ଅବକାରୀ ବିଭାଗ ଦ୍ଵାରା ୨୦ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର ଜବତ, ମହିଳାଙ୍କ ସମେତ ୨ ଗିରଫ

Published: Apr 30, 2024, 8:33 pm IST

ରଣପୁର: ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼ରେ ରଣପୁର ଅବକାରୀ ବିଭାଗ। ଆଜି ରଣପୁର ଅବକାରୀ ପୋଲିସ ମୟୂରଝାଲିଆ ଠାରେ ଚଢ଼ାଉ କରି ୨ ଶହ ଗ୍ରାମର ବ୍ରାଉନ ସୁଗାର ସହ ଗୋଟିଏ ଟାଟା ଏସି ଗାଡି, ୭ଟି ମୋବାଇଲ ଓ ନଗଦ ୧ ଲକ୍ଷ ୧୭ ହଜାର ପାଞ୍ଚଶହ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ଅଭିଯୁକ୍ତମାନେ ହେଲେ ସଚିନ ପ୍ରଧାନ ଓ ରୀନା ପ୍ରଧାନ। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ହୋଇଥିବା ବେଳେ ଏମାନେ ପେସାଦାର ନିଶାବେପାରୀ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

Related posts