Author: SM Network

ମେଷ: ବିନିଯୋଗର ସୁଖଦ ଫଳାଫଳ ମିଳିବ। ଅପ୍ରତ୍ୟାଶିତ ଲାଭ ହୋଇପାରେ। ଯେତେବେଳେ କୈଣସି ବଡ଼ ପ୍ରତିବନ୍ଧକ ଦୂର ହୁଏ ସେତେବେଳେ ସୁଖ ମିଳିବ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ବିବାଦ କାରଣରୁ ଦ୍ୱନ୍ଦ୍ୱ ସମ୍ଭବ। କାରବାରକୁ ଶୀଘ୍ର କର ନାହିଁ। ବୃଷ: ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ହେବ। ଆୟ ଜାରି ରହିବ। ବ୍ୟସ୍ତ ରହିବେ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଅନ୍ୟମାନଙ୍କଠାରୁ ଆଶା ପୂରଣ ନ କରିବାରୁ ଦୁଃଖ ହେବ। କାର୍ଯ୍ୟ ବିଳମ୍ବ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ପାରିବାରିକ ଚିନ୍ତା ରହିବ। ମିଥୁନ: ବ୍ୟବସାୟ ଯାତ୍ରା ସଫଳ ହେବ। ଖରାପ ଟଙ୍କା ପୁନରୁଦ୍ଧାର ହୋଇପାରିବ। ଲାଭ ସୁଯୋଗ ଆସିବ। ଭାଗ୍ୟ ତୁମ ସହିତ ରହିବ। ବ୍ୟବସାୟରେ ଅଭିବୃଦ୍ଧି…

Read More

ଭୁବନେଶ୍ଵର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳ ପାଇଁ ତୋଫାନୀ ଗସ୍ତ କରି ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଓ କୋରାପୁଟ ପରେ ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଆଜି ସେ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଜପତି ଜିଲ୍ଲାର ମୋହନା ଓ ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ଅଞ୍ଚଳ ଗସ୍ତ କରି ଦଳୀୟ ସାଂସଦ ପ୍ରାର୍ଥୀ ଭୃଗୁ ବକ୍‌ସିପାତ୍ର ଏବଂ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଓ ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ରେକର୍ଡ ମାର୍ଜିନରେ ଭୋଟ ଦେଇ ଜିତେଇବାକୁ ଆହ୍ବାନ ଦେଇଛନ୍ତି। ୯୫ ପ୍ରତିଶତ ଭୋଟ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିପୁଳ ବିଜୟ ହାସଲ କରିବାକୁ ନିବେଦନ କରିଛନ୍ତି। ଆଜି ମଧ୍ୟ ଶ୍ରୀ ପାଣ୍ଡିଆନ ବିରୋଧୀ ଦଳଙ୍କ ପ୍ରତି ଶାଣିତ ନିଶାଣ କରି କହିଥିଲେ ଯେ ଜେଲ୍‌…

