ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏନସିପି ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ଏହି ନିଷ୍ପତ୍ତି ନିଆଯାଇଛି। ବାଚସ୍ପତି ରାହୁଲ ନାର୍ଭେକର କହିଛନ୍ତି ଯେ, ଅଜିତଙ୍କ ଦଳର ୪୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଅଜିତ ପାୱାରଙ୍କୁ ଶରଦ ପାୱାରଙ୍କ ଅପେକ୍ଷା ଅଧିକ ବିଧାୟକଙ୍କ ସମର୍ଥନ ରହିଛି, ତେଣୁ ଅଜିତ ପାୱାରଙ୍କ ଦଳ ହେଉଛି ପ୍ରକୃତ ଏନସିପି। ପାଞ୍ଚଟି ଆବେଦନ କରାଯାଇଥିଲା: ଅଜିତ ପାୱାର ଦଳର ଶୁଣାଣିରେ ଅନିଲ ପାଟିଲ ଏବଂ ସମୀର ଭୁଜବଲ ଉପସ୍ଥିତ ଥିଲେ। ଯେଉଁଠାରେ କେବଳ ଶରଦ ପାୱାର ଗୋଷ୍ଠୀର ଓକିଲମାନେ ପହଞ୍ଚିଥିଲେ। ଶରଦ ପାୱାର ଦଳ ପକ୍ଷରୁ ତିନୋଟି ପିଟିସନ ଦାଖଲ କରାଯାଇଥିଲା। ଏଥି ସହ ଅଜିତ ପାୱାର ଗୋଷ୍ଠୀ ପକ୍ଷରୁ ଦୁଇଟି ପିଟିସନ ଦାଖଲ କରାଯାଇଥିଲା। ସମୁଦାୟ ପାଞ୍ଚଟି ନିବେଦନ ଥିଲା ଯାହାକୁ ଗ୍ରୁପ୍ ୧ ଏବଂ ଗ୍ରୁପ୍ ୨ରେ ବିଭକ୍ତ କରାଯାଇଥିଲା।
Author: SM Network
ରଣପୁର: ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥି ନିମନ୍ତେ ଶରଣକୁଳ ଏସ୍ଡ଼ିପିଓ ସୁଧାକର ସାହୁଙ୍କ ତତ୍ୱାବଧାନରେ ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଓ ଚାନ୍ଦପୁର ଥାନା ଅଧିକାରୀ ଜଗଦିଶ କର ଆଇନ ଶୃଙ୍ଖଳା ଉପରେ କଡା ଦୃଷ୍ଟି ରଖିବା ସହ ପାଟ୍ରୋଲିଂକୁ ଜୋର କରିଥିବା ଜଣା ପଡିଛି। ରଣପୁର ଥାନାର ଇନ୍ସପେକ୍ଟର ପଞ୍ଚାନନ ପରିଡା ପାଟ୍ରୋଲିଂ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଛି। ସେମାନେ ଏହି ବନ୍ଧୁକକୁ ବନ୍ୟ ଜନ୍ତୁ ଶିକାର କରିବାରେ ବ୍ୟବହାର କରୁଥିଲେ ବୋଲି ଜଣା ପଡିଛି। ଗିରଫ ବ୍ୟକ୍ତିମାନେ ବନ୍ଧୁକର ଲାଇସେନ୍ସ ଦେଖାଇ ପାରି ନ ଥିଲେ। ଲାଇସେନ୍ସ ବିହୀନ ବନ୍ଧୁକ ବ୍ୟବହାର…
ଭୁବନେଶ୍ୱର: ଗତ ଫେବୃୟାରୀ ୧୩ ତାରିଖ ଦିନ କଟକରେ ଶେଷ ହୋଇଥିବା ଦ୍ୱିତୀୟ ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରପୁରୁଷ କବାଡି ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଦଳ ଫାଇନାଲ ରେ ପୁରୀର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ୨୩ -୪୮ ପଏଂଟ୍ ରେ ହାରି ଯାଇଥିଲା। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏହି ପ୍ରତିଯୋଗିତା ଏହି ଆୟୋଜିତ ହୋଇଥିଲା। ସେହିପରି ବାସ୍କେଟବଲରେ ସୋଆର ପୁରୁଷ ଟିମ୍ ସେମିଫାଇନାଲରେ ୩୯- ୫୪ ପଏଂଟ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ପରାଜୟ ବରଣ କରି ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ପୁରୁଷ ଟେବୁଲ ଟେନିସ୍ର ସେମିଫାଇନାଲରେ ସୋଆର ଅବିନାଶ ତ୍ରିପାଠୀ ପରାସ୍ତ ହୋଇ ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ଖେଳାଳୀ ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ…
ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ନବମ ଦିବସରେ ଉପନୀତ ହୋଇଛି। ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁନଥିବାରୁ ଏହି ଅହୋରାତ୍ର ଗଣଧାରଣା ଆଜକୁ ନଅଦିନ ହେଲା ଚାଲିଛି, ସମସ୍ୟା ସମାଧାନ ନ ହେବା ଯାଏ ଚାଲିବ ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି। ଏଣୁ ସରକାର ଆଉ କାଳବିଳମ୍ବ ନକରି ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ଆଗେଇ ଆସନ୍ତୁ। ସୂଚନାଥାଉକି, ଶିକ୍ଷକ ମାନେ ଦୀର୍ଘ ଆଠଦିନ ହେଲା ଶାନ୍ତିପୂର୍ଣ୍ଣ…
ଭୁବନେଶ୍ଵର: ଭୁବନେଶ୍ଵର ମଦନପୁରସ୍ଥିତ ନିସ୍ ଶିକ୍ଷାନୁଷ୍ଠାନର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀର ଶୁଭ ଉଦ୍ଘାଟନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡର ମାନ୍ୟବର ସଦସ୍ୟ ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସଭାପତି ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟବକ୍ତା, ପୂର୍ବତନ ବିଧାୟକ ତଥା ଗ୍ରୀନ ଆମୀର ମୁଖ୍ୟ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର୍ ଡକ୍ଟର ମନୋରଂଜନ ମିଶ୍ର ଓ ନିସ୍ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ସମ୍ମାନୀତ ଅତିଥି ରୁପେ ଯୋଗଦେଇ ରୌପ୍ୟ ଜୟନ୍ତୀକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପୋଷ୍ଟର ପ୍ରତିଯୋଗିତା, ଫୁଲତୋଡା ପ୍ରତିଯୋଗିତା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଔଷଧୀୟ…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ସ୍ଥିତ ଶ୍ରୀ ତୁମ୍ବେଶ୍ୱର ଶୈବ ମନ୍ଦିର ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଏକ କଳସ ଯାତ୍ରା ଅନୁ୍ଷ୍ଠିତ ହୋଇଯାଇଛି। କାଳୀ ମନ୍ଦିର ନିକଟସ୍ଥ ପୋଖରି ରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସହ କଳସ ଯାତ୍ରା ଆରମ୍ଭ ହୋଇଥିଲା। ଏହି ବିଶ୍ଵଶାନ୍ତି ମହାଯଜ୍ଞ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୧ ତାରିଖ ଦିନ ପୂର୍ଣ୍ଣାହୁତି ହେବ। ଏହି ପରିପ୍ରେକ୍ଷୀରେ ନାମଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହେବ। କର୍ମକାଣ୍ଡ ପଣ୍ଡିତ ଗୌରୀ କୁମାର ମିଶ୍ର ପୁରୋହିତ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ଷଣ୍ଢମୂଳ ଗ୍ରାମ ପଞ୍ଚାୟତ ବାସୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି ।ଆଜିର ଏହି କଳସ ଯାତ୍ରାରେ ଶତାଧିକ…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ସ୍ଥିତ ତୁମ୍ବେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ଷଣ୍ଢମୂଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଗାଇଡ୍ ଏବଂ ଜୁନିୟର ରେଡକ୍ରସ ତରଫରୁ ରାସ୍ତାର ଉଭୟ ପାର୍ଶ୍ଵ ସଫେଇ କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ପରିଡା, ପ୍ରଧାନ ଶିକ୍ଷକ ଶ୍ରଦ୍ଧା ରଞ୍ଜନ ରାୟ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସ୍କାଉଟ୍ ପ୍ରଶିକ୍ଷକ, ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ଛାତ୍ରଛାତ୍ରୀ ଏବଂ ଅନ୍ୟ ମାନେ ଅଂଶଗ୍ରହଣ କରିଥିଲେ।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ଛଅ ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ନାଗପୁରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପୁରୁଷ ଓ ମହିଳା ମିନି ଗଲ୍ଫ ଚାମ୍ପିଅନ୍ସିପ୍ରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଛନ୍ତି। ଓଡିଶା ମିନି ଗଲ୍ଫ ଆସୋସିଏସ୍ନ୍ ଠାରୁ ମିଳିଥିବା ପତ୍ର ଅନୁଯାୟୀ ଭିନୀତ ଦାସ, ଆଦିତ୍ୟ ରାଜ ଦୋରା ଓ ବାଦଲ ସାମଲ ପୁରୁଷ ଦଳ ନିମନ୍ତେ ମନୋନୀତ ହୋଇଥିବାବେଳେ ଆଦ୍ୟାଶା ମିଶ୍ର, ଅମୃତା ଦାସ ଓ ଲିପ୍ସା ମହାନ୍ତି ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି। ସେହିପରି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ଆସିଷ୍ଟାଂଟ୍ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ମଧ୍ୟ ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି। ମନୋନୀତ ହୋଇଥିବା ଖେଳାଳି ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି…
ବାଣପୁର (ସୀତାରାମ ଅଗ୍ରୱାଲ): ପୁଣି ସମାନ ସ୍ଥାନରେ ସମାନ ଢଙ୍ଗର ଚୋରି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ଫେରାର ହେଲେ ଦୁର୍ବୁତ୍ତ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୁମାରାଙ୍ଗ ଛକ ନିକଟରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ପୁଣି ଉକ୍ତ ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ହୋଇଛି। ସୂଚନା ମୁତାବକ କୁମାରାଙ୍ଗ ଛକ ନିକଟରେ ନିରପ୍ରସାଦ ପଟ୍ଟନାୟକଙ୍କ ଘରେ ଭଡ଼ାସୂତ୍ରରେ ରହୁଥିବା ବାଲୁଗାଁ ମେଡିକାଲ ହିସାବ ଅଧିକାରୀ ସନ୍ତୋଷ ରାମ ଗତକାଲି ରାତିରେ ପତ୍ନୀଙ୍କ ସହ କୌଣସି କାଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ରାତି ୨ ଘଟିକାରେ ଘରକୁ ଫେରିଥିଲେ। ତେବେ ଘରକୁ ଆସି ଦେଖିଲା ବେଳକୁ ଦୁଇ ଗୋଟି କବାଟର ତାଲା ଭଂଗାଯାଇଛି। ଏବଂ କଟର ମାଧ୍ୟମରେ କବାଟ ଶିଙ୍କୁଳିକୁ କଟାଯାଇଛି। ଭିତରେ ପ୍ରବେଶ କରିବା ମାତ୍ରେ ବେଡ଼ରୁମ ଆଲମିରା ଖୋଲା ଅଛି ଏବଂ ସେଥିରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଯାଇଥିବା ଦେଖିବାକୁ…
ଭୁବନେଶ୍ଵର: ତରୁଣ ବୟସର ପିଲାଙ୍କ ପାଇଁ ମନୋରଞ୍ଜନର ଖୁରାକ ଯୋଗାଇ ବହୁତ ଚର୍ଚ୍ଚା ରେ ଏବେ ଯୁବ ସିନେ ନିର୍ଦ୍ଦେଶକ ରାଜା ଡ଼ି। ଅନେକ ସଫଳ ମ୍ୟୁଜିକ ଭିଡ଼ିଓ ନିର୍ଦ୍ଦେଶନା ଦେଇ ମ୍ୟୁଜିକ ଭିଡିଓ ଦୁନିଆରେ ଗୋଟେ ପରିବର୍ତ୍ତନ ଆଣିବା ସହିତ ଅନେକ କଳାକାର ସୃଷ୍ଟି କରିଥିଲେ ରାଜା ଡ଼ି। ବର୍ତ୍ତମାନ ର ଡ୍ୟାନସିଂ ଷ୍ଟାର ଶୈଳେନ୍ଦ୍ର ସାମନ୍ତରାୟ, ନୀଳାକ୍ଷୀ ପାତ୍ର, ଆକାଶ ହୋତା, ଫନି ପ୍ରକାଶ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ରବି ମିଶ୍ର ପ୍ରମୁଖଙ୍କୁ କଳାକାରଙ୍କୁ ନେଇ ଦଶମ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଅନେକ ବର୍ଷ ପରେ ପ୍ରେକ୍ଷାଳୟରେ ଚତୁର୍ଥ ସପ୍ତାହ ପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ ସିନେମା ଚାଲୁଅଛି। ଦର୍ଶକ ଢେର ଭଲ ପାଇବା ଦେଇଚାଲିଛନ୍ତି। ତରୁଣ ବୟସର ପିଲାଙ୍କ ପାଇଁ ପରିକଳ୍ପନା କରି ନିର୍ମାଣ କରିଛନ୍ତି ନିର୍ଦ୍ଦେଶକ ହେଲେ ସବୁ…
ନୂଆଦିଲ୍ଲୀ: ମହାଭାରତରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ନୀତୀଶ ଭରଦ୍ୱାଜ ତାଙ୍କ ବ୍ୟକ୍ତିଗତ ଜୀବନ ହେତୁ ଆଜିକାଲି ଖବରରେ ଅଛନ୍ତି। ଖବର ରହିଛି ଯେ, ଅଭିନେତା ପତ୍ନୀ ସ୍ମିତା ଘାଟେଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ନୀତୀଶ ତାଙ୍କ ପତ୍ନୀଙ୍କୁ ମାନସିକ ନିର୍ଯାତନା ଦେଇଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଗଣମାଧ୍ୟମ ଅନୁଯାୟୀ ନୀତୀଶ ବୁଧବାର ଭୋପାଳ ପୋଲିସ କମିଶନର ହରିନାରାୟଣଚାରୀ ମିଶ୍ରଙ୍କ ସହାୟତା ଲୋଡିଛନ୍ତି। ନୀତୀଶ ତାଙ୍କ ପତ୍ନୀଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗରେ, ଦୀର୍ଘ ଦିନର ବିବାହ ପରେ ସେ ଏବଂ ତାଙ୍କ ପତ୍ନୀ ୨୦୧୯ ରେ ମୁମ୍ବାଇ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ସେମାନଙ୍କ ମାମଲା ବିଚାରାଧୀନ ଅଛି। ଏହା ସହିତ ସେ ତାଙ୍କ ଆଇଏଏସ୍ ପତ୍ନୀ ସ୍ମିତାଙ୍କୁ ଦୋଷାରୋପ କରିଥିଲେ ଏବଂ କହିଥିଲେ ଯେ ସେ ତାଙ୍କୁ (ନୀତୀଶ) ତାଙ୍କ ଝିଅ ଦେବ୍ୟାନି ଏବଂ ଶିବରାଜାନୀଙ୍କ ସହିତ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍ ଷ୍ଟାଣ୍ଡ ଉଦ୍ଘାଟନ କରିଛନ୍ତି। ଏହି ଜିଲ୍ଲା ଗୁଡିକ ହେଲା- ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ନୟାଗଡ, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁବର୍ଣ୍ଣପୁର। ଉଦ୍ଘାଟନ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଗାଯୋଗ ହେଉଛି ବିକାଶର ଆଧାର। ଏହା ହେଉଛି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି। ଗାଁଠୁ ସହର ସବୁଆଡେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଆମର ଲକ୍ଷ୍ୟ ରହିଛି। ୫-ଟି ଉପକ୍ରମରେ ଆମର ଯୋଗାଯୋଗ ଭିତ୍ତିଭୂମି ଓ ସାଧାରଣ ପରିବହନର ବ୍ୟବସ୍ଥାର ବିକାଶ କରାଯାଉଛି। ଗାଁକୁ ଲକ୍ଷ୍ମୀ ଯୋଜନାରେ ବ୍ଲକ ସହ ଯୋଡା ଯାଉଛି। ଭୁବନେଶ୍ୱରରେ ମେଟ୍ରୋ ରେଳ ଯୋଜନା ଆରମ୍ଭ ହୋଇଛି ବୋଲି କହି ଯୋଗାଯୋଗରେ ଉନ୍ନତି ହେଲେ ଲୋକଙ୍କ ରୋଜଗାର ବଢିବା ସହ ଚାଷୀ ଭାଇ ଭଉଣୀମାନେ ଲାଭବାନ ହେବେ…
ନୂଆଦିଲ୍ଲୀ: ରାଏବରେଲିର ପୂର୍ବତନ କଂଗ୍ରେସ ସଭାପତି ତଥା ଲୋକସଭା ସାଂସଦ ସୋନିଆ ଗାନ୍ଧୀ ବର୍ତ୍ତମାନ ରାଜ୍ୟସଭା ଯିବାକୁ ପ୍ରସ୍ତୁତ ଅଛନ୍ତି। ସେ ରାଜସ୍ଥାନରୁ ରାଜ୍ୟସଭା ଯାଉଛନ୍ତି, ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ସେ ବର୍ତ୍ତମାନ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ରାଏବରେଲି ସହ ସୋନିଆ ଗାନ୍ଧୀଙ୍କ ୨୦ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗିବାକୁ ଯାଉଛି, ଯେଉଁଥିପାଇଁ ସେ ଭାବପ୍ରବଣ ହୋଇଛନ୍ତି। ତେବେ ଯଦି ଆମେ କଂଗ୍ରେସ ବିଷୟରେ କହିବା, ତେବେ ରାଏବରେଲି ସହ ଦଳର ସମ୍ପର୍କ ପ୍ରାୟ ୮ ଦଶନ୍ଧି ପୁରୁଣା। ସୋନିଆ ଗାନ୍ଧୀ ୨୦୦୪ ରେ ରାଏବରେଲିରୁ ଜିତି ପ୍ରଥମ ଥର ପାଇଁ ଲୋକସଭାରେ ପହଞ୍ଚିଥିଲେ। କିନ୍ତୁ ବୟସ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ ରାଏବରେଲିରେ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସୋନିଆ ଗାନ୍ଧୀଙ୍କ ପାଇଁ ଏହି ନିଷ୍ପତ୍ତି କେତେ କଷ୍ଟସାଧ୍ୟ ଥିଲା, ରାଏବରେଲି ଲୋକଙ୍କୁ ତାଙ୍କ ଭାବପ୍ରବଣ ଚିଠିରେ ଏହା ଉଲ୍ଲେଖ…
ନୂଆଦିଲ୍ଲୀ: ଏମଏସପିକୁ ନେଇ ଆଇନ ଆଣିବା ଦାବିରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ସେପଟେ ଏମଏସପିକୁ ନେଇ କଂଗ୍ରେସ ପକ୍ଷରୁ ଆଇନଗତ ଗ୍ୟାରେଣ୍ଟି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଖାସ୍ କଥା ହେଉଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରେ ଥିବାବେଳେ ସେମାନେ ଏମଏସପି ଉପରେ ସ୍ୱାମୀନାଥନ କମିଶନଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବାକୁ ମନା କରିଦେଇଥିଲେ। ଏହାପରେ ମନମୋହନ ସିଂହ ସରକାର ସ୍ୱାମୀନାଥନ କମିଟି ସୁପାରିସକୁ ପ୍ରତ୍ୟାଖ୍ୟାନ କରିଥିଲେ। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ହାରାହାରି ଉତ୍ପାଦନ ଖର୍ଚ୍ଚଠାରୁ ଅତି କମରେ ୫୦% ଅଧିକ ହେବା ଉଚିତ। ଏମଏସପି ଏବଂ ଉତ୍ପାଦନ ଖର୍ଚ୍ଚ ମଧ୍ୟରେ ଏଭଳି ସମ୍ପର୍କ ବଜାରକୁ ବିକୃତ କରିପାରେ ବୋଲି ସେ ଯୁକ୍ତି ବାଢ଼ିଥିଲେ। ସେତେବେଳେ ସରକାର କ’ଣ କହୁଥିଲେ? ତତ୍କାଳୀନ କୃଷି ଓ ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ କେଭି ଥୋମାସ ୨୦୧୦ରେ କହିଥିଲେ ଯେ କେତେକ କ୍ଷେତ୍ରରେ ଏମଏସପି ଏବଂ ଉତ୍ପାଦନ ଖର୍ଚ୍ଚ ମଧ୍ୟରେ ଯାନ୍ତ୍ରିକ ସମ୍ପର୍କ ଠିକ୍ ହୋଇନପାରେ। କୃଷି ଖର୍ଚ୍ଚ…
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚନ ରାଜନୀତିରୁ ଅବସର ନେଇ ରାଜ୍ୟସଭା ମାଧ୍ୟମରେ ସଂସଦରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଛନ୍ତି। ସୋନିଆ ଗାନ୍ଧି ରାଜସ୍ଥାନରୁ ରାଜ୍ୟସଭାକୁ ଯିବେ। ସେ ଜୟପୁର ଯାଇ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସପ୍ତଦଶ ଲୋକସଭାର ଶେଷ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କାହାର ନାମ ନ ନେଇ କିଛି ଲୋକ ନିର୍ବାଚନ ଲଢ଼ିବାର ସାମର୍ଥ୍ୟ ହରାଇଛନ୍ତି। ଆଜି ଯେତେବେଳେ ସୋନିଆ ଗାନ୍ଧି ନିର୍ବାଚନ ରାଜନୀତିରୁ ଅବସର ନେଇଛନ୍ତି, ସେତେବେଳେ ଲାଗୁଛି ସୋନିଆ ବୋଧହୁଏ ପିଏମ ମୋଦିଙ୍କ ଟାର୍ଗେଟରେ ଥିଲେ । ସୋନିଆ ଗାନ୍ଧିଙ୍କ ରାଜନୈତିକ ଯାତ୍ରା ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ରହିବ। ସେ କଂଗ୍ରେସ ଦଳକୁ ଅସନ୍ତୁଷ୍ଟ କରିବାର ଶ୍ରେୟ ପାଇବା ସହ ପୁଅ ମୋହରେ ବୁଡ଼ି ଯାଇଥିବା ଅଭିଯୋଗ ହେଉଛି। ୨୦୦୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ…
ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦାର ରିପୋର୍ଟ ବୁଧବାର ପ୍ରକାଶ କରିଛି। ଏହି ହିସାବରେ ୨୦୨୨-୨୩ ଆର୍ଥିକ ବର୍ଷରେ ବିଜେପିକୁ ପାଖାପାଖି ୭୨୦ କୋଟି ଟଙ୍କାର ଚାନ୍ଦା ମିଳିଛି। କଂଗ୍ରେସ, ଆମ୍ ଆଦମୀ ପାର୍ଟି (ଆପ୍), ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇ-ଏମ୍) ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍ ପିପି) କୁ ମିଳିଥିବା ଚାନ୍ଦାଠାରୁ ବିଜେପିକୁ ମିଳିଥିବା ଦାନ ରାଶି ପାଞ୍ଚ ଗୁଣରୁ ଅଧିକ। ପଞ୍ଜୀକୃତ ରାଜନୈତିକ ଦଳଗୁଡ଼ିକ ଗୋଟିଏ ଆର୍ଥିକ ବର୍ଷରେ ୨୦,୦୦୦ ଟଙ୍କାରୁ ଅଧିକ ଚାନ୍ଦା ପାଇଛନ୍ତି କି ନାହିଁ ତାହା ପ୍ରକାଶ କରିବା ଆବଶ୍ୟକ। ୨୦୨୨-୨୩ରେ ଜାତୀୟ ଦଳଗୁଡ଼ିକୁ ମୋଟ ୮୫୦.