ନୂଆଦିଲ୍ଲୀ: ତିହାର ଜେଲରେ ରହୁଥିବା ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି। ସୁକେଶ ଚନ୍ଦ୍ରଶେଖର ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଆମ୍ ଆଦମୀ ପାର୍ଟିର ସଂଯୋଜକ କେଜ୍ରିୱାଲଙ୍କୁ ଲେଖାଯାଇଥିବା ଚିଠିରେ ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି ଯେ, ମୋବାଇଲ୍ ନମ୍ବରରୁ କ୍ରମାଗତ କଲ କରି ତାଙ୍କ ପରିବାରକୁ ଗତ ୩ ଦିନ ଧରି ଧମକ ଦିଆଯାଉଛି। ସୁକେଶ ଅଭିଯୋଗ କରିଛନ୍ତି ଯେ, ଜେଲରେ ମଧ୍ୟ ସତେନ୍ଦ୍ର ଜୈନ ଏବଂ କେଜ୍ରିୱାଲଙ୍କ ନିକଟ ଅଧିକାରୀମାନେ ତାଙ୍କୁ ଧମକ ଦେଉଛନ୍ତି। ସୁକେଶ ଚନ୍ଦ୍ରଶେଖର ଚିଠିରେ ଲେଖିଛନ୍ତି ଯେ, ମୁଁ ଭୟଭୀତ ନୁହେଁ, ମୁଁ ଶୀଘ୍ର ଆପଣଙ୍କୁ ସିବିଆଇ ସାମ୍ନାରେ ପ୍ରକାଶ କରିବି। ସୁକେଶ ଦାବି କରିଛନ୍ତି ଯେ, ଯେଉଁଠାରେ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ମୂନ ତାଙ୍କ ବିରୋଧରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ…
Author: SM Network
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଗ୍ରାମ ଛକରେ ଏକ ମର୍ମନ୍ତୁଦ ସଡକ ଘଟଣା ଘଟିଯାଇଛି। ଏକ କଣ୍ଟେନର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବଡ଼ଅଁଳ ଗ୍ରାମର ସଂଗ୍ରାମ କେଶରୀ ଜେନା (୨୮) ନିଜ ମାମୁଁଘର ବିବାହ କାର୍ଯ୍ୟ ସାରି ଆଜି ବଡି ଭୋରରୁ ନିଜ ମା’ ଅମୁଲ ଜେନାଙ୍କ ସହ ଏକ ସ୍କୁଟିରେ ନିଜ ଗ୍ରାମ ବଡ଼ ଅଁଳକୁ ଫେରୁଥିଲେ। ତେବେ ହଠାତ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଗ୍ରାମ ଛକ ନିକଟରେ ଏକ ଅଣ୍ଡା ବୋଝେଇ କଣ୍ଟେନର ସଂଗ୍ରାମଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସଂଗ୍ରାମଙ୍କ ମା’ ଅମୁଲ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ତାଙ୍କୁ ବାଲୁଗାଁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ…
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଭାୟାକମ୧୮ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ଏବଂ ୱାଲ୍ଟ ଡିଜନି ପକ୍ଷରୁ ଭାୟାକମ୧୮ ଓ ଷ୍ଟାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ବ୍ୟବସାୟକୁ ଏକାଠି କରି ଏକ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ କରିବା ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ଘୋଷଣା କରାଯାଇଛି। ଏହି କାରବାରର ଏକ ଅଂଶ ଭାବରେ, ଭାୟାକମ୧୮ ର ମିଡିଆ ସଂସ୍ଥା ଷ୍ଟାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ରେ କୋର୍ଟ ଅନୁମୋଦିତ ଯୋଜନା ଜରିଆରେ ମିଶ୍ରିତ ହେବ। ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଏହି ମିଳିତ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ୧୧୫୦୦ କୋଟି ଟଙ୍କା ନିବେଶ କରାଯିବାକୁ ନିଷ୍ପତ୍ତି କରାଯାଇଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ମିଳିତ ଉଦ୍ୟୋଗ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ନିୟନ୍ତ୍ରଣ ରେ ରହିବ ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ୧୬.୩୪ ପ୍ରତିଶତ ମାଲିକାନା, ଭାୟାକମ୧୮ ର ୪୬.୮୨ ପ୍ରତିଶତ ଓ ଡିଜନିର ୩୬.୮୪…
ନୂଆଦିଲ୍ଲୀ: ବାର୍ଷିକ ଚୁକ୍ତିନାମା ତାଲିକା ବିସିସିଆଇ ପ୍ରକାଶ କରିଛି। ୨୦୨୩-୨୪ ଋତୁ ପାଇଁ ପ୍ରକାଶିତ ଏହି ତାଲିକାରେ ଶ୍ରେୟସ୍ ଆୟର୍ ଏବଂ ଇଶାନ୍ କିଶାନଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ପ୍ରକାଶ ଯେ, ଉଭୟ ଖେଳାଳି ଘରୋଇ କ୍ରିକେଟ୍ ରେ ଅଂଶଗ୍ରହଣ କରିନଥିଲେ। ଏହି କାରଣରୁ ବୋର୍ଡ ଏହି ଖେଳାଳିଙ୍କ ଉପରେ କ୍ରୋଧିତ ହୋଇଥିଲା। ଯାହାର ପ୍ରଭାବ ଏହି ଚୁକ୍ତି ତାଲିକାରେ ଦୃଶ୍ୟମାନ ହୁଏ। ବିରାଟ କୋହଲି, ରୋହିତ ଶର୍ମା, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଏ ପ୍ଲସ ଗ୍ରେଡରେ, ବାମହାତୀ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂଙ୍କୁ ସି ଗ୍ରେଡରେ ସ୍ଥାନିତ କରାଯାଇଛି। ତେବେ କେଉଁ ଗ୍ରେଡ୍ ରେ କେଉଁ ଖେଳାଳୀଙ୍କୁ କେଉଁ ସୁବିଧା ଦିଆଯାଉଛି ଆସନ୍ତୁ ଜାଣିବା… କେଉଁ ଖେଳାଳିଙ୍କ ନାମ ଚୁକ୍ତିରେ ଅନ୍ତର୍ଭୁକ୍ତ ହୋଇଛି?: ସର୍ବପ୍ରଥମେ, ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କୁ କେଉଁ ଗ୍ରେଡ୍ ରେ ସ୍ଥାନ ଦିଆଯାଇଛି। ତେବେ ଏଥର ଦିଆଯାଇଥିବା ଚୁକ୍ତିରେ ୩୦ ଖେଳାଳିଙ୍କୁ ତାଲିକାରେ…
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ମଞ୍ଚ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ମଧ୍ୟ ପ୍ରାୟ ଶେଷ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସଙ୍କେତରୁ ଜଣାପଡୁଛି ଯେ, ବିଜେପି ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପାଇଁ ଦୃଢ଼ ସ୍ଥିତିରେ ରହିଛି। କିନ୍ତୁ ବିରୋଧୀ ଇଣ୍ଡି ମେଣ୍ଟ ବିଜୟ ଆଶା ଛାଡ଼ି ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀ ଇଣ୍ଡି ମେଣ୍ଟ ଏଥର ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେବାକୁ ଯାଉଛି। କଂଗ୍ରେସ କୃଷକମାନଙ୍କୁ ଏମଏସପି ଅର୍ଥାତ ସର୍ବନିମ୍ନ ସହାୟକ ମୂଲ୍ୟରେ ଫସଲ କିଣିବାକୁ ପ୍ରତିଶ୍ରୁତି ଦେଇସାରିଛି। ବିରୋଧୀ ଦଳଗୁଡ଼ିକର ଇଣ୍ଡି ମେଣ୍ଟ ଖୁବ୍ ଶୀଘ୍ର ଏକ ସାଧାରଣ ଇସ୍ତାହାର ପ୍ରକାଶ କରିପାରେ, ଯେଉଁଥିରେ ପ୍ରତ୍ୟେକ ବର୍ଗଙ୍କ ପାଇଁ ଆକର୍ଷଣୀୟ ପ୍ରତିଶ୍ରୁତିର ତାଲିକା ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ବିରୋଧୀଙ୍କ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ ଏଥର ଏକ ବ୍ୟାପକ…
ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁରରେ ପୁଣି ଏକ ଲୁଟ ହୋଇଛି। ଘରେ ପଶି ପିସ୍ତଲ ଦେଖାଇ ଲୁଟେରାମାନେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା। ସୂଚନା ମୁତାବକ ବାଣପୁର ବଜାରର ସୁନା ଅଳଙ୍କାର କାରିଗର ଦିଲ୍ଲୀପ କୁମାର ପାଲ (୬୪) ଗତକାଲି ରାତି ୧୦.୨୦ ରେ ପାଣି ସାହି ନିକଟସ୍ଥ ସୁନା ଦୋକାନ ବନ୍ଦ କରି ଏକ ବ୍ୟାଗରେ ମରାମତି ନିମନ୍ତେ ଗ୍ରାହକମାନଙ୍କଠାରୁ ଆଣିଥିବା ପାଖାପାଖି ୧୦୦ ଗ୍ରାମ ସୁନା ଏବଂ ନଗଦ ୬୦ ହଜାର ଟଙ୍କା ନେଇ ନଈ ସାହିସ୍ଥିତ ଘରକୁ ଫେରିଥିଲେ। ତେବେ ଦିଲ୍ଲୀପ ଘରକୁ ପ୍ରବେଶ କରିବା ମାତ୍ରେ ହଠାତ ଘରେ ଭିତରେ ପୁର୍ବରୁ ଛପିଥିବା ଦୁଇ ଜଣ ମୁଖା ପିନ୍ଧାବା ଦୁର୍ବୁତ୍ତ ଦିଲ୍ଲୀପଙ୍କୁ ପିସ୍ତଲ ଓ ଖଣ୍ଡା ଦ୍ୱାରା ଭୟଭୀତ କରାଇ ଉକ୍ତ ବ୍ୟାଗ ଏବଂ ଦିଲ୍ଲୀପଙ୍କ ପତ୍ନୀଙ୍କ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଉଭୟଙ୍କୁ ଘର ଭିତରେ ବନ୍ଧକ…
ଚେନ୍ନାଇ: ତାମିଲନାଡୁର ଡିଏମକେ ସରକାରଙ୍କ ବିଜ୍ଞାପନରେ ଚୀନ୍ ପତାକା ବ୍ୟବହାର ଯୋଗୁଁ ରାଜନୀତି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ ଗସ୍ତର ଦ୍ୱିତୀୟ ଦିନରେ ବୁଧବାର ଦିନ କୁଲାସେଖରପଟ୍ଟିନମରେ ISRO ର ନୂତନ ଲଞ୍ଚ କମ୍ପ୍ଲେକ୍ସର ମୂଳଦୁଆ ପକାଇଛନ୍ତି। ଏହି ପ୍ରକଳ୍ପ ସମ୍ପର୍କରେ ରାଜ୍ୟର ଡିଏମକେ ସରକାରଙ୍କ ପଶୁପାଳନ ମନ୍ତ୍ରୀ ଅନୀତା ରାଧାକୃଷ୍ଣନ ସ୍ଥାନୀୟ ଖବରକାଗଜରେ ଏକ ବିଜ୍ଞାପନ ଜାରି କରିଛନ୍ତି। ବିଜ୍ଞାପନରେ ଚାଇନାର ପତାକା ରକେଟ ଉପରେ ରଖାଯାଇଥିଲା। ଏ ସମ୍ପର୍କରେ ପିଏମ ମୋଦୀ ଡିଏମକେକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଏମକେ ଭାରତର ପ୍ରଗତିକୁ ସହ୍ୟ କରିପାରୁ ନାହିଁ। ତେବେ ବରିଷ୍ଠ ଡିଏମକେ ନେତା କାନିମୋଝି ବିଜ୍ଞାପନରେ ଚାଇନାର ପତାକା ବ୍ୟବହାରକୁ ମାନବୀୟ ଭୁଲ ବୋଲି କହିଛନ୍ତି। ତିରୁନେଲଭେଲିରେ ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଡିଏମକେ ସରକାର ଭାରତର ପ୍ରଗତିକୁ ସହ୍ୟ କରିପାରୁ ନାହାଁନ୍ତି। ସେମାନେ ISRO ଲଞ୍ଚ ପ୍ୟାଡ…
ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ । ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ । ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ । ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ । ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ । ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ…
ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୮ ଫେବ୍ରୁଆରୀ ୨୦୨୪) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ କେନ୍ଦ୍ର ସରକାରଙ୍କ ଅବକାଶ ନିବାସ ଏବଂ କ୍ରୀଡ଼ା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ଆଭାସୀ ମାଧ୍ୟମରେ ବିଭିନ୍ନ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବଡ଼ସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି। ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ସରକାର ଆଦିବାସୀ ଅଞ୍ଚଳର ବିକାଶ ଏବଂ ଆଦିବାସୀ ଭାଇଭଉଣୀଙ୍କ ପ୍ରଗତିକୁ ପ୍ରାଥମିକତା ଦେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଜୁଳି ଓ ରାସ୍ତା ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେବା ସହ ଆଦିବାସୀ ପରିବାରକୁ ନଳ ଯୋଗେ ପାଣି ଯୋଗାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, ସିକଲ୍ ସେଲ୍ ରକ୍ତହୀନତା ଦୂର କରିବା ପାଇଁ ଏକ ଜାତୀୟ ମିଶନ ଆରମ୍ଭ କରାଯାଇଛି, ଯେଉଁଥିରେ ଅନେକ ପିଢ଼ି ଧରି ଯେଉଁ ଆଦିବାସୀ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେଉଥିଲେ ସେମାନେ…
ଭୁବନେଶ୍ଵର: ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃବିକଶିତ ହେଉଥିବା ଷ୍ଟେସନ କୋଠାର ଡିଜାଇନ୍ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟରୁ ଅନୁପ୍ରାଣିତ ହେବା ପାଇଁ ସ୍ଥିର କରାଯାଇଥିବା ବେଳେ ସେଥିରେ ଓଡିଶାର ୫୯ଟି ଷ୍ଟେସନକୁ ସାମିଲ କରାଯାଇଛି। ସେହି କ୍ରମରେ ଓଡ଼ିଶାର ଭୁବନେଶ୍ୱର ଷ୍ଟେସନ୍ରେ ଆଧୁନିକତାର ଛାପ ଦେଖିବାକୁ ମିଳିବ। ବାଲେଶ୍ୱର ଷ୍ଟେସନ୍ ଭଗବାନ ଜଗନ୍ନାଥ ମନ୍ଦିରର ବିଷୟବସ୍ତୁ ଉପରେ ଆଧାରିତ ହେବ ଏବଂ କଟକ ଷ୍ଟେସନର ରୂପାନ୍ତରଣ ମଧ୍ୟ ଚମତ୍କାର ଢଙ୍ଗରେ କରାଯିବ। ପୂର୍ବରୁ ପୁନର୍ବିକାଶ ଚାଲିଥିବା ଷ୍ଟେସନ ଗୁଡ଼ିକ ମଧ୍ୟରୁ ପୁରୀର ଷ୍ଟେସନଗୁଡ଼ିକ ଜଗନ୍ନାଥ ମନ୍ଦିରର ସ୍ଥାପତ୍ୟରୁ ଅନୁପ୍ରାଣିତ ହୋଇଛି। ଏସବୁ ବ୍ୟତୀତ ଅନ୍ୟ ଯେଉଁ ଷ୍ଟେସନ ଗୁଡିକ ଅମୃତ ଷ୍ଟେସନରେ ସାମିଲ ହୋଇଛି, ସେଥି ମଧ୍ୟରେ ଅନଗୁଳ, ବାଦାମପାହାଡ଼, ବଲାଙ୍ଗୀର, ବାଲୁଗାଁ, ବଡବିଲ, ବରଗଡ ରୋଡ, ବାରିପଦା, ବରପାଲି, ବେଲପାହାଡ, ବେତନଟୀ, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର ନ୍ୟୁ, ବିମଳାଗଡ, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ , ଦାମନଯୋଡି,…
ଭୁବନେଶ୍ବର: ଏବେ ରେଙ୍ଗାଲି ଠାରେ ସମଲେଶ୍ୱରୀ ଏକ୍ସପ୍ରେସ ରହଣି କରିବ। ଏହାସହିତ ପୁରୀ-ଦୁର୍ଗ ଏକ୍ସପ୍ରେସ ଲୋଇସିଙ୍ଗା ଏବଂ ମୁରିବାହାଲ ଠାରେ ରହଣି କରିବ। ନିମ୍ନରେ ପ୍ରଦତ୍ତ ଦୁଇଟି ଟ୍ରେନର ପରୀକ୍ଷାମୂଳକ ଭାବେ ରହଣି ପାଇଁ ନିଷ୍ପତ୍ତି ନିଆଯାଇଅଛି ଏବଂ ଏହା ଆଧାରରେ ଷ୍ଟେସନଗୁଡିକ ଉଲ୍ଲେଖ କରାଯାଇଛି। 18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ପରୀକ୍ଷାମୂଳକ ଭିତ୍ତିରେ ରେଙ୍ଗାଲି ଷ୍ଟେସନ ଠାରେ ରହଣି କରିବ। 