Read More

ଭୁବନେଶ୍ୱର / ମୁମ୍ବାଇ: ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଥଣ୍ଡା ପାନୀୟର ବଜାର ବୃଦ୍ଧି ପାଇବାରେ ଲାଗିଛି । ଭାରତୀୟ ଥଣ୍ଡା ପାନୀୟ ବଜାରରେ ପ୍ରସିଦ୍ଧ କାମ୍ପାକୋଲା ‘ନଏ ଇଣ୍ଡିଆ କା ଅପନା ଥଣ୍ଡା’ ଅର୍ଥାତ ନୂଆ ଇଣ୍ଡିଆର ନିଜର ଥଣ୍ଡା ନାମକ ଏକ ନୂତନ ଅଭିଯାନ ଶୁଭାରମ୍ଭ କରିଛି। ଏହି ଅଭିଯାନ ମାଧ୍ୟମରେ କାମ୍ପା କୋଲା ଥଣ୍ଡା ପାନୀୟ ବଜାରରେ ଅଗ୍ରଣୀ ବ୍ରାଣ୍ଡ ଗୁଡିକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। କାମ୍ପାକୋଲା ବ୍ରାଣ୍ଡ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଆରସିପିଏଲ) ର ଅଂଶ। ଏହି ଅଭିଯାନ ଶୁଭାରମ୍ଭ ଅବସରରେ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ ର ସିଓଓ କେତନ ମୋଦି କହିଛନ୍ତି, “ଏହି ଅଭିଯାନ ଭାରତୀୟମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ଯୋଗାଇବା ଦିଗରେ ଆମର ଯାତ୍ରାର ପ୍ରଥମ ପଦକ୍ଷେପ।” ଏହି ଅଭିଯାନ ସହିତ, ଆରସିପିଏଲ୍ ଥଣ୍ଡା ପାନୀୟ ବଜାରରେ ଏହାର ଯୋଗାଣ ଶୃଙ୍ଖଳାକୁ ମଧ୍ୟ ମଜବୁତ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳ ଟୁନା ନାୟକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ, ଭୂବନେଶ୍ବର ସୂଚନା ଓ ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା, ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ଚୋୖଧୁରୀ ଅରବିନ୍ଦ ଦାସ, ପୁରୀ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ (ଅବସରପ୍ରାପ୍ତ) ରଘୁନାଥ ସେଠି, ଜିଲ୍ଲା କଳା ସଂସ୍କୃତି ସଂଘ ଉପ-ସଭାପତି କବିରାଜ ପ୍ରଧାନ, ପୁର୍ବତନ ଡ୍ରାଇଭର ଦେଵରାଜ ମହାରଣା, କାର୍ଯ୍ୟାଳୟର ସିନିଅର ଆସିଷ୍ଟାଣ୍ଟ ରବି ନାରାୟଣ ପଟ୍ଟନାୟକ, ମନୋଜ କୁମାର ନନ୍ଦି ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ତାଙ୍କୁ ଏକ ମାନପତ୍ର ସହ ପ୍ୟାଣ୍ଟ୍, ସାର୍ଟ, ଶାଲ୍, ଚପଲ ଉତ୍ତରୀୟ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀ ମାନେ ସେମାନଙ୍କ ଅଭିବ୍ୟକ୍ତି ପ୍ରଦାନ…

Read More

ବାଣପୁର: ବାଣପୁର ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଘଟଣାରୁ ପ୍ରକାଶ ଆଜି ଅପରାହ୍ନରେ ବାଣପୁର ନିକଟସ୍ଥ ସାନହନ୍ତୁଆଡ ବଡଶଙ୍ଖ ଠାରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକ ଜଣକ ଗମ୍ଭାରୀମୁଣ୍ଡା ମହତପଲ୍ଲା ଗ୍ରାମର ଗୌରାଙ୍ଗ ନାୟକଙ୍କ ପୁଅ ବଳରାମ ନାୟକ (୨୦) ହୋଇଥିବା ବେଳେ ଆହତ ଜଣକ ଉକ୍ତ ଗ୍ରାମର ସୁଦର୍ଶନ ନାୟକଙ୍କ ପୁଅ ସୁମନ୍ତ ନାୟକ (୨୨) ବୋଲି ଜଣାପଡିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ଖବର ଲେଖାହେଲା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି କହିଛନ୍ତି। ମୃତକଙ୍କ ମୃତଦେହ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିବା ଜଣାଯାଇଛି।

Read More

ରଣପୁର: ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼ରେ ରଣପୁର ଅବକାରୀ ବିଭାଗ। ଆଜି ରଣପୁର ଅବକାରୀ ପୋଲିସ ମୟୂରଝାଲିଆ ଠାରେ ଚଢ଼ାଉ କରି ୨ ଶହ ଗ୍ରାମର ବ୍ରାଉନ ସୁଗାର ସହ ଗୋଟିଏ ଟାଟା ଏସି ଗାଡି, ୭ଟି ମୋବାଇଲ ଓ ନଗଦ ୧ ଲକ୍ଷ ୧୭ ହଜାର ପାଞ୍ଚଶହ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତମାନେ ହେଲେ ସଚିନ ପ୍ରଧାନ ଓ ରୀନା ପ୍ରଧାନ। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ହୋଇଥିବା ବେଳେ ଏମାନେ ପେସାଦାର ନିଶାବେପାରୀ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