୪୩ କୋଟି ଟଙ୍କା ଚାନ୍ଦା ମିଳିଛି। ଏଡିଆର ଅନୁଯାୟୀ, ମୋଟ ଦାନ ମଧ୍ୟରୁ କଂଗ୍ରେସ ମାତ୍ର ୭୯.୯୨ କୋଟି ଟଙ୍କା ପାଇଥିବା ଘୋଷଣା କରିଛି। ସମୁଦାୟ ୧୨,୧୬୭ ଟି ଚାନ୍ଦା ମଧ୍ୟରୁ ବିଜେପିକୁ ୭,୯୪୫ ଟି ଏବଂ…
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହା ପରେ ସ୍ପଷ୍ଟ ହୋଇଛି ଯେ, ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏଭଳି ପରିସ୍ଥିତିରେ ତାଙ୍କ ରାୟବରେଲି ଆସନକୁ ନେଇ ପ୍ରଶ୍ନ ଉଠିଛି। ଏହାପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ, ପ୍ରିୟଙ୍କା ଗାନ୍ଧୀ ଏହି ଆସନରେ ନିର୍ବାଚନ ଲଢିପାରନ୍ତି କିନ୍ତୁ ସୂଚନାନୁସାରେ ସେ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି। ଆମେଥୀ ସମ୍ବନ୍ଧୀୟ ଚିତ୍ର ମଧ୍ୟ ସ୍ପଷ୍ଟ ନୁହେଁ। ଗାନ୍ଧୀ ପରିବାର ଏହି ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। ଏଭଳି ପରିସ୍ଥିତିରେ ଗାନ୍ଧୀ ପରିବାର ୟୁପି ସହିତ ନିର୍ବାଚନ ସମ୍ପର୍କ ସମାପ୍ତ କରିଛନ୍ତି କି ବୋଲି ପ୍ରଶ୍ନ ଉଠିଛି? ଗାନ୍ଧୀ ପରିବାର ଉତ୍ତରପ୍ରଦେଶର ରାୟବରେଲି ଏବଂ ଆମେଥୀ ଆସନ ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏହି ପରିବାରର ସଦସ୍ୟମାନେ ସର୍ବଦା ଏଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଆସୁଛନ୍ତି। କିନ୍ତୁ ଏଥର ଗାନ୍ଧୀ ପରିବାରର କୌଣସି…
ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାର ଜଙ୍କିଆ ଏବଂ ଜଟଣୀ ଠାରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାହ୍ନ ୪.୩୦ ମିନିଟ ସମୟରେ ଜଙ୍କିଆ ଥାନା ଅନ୍ତର୍ଗତ ମୁଣ୍ଡାଆମ୍ବ ଠାରେ ଇଡ଼କୋ ଦ୍ୱାରା ନିର୍ମିତ ଏକ ଫୁଡ ପାର୍କକୁ ଉଦଘାଟନ କରିବେ। ଅନୁରୂପ ଭାବେ ଉକ୍ତ ଅଞ୍ଚଳରେ ଏକାଧିକ ଶିଳ୍ପାନୁଷ୍ଠାନ ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ। ଏହାପରେ ଅପରାହ୍ନ ୪.୪୫ ମିନିଟରେ ଜଟଣୀ ଇନଫୋଭ୍ୟାଲି ପହଞ୍ଚି ସେଠାରେ ‘ବାଗଚି ଶ୍ରୀ ଶଙ୍କର କ୍ୟାନ୍ସର ସେଣ୍ଟର ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ’ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ଭୁବନେଶ୍ୱର ନବୀନ ନିବାସ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ଓ ଭୁବନେଶ୍ୱର କମିଶନେରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ନୂଆଦିଲ୍ଲୀ: ମହାରାଷ୍ଟ୍ରର ୬ ଟି