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ 28.02.2024 ରୁ ଏବଂ 18006 ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁର ଠାରୁ 29.02.2024 ରୁ ରେଙ୍ଗାଲି ଷ୍ଟେସନରେ ରହଣି କରିବ। ହାଓଡ଼ାରୁ ଛାଡୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ରେଙ୍ଗଲିରେ ସକାଳ 08ଘ.36ମି.ରେ ପହଞ୍ଚି 08ଘ.38ମି.ରେ ଜଗଦଳପୁର ଅଭିମୁଖେ ଯାତ୍ରା କରିବି। ସେହିଭଳି, ଜଗଦଳପୁରରୁ ଏହି ଟ୍ରେନ୍ ରେଙ୍ଗାଲିରେ ସନ୍ଧ୍ୟା 06ଘ.55ମି.ରେ ପହଞ୍ଚି ସନ୍ଧ୍ୟା 06ଘ.57ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। 18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ 01 ମାର୍ଚ୍ଚ 2024 ଠାରୁ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଉତ୍ତର ପୂର୍ବଞ୍ଚଳ ରାଜ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଲ୍ୟାଣ୍ଡ କଷ୍ଟମ୍ସ କେନ୍ଦ୍ର ଓ ଏଥିରେ ଥିବା ଇଲେକ୍ଟ୍ରୋନିକ ଡାଟା ଇଣ୍ଟରଚେନ (ଇଡିଆଇ) ବ୍ୟବସ୍ଥାକୁ ଉଦ୍ଘାଟନ କରିବେ। ଆଭାସୀ ବ୍ୟବସ୍ଥାରେ ଏହି ଉଦ୍ଘାଟନ କାର୍ଯ୍ୟ ସମାପନ ହେବ। ଏହା ଫଳରେ ଉତ୍ତର ପୂର୍ବାଞ୍ଚଳରେ ବ୍ୟାବସାୟିକ ସୁଗମତା ବଢିବା ସହିତ ଆଞ୍ଚଳିକ ବାଣିଜ୍ୟ କାରବାର ସୁବିଧା ବୃଦ୍ଧି ପାଇବ। ଏହି କାର୍ଯ୍ୟକ୍ରମ ପରେ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏକ ଉତ୍ସବର ଆୟୋଜନ କରିବ। ଏଥିରେ ସୀମା ଶୁଳ୍କ ବିଭାଗ ଦ୍ୱାରା ଜବତ ହୋଇଥିବା ମୂଲ୍ୟବାନ କଳାକୃତିଗୁଡିକୁ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ହସ୍ତାନ୍ତର କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମ ମଧ୍ୟ ଆଭାସୀ ବ୍ୟବସ୍ଥାରେ ଅନୁଷ୍ଠିତ ହେବ। କେନ୍ଦ୍ରୀୟ ସୀମା ଶୁଳ୍କ ବିଭାଗ ଦେଶର ବିଭିନ୍ନ ଅଞ୍ଚଳରୁ…
ନୂଆଦିଲ୍ଲୀ: ଆଜି କେନ୍ଦ୍ରରେ ମୋଦୀ ସରକାର ମୁସଲିମ କନ୍ଫରନ୍ସେ ଜମ୍ମୁ କାଶ୍ମୀର (ସୁମଜୀ ଗୋଷ୍ଠୀ) ଏବଂ ମୁସଲିମ କନ୍ଫରନ୍ସେ ଜମ୍ମୁ କାଶ୍ମୀର (ଭଟ ଗୋଷ୍ଠୀ) କୁ ପ୍ରତିବନ୍ଧିତ ସଂଗଠନ ଭାବରେ ଘୋଷଣା କରିଛନ୍ତି। ଏହି ସୂଚନା ପ୍ରଦାନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ସେମାନଙ୍କର କାର୍ଯ୍ୟକଳାପ ଦେଶର ସାର୍ବଭୌମତ୍ଵ ଏବଂ ଅଖଣ୍ଡତା ବିରୁଦ୍ଧ ଅଟେ। ଅମିତ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆତଙ୍କବାଦକୁ ମୂଳୋତ୍ପାଟନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏପରି ପରିସ୍ଥିତିରେ, ବେଆଇନ କାର୍ଯ୍ୟକଳାପରେ ଜଡିତ ଯେକୌଣସି ବ୍ୟକ୍ତିଙ୍କୁ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷକମାନଙ୍କ ପାଇଁ ସମ୍ମାନ ନିଧି ଘୋଷଣା କରିଛନ୍ତି। ଏହା ଅଧୀନରେ ୨୦୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ। ୟବତମାଲରେ ଏକ କାର୍ଯ୍ୟକ୍ରମ ସମୟରେ ସେ ୨୧ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିବାକୁ ଘୋଷଣା କରିଛନ୍ତି। ଗତ ୫ବର୍ଷ ମଧ୍ୟରେ କିସାନ ସମ୍ମାନ ନିଧି ଅଧୀନରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳିଛି। ଏହି ଯୋଜନା ମାଧ୍ୟମରେ ୨.