡ଼ିଶାର ଶିଳ୍ପ ଓ ଆଞ୍ଚଳିକ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ। ଏହା କେବଳ ପରିବହନ ନୁହେଁ, ବରଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଶ୍ରୀ ପ୍ରଧାନ କହିଛନ୍ତି…
ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ୍ କରିଛନ୍ତି। ଉଭୟ ନେତା ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଉଭୟ ଦେଶର ଜନତାଙ୍କ ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ସେମାନେ ଆଗାମୀ ବର୍ଷରେ ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରିବା ପାଇଁ ମିଳିତ ପ୍ରାଥମିକତା ଚିହ୍ନଟ କରିଥିଲେ, ଯାହା ସାଧାରଣ ଗଣତାନ୍ତ୍ରିକ ମୂଲ୍ୟବୋଧ, ଗଭୀର ପାରସ୍ପରିକ ବିଶ୍ୱାସ ଏବଂ ଏକ ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ। ସେମାନେ ସମସ୍ତ ପ୍ରକାର ଆତଙ୍କବାଦ ପ୍ରତି ନିଜର ଶୂନ୍ୟ-ସହିଷ୍ଣୁତା ଆଭିମୁଖ୍ୟକୁ ପୁନର୍ବାର ଦୋହରାଇବା ସହ ଏହି ବିପଦ ବିରୁଦ୍ଧରେ ଲଢ଼ିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ପ୍ରଧାନମନ୍ତ୍ରୀଙ୍କୁ ଗାଜା ଶାନ୍ତି ଯୋଜନାର କାର୍ଯ୍ୟାନ୍ୱୟନ ବିଷୟରେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ନିରନ୍ତର ସମର୍ଥନକୁ ପୁନଃଦୋହରାଇଥିଲେ। ସେମାନେ ପାରସ୍ପରିକ ଆଞ୍ଚଳିକ ଏବଂ…
ଶ୍ରୀନଗର: କାଶ୍ମୀରରୁ ଏକ ବଡ ଖବର ସାମ୍ନାକୁ ଆସୁଛି। କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର (CIK) ସାଇବର ଠକେଇ ଏବଂ ଆତଙ୍କୀ ପାଣ୍ଠି ସହିତ ଜଡିତ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ତଦନ୍ତ ସହିତ ଜଡିତ ଘାଟିର ୨୨ ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି। ଏହି ସ୍ଥାନଗୁଡ଼ିକ ମଧ୍ୟରୁ ୧୫ ରୁ ଅଧିକ କେବଳ ଶ୍ରୀନଗର ଜିଲ୍ଲାରେ ଥିବା ଜଣାପଡ଼ିଛି। ଅଧିକାରୀଙ୍କ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଅବୈଧ ଟଙ୍କା କାରବାରରେ ଜଡିତ ବ୍ୟକ୍ତି ଏବଂ ନେଟୱାର୍କଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏକ ସାଇବର-ଆତଙ୍କବାଦୀ ତଦନ୍ତର ଏକ ଅଂଶ। ତଲାସ ସମୟରେ, CIK ଦଳଗୁଡ଼ିକ ଡିଜିଟାଲ୍ ଡିଭାଇସ୍ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ଅଧିକ ତଦନ୍ତ ଜାରି ରହିଛି।
ନୂଆଦିଲ୍ଲୀ; ମାଲେସିଆ ଓପନ୍ ସୁପର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ଭାରତର ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ସିନ୍ଧୁ ସିଧାସଳଖ ସେଟ୍ରେ ଚାଇନିଜ୍ ତାଇପେର ସୁଙ୍ଗ ଶୁଓ-ୟୁନ୍ଙ୍କୁ ୨୧-୧୩, ୨୨-୨୦ରେ ପରାସ୍ତ କରିଛନ୍ତି। ଅଷ୍ଟମ ସିଡ୍ ସିନ୍ଧୁ ପରବର୍ତ୍ତୀ ରାଉଣ୍ଡରେ ଜାପାନର ତୋମୋକା ମିୟାଜାକିଙ୍କୁ ଭେଟିବେ। ପୂର୍ବତନ ବିଶ୍ୱ ଚାମ୍ପିଅନ୍ ଗତ ବର୍ଷ ଗୋଡ଼ ଆଘାତରୁ ସୁସ୍ଥ ହେବା ପରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି।
ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀରେ ବେଆଇନ ନିର୍ମାଣ ଭଙ୍ଗା ଅଭିଯାନ ସମୟରେ ଘଟିଥିବା ପଥର ଫିଙ୍ଗା ଘଟଣାରେ ଦିଲ୍ଲୀ ପୋଲିସ ପାଞ୍ଚ ଜଣଙ୍କୁ ଅଟକ ରଖି ମାମଲା ରୁଜୁ କରିଛି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଡେପୁଟି ପୋଲିସ କମିଶନର ନିଧିନ ୱଲସନ କହିଛନ୍ତି ଯେ, ଦିଲ୍ଲୀ ମହାନଗର ନିଗମ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଙ୍ଗା ଅଭିଯାନ ଚଳାଇଛି। ସେ ଆହୁରି କହିଛନ୍ତି ଯେ, ଏହି ଘଟଣାରେ ପାଞ୍ଚ ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଦଙ୍ଗା, ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ଏବଂ ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଜଡିତ ଧାରା ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଛି।
ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହିତ ରାଜନୈତିକ ହଲଚଲ ବୃଦ୍ଧି ପାଇଛି। ପିଏମକେ ଏନଡିଏ ସହିତ ମେଣ୍ଟ ଘୋଷଣା କରିଛି। ଏହି ଘୋଷଣା ଶାସକ ଡିଏମକେର ଚିନ୍ତା ବଢାଇଛି। ପ୍ରକୃତରେ ଆଜି ସକାଳେ ପିଏମକେ ନେତା ଅମ୍ବୁମଣି ତାଙ୍କ ବାସଭବନରେ ପଲାନିସ୍ୱାମୀଙ୍କୁ ଭେଟିଥିଲେ। ବୈଠକ ପରେ ଅମ୍ବୁମଣି ମେଣ୍ଟ ବିଷୟରେ କହିଥିଲେ। ରାଜ୍ୟ ବିଧାନସଭା ନିର୍ବାଚନ ଘୋଷଣା ପାଇଁ ପ୍ରାୟ ଦୁଇ ମାସ ବାକି ଥିବା ବେଳେ, ଏହି ନୂତନ ସମୀକରଣ ତାମିଲନାଡୁରେ ରାଜନୈତିକ ଉଷ୍ମତା ବୃଦ୍ଧି କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ତାମିଲନାଡୁ ଗସ୍ତ ପରେ ମେଣ୍ଟ କାର୍ଯ୍ୟକଳାପ ସମ୍ପ୍ରତି ଗତି କରିଛି।
ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ସମ୍ପର୍କରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଧ୍ୟରେ ଚାଲିଥିବା ବିବାଦ ଉପରେ ଆଇସିସିର ମତ ସ୍ପଷ୍ଟ ମନେ ହେଉଛି। ଭାରତରେ ବାଂଲାଦେଶୀ ଖେଳାଳିମାନଙ୍କ ପାଇଁ ଆଇସିସି କୌଣସି ଠୋସ୍ ସୁରକ୍ଷା ବିପଦ ଚିହ୍ନଟ କରିନାହିଁ, ତେଣୁ ମ୍ୟାଚ୍ ଭାରତ ବାହାରକୁ ସ୍ଥାନାନ୍ତର କରିବା ପାଇଁ ବାଂଲାଦେଶର ଅନୁରୋଧକୁ ଗ୍ରହଣ କରିନାହିଁ। ଅନଲାଇନ୍ ବୈଠକ କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର (ଜାନୁଆରୀ ୬) ଦିନ ଆଇସିସି ଏବଂ ବିସିବି ଅଧିକାରୀଙ୍କ ମଧ୍ୟରେ ଏକ ଅନଲାଇନ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ, ଆଇସିସି ସ୍ପଷ୍ଟ ଭାବରେ କହିଛି ଯେ, ଭାରତରେ ଖେଳିବା ସମୟରେ ବାଂଲାଦେଶୀ ଦଳ କୌଣସି ଗୁରୁତ୍ୱପୂର୍ଣ୍ଣ ବିପଦର ସମ୍ମୁଖୀନ ହେଉଛି ବୋଲି ପ୍ରମାଣ କରୁଥିବା କୌଣସି ସୁରକ୍ଷା ମୂଲ୍ୟାଙ୍କନ ନାହିଁ। ତେଣୁ, ଆଇସିସି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ କିମ୍ବା ସ୍ଥାନ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା…