ରାଜ୍ୟସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସର ସାଂଖ୍ୟିକ ଶକ୍ତି ହେତୁ ଏହା ଗୋଟିଏ ଆସନ ପାଇବ ବୋଲି ନିଶ୍ଚିତ ଥିଲା, କିନ୍ତୁ ଅଶୋକ ଚହ୍ଵାନଙ୍କ ଇସ୍ତଫା ପରେ ଏହି ଗଣିତ ଭୁଲ ହୋଇଥିବାର ଦେଖାଯାଉଛି। କାରଣ ଖବର ମୁତାବକ ଅନ୍ୟ ବିଧାୟକମାନେ ମଧ୍ୟ ତାଙ୍କ ସହିତ ଇସ୍ତଫା ଦେଇପାରନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସକୁ ଉଦ୍ଧବ ଠାକରେ ଗୋଷ୍ଠୀ ଏବଂ ଶରଦ ପାୱାରଙ୍କ ସହାୟତା ନେବାକୁ ପଡିବ। କିନ୍ତୁ ପ୍ରଶ୍ନ ହେଉଛି, ଯଦି ବିଧାନସଭା ବାଚସ୍ପତି ଆଜି ନିଷ୍ପତ୍ତିରେ ଶରଦ ପାୱାରଙ୍କ ବିଧାୟକଙ୍କ ସଦସ୍ୟତା ବାତିଲ କରନ୍ତି ଏବଂ ଯଦି ପ୍ରକୃତ ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀ ବୋଲି ଘୋଷଣା କରନ୍ତି, ତେବେ କଣ ହେବ? ଏନଡିଏ ୫ ଟି ଆସନ ଜିତିବାର ସମ୍ଭାବନା ରହିଛି: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଅଶୋକ ଚହ୍ଵାନଙ୍କ ଦଳ ପରିବର୍ତ୍ତନ ହେତୁ କଂଗ୍ରେସକୁ ବଡ ଝଟକା ଲାଗିଛି।…
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲା ଓ ଗ୍ରାମାଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ବୁଧବାର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଅଟକିବା ସହିତ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲା। ସଚେତନତା ବାହାନରେ ଲାଗିଥିବା ଏଲ୍ଇଡି ସ୍କ୍ରିନରେ ମୋଦୀ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ହିତାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଅନୁରୂପ ଭାବେ କନ୍ଧମାଳ ଜିଲ୍ଲାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ମହିଳା ହିତାଧିକାରୀ ସାମିଲ…
ନୂଆଦିଲ୍ଲୀ: ଚଳିତ ବର୍ଷ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ଵ ନେବେ। ବିସିସିଆଇର ସଚିବ ଜୟ ଶାହା ରୋହିତ ଶର୍ମାଙ୍କୁ ଟି -୨୦ ବିଶ୍ୱକପ ପାଇଁ ଅଧିନାୟକ ଭାବେ ଘୋଷଣା କରିଛନ୍ତି। ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଥିବାବେଳେ ରାହୁଲ ଦ୍ରାବିଡଙ୍କ କୋଚିଂ ଦାୟିତ୍ଵ ରହିବ। ରୋହିତ ଶର୍ମାଙ୍କ ଦଳ ଟି -୨୦ ବିଶ୍ୱକପ ଜିତିବାରେ ନିଶ୍ଚିତ ଭାବେ ସଫଳ ହେବ ବୋଲି ଜୟ ଶାହା ଆଶା ପ୍ରକଟ କରିଛନ୍ତି। ଗତ ବର୍ଷର ODI ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଜୟ ଶାହା ଖୁସି ବ୍ୟକ୍ତ କରିଛନ୍ତି। ତେବେ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ହାତରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