Read More

ଭୁବନେଶ୍ୱର: ବିଜେଡି ଆଦିବାସୀ, କୃଷକ, ଦଳିତ ଓ ଓବିସି ବିରୋଧୀ ବୋଲି ଓଡ଼ିଶାବାସୀ ଜାଣିଛନ୍ତି। ପୂର୍ବରୁ ବିଜେଡି ଆଦିବାସୀଙ୍କ ଜମିକୁ ପୁଞ୍ଜୀପତି ମାନଙ୍କୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରିଥିଲା ଯାହାକୁ ନେଇ ବିଜେପି ବିଧାନସଭାରେ ସ୍ୱର ଉଠାଇଥିଲା ଓ ବିଜେଡି ସରକାର ପଛକୁ ଘୂଚିଂଥିଲା। ଏବେ ପୁଣି ନିର୍ବାଚନ ସମୟରେ ବିଜେଡି ସରଳ ଆଦିବାସୀମାନଙ୍କ ମନରେ ବିଷ ଭରିବା ପାଇଁ ଚାହୁଁଛି। ବିଜୁ ଜନତା ଦଳର ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ନକଲି ଭିଡିଓ ଦେଖାଇ ବିଜେପିକୁ ଭୋଟ ନଦେବା ପାଇଁ କହୁଛନ୍ତି। ଏହା କେବଳ ଆଚରଣ ବିଧିର ଘୋର ଉଲଘଂନ ନୁହେଁ ବରଂ ଆଦିବାସୀମାନଙ୍କୁ ହିଂସା କରିବା ପାଇଁ ଉସକାଇବାର ଅପଚେଷ୍ଟା। ଜାତୀୟ ସ୍ତରରେ କଂଗ୍ରେସ ଦଳ ଓ ଓଡ଼ିଶାରେ ବିଜେଡି ବର୍ତମାନ ଗୋଟିଏ ଡଙ୍ଗାରେ ବସି ଗୃହମନ୍ତ୍ରୀ ଅମିତ ଶାହଙ୍କର ନକଲି ଭିଡିଓ ନେଇ ଅପପ୍ରଚାର…

Read More

ଭୁବନେଶ୍ୱର: ସମାଜର ସାମଗ୍ରୀକ ବିକାଶ ପାଇଁ ଉପଯୁକ୍ତ ନେତା ନିର୍ବାଚିତ କରିବାକୁ ହେଲେ ସମସ୍ତ ଭୋଟର ମତଦାନ କରିବା ଦରକାର। ଏହା ଦ୍ୱାରା ଗଣତନ୍ତ୍ର ସୁଦୃଢ ହେବ ଏବଂ ଦେଶର ବିକାଶ ତ୍ୱରିତ ହେବ। ରାଜଧାନୀରେ ଅଧିକ ଶିକ୍ଷିତ ଲୋକ ବସବାସ କରୁଥିଲେ ମଧ୍ୟ ମତଦାନ ପାଇଁ ଯାଉ ନାହାଁନ୍ତି। ତେଣୁ ଭୋଟରମାନେ ଯେପରି ମତଦାନ କେନ୍ଦ୍ରକୁ ଯାଇ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ସେଥିପାଇଁ ଯୁବ ଭୋଟରମାନେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି। ଭୋଟ୍ ହାର ବଢ଼ାଇବାର ପ୍ରମୁଖ ଭମିକା ରହିଛି ନୂଆଭୋଟର ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କ। ଆମ ରାଜଧାନୀରେ ଏଥର ସର୍ବାଧିକ ମତଦାନ ହେଉ ଏବଂ ସ୍ମାର୍ଟ ନଗରୀର ସ୍ମାର୍ଟ ଭୋଟର ଭାବେ ପ୍ରତ୍ୟେକ ନାଗରିକ ନିଜ ନିଜ ବୁଥରେ ଭୋଟ ଦେବାକୁ ଯିବା ପାଇଁ ଅନୁରୋଧ କରିଛନ୍ତି ଉପସ୍ଥିତ ଅତିଥି ବୃନ୍ଦ। ଆଜି ଭୁବନେଶ୍ୱର ମହାନଗନର ନିଗମ (ବିଏମ୍ସି) ଓ…

