ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇ ଗସ୍ତରେ ଆବୁଧାବିରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ୍ ସ୍ୱାଗତ କରିଥିଲେ ଏବଂ ଏହାପରେ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ଦୁଇ ନେତା ପ୍ରତ୍ୟକ୍ଷ ଓ ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ। ସେମାନେ ଦ୍ୱିପାକ୍ଷିକ ଭାଗିଦାରୀର ସମୀକ୍ଷା କରିଥିଲେ ଏବଂ ସହଯୋଗର ନୂତନ କ୍ଷେତ୍ର ଉପରେ ଆଲୋଚନା କରିଥିଲେ। ବାଣିଜ୍ୟ ଓ ପୁଞ୍ଜିନିବେଶ, ଡିଜିଟାଲ ଭିତ୍ତିଭୂମି, ଫିନଟେକ୍, ଶକ୍ତି, ଭିତ୍ତିଭୂମି, ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ସେମାନେ ସ୍ୱାଗତ କରିଥିଲେ। ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଦୁଇ ନେତା ନିମ୍ନଲିଖିତ ବିଷୟରେ ଆଲୋଚନା କରିଥିଲେ: ଦ୍ୱିପାକ୍ଷିକ ନିବେଶ ଚୁକ୍ତି: ଏହି ଚୁକ୍ତି ଉଭୟ ଦେଶରେ ପୁଞ୍ଜିନିବେଶକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ…
Author: SM Network
ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ସପ୍ତମ ଦିବସରେ ଉପନୀତ ହୋଇଛି। ସାତଦିନ ହେଲା ଖରା ବର୍ଷା ଶୀତ କାକରକୁ ଖାତିର ନକରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ରାଜଧାନୀର ରାଜଦାଣ୍ଡରେ ଖୋଲା ଆକାଶ ତଳେ ବସି ରହିଛନ୍ତି। ସରକାରଙ୍କ ପକ୍ଷରୁ ନେତୃତ୍ୱ ମାନଙ୍କ ସହିତ କୌଣସି ଆଲୋଚନା ହେବାର ସମ୍ଭାବନା ସୃଷ୍ଟି ହୋଇ ନାହିଁ। ସରକାରଙ୍କ ଏତାଦୃଶ ନୀରବତାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ନାପସନ୍ଦ କରିବା ସହିତ ତୁରନ୍ତ ସରକାର ହସ୍ତକ୍ଷେପ କରି ଉକ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ସଂଗଠନର ପ୍ରମୁଖ ଦାବୀ ଗୁଡ଼ିକ ମଧ୍ୟରେ ପଚିଶ ବର୍ଷ ହେଲା ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ନାହିଁ, ସେମାନଙ୍କ ପାଇଁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା, ଅବସର ପରେ ବଞ୍ଚିବା ପାଇଁ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ…
ଭୁବନେଶ୍ଵର: ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କ୍ୟାଡର ପୁନର୍ଗଠନ, ଗ୍ରେଡ ପେ ଆଦି ଦାବିକୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆରମ୍ଭରେ ଅତ୍ୟନ୍ତ ବିନମ୍ରତାର ସହ ଜଣାଉ ଅଛୁ ଯେ, ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି କୃଷି ବିଭାଗର ମୂଳ ମେରୁଦଣ୍ଡ ଭାବରେ କାମ କରୁଥିବା ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କର ମୁଖ୍ୟ ଦାବି କ୍ୟାଡର ପୁନର୍ଗଠନ, ଗ୍ରେଡ ପେ ଆଦି ଅନ୍ୟାନ୍ୟ ଦାବୀର ବିଚାର କରାଗଲା ନାହିଁ। ଦୀର୍ଘ ଏକ ବର୍ଷ ଧରି ସଂଘ ପକ୍ଷରୁ ଶତାଧିକ ପତ୍ର ମାଧ୍ୟମରେ ଅନୁନୟ ବିନୟ କରାଯାଇ ଆସୁଥିଲେ ମଧ୍ୟ କର୍ତ୍ତୁପକ୍ଷ ଏ ଦିଗରେ ସଂପୂର୍ଣ୍ଣ ଉଦାସୀନ ରହି ଆସୁଛନ୍ତି। ଏପରିକି ଆଲୋଚନା ମାଧ୍ୟମରେ ସଂଘ ପକ୍ଷରୁ ଆଗତ କ୍ୟାଡର ପୁନର୍ଗଠନ ପ୍ରସ୍ତାବ ଉପରେ ସାମାନ୍ୟ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏପରିକି ଆନ୍ତମନ୍ତ୍ରୀ ମଣ୍ଡଳ କମିଟିକୁ କ୍ୟାଡର ପୁନର୍ଗଠନ ପ୍ରସ୍ତାବ ର ସବିଶେଷ…
ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ସଫଳତା ଓ ଯୋଜନା ଗୁଡିକୁ ପ୍ରଚାର ଓ ପ୍ରସାର କରିବାକୁ ଆଜି ମା’ ମେଘାମ୍ବରୀଙ୍କ ପୀଠରେ ନନ୍ଦପୁର ଗ୍ରାମ ପଞ୍ଚାୟତର ନୂଆ ଓ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୃସିଂହଚରଣ ଜେନା, ପ୍ରକାଶ ଚନ୍ଦ୍ର ପାଢ଼ୀ, ମହିଳା ସଭାନେତ୍ରୀ ସରୋଜିନୀ ପାଳ, ବ୍ଲକ ଏପିଓ ଶୁଭଲକ୍ଷ୍ମୀ ଜେନା ପ୍ରମୁଖ ଯୋଗ ଦେଇ ସରକାରଙ୍କ ସଫଳ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚିବା ସହ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟକୁ ବର୍ଣ୍ଣନା କରିଥିଲେ। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଗରିବଙ୍କ ନିମିତ୍ତ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ଅତିଥି ମାନେ ବର୍ଣ୍ଣନା କରିଥିଲେ। ସରକାରୀ ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀ ମାନଙ୍କୁ ଚିହ୍ନଟ କରିବାକୁ ସମସ୍ତ ସିଆରପି, ଅଙ୍ଗନବାଡି କର୍ମୀ ଏବଂ ସରକାରୀ…
ଭୁବନେଶ୍ଵର: ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ଏବେ ଦକ୍ଷିଣ ଓଡ଼ିଶାରେ ଉତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟରେ ବ୍ରହ୍ମପୁର ନିକଟ ଶିତଳାପଲ୍ଲୀ ଠାରେ ସମ୍ ହସ୍ପିଟାଲ୍ର ତୃତୀୟ କ୍ୟାମ୍ପସ ଆରମ୍ଭ କରିବାକୁ ଯାଉଛି। ସମ୍ ହସ୍ପିଟାଲ୍ର ଏହି ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍କୁ ବୁଧବାର, ଫେବୃଆରୀ ୧୪ ତାରିଖ ବସନ୍ତ ପଂଚମୀ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ଓଡ଼ିଶା ସମତେ ପୂର୍ବାଂଚଳ ରାଜ୍ୟଗୁଡ଼ିକ ନିମନ୍ତେ ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଥିବା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୦୦୫ ମସିହାରେ ରାଜ୍ୟବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା…
