ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମାନୁଫାକ୍ଚରିଂ ସ୍କିମ୍ (ଇସିଏମ୍ଏସ୍) ପାଇଁ ମାର୍ଗଦର୍ଶିକା ଏବଂ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି, ଯାହା ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ସରକାରଙ୍କ ସ୍ପଷ୍ଟ ରଣନୀତି ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ପରିମାଣ ଏବଂ ମୌଳିକ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଭାରତ ପ୍ରସ୍ତୁତ ଉତ୍ପାଦ ନିର୍ମାଣ କରି ନିଜର ଯାତ୍ରା ଆରମ୍ଭ କରିଥିଲା। ଏହା ପରେ ମଡ୍ୟୁଲ ସ୍ତରୀୟ ଉତ୍ପାଦନ, ପରେ ଉପାଦାନ ଉତ୍ପାଦନ ଏବଂ ବର୍ତ୍ତମାନ ଯନ୍ତ୍ରାଂଶ ନିର୍ମାଣ କରୁଥିବା ସାମଗ୍ରୀ ଉତ୍ପାଦନ କରାଯାଇଥିଲା। ମୂଲ୍ୟ ଶୃଙ୍ଖଳାର ୮୦ରୁ ୮୫ ପ୍ରତିଶତ ପ୍ରସ୍ତୁତ ସାମଗ୍ରୀର ଅଂଶ ରହିଛି ବୋଲି ଆଲୋକପାତ କରି ସେ ଉଲ୍ଲେଖ କରିଥିଲେ ଯେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ହାସଲ ହୋଇଥିବା…
Author: SM Network
ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଆରାମଦାୟକ କରିବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଛାତ୍ରମାନେ ସଫଳତା ପାଇବେ । କେବଳ ସତର୍କ ରୁହନ୍ତୁ । ଆପଣଙ୍କୁ ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପାରିବାରିକ ପରିବେଶ ଭଲ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କର, ନଚେତ୍ ଆପଣଙ୍କର ଜୀବନସାଥୀ ଅଲଗା ହୋଇପାରେ । ସ୍ୱାସ୍ଥ୍ୟ ଭଲ ହେବ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ…
ଭୁବନେଶ୍ୱର: ପ୍ରାଣୀମାନେ ନିଜର ସମସ୍ୟା ଓ କଷ୍ଟକୁ ପ୍ରକାଶ କରିପାରନ୍ତି ନାହିଁ। ତେଣୁ ମନୁଷ୍ୟମାନଙ୍କୁ ସେମାନଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝିବା ସହ ସକାରାତ୍ମକ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି। ସେମାନଙ୍କ ଯତ୍ନ ନେବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶାଶ୍ୱତି ଦାସ। କୌଣସି ସଭ୍ୟତା ପ୍ରାଣୀଜଗତ ବିନା ବୃଦ୍ଧି ପାଇବା ସମ୍ଭବ ନୁହେଁ ବୋଲି ଶ୍ରୀମତି ଦାସ କହିଛନ୍ତି। ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍) ପକ୍ଷରୁ ଆଜି ବିଶ୍ୱ ଭେଟେରିନାରୀ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ବିଶ୍ୱବିଦ୍ୟାଳୟର ସଦ୍ୟତମ ଅନୁଷ୍ଠାନ ଆଇଭିଏସ୍ଏଏଚ୍ର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଏହା ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନର ସଦସ୍ୟମାନଙ୍କ ପ୍ରଚେଷ୍ଟା ଦ୍ୱାରା ସମ୍ଭବପର ହୋଇପାରିଛି ବୋଲି କହିଥିଲେ। ଚଳିତ ବର୍ଷର ବିଶ୍ୱ…
ନୂଆଦିଲ୍ଲୀ: ସମବାୟ ମନ୍ତ୍ରଣାଳୟର ସଚିବ ଡକ୍ଟର ଆଶିଷ କୁମାର ଭୁଟାନିଙ୍କ ଉପସ୍ଥିତିରେ ସମବାୟ ଦୁଗ୍ଧ ଏବଂ ଅନ୍ୟାନ୍ୟ ଉତ୍ପାଦଗୁଡ଼ିକୁ ଅନଲାଇନ୍ ବଜାରରେ ଉପଲବ୍ଧ କରିବା ପାଇଁ ସମବାୟ ମନ୍ତ୍ରଣାଳୟ ଏବଂ ସ୍ୱିଗି ଇନଷ୍ଟାମାର୍ଟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ୨୫ ଏପ୍ରିଲ ଶୁକ୍ରବାର, ସ୍ୱିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା ଏବଂ ସମବାୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡି କେ ବର୍ମାଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବା ଦ୍ବାରା ସମବାୟ ସମିତିଗୁଡ଼ିକ ନୂତନ ଯୁଗର ଜ୍ଞାନକୌଶଳ ମାଧ୍ୟମରେ ନୂତନ ଯୁଗର ଗ୍ରାହକଙ୍କ ସହ ଯୋଡ଼ି ହୋଇପାରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ସକ୍ଷମ ମାର୍ଗଦର୍ଶନରେ, ସମବାୟ ମନ୍ତ୍ରଣାଳୟ ଦେଶର ସମବାୟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ୬୦ ରୁ ଅଧିକ ପଦକ୍ଷେପ ଗ୍ରହଣ କରିଛି। ସମ୍ପ୍ରତି ମନ୍ତ୍ରଣାଳୟ ସମବାୟ କ୍ଷେତ୍ରରୁ…
ଭୁବନେଶ୍ୱର, ଏପ୍ରିଲ ୨୬ – ଭାରତକୁ ଏକବିଂଶ ଶତାବ୍ଦୀର ବିଶ୍ୱ ଜ୍ଞାନ ଶକ୍ତିରେ ପରିଣତ କରିବାକୁ ହେଲେ ଆମକୁ ସମାନ ଶିକ୍ଷା ଓ ସମାନ ସୁଯୋଗକୁ ସୁନିଶ୍ଚିତ କରିବାକୁ ହେବ । ୨୦୩୬ ସୁଦ୍ଧା ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଗୁଣାତ୍ମକ ଶିକ୍ଷା ସହ ଦକ୍ଷତା ଆଧାରିତ ଶିକ୍ଷାକୁ ପ୍ରାଥମିକତା ଦେବାକୁ ହେବ ବୋଲି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା-ଶ୍ରୀମୂଳା ସ୍ଥିତ ପିଏମ ଶ୍ରୀ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭିଡିଓ ମେସେଜ ମାଧ୍ୟମରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି। ପ୍ରାଚୀନ ଯୁଗରୁ ଆମର ଢେଙ୍କାନାଳ ବୀରଭୂମି ନାମରେ ଖ୍ୟାତ । ଢେଙ୍କାନାଳ ଜିଲ୍ଲା ଶହୀଦ ବୀର ବାଜି ରାଉତ, ପବିତ୍ର ମୋହନ ପ୍ରଧାନ, ସଂଗ୍ରାମୀ ମହେଶ ଚନ୍ଦ୍ର ସୁବାହୁ ସିଂହ, ସାରଙ୍ଗଧର ଦାସ,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ୫୧,୦୦୦ରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆଜିଠାରୁ ଏସବୁ ଯୁବକଯୁବତୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ଦାୟିତ୍ୱ ମିଳୁଛି। ସେ କହିଛନ୍ତି ଯେ ତାଙ୍କର କର୍ତ୍ତବ୍ୟ ମଧ୍ୟରେ ଦେଶର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା, ଆଧୁନିକ ଭିତ୍ତିଭୂମି ନିର୍ମାଣରେ ଯୋଗଦାନ ଦେବା ଏବଂ ଶ୍ରମିକଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେମାନେ ଯେଉଁ ଆନ୍ତରିକତାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରନ୍ତି, ତାହା ଭାରତର ଏକ ବିକଶିତ ରାଷ୍ଟ୍ର ହେବା ଯାତ୍ରାରେ ସକାରାତ୍ମକ ପ୍ରଭାବ ପକାଇବ। ଏହି ଯୁବକଯୁବତୀମାନେ ପୂର୍ଣ୍ଣ ନିଷ୍ଠାର…
ରେଢ଼ାଖୋଲ (କନ୍ଦର୍ପ ବେହେରା): ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ, ପାଚିକା ମହାସଂଘର ନାକଟିଦେଉଳ ବ୍ଲକ ଶାଖା ପକ୍ଷରୁ ଆଜି ବିକ୍ଷୋଭ ଶୋଭାଯାତ୍ରା କରାଯିବା ସହ 7 ଦଫା ଦାବୀ ସମ୍ପର୍କିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ, ପାଚିକା ମହାସଂଘ ର ରାଜ୍ୟ ସମ୍ପାଦିକା ଦୀପାଞ୍ଜଳି ଯାଦବ ନେତୃତ୍ବରେ ଆଜି ସକାଳ ୯ଟା ସମୟରେ ବ୍ଳକର ଶତାଧିକ ପାଚକ ଓ ପାଚିକା ନାକଟିଦେଉଳ ଶିବ ମନ୍ଦିର ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ମାନ ଦେଇ ଜଗନ୍ନାଥ ପ୍ରସାଦ ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ପାରିଶ୍ରମିକ ଦିନସାରା ପାଇଁ ମାତ୍ର 100 ଟଙ୍କା ପଡୁଅଛି। ତେଣୁ ବାସ୍ତବରେ ଉକ୍ତ ପାରିଶ୍ରମିକ ଭୋକ ମେଣ୍ଟାଇବାରେ ସହାୟକ ହେଉନାହିଁ। ଏଣୁ ସରକାର ଘୋଷଣା କରିଥିବା ପାରିଶ୍ରମିକର ପୁନଃ…
ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଚିଲିକା କୂଳରେ ଆଜି ଜଳଛତ୍ର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି। ଚଳିତବର୍ଷ ରାଜ୍ୟରେ ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଓ ବିଶେଷ ଭାବେ ଚିଲିକା କୂଳରେ ପାନୀୟ ଜଳର ଆବଶ୍ୟକତା ଅନୁଭବ କରି ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ଦହିପଣାର ଶୁଭାରମ୍ଭ ଅଧ୍ୟକ୍ଷ ଡଃ ଲକ୍ଷ୍ମୀ ଧର ସୁବୁଦ୍ଧି ଙ୍କ ଦ୍ୱାରା ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀଙ୍କ ସହ ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ, ପ୍ରିୟମ୍ବଦା ମହାପାତ୍ର ଉପସ୍ଥିତ ରହି ପର୍ଯ୍ୟଟକ ଓ ପଥଚାରୀ ମାନଙ୍କୁ ପାନୀୟ ଜଳ ବିତରଣ କରିଥିଲେ। ସ୍ଵେଚ୍ଛାସେବୀ ପ୍ରଜ୍ଞାସ୍ମିତା ସାହୁ, ନୀଳକଣ୍ଠ ଦାସ, ରୁପାଲୀ ବିଶ୍ୱାଳ, ରବିନା ଦାସ, ସାଇନ ସୁବୁଦ୍ଧି ପ୍ରମୁଖ ଙ୍କ ସଂଯୋଜନାରେ ଆୟୋଜିତ ଏହି ଜଳଛତ୍ର କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ,…
ଖୋର୍ଦ୍ଧା: ପିଲା ଦିନରୁ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ସୁଖ, ପ୍ରାତୁର୍ଯ୍ୟ, ରାଜକୀୟ ଐଶୂର୍ଯ୍ୟ ଛାଡ଼ି ସାଧାରଣ ଲୋକଙ୍କ ସହ ମିଶନ୍ତି। ଲୋକଙ୍କ ସମସ୍ୟା କଣ ଅଛି ସେ ସମ୍ବନ୍ଧରେ ଅବଗତ ହୁଅନ୍ତି। ଓଡ଼ିଶାକୁ ସମୃଦ୍ଧ ରାଜ୍ୟ ଗଢିବାରେ ଉତ୍କଳ ମଣି ଗୋପବନ୍ଧୁ, ମଧୁସୂଦନ ଦାସ ଏବଂ ଫକୀରମୋହନ ସେନାପତିଙ୍କ ସହ ଉତ୍କଳ ସମ୍ମିଳନୀରେ ସେ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ୧ଏପ୍ରିଲ ୧୯୩୬ ମସିହାରେ ଓଡ଼ିଶାକୁ ସ୍ଵତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ଦେବାରେ ଗଜପତିଙ୍କ ଅତୁଳନୀୟ ଅବଦାନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୋଲି ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ରେ ମୁଖ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସାଫାଲ୍ୟ ମଣ୍ଡିତ ପ୍ରଧାନ ପ୍ରକାଶ କରିଛନ୍ତି। ଓଡ଼ିଶାର ଜନସାଧାରଣ…
ଖୋର୍ଦ୍ଧା/ବାଲୁଗାଁ/ବାଣପୁର: ଆଜି ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ନିଜ ନିର୍ବାଚ଼ନ ମଣ୍ଡଳୀକୁ ଚିଲିକା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫୧୭.୨୬ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ “ହଜ ଠାରୁ ଦୀନବନ୍ଧୁପୁର ଭାୟା କାଲୁନିଆରୀ ଓ ଗମେଇ ରାସ୍ତା ନିର୍ମାଣ କାର୍ଯ୍ୟ,୫୧୩.୧୮ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ପଣସଡ଼ିହ (ଶାଳିଆ ଡ଼୍ୟାମ) ଠାରୁ ନୀଳାଦ୍ରିପ୍ରସାଦ ଭାୟା ବରକୋଳି ରାସ୍ତା ନିର୍ମାଣ କାର୍ଯ୍ୟ, ୬୮୮.୭୨ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନୀଳାଦ୍ରିପ୍ରସାଦ ଠାରୁ ପଣସଡ଼ିହ ଭାୟା ବରକୋଳି ରାସ୍ତାର ୧୦.୨୦ କି.ମି. ଠାରେ ଶାଳିଆ ୱାଟର ଚ଼ାନେଲ ଉପରେ ସୁ ଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ,୩୧୫.୨୮ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଏନଚ୍ -୫ ଠାରୁ ରାହାଣବେଳି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଓ ପୂର୍ତ୍ତ ବିଭାଗ ପକ୍ଷରୁ…
ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଆତଙ୍କିତ ହୋଇ ଭାରତକୁ ଧମକ ଦେଉଛି। ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲ ସହିତ କଥାବାର୍ତ୍ତା କରି ପୂର୍ବତନ ପାକ୍ ହାଇ କମିଶନର ଅବଦୁଲ ବାସିତ କହିଛନ୍ତି ଯେ, ଭାରତ କେବେ ଆକ୍ରମଣ କରିବ? ପାକିସ୍ତାନର ଏବିଏନ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଅବଦୁଲ ବାସିତ କହିଛନ୍ତି ଯେ, ମୋର ସନ୍ଦେହ ନାହିଁ ଯେ ଭାରତ ନିଶ୍ଚିତ ଭାବେ କିଛି ପଦକ୍ଷେପ ନେବ, କାରଣ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ବିହାରରେ ଘୋଷଣା କରିଛନ୍ତି