ଭୁବନେଶ୍ଵର: ଆଇଏନଏସ ଚିଲିକାର ୨ ହଜାର ୭୦୦ ପ୍ରଶିକ୍ଷାର୍ଥୀଙ୍କ ପାସିଂଆଉଟ୍ ପରେଡ୍ ଆସନ୍ତାକାଲି (ଜାନୁୟାରୀ ୮ ତାରିଖ) ଅନୁଷ୍ଠିତ ହେବ। ଚିଲିକା ହ୍ରଦ ନିକଟରେ ଅବସ୍ଥିତ ଆଇଏନଏସ ଚିଲିକା ହେଉଛି ଭାରତ ନୌସେନାର ନୌସୈନିକ ଏବଂ ଅଗ୍ନିବୀରମାନଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର। ୧୬ ସପ୍ତାହର କଠୋର ପ୍ରଶିକ୍ଷଣର ସଫଳ ସମାପ୍ତି ଅବସରରେ ଏହି ପାସିଂଆଉଟ୍ ପରେଡର ଆୟୋଜନ କରାଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୁତ୍ରରୁ ସୂଚନା ଦିଆଯାଇଛି। ଏହି ପାସିଂଆଉଟ୍ ପରେଡ୍ ରେ ୨ ହଜାର ୧୦୦ ଜଣ ଅଗ୍ନିବୀର ସାମିଲ ଅଛନ୍ତି। ଏହି ଅବସରରେ ଦ୍ୱିଭାଷି ପ୍ରଶିକ୍ଷାର୍ଥୀ ପତ୍ରିକା – ଅଙ୍କୁରର ମଧ୍ୟ ଉନ୍ମୋଚନ କରାଯିବ।
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସାଧାରଣ ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ତାହାର ଭିତ୍ତିଭୂମି ଓ ସେବାର ଆଧୁନିକୀକରଣ କରୁଛି। ଏହାର ଲକ୍ଷ୍ୟ ହେଉଛି ଟ୍ରେନ୍ ଯାତ୍ରାକୁ ଅଧିକ ସୁବିଧାଜନକ, ନିରାପଦ ଓ ସୁଲଭ କରିବା। ପୁଞ୍ଜି ନିବେଶ, ପରିଚାଳନା ସଂସ୍କାର ଓ ନୂତନ ପ୍ରଯୁକ୍ତି ମାଧ୍ୟମରେ ରେଳବାଇ ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ ଯାତ୍ରୀ-ପ୍ରଥମ ଆଭିମୁଖ୍ୟକୁ ଆହୁରି ସୁଦୃଢ଼ କରୁଛି। ସୁଲଭ ମୂଲ୍ୟରେ ଯାତ୍ରା ସୁବିଧା ବଢ଼ାଇବାକୁ ଭାରତୀୟ ରେଳବାଇ ଅତ୍ୟାଧୁନିକ ସାଧାରଣ ଓ ଅଣ-ଶୀତତାପ ନିୟନ୍ତ୍ରିତ କୋଚଗୁଡ଼ିକର ରେକର୍ଡ ଉତ୍ପାଦନ କରିଛି। ଯାତ୍ରୀ-ଅନୁକୂଳ ସୁବିଧା ସହିତ ସଜ୍ଜିତ ଏହି କୋଚଗୁଡ଼ିକ ଯାତାୟାତ ସହଜ କରିବା ସହ ପରିବହନ କ୍ଷମତାକୁ ମଧ୍ୟ ବଢ଼ାଇଛି। ଏହା ରେଳବାଇର ସୁଲଭ ଓ ସମାବେଶୀ ଯାତ୍ରା ପ୍ରତି ପ୍ରତିବଦ୍ଧତାକୁ ପ୍ରମାଣ କରିଥାଏ। ଏହାକୁ ଆଧାର କରି ଭାରତୀୟ ରେଳବାଇ ଯାତ୍ରୀ ପରିବହନକୁ ଆହୁରି ମଜବୁତ ଓ ଆଧୁନିକ କରିବା ପାଇଁ, ଚଳିତ ଏବଂ ଆସନ୍ତା ଆର୍ଥିକ ବର୍ଷଗୁଡ଼ିକରେ…
ପୁରୀ: ଶ୍ରୀମନ୍ଦିରରେ ଆଜି ମାଘ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥିରେ ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ପ୍ରାୟ ପାଞ୍ଚ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି।