Read More

ନୂଆଦିଲ୍ଲୀ: ଦକ୍ଷିଣ ମୁମ୍ବାଇ ଆସନରେ ଶିବସେନାର ଦୁଇ ଦଳ ମଧ୍ୟରେ ଏକ ଆକର୍ଷଣୀୟ ପ୍ରତିଯୋଗିତା ହେବାକୁ ଯାଉଛି। ଅରବିନ୍ଦ ସାୱନ୍ତ ଉଦ୍ଧବ ଠାକେର ନେତୃତ୍ୱାଧୀନ ଦଳର ପ୍ରାର୍ଥୀ ହୋଇଥିବାବେଳେ ଯାମିନୀ ଯାଦବ ଏକନାଥ ସିନ୍ଦେଙ୍କ ଶିବସେନାରୁ ପ୍ରାର୍ଥୀ ହୋଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଯାମିନୀ ଯାଦବଙ୍କୁ ଦକ୍ଷିଣ ମୁମ୍ବାଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ ବୋଲି ନିଶ୍ଚିତ କରିଛନ୍ତି। ଏହା ଯାଦବ ଏବଂ ସାୱନ୍ତଙ୍କ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ସୃଷ୍ଟି କରିବାର ସମ୍ଭାବନା ରହିଛି, ଉଭୟେ ଏକଦା ଗୋଟିଏ ଦଳର ଅଂଶ ହୋଇଥିଲେ। ମେ ୨୦ ତାରିଖରେ ମୁମ୍ବାଇରେ ନିର୍ବାଚନ ଅନୁଷ୍ଠିତ ହେବ, ଯାହାର ଫଳାଫଳ ଜୁନ୍ ୪ ତାରିଖରେ ଘୋଷଣା କରାଯିବ। ଦକ୍ଷିଣ ମୁମ୍ବାଇର ଆସନ ସିନ୍ଦେ ନେତୃତ୍ୱାଧୀନ ଶିବସେନା ଦଳ କିମ୍ବା ବିଜେପିକୁ ଯିବ କି ନାହିଁ ସେ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଏହି ଆସନ ପାଇଁ ବିଜେପି ଦୃଢ ଉଦ୍ୟମ କରୁଥିଲା, ଯେଉଁ କାରଣରୁ…

Read More

ରଣପୁର: ଜନ୍ମ ମୃତ୍ୟୁ ଯେପରି ମୁଦ୍ରାର ଦୁଇଟି ପାର୍ଶ୍ୱ, ଠିକ ସେହିପରି ଚାକିରୀରେ ଯୋଗ ଦେବା ଓ ବିଦାୟ ନେବା ମଧ୍ୟ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ। ଅର୍ଥାତ ଚାକିରୀରୁ କ୍ଷେତ୍ରରୁ ଦିନେ ସମସ୍ତଙ୍କୁ ଅବସର ନେବାକୁ ପଡିଥାଏ। ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକର ୧୦ ଶିକ୍ଷକ ଶିକ୍ଷୟତ୍ରୀ ଅବସର ନେଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପ୍ରୋଭିଜିନାଲ ପେନସନ ପ୍ରଦାନ କରାଯାଇଥିବା ବେଳେ ୬ ଜଣଙ୍କୁ ଫାଇନାଲ ପେନସନ ପ୍ରଦାନ କରାଯାଇଛି। ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ସାହୁ ଓ ଗୋପବନ୍ଧୁନଗର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜୟଲକ୍ଷ୍ମୀ ରଥଙ୍କୁ ବିଦାୟ ସମ୍ବର୍ଦ୍ଧନା ସହ ପ୍ରୋଭିଜିନାଲ ପେନସନ ପ୍ରଦାନ କରାଯାଇଥିବା ଜଣା ପଡିଛି। ସେହିପରି ବୃନ୍ଦାବନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ମିଶ୍ର, ଗମ୍ଭାରୀଖୋଲ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବେଣୁଧର ଜେନା, ଲତାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର…