ଯେ, ସେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆମେ ଅତୀତକୁ ଦେଖିବା ତେବେ ୨୦୧୬ ରେ ଉରି ମାମଲା ଆସିଥିଲା। ଏହା ପରେ ଭାରତ ସର୍ଜିକାଲ ଷ୍ଟ୍ରାଇକର ଡ୍ରାମା କରିଥିଲା। ଅବଦୁଲ ବାସିତ କହିଛନ୍ତି ଯେ, ‘ଯଦି ଭାରତୀୟ ଗଣମାଧ୍ୟମ, ଏହାର ସେନା ଅଧିକାରୀ ଏବଂ ପ୍ରତିରକ୍ଷା…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଦେଶର ୪୭ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ ଯୋଜନାର ନିଯୁକ୍ତିପତ୍ର ବିତରଣ କରିଛନ୍ତି। ଏହିକ୍ରମରେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଏକ ରୋଜଗାର ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର କର୍ପୋରେଟ୍ ବ୍ୟାପାର, ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ର ମନ୍ତ୍ରୀ ହର୍ଷ ମାଲହୋତ୍ରା ୨୫୮ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ହସ୍ତାନ୍ତର କରିଛନ୍ତି। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ମାଲହୋତ୍ରା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାକ୍ରମେ ୨୦୨୨ ଠାରୁ ଆରମ୍ଭ ହୋଇଥିବା ରୋଜଗାର ମେଳାଗୁଡ଼ିକରେ ୧୦ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ଦିଆଯାଇସାରିଛି। ଆଜି ପଞ୍ଚଦଶ ରୋଜଗାର ମେଳା ଆୟୋଜନ କରାଯାଉଛି। ସେ ଆହୁରି କହିଥିଲେ, ମୋଦୀଜୀଙ୍କ ସୁଶାସନ ଏବଂ ଦୂରଦୃଷ୍ଟି କାରଣରୁ ପୂର୍ବ ସରକାରଙ୍କ ତୁଳନାରେ ବର୍ତ୍ତମାନର ସରକାର…
ଭୁବନେଶ୍ୱର: ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ-ୱେଭ୍ସ ୨୦୨୫। ଏହି ସମ୍ମିଳନୀ ଦେଶର ସୃଜନଶୀଳ ଯୁବପ୍ରତିଭାମାନଙ୍କୁ ନିଜର ସୃଜନଶୀଳତା ପ୍ରଦର୍ଶନ ନିମନ୍ତେ ମଞ୍ଚ ଯୋଗାଇ ଦେବ। ୱେଭ୍ସ ଅଧୀନରେ ଆୟୋଜିତ ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତାର ଫାଇନାଲରେ ଅଂଶଗ୍ରହଣ କରିବା ଲାଗି ସାରା ଦେଶରୁ ୪୨ ଜଣ ଫାଇନାଲିଷ୍ଟଙ୍କୁ ଚୟନ କରାଯାଇଛି। ଓଡ଼ିଶାର ଦୁଇ ଜଣ ପ୍ରତିଯୋଗୀ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମାନେ ହେଲେ ଯାଜପୁର ଧର୍ମଶାଳା ଜାରକା ଅଞ୍ଚଳର ଭାଗ୍ୟଶ୍ରୀ ଶତପଥୀ ଏବଂ ଭୁବନେଶ୍ୱରର ଋଷଭ ମହାନ୍ତି। ଭାଗ୍ୟଶ୍ରୀ ଅହମ୍ମଦାବାଦ ସ୍ଥିତ ରାଷ୍ଟ୍ରୀୟ ଡିଜାଇନ ପ୍ରତିଷ୍ଠାନରେ ଆନିମେସନ ଏବଂ ଚଳଚ୍ଚିତ୍ର ଡିଜାଇନରେ ଅଧ୍ୟୟନ କରୁଛନ୍ତି। ସେ ଭାରତୀୟ ପୁରାଣ ଏବଂ ସ୍ଥାନୀୟ ଲୋକକଥାକୁ ନେଇ ଆନିମେସନ ଚଳଚ୍ଚିତ୍ର ପ୍ରସ୍ତୁତ କରିଥା’ନ୍ତି। ତାଙ୍କର ଉପସ୍ଥାପନାରେ ସାଧାରଣତଃ ଶକ୍ତି, ନୈତିକତା ଓ ଆତ୍ମପରିଚୟର ଝଲକ ଦେଖିବାକୁ ମିଳିଥାଏ।…
