ଭୁବନେଶ୍ଵର: ମୁଖ୍ୟ ଦପ୍ତର ସଂଘ ତରଫରୁ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ଲୋକ ମାନଙ୍କର ଆତ୍ମାର ସଦଗତି ନିମନ୍ତେ ମୁଖ୍ୟ ଦପ୍ତର (ନମହଲା) ପ୍ରାଙ୍ଗଣରେ ଏକ ଶୋକସଭାର ଆୟୋଜନ କରା ଯାଇଥିଲା। ଏହି ସଭାରେ ଅଧିକାଂଶ ସଦସ୍ୟା ଓ ସଦସ୍ୟ ମାନେ ଉପସ୍ଥିତ ରହି ଗଭୀର ଦୁଃଖ ପ୍ରକଟ କରିଥିଲେ। ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ସଭାପତି ସୁଧାଂଶୁ ପାତ୍ର, ସାଧାରଣ ସମ୍ପାଦକ ଭୁବନ ବିହାରୀ ମହାପାତ୍ର ଓ ରଶ୍ମି ରଞ୍ଜନ ପାଢ଼ୀ ଉପସ୍ଥିତ ରହି ଏପରି ଘଟଣାକୁ ଦୃଢ ନିନ୍ଦା କରିଥିଲେ।
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମୁମ୍ବାଇରେ ଇଣ୍ଡିଆ ଷ୍ଟିଲ୍ 2025 କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ ଆଗାମୀ ଦୁଇ ଦିନରେ, ଭାରତର ଉଦୀୟମାନ କ୍ଷେତ୍ର – ଇସ୍ପାତ ଶିଳ୍ପର ସମ୍ଭାବନା ଏବଂ ସୁଯୋଗ ଉପରେ ଆଲୋଚନା ହେବ। ସେ କହିଥିଲେ ଯେ ଏହି କ୍ଷେତ୍ର ଭାରତର ପ୍ରଗତିର ମୂଳଦୁଆ ଗଠନ କରେ, ଏକ ବିକଶିତ ଭାରତର ଭିତ୍ତିଭୂମିକୁ ମଜବୁତ କରେ ଏବଂ ଦେଶରେ ପରିବର୍ତ୍ତନର ଏକ ନୂତନ ଅଧ୍ୟାୟ ଲେଖିଥାଏ। ପ୍ରଧାନମନ୍ତ୍ରୀ ଇଣ୍ଡିଆ ଷ୍ଟିଲ୍ 2025କୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ନୂତନ ଚିନ୍ତାଧାରା ଆଦାନପ୍ରଦାନ, ନୂତନ ସହଭାଗୀତା ଗଠନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲଞ୍ଚପ୍ୟାଡ୍ ଭାବରେ କାର୍ଯ୍ୟ କରିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଇସ୍ପାତ କ୍ଷେତ୍ରରେ ଏକ…
ନୂଆଦିଲ୍ଲୀ: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମଧୁବନିଠାରେ ୧୩,୪୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ୨୨ ଏପ୍ରିଲ ୨୦୨୫ରେ ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଏକ ମିନିଟ୍ ନୀରବତା ଅବଲମ୍ବନ କରିବା ସହ ଦିବଂଗତ ଆତ୍ମାମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ପଞ୍ଚାୟତିରାଜ ଦିବସ ଅବସରରେ ସମଗ୍ର ଦେଶ ମିଥିଲା ଓ ବିହାର ସହ ସଂଯୁକ୍ତ ହୋଇଛି। ବିହାରର ବିକାଶ ଉଦ୍ଦେଶ୍ୟରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ବୋଲି ସେ କହିଥିଲେ ଏବଂ ବିଦ୍ୟୁତ, ରେଳପଥ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଏହି ପଦକ୍ଷେପ ବିହାରରେ ନୂତନ ନିଯୁକ୍ତି…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ କ୍ୟାସ୍ଲେସ୍ ହେଲଥ୍କାର୍ଡ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅନୁରୋଧ କରିଥିଲେ ବି, ସବୁ ବର୍ଗର କର୍ମଚାରୀଙ୍କୁ କ୍ୟାସ୍ଲେସ୍ ହେଲଥ୍ କାର୍ଡ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଉନାହାଁନ୍ତି। ନିକଟରେ ରାଜ୍ୟ ସରକାର ଯୁଗାନ୍ତକାରୀ ନିଷ୍ପତ୍ତିକ୍ରମେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତଭାବେ ଲାଗୁ କରିଛନ୍ତି। ଏଥିରେ ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲ୍ରେ ଚିକିତ୍ସା ଉପକୃତ ହେବେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ ୪୨ଟି ବିଭାଗରେ କାମ କରୁଥିବା ହଜାର ହଜାର ସରକାରୀ କର୍ମଚାରୀ ଏହି ଯୋଜନାରୁ ସାମିଲ୍ ହୋଇନାହାଁନ୍ତି। ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ କ୍ୟାସ୍ଲେସ୍ ହେଲ୍ଥ୍ କାର୍ଡ ବା ସ୍ୱାସ୍ଥ୍ୟବୀମା ସବୁ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ ହୋଇଥିବାରୁ ପଞ୍ଚାୟତରୁ ଲୋକସେବା ଭବନ ଯାଏଁ…
ଭୁବନେଶ୍ୱର: ରାଜ୍ୟ ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ ହୋଇଛି। ଇନ୍ସପେକ୍ଟର ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୩୦୦ ରୁ ୮୬୦୦ ଟଙ୍କା, ସବ୍ଇନ୍ସପେକ୍ଟର ଓ ଏ.ଏସ୍.ଆଇ ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୨୦୦ ଟଙ୍କାରୁ ୮୪୦୦ ଟଙ୍କା, ହାବିଲଦାର, କନେଷ୍ଟବଳ ଓ ସିପାହୀ ମାନଙ୍କ ପାଇଁ ୫୦୦୦ ରୁ ୧୦,୦୦୦ ଟଙ୍କା ଏବଂ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀ ମାନଙ୍କ ପାଇଁ ପୋଷାକ ଭତ୍ତାର ପରିମାଣ ବାର୍ଷିକ ୫୯୦୦ ଟଙ୍କାରୁ ୧୧,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ପଦବୀର ସମାନ ର୍ୟାଙ୍କର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ମଧ୍ୟ ଏହି ପରିମାଣରେ ଭତ୍ତା…
ନୂଆଦିଲ୍ଲୀ: ହଠାତ୍ ପଞ୍ଜାବ ସୀମା ପାର ହେବା ପରେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିଛି। ସୂଚନା ଅନୁଯାୟୀ ଜଣେ ଅଧିକାରୀ କହିଛନ୍ତି ଯେ, ଯବାନଙ୍କୁ ମୁକ୍ତ କରିବା ପାଇଁ ଦୁଇ ଦେଶର ବାହିନୀ ମଧ୍ୟରେ ଆଲୋଚନା ଚାଲିଛି। ସେ କହିଛନ୍ତି ଯେ, ୧୮୨ ତମ ବାଟାଲିୟନର କନଷ୍ଟେବଳ ପି.କେ ସିଂଙ୍କୁ ବୁଧବାର ଫେରେଜପୁର ସୀମା ଆରପାର୍ଶ୍ୱରୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିଥିଲେ। ଅଧିକାରୀ କହିଛନ୍ତି ଯେ, ଯବାନ ୟୁନିଫର୍ମରେ ଥିଲେ ଏବଂ ତାଙ୍କ ପାଖରେ ଏକ ସେବା ରାଇଫଲ ମଧ୍ୟ ଥିଲା। ବିଏସଏଫ ଯବାନ କୃଷକଙ୍କ ସହ ଥିଲେ ଏବଂ ସେ ଛାଇରେ ବିଶ୍ରାମ ନେବାକୁ ଯାଇଥିଲେ, ଯାହା ପରେ ତାଙ୍କୁ ପାକିସ୍ତାନୀ ରେଞ୍ଜର୍ସ ଧରିଥିଲେ। ଅଧିକାରୀ କହିଛନ୍ତି ଯେ, ବିଏସଏଫ ଯବାନ ମୁକ୍ତ ହେବା ପାଇଁ ଦୁଇ ଦେଶର ବାହିନୀ ମଧ୍ୟରେ ଏକ ବୈଠକ ଚାଲିଛି। ଅଧିକାରୀ କହିଛନ୍ତି ଯେ, ଏଭଳି…