୮୧ ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି। ପ୍ରାୟ ୯ କୋଟି ଚାଷୀଙ୍କୁ ପିଏମ କିସାନ ଯୋଜନାର ୧୬ ତମ କିସ୍ତିର ଲାଭ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ବ୍ୟତୀତ ସେ ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ। କୃଷକ, ଗରିବ, ମହିଳା ଏବଂ ଯୁବକମାନଙ୍କ ପାଇଁ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିଥିବାରୁ…
ନୂଆଦିଲ୍ଲୀ: ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିସିସିଆଇ ଇଶାନ କିଶନ ଏବଂ ଶ୍ରେୟାସ ଆୟରଙ୍କୁ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ହଟାଇ ଦେଇଛି। ଲଗାତାର ଚେତାବନୀ ସତ୍ତ୍ୱେ ଇଶାନ କିଶାନ ଏବଂ ଶ୍ରେୟାସ ଆୟର ରଣଜୀ ଟ୍ରଫିକୁ ଅଣଦେଖା କରିଥିଲେ। ବର୍ତ୍ତମାନ ଉଭୟ ଖେଳାଳି ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାର ଅଂଶ ନୁହଁନ୍ତି। କେନ୍ଦ୍ରୀୟ ଚୁକ୍ତିନାମା ସହିତ ଖେଳାଳିଙ୍କ ଏକ ନୂତନ ତାଲିକା ବିସିସିଆଇ ପ୍ରକାଶ କରିଛି। ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଏ + ଗ୍ରେଡରେ ସ୍ଥାନ ଦିଆଯାଇଛି। ଏହି ଖେଳାଳିମାନଙ୍କୁ ବିସିସିଆଇ ଦ୍ୱାରା ବାର୍ଷିକ ୭ କୋଟି ଟଙ୍କା ଦରମା ଦିଆଯାଏ। ୬ ଖେଳାଳିଙ୍କୁ ଏ ଗ୍ରେଡରେ, ୫ ଖେଳାଳିଙ୍କୁ ବି ଗ୍ରେଡରେ ରଖାଯାଇଥିବାବେଳେ ୧୫ ଖେଳାଳିଙ୍କୁ ସି ଗ୍ରେଡରେ ସ୍ଥାନିତ କରାଯାଇଛି। ଇଶାନ କିଶନ ଏବଂ ଶ୍ରେୟାସ ଆୟରଙ୍କ ମନୋଭାବରେ ବିସିସିଆଇ କ୍ରୋଧିତ ହୋଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ…
ଭୁବନେଶ୍ୱର: ରାଜଧାନୀରେ ନୂତନ କରି ଆରମ୍ଭ ହୋଇଥିବା ମଲ୍ଟି ସୁପର୍ ସ୍ପେଶାଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ୍ ମେଡିକେୟାର ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଫେବୃଆରୀ ୨୯, ୨୦୨୪ ଦିନ ଚାରି ବର୍ଷ ପୂରଣ କରିଛି। ବୈଷୟିକ ଜ୍ଞାନକୌଶଳ, କୁଶଳୀ ମାନବ ସମ୍ବଳ, ଅତ୍ୟାଧୁନିକ ସରଞ୍ଜାମ ଓ ସମର୍ପିତ ସ୍ୱାସ୍ଥ୍ୟସେବା ଯୋଗୁ ଏହି ମଲ୍ଟି ସୁପର୍ ସ୍ପେଶାଲିଟି ହସ୍ପିଟାଲ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଫେବୃଆରୀ ୨୯, ୨୦୨୦ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା। ଇମର୍ଜେନ୍ସି ଓ ଟ୍ରମା କେୟାର, କାର୍ଡିଆକ କେୟାର, ଆଡଭାନ୍ସଡ୍ ସର୍ଜିକାଲ୍ ପ୍ରକ୍ରିୟା, ଡାଇଗ୍ନୋଷ୍ଟିକ୍ସ ଆଣ୍ଡ ଇମେଜିଂ, ମାଟରନିଟି କେୟାର, ଫିଜିଓଥେରାପି, ପ୍ରୋସ୍ଥେଟିକ୍ସ ଆଣ୍ଡ ଅର୍ଥୋଟିକ୍ସ, ସ୍ମୋକିଂ ସେସେସନ୍, ସ୍ଲିପ ଲ୍ୟାବ ଓ ରିହାବିଲେଟେସନ ସର୍ଭିସ୍ ଭଳି ଉନ୍ନତ ଧରଣର ପ୍ରାୟ ୩୦ ରୁ ଅଧିକ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଜୋର ଧରିଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ଦାବିକୁ ଆଗକୁ ବଢେଇବା ପାଇଁ ଯୁବ ସମାଜସେବୀ ଶେଷଦେବ ବରାଳ ପ୍ରସ୍ତୁତ ହୋଇଛନ୍ତି। ଅଭିନବ ଉପାୟରେ ଏହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶେଷଦେବ ଆଜି ମା’ ଭଗବତୀ ମନ୍ଦିରରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି। ଆଜି ପୂର୍ବାହ୍ନରେ ସେ ମା’ ଭଗବତୀଙ୍କ ଦର୍ଶନ କରି ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ କରିଥିଲେ। ଏହାପରେ ପୋଲିସ ଥାନା ନିକଟସ୍ଥ ଗୋଦାବରୀଶ ମିଶ୍ର ଏବଂ ମେଡିକାଲ ନିକଟସ୍ଥ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବାଣପୁର ତହସିଲରେ ପହଞ୍ଚିଥିଲେ। ସେଠାରେ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରି ସେଠାରୁ ଗମ୍ଭାରିମୁଣ୍ଡା ଦେଇ ନାଚୁଣୀରେ ପହଞ୍ଚିବେ। ନାଚୁଣୀରୁ ଚିଲିକା ତହସିଲ ଯାଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରି ତାଙ୍କ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ…
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମସ୍ୟା ବଢିପାରେ। ଖଣି ଦୁର୍ନୀତିରେ ଜେରା କରିବା ପାଇଁ ସିବିଆଇ ତାଙ୍କୁ ଫେବୃଆରୀ ୨୯ ତାରିଖରେ ଡକାଇଛି। ସାକ୍ଷୀ ଭାବରେ ହାଜର ହେବାକୁ ଅଖିଳେଶ ଯାଦବଙ୍କୁ ଡକାଯାଇଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି CrPC ର ଧାରା ୧୬୦ ଅନୁଯାୟୀ ଅଖିଳେଶଙ୍କୁ ଏକ ବିଜ୍ଞପ୍ତି ଜାରି କରିଛି। ତାଙ୍କୁ ଫେବୃଆରୀ ୨୧ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଜାନୁୟାରୀ ୨୦୧୯ ରେ ଦାଖଲ ହୋଇଥିବା ସିବିଆଇ ଏଫଆଇଆର ସଂପର୍କରେ ଅଖିଳେଶଙ୍କୁ ଡକାଯାଇଛି, ଯାହାକି ୨୦୧୨-୨୦୧୬ ମଧ୍ୟରେ ହମିରପୁରରେ ବେଆଇନ ଖଣି ଖନନ ସହ ଜଡିତ। ଜାନୁଆରୀ ୨୦୧୯ ରେ ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ୍, ଖଣି ଅଧିକାରୀ ଏବଂ ଅନ୍ୟମାନଙ୍କ ସମେତ ଅନେକ ସରକାରୀ କର୍ମଚାରୀଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଏଫଆଇଆରରେ ଅଭିଯୋଗ ହୋଇଛି ଯେ, ସରକାରୀ କର୍ମଚାରୀମାନେ ହମିରପୁରରେ ଖଣିଜ ପଦାର୍ଥର ବେଆଇନ ଖଣି…