Read More

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଚ଼ଣ୍ଡେଶ୍ବରର‌‌ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡିହରଦେବଙ୍କ ପୀଠରେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ ଏବଂ ତା’ପରେ ଚ଼ଣ୍ଡେଶ୍ବର ପଞ୍ଚାୟତ, କଳକଳେଶ୍ବର ପଞ୍ଚାୟତ, ଜରିପଡ଼ା ପଞ୍ଚାୟତ‌ରେ ଜନସମ୍ପର୍କ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରାରେ ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ପାନୀୟ ଜଳ ସମସ୍ୟାର ସମାଧାନ, ଚ଼ିଲିକାର‌ ପୁନରୁଦ୍ଧାର, ମତ୍ସ୍ୟଜୀବୀମାନଙ୍କ ବିକାଶ ପାଇଁ କୃଷି, ମତ୍ସ୍ୟ ପ୍ରକିୟାକରଣ ଶିଳ୍ପ ପ୍ରତିଷ୍ଠା ଓ ପର୍ଯ୍ୟଟନର ବିକାଶ କରି ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି ଜମିକୁ ପାଣି, ପ୍ରତି ହାତକୁ କାମର ସଂକଳ୍ପ ନେଇ ଏକ ବିକଶିତ ଚ଼ିଲିକା ଗଠନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଗୋଦାବରିଶ ମହାବିଦ୍ୟାଳୟର ପ୍ରେଖ୍ୟାଳୟରେ ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ବିଦାୟ ନେବାକୁ ଯାଉଥିବା ରାସାୟନିକ ବିଜ୍ଞାନ ବିଭାଗର ଡେମୋନଷ୍ତ୍ରାଟର ବିବୁ୍ଧେନ୍ଦୁ ଦାଶ ଏବଂ ଲାଇବ୍ରାରୀଆନ ବିଜୟକେତନ ଦାଶଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରଶାସନିକ ଅଧିକାରୀ ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା, ସହପ୍ରଶାସନିକ ଅଧିକାରିଣୀ ଡକ୍ତର ସୁଜାତା ମିଶ୍ର, ଯୁକ୍ତ ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷ ଲକ୍ଷ୍ମୀପ୍ରସାଦ ମିଶ୍ର, ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତା, ବିବୁ୍ଧେନ୍ଦୁ ଦାଶ ଓ ବିଜୟକେତନ ଦାଶ ମଞ୍ଚାସୀନ ହୋଇଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଭlଗନେଇ ବିଦାୟ ନେବାକୁ ଯାଉଥିବା ବିଭୁ ସାର ଓ ବିଜୟ ବାବୁଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରିଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ ହୋଇଥିଲା।

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ସହ ଜଡିତ ମାମଲାରେ ଦିଲ୍ଲୀ ପୋଲିସ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସମେତ ସାତୋଟି ରାଜ୍ୟର ୧୬ ଜଣ ନେତାଙ୍କୁ ନୋଟିସ କରିଛି। ମାମଲାର ତଦନ୍ତ ପାଇଁ ପୋଲିସ ରାଜସ୍ଥାନ, ଝାଡଖଣ୍ଡ, ନାଗାଲାଣ୍ଡ, ଉତ୍ତରପ୍ରଦେଶ, ହରିୟାଣା ଏବଂ ମଧ୍ୟପ୍ରଦେଶକୁ ଯାଇଛି। ସୂଚନାନୁସାରେ, ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି (ଏସପି) ର ଲୋକସଭା ପ୍ରାର୍ଥୀ, ରାଜସ୍ଥାନ ଏବଂ ନାଗାଲାଣ୍ଡର ଦୁଇ କଂଗ୍ରେସ ନେତାଙ୍କୁ ମଧ୍ୟ ମୋବାଇଲ୍ ଫୋନ୍ ସହ ପୋଲିସ ନିକଟରେ ହାଜର ହେବାକୁ କୁହାଯାଇଛି। ଉଲ୍ଲେଖଥାଉ କି, ସୋମବାର ଦିନ ରେଭନ୍ତ ରେଡ୍ଡୀ ସହିତ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (ଟିଆରପିସି) ସଦସ୍ୟ ଶିବ କୁମାର ଅମ୍ବାଲା, ଅସମା ତସଲିମ, ସତୀଶ ମନେ ଏବଂ ନବୀନ ପଟେମଙ୍କୁ ମେ ୧ ତାରିଖରେ ପୋଲିସ ନିକଟରେ ହାଜର ହେବାକୁ କୁହାଯାଇଛି। ଦିଲ୍ଲୀ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି: ରବିବାର ଦିନ ବିଜେପି ଏବଂ ଗୃହ…