ଖୋର୍ଦ୍ଧା: ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ପଞ୍ଚାୟତିରାଜ ଦିବସ ଗ୍ରାମ ଠାରୁ ଆରମ୍ଭ କରି ପଂଚାୟତ, ବିଧାନସଭା ଏବଂ ସଂସଦ ପର୍ଯ୍ୟନ୍ତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଶାସନରେ ଆନନ୍ଦ ଉଲ୍ଲାସ ଏବଂ ମୋ ଘରଠାରୁ ଆରମ୍ଭ କରି ଦେଶ ପ୍ରେମ ଆଜି ଭଳି ପବିତ୍ର ଜାତୀୟ ପଞ୍ଚାୟତିରାଜ ଦିବସରେ ଜାଗ୍ରତ ହେବା ଦରକାର। ବିଗତ ମରହଟ୍ଟା, ମୋଗଲ ଓ ଇଂରେଜ ଶାସନ ପରାଧିନତା କବଳରୁ ଦେଶ ମୁକ୍ତହୋଇ ଆଜି ଆମେ ଆମର ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ଦୃତଗତିରେ ଏକ ବିକାଶ ଶିଳ ଗ୍ରାମ, ପଂଚାୟତ, ଜିଲ୍ଲା,ରାଜ୍ୟ ଓ ଦେଶ ଗଠନ ପାଇଁ ଆମେ ଆଗେଇ ଚାଲିଛେ। ପଞ୍ଚାୟତିରାଜ ବ୍ୟବସ୍ଥାରେ ସମସ୍ତ କୋଣ ଅନୁକୋଣରେ ଆଜି ସହଭାଗିତା, ସଚେତନତା ଓ ବିଚାର ଧାରାରେ ପରିବର୍ତ୍ତନ, ସାମୁହିକ ଉନ୍ନତିରେ ପରିବର୍ତ୍ତନ,ଜାତି ଧର୍ମ ଲିଙ୍ଗ ଭିତ୍ତିରେ ସମସ୍ତଙ୍କ ଦାୟିତ୍ବ ବୋଧ ରହିଛି। ଯଦି ପ୍ରକୃତ ଜନପ୍ରତିନିଧି କର୍ତ୍ତବ୍ୟନିଷ୍ଟ ହୁଏ ତେବେ ନିଦ ହଜିଯାଏ। ଉଦ୍ଦେଶ୍ୟ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁଙ୍କ ସଭାପତିତ୍ୱ ରେ ଜାତୀୟ ପଂଚାୟତରାଜ ଦିବସ ପାଳିତ ହୋଇ ଯାଇଛି। ଏହି ଦିବସରେ ନାକଟିଦେଉଳ ବିଡ଼ିଓ କ୍ଷମାନିଧି ଭୋଇ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ, ବକ୍ତା ଭାବରେ ଯୋଗଦେଇ ପଞ୍ଚାୟତ ରାଜ ଦିବସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ରିୟ ପ୍ରଧାନ, ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଗଡ଼ତ୍ୟା ଅତିଥିଭାବରେ ଯୋଗଦେଇଥିଲେ। ଏହି ଦିବସ ଅବସରରେ ନାକଟିଦେଉଳ ଗ୍ରାମପଂଚାୟତ ଉତ୍ତମ ସେବା ପାଇଁ ସରପଞ୍ଚ ଜିତେନ୍ଦ୍ର କୁମାର ସାହୁଙ୍କୁ ୫ ଲକ୍ଷ ୭୯ ହଜାର ୭୧୦ଟଙ୍କା ପୁରସ୍କାର ଦିଆଯାଇଥିଲା। ଓଡ଼ିଶାରେ ୬୧୩ ପଂଚାୟତ ଉତ୍ତମ ସେବା ପାଇଁ ପୁରସ୍କୃତ ହୋଇଛନ୍ତି। ସମନ୍ୱିତ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ, ମିଶନ ଶକ୍ତି, ଖାଦ୍ୟ ସୁରକ୍ଷା ଆଦି ବିଭାଗର କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ…
ଭୁବନେଶ୍ୱର: ଆମ ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରନ୍ତି। ଓଡ଼ିଶାରେ ୮୩ ପ୍ରତିଶତ ଲୋକ ଗାଁରେ ବସବାସ କରନ୍ତି। ତେଣୁ ଯେତେଦିନ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ବିକାଶ ହୋଇପାରିବ ନାହିଁ ସେତେଦିନ ପର୍ଯ୍ୟନ୍ତ ରାଜ୍ୟ ତଥା ଦେଶର ବିକାଶ ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଠାରେ ଆୟୋଜିତ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ପର୍ଯ୍ୟଟକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଶାସନ ବ୍ୟବସ୍ଥାର ମୂଳ କେନ୍ଦ୍ର ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା। ୧୯୯୩ ମସିହା ଅପ୍ରିଲ ୨୪ ତାରିଖ ଦିନ ୭୩ତମ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୋଇ ପଞ୍ଚାୟତିରାଜ ବ୍ୟବସ୍ଥାର ବୈପବ୍ଳିକ ପରିବର୍ତ୍ତନ ଅଣାଯାଇଥିଲା। ଶାସନ ପ୍ରଶାସନରେ ଜନମତର ପ୍ରାଧାନ୍ୟକୁ ସମ୍ମାନ ଦେବା ପାଇଁ ଆମେ ଏହି ଦିବସଟିକୁ ପାଳନ କରୁଛୁ।…
ଖୋର୍ଦ୍ଧା: ଆନ୍ତର୍ଜାତିକ ସମବାୟ ବର୍ଷ -୨୦୨୫ ଉପଲକ୍ଷେ ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ ଖୋର୍ଦ୍ଧାଙ୍କ ଅନୁକୁଲ୍ୟରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ପରିସରରେରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଏକ ମହତ କାର୍ଯ୍ୟ ହୋଇଥିବାରୁ ଆନ୍ତର୍ଜାତିକ ସମବାୟ ବର୍ଷରେ ପ୍ରତି ଜିଲ୍ଲାରେ ଏକ ରକ୍ତଦାନ ଶିବିର କରି ରକ୍ତର ଅଭାବକୁ କିଂଚିତ ଭାବରେ ଲାଘବ କରିବାକୁ ଓଡିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ପ୍ରତି ଜିଲ୍ଲାକୁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି। ଉକ୍ତ ରକ୍ତଦାନ ଶିବିରକୁ ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଉକ୍ତ ଶିବିରର ଆୟୋଜକ ଅଳକାନନ୍ଦ ଜେନା, ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ, ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ଖୋର୍ଦ୍ଧା ଉର୍ମିଳା ଦାସ ଓ ଖୋର୍ଦ୍ଧା…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ‘ଏକ୍ସିଲେନ୍ସ ଇନ୍ ଦ ଫିଲ୍ଡ ଅଫ୍ ଏଜୁକେସନ୍’ ସମ୍ମାନରେ ସମ୍ମାନିତ କରାଯାଇଛି। ନ୍ୟୁଜ ଚ୍ୟାନେଲ୍ ଭାରତ ଟ୍ୱେଂଟି ଫୋର ପକ୍ଷରୁ ନିକଟରେ ନୁଆଦିଲ୍ଲୀ ଠାରେ ଆୟୋଜିତ ବିକଶିତ ଭାରତ ୨୦୪୭, ଭିଜନ ଅଫ୍ ନ୍ୟୁ ଇଣ୍ଡିଆ କନ୍କ୍ଲେଭ୍ରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ନୀତିନ୍ ଗଡ଼କରୀ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଶ୍ରୀ ଗଡ଼କରୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ଭାରତ ଟ୍ୱେଂଟି ଫୋରର ସିଇଓ ତଥା ଏଡିଟ୍ର ଇନ୍ ଚିଫ୍ ଜଗଦୀଶ ଚନ୍ଦ୍ର ଏବଂ ଚିଫ୍ ବିଜିନେସ୍ ଅଫିସର ମନୋଜ ଜିଜ୍ଞାସୀ ଉପସ୍ଥିତ ଥିଲେ। ସମ୍ମାନ ପ୍ରଦାନ ସମୟରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍ଡି ପ୍ରୀତମ ନାୟକ ଉପସ୍ଥିତ…