ଚିତ୍ତରଂଜନ କାନନୁଗୋ ପୂର୍ବ କାଳରେ ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ବିବାହକୁ ପବିତ୍ର ଐଶ୍ୱରୀୟ ବନ୍ଧନ ଭାବେ ବିବେଚନା କରାଯାଉଥିଲା। ହିନ୍ଦୁ ବିବାହରେ ସମ୍ପନ୍ନ କରାଯାଉଥିବା କର୍ମ ମଧ୍ୟ ହୋମ ଯଜ୍ଞଠାରୁ କମ୍ ନ ଥିଲା। ବିବାହ ସାତ ଜନ୍ମ ପାଇଁ ଏକ ବନ୍ଧନ ଏବଂ ଏହା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଜନ୍ମଜନ୍ମାନ୍ତର ପାଇଁ ଏକ ସ୍ୱର୍ଗୀୟ ସମ୍ପର୍କ ଭାବେ ପ୍ରତ୍ୟେକ ଗ୍ରହଣ କରୁଥିଲେ । ପୁରାଣ ଶାସ୍ତ୍ରରେ ପତି ପତ୍ନୀଙ୍କ ମଧ୍ୟରେ ଥିବା ଗଭୀର ବିଶ୍ୱାସ ଓ ତ୍ୟାଗର ସମ୍ପର୍କ ଉଦାହରଣ ଭାବେ ପ୍ରତ୍ୟେକଙ୍କ ପାଇଁ ଗ୍ରହଣୀୟ ଥିଲା। ସ୍ୱାଧୀନୋତ୍ତର ଭାରତରେ ୧୯୫୫ ମସିହାରେ ହିନ୍ଦୁ ବିବାହ ଆଇନ କାର୍ଯ୍ୟକାରୀ ହେବା ପରେ ମଧ୍ୟ ହିନ୍ଦୁ ବିବାହ ଏକ ପବିତ୍ର ବନ୍ଧନ ଭାବେ ଆଇନ ସମ୍ମତ ଅଟେ । ମାତ୍ର ଅନ୍ୟାନ୍ୟ ଧର୍ମମାନଙ୍କରେ ଥିବା ଆଇନ ଅନୁସାରେ ପତି ଓ ପତ୍ନୀ ଦୁଇଟି ପକ୍ଷ ଓ ସେମାନଙ୍କ ମଧ୍ୟରେ…
ଭୁବନେଶ୍ୱର: ବର୍ତ୍ତମାନ ସମାଜରେ ଦେଖାଯାଉଥିବା ଅନିୟନ୍ତ୍ରିତ ତଥା ତ୍ରୁଟିପୂର୍ଣ୍ଣ ଜୀବନଶୈଳୀଜନିତ ନାନା ବ୍ୟାଧି ତଥା ଦିନକୁ ଦିନ ମାନବ ସମାଜ ନିମିତ୍ତ ଆହ୍ବାନ ପାଲଟୁଥିବା ବିଭିନ୍ନ ବୈଶ୍ବିକ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ସଫଳ ମୁକାବିଲା କରିବାରେ ଫିଜିଓଲୋଜି(ଶରୀରତତ୍ତ୍ବ ବିଜ୍ଞାନ) ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅନ୍ତର୍ଜାତୀୟସ୍ତରରେ ଶରୀରତତ୍ତ୍ବ ବିଜ୍ଞାନ ଉପରେ ଅଧିକ ଗବେଷଣା, ମେଡିକାଲ୍ ପାଠ୍ୟକ୍ରମରେ ଏହାର ବ୍ୟାପକତା ଆଦି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏନେଇ ଏହି ସନ୍ଦର୍ଭରେ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି। ଏମ୍ସ ଭୁବନେଶ୍ୱର ଫିଜିଓଲୋଜି ବିଭାଗ ଦ୍ୱାରା ଆୟୋଜିତ ଅଭିନବ ଏମ୍ସ-ଫିଜିଓମିଟ୍ କର୍ମଶାଳାରେ ଏପରି ମତବ୍ୟକ୍ତ କରିଛନ୍ତି ଦେଶର ବିଶିଷ୍ଟ ଶରୀରତତ୍ତ୍ବ ବିଜ୍ଞାନୀଗଣ। ସମଗ୍ର ଦେଶରେ ଶରୀରତତ୍ତ୍ବ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି କରିବା ଏବଂ ଗବେଷଣାକୁ ପ୍ରାଥମିକତା ଦେବା ଲକ୍ଷ୍ୟରେ, ଏହି ଦୁଇଦିନିଆ କର୍ମଶାଳାରେ ଦେଶର ୧୭ଟି ଏମ୍ସରୁ ୪୦ ରୁ ଊର୍ଧ୍ବ ଖ୍ୟାତନାମା ଶରୀରତତ୍ତ୍ବ ବିଜ୍ଞାନୀ ଅଂଶଗ୍ରହଣ କରିଥିଲେ। ଉଦ୍ଘାଟନୀ ସମାରୋହରେ ବିଶିଷ୍ଟ ଶରୀରତତ୍ତ୍ବ ବିଜ୍ଞାନୀ ତଥା ଏମ୍ସ କଲ୍ୟାଣୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ରାମଜୀ ସିଂ, ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ, ଏମ୍ସ ପାଟ୍ନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.…