ଭୁବନେଶ୍ଵର: 2026-27 ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତି ନିମନ୍ତେ ଜନସାଧାରଣଙ୍କ ଠାରୁ ମତାମତ ଆହ୍ୱାନ କରିଛି ଅର୍ଥ ବିଭାଗ। ରାଜ୍ୟ ସରକାରଙ୍କର ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବା ଲାଗି ସାମାଜିକ ଗଣମାଧ୍ୟମ, ୱେବ୍-ପୋର୍ଟାଲ୍, ଇ ମେଲ୍ ଜରିଆରେ ଜନସାଧାରଣଙ୍କ ପରାମର୍ଶ ଲୋଡାଯାଇଛି। ସାଧାରଣ ଲୋକେ ଏହି ପରାମର୍ଶ ଗୁଡିକ ଇ-ମେଲ୍ odisha.budget@gov.in ଠିକଣାରେ ପଠାଇ ପାରିବେ। ସେହିପରି ବଜେଟ୍ ସମ୍ୱନ୍ଧୀୟ ମତାମତ WhatsApp ନମ୍ବର 9438161111 ଏବଂ ବିଭାଗର ସାମାଜିକ ଗଣମାଧ୍ୟମରେ ନିଜର ମତାମତ ଦେଇପାରିବେ। ଆସନ୍ତା 31 ଜାନୁୟାରୀ, 2026 ପର୍ଯ୍ୟନ୍ତ ଲୋକେ ନିଜର ବହୁମୂଲ୍ୟ ପରାମର୍ଶ ଦେବା ନେଇ ସମୟ ଧାର୍ଯ୍ୟ କରାଯାଇଛି।
ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ପୋକ୍ସୋ କୋର୍ଟ ଜଣେ ୬ ବର୍ଷର ନାବାଳିକାଙ୍କ ଦୁଷ୍କର୍ମ ଓ ନିର୍ମମ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରଶାନ୍ତ ବାଗକୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହାସହ ମୃତ ନାବାଳିକାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ମୋଟ ୩୭ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ଦୃଢ଼ ପ୍ରମାଣ ଆଧାରରେ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୨୦୨୪ ନଭେମ୍ବର ମାସରେ ପାଇକମାଲ ଥାନା ଅଂଚଳର ଏକ ଜଙ୍ଗଲରୁ ଗୋଟିଏ ୬ ବର୍ଷିୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ପୋଲିସ ପାଇକମାଲ ଥାନା ମହୁଲପାଲି ଗାଁର ପ୍ରଶାନ୍ତ ବରିହାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଭୁବନେଶ୍ଵର: ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି। ଏହି ମହୋତ୍ସବ ନିମନ୍ତେ ଏକ ମଶାଲ ଶୋଭାଯାତ୍ରା କପିଳାସ ନିକଟରୁ ଆରମ୍ଭ କରାଯାଇଥିଲା। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜିଲ୍ଲାର ୮ଟି ବ୍ଲକ ଅଭିମୁଖେ ଯିବାକୁ ଥିବା ମଶାଲ ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ। ଶୋଭାଯାତ୍ରାରେ ପାଇକ ନୃତ୍ୟ ଓ କୀର୍ତ୍ତନମଣ୍ଡଳୀ ସାମିଲ ହୋଇଥିଲେ। ପରେ ରଥଗୁଡିକ ନିଜ ନିଜ ବ୍ଲକ ଅଭିମୁଖେ ଯାତ୍ରା କରିଥିଲେ। ମହୋତ୍ସବରେ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ବିଭୂତି ପ୍ରଧାନ, ଶତ୍ରୁଘ୍ନ ଜେନା, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରରେ ‘ଡିଜାଇନ୍ ଫର୍ ଭାରତ୍ ୟୁଥ୍ ଇନୋଭେସନ୍ ଚ୍ୟାଲେଞ୍ଜ – ଓଡ଼ିଶା ଜୋନ୍’ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନରେ ‘ମାଇଁ ଭାରତ୍’ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ଓଡ଼ିଶାର ୧୫ଟି ଦଳ ଭାଗ ନେଇଥିଲେ। ସାମାଜିକ ଓ ପ୍ରଯୁକ୍ତିଗତ ସମସ୍ୟାକୁ ନେଇ ତିଆରି କରାଯାଇଥିବା ନୂତନ ଡିଜାଇନ୍ ପ୍ରଦର୍ଶନ ହୋଇଥିଲା। ପ୍ରଦର୍ଶନୀର ଶ୍ରେଷ୍ଠ ଦଳମାନେ ଆସନ୍ତା ୧୨ ଅଗଷ୍ଟ ୨୦୨୬ ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ‘ଡିଜାଇନ୍ ଫର୍ ଭାରତ୍’ ପ୍ରଦର୍ଶନୀରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମାଇଁ ଭାରତ ଓଡ଼ିଶାର ରାଜ୍ୟ ନିର୍ଦ୍ଦେଶକ ଶିବାଜୀ ମୁରଲିଧର ଖରାଟ ଯୋଗଦେଇଥିଲେ।
ଭୁବନେଶ୍ଵର: ଆସନ୍ତା ୧୦ ଜାନୁଆରୀରୁ ରାଜଧାନୀରେ ଆରମ୍ଭ ହେବ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରଦର୍ଶନୀ ପଡ଼ିଆରେ ଏହି ମେଳା ଅନୁଷ୍ଠିତ ହେବ। ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଚଳିତ ଥର ମେଳାରେ ମୋଟ ୩୪୦ ଟି ଷ୍ଟଲ ଖୋଲାଯିବ। ୩୫ ଟି ଖାଦ୍ୟ ଷ୍ଟଲ ଲାଗିବ। ୨୦ଟି ରାଜ୍ୟରୁ କାରିଗର, ଉଦ୍ୟୋଗୀ ଏହି ମେଳାରେ ସାମିଲ ହେବେ। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ରହିବେ। ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲରେ ବିକ୍ରି ହେବ। ମେଳା ଅବସରରେ ୬ଟି କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ଚଳିତବର୍ଷ ଏହି ମେଳାରେ ୩୦ କୋଟି ବ୍ୟବସାୟର ଲକ୍ଷ୍ୟ ରଖାଯାଇଥିବା ସମ୍ମିଳନୀରେ ସୂଚନା ଦିଆଯାଇଛି।
ମେଷ- କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଆପଣଙ୍କୁ ଗମ୍ଭୀର ହେବାକୁ ପଡିବ। ଆପଣ ଭଲ ଭବିଷ୍ୟତ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କ ସାଥୀଙ୍କ ସହିତ ମତଭେଦ ଦୂର କରିବାକୁ ଏକ ପ୍ରୟାସ ହୋଇପାରେ, ଆପଣ ଏଥିରେ ସଫଳତା ପାଇପାରନ୍ତି। ଜୀବନ ସାଥୀଙ୍କ ଆତ୍ମାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ପିଲାମାନଙ୍କ ସହିତ ଜଡିତ କିଛି ଭଲ ଖବର ପାଇ ପାରିବେ। ଅଭିଭାବକମାନେ ସାହାଯ୍ୟ ପାଇବା ଜାରି ରହିବ। ବୃଷ- ବ୍ୟବସାୟ ଯୋଜନା ସଫଳ ହେବ। ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ। ଏକ ଛୋଟ ଯାତ୍ରା ହୋଇପାରେ। ତତ୍ପରତା ନାହିଁ। ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ। ଏକ ପୁରୁଣା ବନ୍ଧୁଙ୍କୁ ଭେଟିବ। ଆପଣର ମନ ଅଶାନ୍ତ ହେବ। ଇଶ୍ବରଙ୍କଠାରେ ଧ୍ୟାନ ରଖନ୍ତୁ। ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ। ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ। ସନ୍ତାଙ୍କ ଦାୟିତ୍ବ ପୂରଣ ହେବ।…