ଖୋର୍ଦ୍ଧା/ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓକିଲ ସଂଘ ପକ୍ଷରୁ ଜାମ୍ମୁ କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀଙ୍କ ଆକ୍ରମଣ ରେ ପ୍ରାଣ ହରାଇ ଥିବା ମୃତକ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ପାଇଁ ଶୋକପ୍ରସ୍ତାବ ଗ୍ରହଣ କରାଯିବା ସହିତ ଏହି ଘଟଣାର ସଂପୃକ୍ତ ଦେଶ, ସଂଗଠନ ଓ ଉଗ୍ରପନ୍ଥୀ ସଂଗଠନ ଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢତ୍ତର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏହି ଘଟଣା ଭାରତର ପ୍ରତ୍ୟେକ ନାଗରିକଙ୍କ ଉପରେ ଏକ ଗଭୀର ଆଘାତ ସୃଷ୍ଟି କରିବା ସହିତ ସମସ୍ତଙ୍କୁ ମର୍ମାହତ କରିଅଛି। ଆତଙ୍କବାଦୀ ଓ ତାଙ୍କ ସହଯୋଗୀଙ୍କର ଏଭଳି ଅମାନୁଷିକ ଓ ବର୍ବରଚିତ କାର୍ଯ୍ୟକୁ ସମ୍ପୂର୍ଣ ରୂପେ ପ୍ରତିହିତ କରିବାପାଇଁ ଭାରତ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ସଂଘ। ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ଏହି ଘଟଣାର କିଭଳି ପୁନରାବୃଦ୍ଧି ନଘଟିବ ସେଥିପାଇଁ…
ଭୁବନେଶ୍ୱର: ଆଞ୍ଚଳିକ ବିକାଶ ଏବଂ ଭିତ୍ତିଭୂମି ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତୀୟ ରେଳ ଓଡ଼ିଶାର KBK (କଳାହାଣ୍ଡି-ବଲାଙ୍ଗିର-କୋରାପୁଟ) ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ପାଇଁ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଏକ ବ୍ୟାପକ ପୁନର୍ବିକାଶ ପଦକ୍ଷେପ ଆରମ୍ଭ କରିଛି। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଲକ୍ଷ୍ୟ ହେଉଛି ଷ୍ଟେସନଗୁଡ଼ିକୁ ଆଧୁନିକ ଯାତ୍ରୀ ସୁବିଧା, ବ୍ୟବହାରଯୁକ୍ତ ଡିଜାଇନ୍ ଏବଂ ଉନ୍ନତ ସୁଗମତା ସହିତ ସଜ୍ଜିତ କରି ସ୍ଥାନୀୟ ଅଞ୍ଚଳରେ ରେଳ ଭିତ୍ତିଭୂମିରେ ବିପ୍ଳବ ଆଣିବା। ଅମୃତ ଷ୍ଟେସନ ଯୋଜନା ଭାରତୀୟ ରେଳବାଇର ପ୍ରମୁଖ ଏବଂ ମଧ୍ୟ-ସ୍ତରୀୟ ରେଳ ଷ୍ଟେସନଗୁଡ଼ିକୁ ଉନ୍ନତ କରିବା ପାଇଁ ଏକ ପଦକ୍ଷେପର ଅଂଶ ଯାହା ସେମାନଙ୍କୁ ଭିତ୍ତିଭୂମି ଏବଂ ସେବାର ଆନ୍ତର୍ଜାତୀୟ ମାନଦଣ୍ଡ ସହିତ ସମନ୍ୱିତ କରିଥାଏ। କେବିକେ ଅଞ୍ଚଳରେ ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜୀ, କେସିଙ୍ଗା, ଭବାନୀପାଟଣା, ରାୟଗଡା, ମୁନିଗୁଡା, ଗୁଣୁପୁର, କୋରାପୁଟ, ଜୟପୁର, ଦମନଯୋଡି, ହରିଶଙ୍କର ରୋଡ, ଏବଂ ଖରିଆର ରୋଡ ସମେତ ଷ୍ଟେସନଗୁଡିକ…
ଭୁବନେଶ୍ଵର: ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ଖବର ଆଧାରରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ବରକାନି ଗାଁରେ ୧୯ ଏପ୍ରିଲ ୨୦୨୫ରେ ଘଟିଥିବା ଘଟଣାରେ ହସ୍ତକ୍ଷେପ କରିଛନ୍ତି। ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଦୁମେରତା ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳ ଲାଇନ ନିର୍ମାଣକୁ ବିରୋଧ କରି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଏହି ଘଟଣାରେ ଜଣେ ଆଦିବାସୀ ଗ୍ରାମବାସୀ ଜେସିବି ମେସିନ ତଳେ ଚାପି ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ଆୟୋଗ ଏହି ଘଟଣା ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ, ପୁଲିସ ଅଧିକ୍ଷକ ଏବଂ ଭାରତୀୟ ଇସ୍ପାତ ପ୍ରାଧିକରଣର ଅଧିକାରୀଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ଘଟଣାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟାତ୍ମକ ବିବରଣୀ ଏବଂ ରିପୋର୍ଟ ଦାଖଲ କରିବାକୁ ଆୟୋଗ କରିଛନ୍ତି। ଖୁବଶୀଘ୍ର ଆୟୋଗର ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରିବ।
ଭୁବନେଶ୍ଵର: କଟକ ସଦର ବ୍ଲକ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ବିଭିନ୍ନ ଗ୍ରାମ ପଞ୍ଚାୟତକୁ କାର୍ଯ୍ୟ ଦକ୍ଷତାରେ ଶ୍ରେଷ୍ଠତା ପ୍ରତିପାଦନ, ନିଜସ୍ୱ ଆୟ ବୃଦ୍ଧି ତଥା ପଞ୍ଚାୟତର ସର୍ବାଙ୍ଗୀନ ବିକାଶରେ ନିରନ୍ତର ପ୍ରୟାସ ନିମନ୍ତେ ପ୍ରୋତ୍ସାହନ ରାଶି ବଣ୍ଟନ କରିଥିଲେ। ଏହି ଅବସରରେ ଆଇନ ମନ୍ତ୍ରୀ କହିଥିଲେ ଯେ, ”ଆଜି ପଞ୍ଚାୟତିରାଜ ଅନୁଷ୍ଠାନ କେବଳ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ଭିତରେ ସୀମିତ ନାହାଁନ୍ତି ବରଂ ସାମାଜିକ, ଅର୍ଥନୈତିକ, ମୌଳିକ ସେବା, ଭିତ୍ତିଭୂମି, ମାନବ କଲ୍ୟାଣ ତଥା ପ୍ରାକୃତିକ ସମ୍ବଳର ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଆତ୍ମନିର୍ଭର ଭାରତ ଗଠନରେ ଏହା ନିଶ୍ଚିତ ରୂପେ ସହାୟକ ହେବ। ସୁଦୃଢ଼ ପଞ୍ଚାୟତ ହିଁ ହେବ ସମୃଦ୍ଧ ଓଡ଼ିଶାର ଭିତ୍ତିଭୂମି।”
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଜୁନାଦ ଖାନ ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚାଲିଥିବା ଆଇପିଏଲ 2025 ମ୍ୟାଚରେ ଇଶାନ କିଶନଙ୍କ ବିବାଦୀୟ ଆଉଟ ଉପରେ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନୀ ଖେଳାଳିଙ୍କ ମନ୍ତବ୍ୟ ଏହି ବିବାଦରେ ନିଆଁ ଉପରେ ଘିଅ ଢାଳିବା ପରି କାମ କରିଛି। ଜୁନାଦ ଖାନ କିଶନଙ୍କ ଆଉଟର ଭିଡିଓ କ୍ଲିପକୁ ଟ୍ୱିଟ କରି ଲେଖିଛନ୍ତି ଯେ, ସେଠାରେ କିଛି ରହସ୍ୟ ଅଛି। ବୁଧବାର ଆଇପିଏଲରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ଇଶାନ କିଶନଙ୍କ ୱିକେଟ୍ ବିବାଦୀୟ ଥିଲା। ବାସ୍ତବରେ ସେ ଦୀପକ ଚହରଙ୍କ ଆବେଦନ ବିନା ଏବଂ ଅମ୍ପାୟାରଙ୍କ ନିଷ୍ପତ୍ତି ପୂର୍ବରୁ କ୍ରିଜ ଛାଡିବା ଆରମ୍ଭ କରିଥିଲେ, ଯାହା ପରେ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରିଥିଲେ। ଇଶାନ ଏପରିକି DRS ମାଗି ନଥିଲେ, ରିପ୍ଲେରେ ଦେଖାଯାଇଥିଲା ଯେ ବଲ୍ ବ୍ୟାଟ୍ ସଂସ୍ପର୍ଶରେ ଆସିନାହିଁ। ସୋସିଆଲ ମିଡିଆରେ ମଧ୍ୟ…