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଯଦି ୨୫ ଜଣ ବିଧାୟକ ଥିବା ଦଳ ୪୩ ଜଣ ବିଧାୟକଙ୍କ ସଂଖ୍ୟାକୁ ଚ୍ୟାଲେଞ୍ଜ କରୁଛନ୍ତି, ତେବେ ଏହାର ଅର୍ଥ ହେଉଛି ଏହା ପ୍ରତିନିଧୀଙ୍କ ଘୋଡା କାରବାର ଉପରେ ନିର୍ଭରଶୀଳ। ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ଏହି ମନୋଭାବ ଅନୈତିକ ଏବଂ ଅସାମ୍ବିଧାନିକ। ହିମାଚଳ ଏବଂ ଦେଶର ଲୋକମାନେ ସବୁକିଛି ଦେଖୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟବାସୀଙ୍କ ସହ ଛିଡା ହୋଇନଥିବା ବିଜେପି ବର୍ତ୍ତମାନ ରାଜ୍ୟକୁ ରାଜନୈତିକ ବିପର୍ଯ୍ୟୟରେ ପକାଇବାକୁ ଚାହୁଁଛି। ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, ଗଣତନ୍ତ୍ରରେ ସାଧାରଣ ଲୋକ ନିଜ ପସନ୍ଦର ସରକାର ବାଛିବାର ଅଧିକାର ପାଇଛନ୍ତି। ହିମାଚଳର ଲୋକମାନେ ଏହି ଅଧିକାରକୁ ବ୍ୟବହାର କରି ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହିତ କଂଗ୍ରେସ ସରକାର ଗଠନ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗରରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି ବାଲୁଗାଁ ପୋଲିସ। ଖବର ଅନୁସାରେ ମଙ୍ଗଳବାର ରାତିରେ ବାଲୁଗାଁ ଗୋପବନ୍ଧୁ ନଗର ବାସିନ୍ଦା ସନ୍ତୋଷ ପାତ୍ର ଓ ସ୍ତ୍ରୀ ଘରେ ଅନୁପସ୍ଥିତ ଥିବାବେଳେ ଝିଅ ସୋନାଲି ପାତ୍ର (୧୭) ଘରେ ଏକୁଟିଆର ସୁଯୋଗ ନେଇ କୌଣସି କାରଣରୁ ବେକରେ ଚୁନରି ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ। ଏନେଇ ଶ୍ରୀ ପାତ୍ର ବାଲୁଗାଁ ଥାନାରେ ଖବର ଦେବାରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସୋନାଲିକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସମ୍ପୃକ୍ତ ମୃତକ ଜଣକ ବାଣପୁର କଲେଜର ଯୁକ୍ତ ଦୁଇର ଛାତ୍ରୀ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ୩/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ…
ନୂଆଦିଲ୍ଲୀ: ଏପ୍ରିଲରେ ଖାଲି ପଡ଼ିଥିବା ୫୬ ଟି ରାଜ୍ୟସଭା ଆସନ ମଧ୍ୟରୁ ମଙ୍ଗଳବାର ହୋଇଥିବା ନିର୍ବାଚନରେ ବିଜେପି ୩୦ଟିରେ ବିଜୟୀ ହୋଇଛି। ସେଥିମଧ୍ୟରୁ ଦଳ ୨୦ଟି ବିନା ପ୍ରତିଦ୍ୱନ୍ଦ୍ୱିତାରେ ଏବଂ ୧୦ଟି ଆସନରେ ମତଦାନ ପରେ ବିଜୟୀ ହୋଇଛି। ଏହାକୁ ମିଶାଇ ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ୯୭କୁ ବୃଦ୍ଧି ପାଇବ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଏନଡିଏର ସଂଖ୍ୟା ୧୧୭ରେ ପହଞ୍ଚିବ। ସମସ୍ତ ସଦସ୍ୟ ଶପଥ ନେବା ପରେ ଏନଡିଏ ୨୪୦ ସଦସ୍ୟ ବିଶିଷ୍ଟ ଗୃହରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୧୨୧ରୁ ମାତ୍ର ୪ ପାଦ ଦୂରରେ ରହିବ। ବର୍ତ୍ତମାନ ରାଜ୍ୟସଭାରେ ବିଜେପି ସବୁଠାରୁ ବଡ଼ ଦଳଭାବେ ରହିଛି। ରାଜ୍ୟସଭାରେ ଏହାର ୯୭ ଜଣ ସଦସ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରେ ୬ ଜଣ ମନୋନୀତ ସାଂସଦ ଅଛନ୍ତି। ୩ଟି ରାଜ୍ୟରେ ମତଦାନ ରାଜ୍ୟସଭାର ୫୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪୧ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବାବେଳେ ଉତ୍ତରପ୍ରଦେଶ,…