Read More

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଖେଳିବ। ରୋହିତଙ୍କ ସହ ଯଶସ୍ୱୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଏବଂ ସଞ୍ଜୁ ସାମସନ ଦଳରେ ସ୍ଥାନ ପାଇଛନ୍ତି। ଶୁଭମାନ ଗିଲଙ୍କୁ ରିଜର୍ଭ ଖେଳାଳି ତାଲିକାରେ ରଖାଯାଇଛି। ବୋର୍ଡ ମଧ୍ୟ ଶିବମ୍ ଦୁବେଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ କରାଯାଇଛି। ଟିମ୍ ଇଣ୍ଡିଆ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏବଂ ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ଦେଇଛି। ୨୦୨୪ ଆଇପିଏଲ୍ ରେ ସାମସନ୍ ଏବଂ ପନ୍ତ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଦୀର୍ଘ ସମୟ ପରେ ଋଷଭ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। କାର ଦୁର୍ଘଟଣା ପରେ ସେ ପଡିଆରୁ ଦୂରରେ ଥିଲେ। କିନ୍ତୁ ସେ ଆଇପିଏଲ୍ ମାଧ୍ୟମରେ ପଡ଼ିଆକୁ ଫେରି ନିଜର ଫର୍ମ ପ୍ରମାଣ କରିଥିଲେ। ସେ ଏଥିରୁ ଲାଭ ପାଇଛନ୍ତି। ସାମସନ୍…

Read More

ଭୁବନେଶ୍ବର: କାହିଁକି କେଜାଣି ଗୋଟିଏ ଦିନ ପୃଥବୀକୁ ଯାଇ ଟିକିଏ ସମୁଦ୍ର କୂଳରେ ବୁଲିବା ପାଇଁ ନାରଦଙ୍କ ଇଚ୍ଛା ହେଲା। ଗ୍ରୀଷ୍ମ କାଳରେ ସୂର୍ଯ୍ୟଙ୍କ ତାପରୁ ରକ୍ଷା ପାଇବାକୁ ହେଲେ ସମୁଦ୍ର କୂଳଟି ହିଁ ଉପଯୁକ୍ତ। ଏହା ଭାବି ନାରଦ ସମୁଦ୍ରକୂଳରେ ବୁଲିବାକୁ ଲାଗିଲେ। ବହୁଦୂରରେ ସମୁଦ୍ର ଲହରି ଖେଳୁଛି। ଆଉ ଚାରିଆଡେ ଖାଲି ବାଲି ଆଉ ବାଲି। ହଠାତ ଏକ ଟିକି ଚଢେଇ ଉପରେ ନାରଦଙ୍କ ନଜର ପଡିଲା। ସେ ଆଶ୍ଚର୍ଯ୍ୟ ହୋଇପଡିଲେ। କାରଣ ପ୍ରବଳ ଖରାରେ ସମୁଦ୍ର କୂଳରେ କୌଣସି ପକ୍ଷୀ ବୁଲୁ ନ ଥିବା ବେଳେ ଏ ଟିକି ଚଢେଇଟି କଣ କରୁଛି। ସେହି ସ୍ଥାନରେ ଗଛଟିଏ ମଧ୍ୟ ନାହିଁ ସେ କେମିତି ବଞ୍ଚିଛି। ଏହିପରି ଚିନ୍ତାରେ ନାରଦ ସେହି ଚଢେଇ ପାଖକୁ ଗଲେ। ଆଉ ପଚାରିଲେ ତୁ ଏତେ ଖରାରେ କାହିଁକି ବୁଲୁଛୁ। ନାରଦଙ୍କ କଥା ଶୁଣି ଟିକି ଚଢେଇଟି କାନ୍ଦିବାକୁ ଲାଗିଲା। କହିଲା, ପ୍ରଭୃ, ଖାଦ୍ୟ…

Read More

ନୂଆଦିଲ୍ଲୀ: ମହିଳାମାନଙ୍କର ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ଉପରେ ଯୌନ ଉତ୍ପୀଡ଼ନ ପାଇଁ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ଵଲ ରେଭନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଚଡି ଦେବ ଗୌଡାଙ୍କ ଜେଡିଏସ ପ୍ରଜ୍ଵଲ ରେଭନ୍ନାଙ୍କୁ ନିଲମ୍ବିତ କରିବାକୁ ଏକ ବିଜ୍ଞପ୍ତି ଜାରି କରିଛି। ଦଳର ମୂଳ କମିଟିର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ମଙ୍ଗଳବାର ଦିନ କହିଛନ୍ତି ଯେ, ଆମେ ପ୍ରଜ୍ଵଲ ରେଭନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ ଏ ବିଷୟରେ ରେଭନ୍ନାଙ୍କୁ ସୁରକ୍ଷା ଦେବୁ ନାହିଁ। ଏହା ଏକ ଲଜ୍ଜାଜନକ ବିଷୟ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟ କହିଛନ୍ତି ଯେ, ଏଭଳି ମାମଲାକୁ ବରଦାସ୍ତ କରାଯାଇପାରିବ ନାହିଁ। ସେ କହିଛନ୍ତି ଯେ, ବିଜେପିର ଆଭିମୁଖ୍ୟ ହେଉଛି ଆମେ ମାତୃ ଶକ୍ତି ସହିତ ଛିଡା ହେବା।…