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ମୋଦୀ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଅଟ୍ଟାରି-ୱାଘା ସୀମା ବନ୍ଦ ରହିଛି। ପାକିସ୍ତାନ ସହ ଭାରତ ଜଳ ଚୁକ୍ତିନାମାକୁ ଭାରତ ସ୍ଥଗିତ ରଖିଛି। ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିବାକୁ ଏବଂ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ବହୁ ବରିଷ୍ଠ ସରକାରୀ ସୂତ୍ରରୁ ପ୍ରକାଶ ଯେ, ପାକିସ୍ତାନକୁ ସାମଗ୍ରୀ ରପ୍ତାନି ବନ୍ଦ କରିବାକୁ ଭାରତ ବର୍ତ୍ତମାନ ପ୍ରସ୍ତୁତ ହେଉଛି। ୨୦୨୪ ମସିହାରେ ପାକିସ୍ତାନକୁ ଭାରତର ରପ୍ତାନି ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ୧.୨୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହି ସାମଗ୍ରୀ ଭାରତରୁ ପାକିସ୍ତାନକୁ ପଠାଯାଏ: ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀ ଭାରତରୁ ପାକିସ୍ତାନକୁ ରପ୍ତାନି ହୋଇଥାଏ, ଯାହା ଦୈନନ୍ଦିନ ଜୀବନରେ ଉପଯୋଗୀ ଯେପରିକି ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା। ସେଥିରେ ଆଳୁ, ପିଆଜ ଏବଂ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ଜାତୀୟ ରାଜପଥ ଉଜ୍ଜଳେଶ୍ଵର ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବୋଲେରୋ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିଛି। ଯେଉଁଥିରେ ୫ ଛାତ୍ରଛାତ୍ରୀ ସମେତ ଅଭିଭାବକ ଓ ଡ଼୍ରାଇଭର ଗୁରୁତର ଆହତ ହୋଇ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁଚନା ଅନୁଯାୟୀ ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନରେ ପଢୁଥିବା ଆହତ ଛାତ୍ରଛାତ୍ରୀମାନେ ସ୍କୁଲ୍ ଛୁଟି ହେତୁ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳର ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଗ୍ରସ୍ତ ବୋଲେରୋ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଇଛି। ଜନୈକ ସମାଜସେବୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: କ୍ରିକେଟ୍ ଦୁନିଆରେ ବିସ୍ପୋରକ ବ୍ୟାଟରଙ୍କ ମଧ୍ୟରେ କ୍ରିସ୍ ଗେଲ୍ ଆଗରେ ରହିବେ। କ୍ରିସ୍ ଗେଲ୍ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଦ୍ଵାରା ବିଶ୍ଵର ଅନେକ ବୋଲରମାନଙ୍କର କ୍ୟାରିୟର ଖରାପ କରିଦେଇଛନ୍ତି। ସେ ଟି -20 ରେ ସବୁଠୁ ବଡ ଇନିଂସ ଖେଳିଛନ୍ତି। 