ରଣପୁର: ରଣପୁର ବାଘ ସାମନ୍ତ ପଡିଆରେ ଆୟୋଜିତ ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ସଂସ୍କୃତି ଓ ସୃଜନଶୀଳତାର ଏକ ଆଲୋକମୟ ଉତ୍ସବରେ ପରିଣତ ହୋଇଥିଲା। ଆଲୋକ, ଧ୍ୱନି ଓ ସଙ୍ଗୀତର ସୁନିୟୋଜିତ ସମନ୍ୱୟରେ ସମଗ୍ର ପରିବେଶ ଉତ୍ସବମୟ ଓ ଉତ୍ସାହଭରା ହୋଇଉଠିଥିଲା। ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ, ଲୋକସଙ୍ଗୀତ ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ମନୋରମ ଉପସ୍ଥାପନା ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସ୍ଥାନୀୟ କଳାକାରଙ୍କ ସହ ଆମନ୍ତ୍ରିତ ପ୍ରତିଷ୍ଠିତ ଶିଳ୍ପୀମାନଙ୍କ ପ୍ରଦର୍ଶନୀ ମଞ୍ଚକୁ ଆହୁରି ଜୀବନ୍ତ ଓ ଆକର୍ଷଣୀୟ କରିଥିଲା। ଉଲ୍ଲେଖନୀୟ ଯେ, ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ଦେଶମାତୃକା ପାଇଁ ଜୀବନ ଉତ୍ସର୍ଗ କରିଥିବା ଶହୀଦ ରଘୁନାଥ ମହାନ୍ତିଙ୍କ ପବିତ୍ର ସ୍ମୃତିରେ ଉତ୍ସର୍ଗୀକୃତ କରାଯାଇଥିଲା। ଦର୍ଶକମାନଙ୍କର ଭିଡ଼ ଓ ଉତ୍ସାହ ମହୋତ୍ସବର ସଫଳତାକୁ ସ୍ପଷ୍ଟ ଭାବେ ପ୍ରତିବିମ୍ବିତ କରିଥିଲା। ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିବା ବେଳେ…
ଭୁବନେଶ୍ଵର: ଆଜି ଲୋକସେବା ଭବନସ୍ଥିତ ବୈଠକ ଗୃହରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସ ଶାସନ ସଚିବଅନୁ ଗର୍ଗଙ୍କ ସହ ଜାତୀୟ ଅନୁସୂଚିତ ଜନଜାତି କମିଶନ (ଏନସିଏସଟି)ଙ୍କ ସଦସ୍ୟା ଡଃ. ଆଶା ଲାକ୍ରାଙ୍କ ଉପସ୍ଥିତିରେ ଏକ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମିଶନର ସଦସ୍ୟା ଉପସ୍ଥିତ ରହି ଅନୁସୂଚିତ ଜନଜାତିଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ବି.ପରମେଶ୍ବ ମେଶ୍ବରନ ଏବଂ ଏହି ବିଭାଗ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ବିଶେଷ କରି ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି କମିଶନ ସଦସ୍ୟ। ଏଥିରେ ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଗୁଣାତ୍ମକ ଆବାସିକ…
ହାଜିପୁର (ବୈଶାଳୀ, ବିହାର): ପାଟନା-ହାଜିପୁର ରୋଡର ସାଇ ପେଟ୍ରୋଲ ପମ୍ପ ନିକଟରୁ ହାଜିପୁର ଶିଳ୍ପାଞ୍ଚଳ ପୋଲିସ ଦୁଇଜଣ ହେରୋଇନ୍ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଠାରୁ ପୋଲିସ ୧୬୫.୬୭ ଗ୍ରାମ ହେରୋଇନ୍, ଦୁଇଟି ମୋବାଇଲ୍ ଫୋନ୍ ଏବଂ ୬୬୪ ନଗଦ ଜବତ କରିଛି। ସଦର ଏସଡିପିଓ ସୁବୋଧ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି। ସଦର ଏସଡିପିଓ ସୁବୋଧ କୁମାର କହିଛନ୍ତି ଯେ, ବୈଶାଳୀ ପୋଲିସ ଅବୈଧ ନିଶା କାରବାର ରୋକିବା ପାଇଁ ନିରନ୍ତର କଡାକଡି ଯାନବାହାନ ଯାଞ୍ଚ ଏବଂ ଚଢାଉ କରୁଛି। ଗତ ସୋମବାର ଏକ ସ୍ୱତନ୍ତ୍ର ଚଢାଉ ସମୟରେ, ସ୍ପେଶାଲ୍ ଟାସ୍କ ଫୋର୍ସର ନାର୍କୋଟିକ୍ସ ସେଲ୍ ଏବଂ ଷ୍ଟେଟ୍ ଇଣ୍ଟେଲିଜେନ୍ସ ଆଣ୍ଡ୍ କଣ୍ଟ୍ରୋଲ୍ ବ୍ୟୁରୋ କୌଣସି ସୂତ୍ରରୁ ଖବର ପାଇ ଦୁଇଜଣ ଚୋରାଚାଲାଣକାରୀଙ୍କୁ ଧରିବା ସହ ହେରୋଇନ୍ ଭଳି ଡ୍ରଗ୍ସ ଜବତ କରିବାରେ ସଫଳ ହୋଇଛି।

