ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସରେ ଯୋଗଦେଲେ ଆଇନ ମନ୍ତ୍ରୀ

Published: Apr 24, 2025, 5:20 pm IST

ଭୁବନେଶ୍ଵର: କଟକ ସଦର ବ୍ଲକ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ବିଭିନ୍ନ ଗ୍ରାମ ପଞ୍ଚାୟତକୁ କାର୍ଯ୍ୟ ଦକ୍ଷତାରେ ଶ୍ରେଷ୍ଠତା ପ୍ରତିପାଦନ, ନିଜସ୍ୱ ଆୟ ବୃଦ୍ଧି ତଥା ପଞ୍ଚାୟତର ସର୍ବାଙ୍ଗୀନ ବିକାଶରେ ନିରନ୍ତର ପ୍ରୟାସ ନିମନ୍ତେ ପ୍ରୋତ୍ସାହନ ରାଶି ବଣ୍ଟନ କରିଥିଲେ।

ଏହି ଅବସରରେ ଆଇନ ମନ୍ତ୍ରୀ କହିଥିଲେ ଯେ, ”ଆଜି ପଞ୍ଚାୟତିରାଜ ଅନୁଷ୍ଠାନ କେବଳ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ଭିତରେ ସୀମିତ ନାହାଁନ୍ତି ବରଂ ସାମାଜିକ, ଅର୍ଥନୈତିକ, ମୌଳିକ ସେବା, ଭିତ୍ତିଭୂମି, ମାନବ କଲ୍ୟାଣ ତଥା ପ୍ରାକୃତିକ ସମ୍ବଳର ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଆତ୍ମନିର୍ଭର ଭାରତ ଗଠନରେ ଏହା ନିଶ୍ଚିତ ରୂପେ ସହାୟକ ହେବ। ସୁଦୃଢ଼ ପଞ୍ଚାୟତ ହିଁ ହେବ ସମୃଦ୍ଧ ଓଡ଼ିଶାର ଭିତ୍ତିଭୂମି।”

Related posts