Read More

ନୂଆଦିଲ୍ଲୀ: ହରିୟାଣାର ଜନନାୟକ ଜନତା ପାର୍ଟି (ଜେଜେପି) ର ଜାତୀୟ ସଚିବ ଅଶୋକ ଶେରୱାଲ ଆଜି ତାଙ୍କ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଜେଜେପି ରାଷ୍ଟ୍ରୀୟ ସଚିବ ଅଶୋକ ଶେରୱାଲ, ରାଜ୍ୟ ସାଧାରଣ ସମ୍ପାଦକ କୁସୁମ ଶେରୱାଲ ଏବଂ ଅମ୍ବାଲା ଜିଲ୍ଲା ସଭାପତି ହରପାଲ କମ୍ବୋଜ ସେମାନଙ୍କ ସମର୍ଥକଙ୍କ ସହ ପଞ୍ଚକୁଲାର ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନାୟବ ସୈନିଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେଉଥିବା ଅନେକ ଜେଜେପି ନେତାଙ୍କ ଉପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି କହିଛନ୍ତି ଯେ, ‘ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡବଲ ଇଞ୍ଜିନ ସରକାରର ନୀତି। ଗତ ଦଶ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମାଜର ଗରିବ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ବ୍ୟବସ୍ଥିତ ଭାବରେ କାର୍ଯ୍ୟ କରିଛନ୍ତି। ଆଜି ଲୋକମାନେ ବିଶ୍ୱାସ କରନ୍ତି ଯେ, ଦେଶ…

Read More

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ରାଜନୈତିକ ଦଳ ଏବଂ ନେତାଙ୍କ କଡା ବିବୃତ୍ତି ସାମ୍ନାକୁ ଆସୁଛି। ଏହି କ୍ରମରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କଡା ଆକ୍ରମଣ କରି କହିଛନ୍ତି ଯେ, ମହାରାଷ୍ଟ୍ର ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ଯଦି ବିଜେପିର ଅନ୍ତିମ ସଂସ୍କାର ହେବାର ଅଛି, ତେବେ ଏହା ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ। ସଞ୍ଜୟ କହିଛନ୍ତି ଯେ, “ଦିଲ୍ଲୀ ଏବଂ ଗୁଜୁରାଟ ଦେଇ ମହାରାଷ୍ଟ୍ରକୁ ଆସୁଥିବା ଏହି ଆତ୍ମା ​​କାହିଁକି ମହାରାଷ୍ଟ୍ରରେ ବାରମ୍ବାର ବୁଲୁଛି? ଏଇଥିପାଇଁ ବୁଲୁଛି, କାରଣ ଜୁନ୍ ୪ ତାରିଖ ପରେ ବିଜେପି ପାଇଁ ଶ୍ମଶାନ ପରି ହେବାକୁ ଯାଉଛି। ସେଥିପାଇଁ ମୋଦୀଙ୍କ ଆତ୍ମା ​​ମହାରାଷ୍ଟ୍ରରେ ବୁଲୁଛି।