ନୂଆଦିଲ୍ଲୀ: ‘ପହଲଗାମର ଦୋଷୀମାନଙ୍କୁ ପୃଥିବୀର ଶେଷ ପର୍ଯ୍ୟନ୍ତ ଖୋଜାଯିବ। ସେମାନଙ୍କୁ ଏବଂ ସେମାନଙ୍କର ନେତାମାନଙ୍କୁ ଏପରି ଦଣ୍ଡ ଦିଆଯିବ ଯାହା ସେମାନେ କଳ୍ପନା ମଧ୍ୟ କରିନଥିବେ। ସେମାନଙ୍କର ଠିକଣା ମାଟିରେ ମିଶିଯିବ। ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚ୍ୟାଲେଞ୍ଜକୁ ସମର୍ଥନ କରି ବିଶ୍ଵର ବିଭିନ୍ନ ଦେଶରୁ ସ୍ୱର ମଧ୍ୟ ଆରମ୍ଭ ହୋଇଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଆତଙ୍କବାଦ ବିରୋଧରେ ଲଢେଇରେ ଭାରତ ସହିତ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ପାକିସ୍ତାନର ଅଲଆଉଟ ୱାରର ଧମକ ମଧ୍ୟରେ ଆମେରିକା ଶୁକ୍ରବାର ଦିନ ଏକ ସ୍ପଷ୍ଟ ସୂଚନା ଦେଇଛି ଯେ, ଆତଙ୍କବାଦୀଙ୍କୁ ଖୋଜିବା ଏବଂ ସଫା କରିବା ପାଇଁ ସେମାନେ ଭାରତକୁ ସମର୍ଥନ କରିବେ।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଉ ମାତ୍ର ଦୁଇ ଦିନ ପରେ ମାଁ ବୁଢ଼ୀ ଠାକୁରାଣୀ ଚାଲିଯିବେ ଶାଶୁ ଘରକୁ। ମାଁ ଙ୍କ ବାହୁଡା଼ ସମୟ ଯେତେ ନିକଟ ହେଉଛି, ଶ୍ରଦ୍ଧାଳୁ ଭକ୍ତଙ୍କ ସଂଖ୍ୟା ସେତେ ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ ସରକାରୀ ପ୍ରଶାସନର ଗୃହ ବିଭାଗ ପକ୍ଷରୁ ଜନଜୀବନର ସୁରକ୍ଷା, ପୌରନିଗମ ପକ୍ଷରୁ ସଫେଇ, ପରିମଳ ବ୍ୟବସ୍ଥା ସହ ଜଳଯୋଗାଣର ସୁବନ୍ଦୋବସ୍ତ, ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ସହ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରସାଦ ସେବନ କାର୍ଯ୍ୟକ୍ରମ ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମାଁଙ୍କ ଦର୍ଶନରେ ସହଯୋଗ କରୁଛନ୍ତି। ଏତଦବ୍ୟତୀତ ମାଁଙ୍କ ଯାତ୍ରା ଉପଲକ୍ଷେ ବିଭିନ୍ନ ମାନସିକଧାରୀ ଓ ସହରର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବେଶ ଅନୁଷ୍ଠିତ ହୋଇ। ଶ୍ରଦ୍ଧାଳୁ ଭକ୍ତଙ୍କ ମନ ତୋଷୁଛନ୍ତି। ବିଶେଷକରି ଗତକାଲି ବିଜିପୁର ଅଞ୍ଚଳର ବହୁ ପୁରାତନ ଲଣ୍ଡା ବେଶ ଓ ଭାପୁର ଦଳୁଆ ସାହିର ଗୁରୁ ନାନକ…
ଖୋର୍ଦ୍ଧା: ବହୁଚର୍ଚ୍ଚିତ ବାଣପୁର ପ୍ରଶାନ୍ତ ହତ୍ୟାକାଣ୍ଡ ମାମଲାର ରାୟ ଖୋର୍ଦ୍ଧା ଏଡିଜେ-୧ ଙ୍କ କୋର୍ଟରେ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ରଞ୍ଜୁଲତା ଲେଙ୍କା ବାଣପୁର ଥାନା ହଳନ୍ଦା ଗ୍ରାମର ଚାରି ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ମାନେ ଉକ୍ତ ଗ୍ରାମର ଆଶିଷ କୁମାର ବିଶ୍ବାଳ, ମାନସ ପାତ୍ର, ସନାତନ ବିଶ୍ବାଳ, ଆଲୋକ ବିଶ୍ବାଳ। ୨୦୧୪ ମସିହା ଅକ୍ଟୋବର ୨୨ତାରିଖରେ କଂକ୍ରିଟ୍ ରାସ୍ତାର ଠିକାଦାରୀକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିଲା। ପ୍ରଶାନ୍ତ ବିଶୋୟୀ ଓରଫ୍ ବୋତଲ ଯାହାଙ୍କ ଦାଣ୍ଡରେ ଠିକାଦାରଙ୍କୁ ବୋମାମାଡ଼ କରି ହତ୍ୟାକୁ ନେଇ ଗ୍ରାମର ଶ୍ରୀନିବାସ ବିଶ୍ବାଳ, ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ଆଶିଷ କୁମାର ବିଶ୍ବାଳ, ମାନସ ପାତ୍ର, ସନାତନ ପାତ୍ର ଓ ଆଲୋକ ପାତ୍ର ଆଦିଙ୍କ ସହିତ ବାଦ ବିବାଦ ମୁଣ୍ଡ ଟେକିଥିଲl l ହତ୍ୟାକାଣ୍ଡ ଦିନ ରାତି ପ୍ରାୟ ୮ଟାରେ ଉପରୋକ୍ତ ଅଭିଯୁକ୍ତମାନେ ଖଣ୍ଡା, ଭୂଜାଲି, ବୋମା…
ନୂଆଦିଲ୍ଲୀ: ହରିୟାଣାର ନୁହସ୍ଥିତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯେଉଁଥିରେ ୬ ପରିମଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଜିଲ୍ଲାରେ ଘଟିଥିବା ଏହି ଦୁଃଖଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଫିରୋଜପୁର ଝିରକା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଇବ୍ରାହିମବାସ ଗ୍ରାମ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଗାଡିଟି ପରିମଳ କର୍ମଚାରୀଙ୍କୁ ଧକ୍କା ଦେଇଥିଲା। ଯେଉଁଥିରେ ୬ ପରିମଳ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଲଶ୍କର କମାଣ୍ଡର ସଇଫୁଲ୍ଲା ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ମନା କରିଦେଇଛି। ଏହା ପରେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ମଧ୍ୟ ଏକ ବିବୃତ୍ତି ଜାରି କରି ପହଲଗାମ ଆକ୍ରମଣରୁ ନିଜକୁ ଦୂରେଇ ରଖିଛି। ଟିଆରଏଫ ପୋଷ୍ଟ ଜାରି କରି କହିଛି ଯେ, ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ପହଲଗାମ ଘଟଣାରେ ସମ୍ପୃକ୍ତ ଥିବା କଥାକୁ ଅସ୍ୱୀକାର କରିଛି। ଏହି ଆକ୍ରମଣ ପାଇଁ ଟିଆରଏଫକୁ ଦାୟୀ କରିବା ଭୁଲ ଅଟେ। ଏହା ଶୀଘ୍ର ନିଆଯାଇଥିବା ନିଷ୍ପତ୍ତି। କାଶ୍ମୀର ପ୍ରତିରୋଧକୁ ବଦନାମ କରିବା ପାଇଁ ଏହା ଏକ ସୁଚିନ୍ତିତ ଅଭିଯାନର ଏକ ଅଂଶ। ଟିଆରଏଫ ଏହି ପୋଷ୍ଟରେ ଲେଖିଛି ଯେ, ପହଲଗାମ ଆକ୍ରମଣ ପରେ ଖୁବ ଶୀଘ୍ର ଆମ ଡିଜିଟାଲ ପ୍ଲାଟଫର୍ମରୁ ଏକ ମିଥ୍ୟା ବାର୍ତ୍ତା ପୋଷ୍ଟ କରାଯାଇଥିଲା। ଅନୁସନ୍ଧାନ ପରେ ସାଇବର ଆକ୍ରମଣ ହେତୁ ଏହା ପୋଷ୍ଟ କରାଯାଇଥିବା ଜଣାପଡିଛି। ଉଲ୍ଲଂଘନ ସ୍ଥିର କରିବାକୁ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଶୁକ୍ରବାର ଦିନ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତାଦେଶ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କ ମଧ୍ୟରେ ୪୫ ମିନିଟର ଦୀର୍ଘ ଆଲୋଚନାରେ ପାକିସ୍ତାନ ଯାଉଥିବା ଜଳକୁ ରୋକିବା ପାଇଁ ଉପାୟ ଉପରେ ଆଲୋଚନା କରାଯାଇଥିଲା। ସୂଚନାନୁସାରେ, ଏହି