2013 ଆଇପିଏଲରେ ପୁଣେ ୱାରିୟର୍ସ ବିପକ୍ଷରେ 66 ବଲରେ କ୍ରିସ୍ ଗେଲ୍ 175 ରନର ଅପରାଜିତ ଇନିଂସ ଖେଳିଥିଲେ। ସେତେବେଳେ କ୍ରିସ୍ ଗେଲ୍ ଆରସିବି ପାଇଁ ଖେଳୁଥିଲେ। ଅଦ୍ୟାବଧି ଏହି ରେକର୍ଡ ଆଇପିଏଲରେ ଭାଙ୍ଗି ନାହିଁ କିନ୍ତୁ ବର୍ତ୍ତମାନ ଏହା ଭାଙ୍ଗିଯିବ ବୋଲି ପୂର୍ବାନୁମାନ କରାଯାଇଛି। ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ପୂର୍ବାନୁମାନ କରିଛନ୍ତି ଯେ, ଗେଲଙ୍କ ଏହି ରେକର୍ଡ ଭାଙ୍ଗିଯିବ। ୟୁଟ୍ୟୁବରେ ଜଣେ କ୍ରିକେଟ୍ ପ୍ରଶଂସକ ଇରଫାନଙ୍କୁ ପଚାରିଥିଲେ କିଏ ଏହି ରେକର୍ଡ ଭାଙ୍ଗି ପାରିବେ? ଏହାର ଉତ୍ତରରେ ସେ କହିଛନ୍ତି ଯେ, ମୁଁ ଭାବୁଛି ଯଦି କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗେ ତେବେ…
ଭୁବନେଶ୍ଵର: ପରିବେଶକୁ ସୁରକ୍ଷା ଦେବା ସହ ପ୍ରଦୂଷଣମୁକ୍ତ କରିବା ଦିଗରେ ଅଗ୍ରସର ହେଉଛନ୍ତି ଓଡ଼ିଶା ସରକାର। ରାଜ୍ୟରେ ୨ଜି ଇଥାନଲର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମିଡ଼ୱେଷ୍ଟ ଏନର୍ଜି କମ୍ପାନୀ ତରଫରୁ ଏକ ଉପସ୍ଥାପନା ପ୍ରଦର୍ଶନରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପର୍ଯ୍ୟଟନ କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ଏମ.ଡି ଇପିକଲ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଓଡ଼ିଶାର ଚିଲିକା ହ୍ରଦରେ ଚାଲୁଥିବା ବୋଟ ଗୁଡ଼ିକରେ ଇଥାନଲ ବ୍ଲେଣ୍ଡିଂ ଇନ୍ଧନ ବ୍ୟବହାର କରିବା ବିଷୟରେ…
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି। ପାକିସ୍ତାନ ଉପରେ ଭାରତ ଡିଜିଟାଲ ଷ୍ଟ୍ରାଇକ୍ କରିଛି। ଭାରତ ପାକିସ୍ତାନ ସରକାରଙ୍କ ସାମାଜିକ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇଛି। ବୁଧବାର ସନ୍ଧ୍ୟାରେ ସିସିଏସ୍ ବୈଠକରେ ଭାରତ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନେଇଥିଲା। ଏଥିରେ ଅଟାରି ସୀମା ବନ୍ଦ କରିବା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ବର୍ତ୍ତମାନ ସୋସିଆଲ ମିଡିଆକୁ ନେଇ ଭାରତ ବଡ ପଦକ୍ଷେପ ନେଇଛି। ଭାରତ ପାକିସ୍ତାନର ଅଫିସିଆଲ୍ x ଆକାଉଣ୍ଟକୁ ଭାରତରେ ପ୍ରତିବନ୍ଧକ ଲଗାଇଛି। ବର୍ତ୍ତମାନ ପାକିସ୍ତାନର ଆକାଉଣ୍ଟ ଭାରତରେ ଦେଖାଯିବ ନାହିଁ। ସିସିଏସ୍ ବୈଠକରେ ଭାରତ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନେଇଛି। ଏଥିରେ ସିନ୍ଧୁର ଜଳ ଚୁକ୍ତିରୁ ଅଟ୍ଟାରୀ ସୀମା ପର୍ଯ୍ୟନ୍ତ କଡା ପଦକ୍ଷେପ ନିଆଯାଇଛି। ଏହା ପରେ ପାକିସ୍ତାନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେମାନେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକକୁ ମଧ୍ୟ ଭୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଭାରତ ଏକ…