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ଶିଆ ଧର୍ମଗୁରୁ କଲବେ ଜୱାଦ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ଇଣ୍ଡିଆ ଆଲାଇନ୍ସ ଉପରେ ମନ୍ତବ୍ୟ ଦେଇଛନ୍ତି। ମୁସଲମାନ ଧର୍ମଗୁରୁ କହିଛନ୍ତି ଯେ, ଏସପି ହେଉ କିମ୍ବା କଂଗ୍ରେସ, ସେମାନେ ମୁସଲମାନମାନଙ୍କ ପାଇଁ କିଛି କରିନାହାଁନ୍ତି। ଏବଂ ଲକ୍ଷ୍ନୌରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ସମର୍ଥନ ଘୋଷଣା କରିଛନ୍ତି। କଲବେ ଜୱାଦ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତଥା ଲକ୍ଷ୍ନୌ ଲୋକସଭା ନିର୍ବାଚନମଣ୍ଡଳୀରୁ ବର୍ତ୍ତମାନର ସାଂସଦ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସମର୍ଥନ କରିଛନ୍ତି। ଧର୍ମଗୁରୁ କହିଛନ୍ତି ଯେ, କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମୁସଲମାନମାନଙ୍କ ପାଇଁ କିଛି କରିନାହାଁନ୍ତି, ସେମାନେ କେବଳ ଛଡ଼ାଇ ନେଇଛନ୍ତି। ଜବାଦ୍ କହିଛନ୍ତି ଯେ ସମାଜବାଦୀ ପାର୍ଟି ପାଇଁ ମୁସଲମାନମାନେ ଭୋଟ୍ ଦେବେ ନାହିଁ। ମୁସଲମାନ ଧର୍ମଗୁରୁ ଦାବି କରିଛନ୍ତି ଯେ, ଏଥର ଲକ୍ଷ…

Read More

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଲକ୍ଷ୍ନୌ ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପୂର୍ବରୁ ସେ ଏକ ବଡ ରୋଡ୍ ସୋ ମଧ୍ୟ କରିଥିଲେ ଯେଉଁଥିରେ ବିଜେପିର ସମସ୍ତ ବଡ ନେତା ଅଂଶଗ୍ରହଣ କରିଥିଲେ। ନାମାଙ୍କନ ପରେ ରାଜନାଥ ସିଂ ଲକ୍ଷ୍ନୌରେ ଅଲ ଇଣ୍ଡିଆ ଶିଆ ମୁସଲିମ ପର୍ସନଲ ଲ ବୋର୍ଡ ମୁଖପାତ୍ର ମୌଲାନା ୟାସୁବ ଅବ୍ବାସଙ୍କୁ ମଧ୍ୟ ଭେଟିଥିଲେ। ମୌଲାନା ୟାସୁବ ଅବ୍ବାସ ଶିଆ ହେଉଛନ୍ତି ଅଲ ଇଣ୍ଡିଆ ପର୍ସନଲ ଲ ବୋର୍ଡର ସାଧାରଣ ସମ୍ପାଦକ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଲକ୍ଷ୍ନୌରେ ଥିବା ତାଙ୍କ ଘରକୁ ଯାଇ ତାଙ୍କୁ ଭେଟିଛନ୍ତି। ଯାହାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ରାଜନାଥ ସିଂ ଜଣେ ମୁସଲମାନ ଧର୍ମିଗୁରୁଙ୍କ ସହ ବସି କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ରାଜନାଥ ସିଂ ତାଙ୍କୁ ଭେଟି ମୁସଲିମ ସମ୍ପ୍ରଦାୟର ଜନସାଧାରଣଙ୍କ ସମର୍ଥନ ଲୋଡିଥିଲେ। ଶିଆ ଧାର୍ମିକ ଗୁରୁ…

Read More

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆମେଥୀ ଏବଂ ରାଏବରେଲି ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ସୂଚନାନୁସାରେ, ପ୍ରିୟଙ୍କା ଗାନ୍ଧୀ ସମଗ୍ର ଦେଶରେ ଦଳର ଅଭିଯାନ ପରିଚାଳନା ଉପରେ ଧ୍ୟାନ ଦେଉଛନ୍ତି। ଏଥି ସହ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ କେବଳ ୱାୟାନାଡରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। କିଛି ଦିନ ହେବ ରାହୁଲ ଗାନ୍ଧୀ ଏଥର ମଧ୍ୟ ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଥିଲା। ଏହି ପ୍ରସ୍ତାବକୁ ୟୁପି କଂଗ୍ରେସ ମଧ୍ୟ ପଠାଇଛି। ଏହା ପରେ କଂଗ୍ରେସ ନିର୍ବାଚନ କମିଟି ବୈଠକରେ ମଧ୍ୟ ଆଲୋଚନା କରାଯାଇଥିଲା। ଦଳର ନେତୃତ୍ୱ ରାହୁଲ ଗାନ୍ଧୀଙ୍କୁ ଆମେଥୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଉଭୟ ନେତା ଏହି ଆସନରୁ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ​​ରାହୁଲ ଗାନ୍ଧୀ ଦୁଇଟି ଆସନରୁ, କେରଳର…

Read More