ବୈଠକରେ ତୁରନ୍ତ, ମଧ୍ୟମ ଏବଂ ଦୀର୍ଘକାଳୀନ ତିନୋଟି ପ୍ରମୁଖ ବିକଳ୍ପ ଉପରେ ବିଚାର କରାଯାଇଥିଲା। ସରକାରଙ୍କ ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ଏକ ବୁନ୍ଦା ପାଣି ମଧ୍ୟ ପାକିସ୍ତାନ ଯିବାକୁ ଦିଆଯାଉ ନାହିଁ। ବୈଠକ ପରେ ନିଷ୍ପତ୍ତି ନିଆଗଲା ଯେ, ଜଳ ବନ୍ଦ କରିବା ପାଇଁ ପ୍ରତ୍ୟେକ ସମ୍ଭାବ୍ୟ ପଦ୍ଧତିରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ। ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାପୂର୍ବରୁ ଜଲ ଶକ୍ତି ମନ୍ତ୍ରଣାଳୟର ସଚିବ ଦେବଶ୍ରୀ ମୁଖାର୍ଜୀ ପାକିସ୍ତାନ ଜଳ ସମ୍ପଦ…
ଗରୁଡ ପୁରାଣ: ଆମେ ପ୍ରାୟତଃ ଶୁଣୁଥାଉ ଯେ, ଜଣେ ବ୍ୟକ୍ତି ନିଜ କାର୍ଯ୍ୟ ଅନୁଯାୟୀ ଫଳାଫଳ ପାଇଥାଏ। ଖରାପ କାର୍ଯ୍ୟ କଲେ ଜଣେ ବ୍ୟକ୍ତି ନିଶ୍ଚିତ ଭାବରେ ନିଜ କାର୍ଯ୍ୟର ପରିଣାମ ଭୋଗିବାକୁ ପଡେ। କେବଳ ଜୀବନକାଳରେ ନୁହେଁ ମୃତ୍ୟୁ ପରେ ମଧ୍ୟ ଜଣେ ବ୍ୟକ୍ତି ନିଜ କାର୍ଯ୍ୟ ଅନୁଯାୟୀ ଫଳାଫଳ ପାଇଥାଏ। ଗରୁଡ ପୁରାଣରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି। ଗରୁଡ ପୁରାଣ ହେଉଛି ସନାତନ ହିନ୍ଦୁ ଧର୍ମର ଏପରି ଏକ ପୁସ୍ତକ ଯେଉଁଥିରେ ଜୀବନ-ମୃତ୍ୟୁ ଏବଂ ସ୍ୱର୍ଗ-ନର୍କ ବିଷୟରେ କୁହାଯାଇଛି। କୁହାଯାଇଛି ଯେ, ଜଣେ ମୃତ ବ୍ୟକ୍ତି ମଧ୍ୟ ନିଜ କାର୍ଯ୍ୟ ଅନୁଯାୟୀ ସ୍ୱର୍ଗ କିମ୍ବା ନର୍କ ପାଇଥାଏ। ସେଥିପାଇଁ ମୃତ ପରିବାର ସଦସ୍ୟଙ୍କ ପାଇଁ ଘରେ ୧୩ ଦିନ ଗରୁଡ ପୁରାଣ ପାଠ କରିବାର ଏକ ନିୟମ ଅଛି, ଯାହାଫଳରେ ମୃତ ବ୍ୟକ୍ତିଙ୍କ ଆତ୍ମା ପରିତ୍ରାଣ ପାଇପାରିବ। ଗରୁଡ ପୁରାଣରେ କୁହାଯାଇଛି ଯେ, ମୃତ୍ୟୁ ପରେ ଆତ୍ମା ସହିତ…
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ନଡ଼ିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଡ଼ିଆ ଦେବତାମାନଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରାଯାଇଥାଏ। ନଡ଼ିଆ ଭିତରେ ପାଣି ଅଛି, ଯାହା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ନଡ଼ିଆ ଜଳର ସ୍ପର୍ଶ ଦ୍ୱାରା ଜିନିଷଗୁଡ଼ିକ ଶୁଦ୍ଧ ହୋଇଥାଏ। ନଡ଼ିଆ ଭିତର ଶସକୁ ମଧ୍ୟ ସଂପୂର୍ଣ୍ଣ ଶୁଦ୍ଧ ବିବେଚନା କରାଯାଏ। ନଡ଼ିଆକୁ ସୁଖ, ଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟ, ବିବାହ, ଲଗ୍ନ, ଧାର୍ମିକ ରୀତିନୀତି, ପ୍ରତିଷ୍ଠା, ଘରର ମୂଳଦୁଆ ପକାଇବା, ଘର ପ୍ରବେଶ ସମୟରେ ନଡ଼ିଆର ବିଶେଷ ମହତ୍ତ୍ୱ ରହିଛି। କିଛି ଲୋକ ଏହାକୁ ଭଗବାନ ଶିବଙ୍କ ରୂପ ଭାବରେ ମଧ୍ୟ ବିବେଚନା କରନ୍ତି। କାରଣ ଏହାର ତିନୋଟି ଆଖି ଅଛି ଯାହାକୁ ଏହାକୁ ତ୍ରିନେତ୍ର ବୋଲି ବିବେଚନା କରାଯାଏ।