ଭୁବନେଶ୍ଵର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ,। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି। ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତ । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ :- ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ? ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ । ସାଢ ସାତୀ ବା ଦେଢା…
ପାଟନା: ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ବିଜେପିର ବରିଷ୍ଠ ନେତା ନନ୍ଦ କିଶୋର ଯାଦବ ଆଜି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭା ସଚିବାଳୟ ଏହି ସୂଚନା ଦେଇକ୍ଷ। ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୋମବାର ଦିନ ଅବିଶ୍ୱାସପ୍ରସ୍ତାବରେ ପରାଜୟର ସମ୍ମୁଖୀନ ହେବାକୁ ଥିବା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ର ଅବଧ ବିହାରୀ ଚୌଧୁରୀଙ୍କୁ ହଟାଇବା କାରଣରୁ ଏହି ପଦବୀ ଖାଲି ପଡିଛି। ବିଧାନସଭା ସଚିବାଳୟ ଅନୁଯାୟୀ ଗୁରୁବାର ଦିନ ବିଧାନସଭା ବାଚସ୍ପତି ପଦ ପାଇଁ ଭୋଟ୍ ଅନୁଷ୍ଠିତ ହେବ।
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ଵାନ ବିଜେପିରେ ଯୋଗ ଦେଇଛନ୍ତି। ସେ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ବିଜେପିରେ ଯୋଗଦେବା ପୂର୍ବରୁ ଚହ୍ଵାନ କହିଛନ୍ତି ଯେ, ଆଜିଠାରୁ ମୁଁ ପୁଣିଥରେ ମୋର ରାଜନୈତିକ କ୍ୟାରିୟର ଆରମ୍ଭ କରୁଛି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେ, ମୁମ୍ବାଇ ରାଜ୍ୟ ସଭାପତି ଆଶିଷ ଶେଲାର ମଞ୍ଚରେ ଉପସ୍ଥିତ ଥିଲେ। ବିଜେପି ରାଜ୍ୟସଭା ପଠାଇବ କି?: ବିଜେପିରେ ଯୋଗଦେବା ପରେ ଅଶୋକ ଚହ୍ଵାନଙ୍କୁ ରାଜ୍ୟସଭାକୁ ପଠାଯାଇପାରିବ। ଗଣମାଧ୍ୟମ ଅନୁଯାୟୀ, ଚହ୍ଵାନ ଦଳରେ ପ୍ରବେଶ କରିବା ପରେ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କ ତାଲିକା ତୁରନ୍ତ ପ୍ରକାଶ କରିପାରେ। ତେବେ ଯଦି ରାଜ୍ୟସଭା ନିର୍ବାଚନରେ ବିଜେପି ଚତୁର୍ଥ ପ୍ରାର୍ଥୀ କରେ, ତେବେ ଅଶୋକ ଚହ୍ଵାନଙ୍କୁ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟ୍ ଦେବାର ସମ୍ଭାବନା ଅଧିକ। ଅନେକ କଂଗ୍ରେସ ବିଧାୟକ ଅଶୋକ ଚହ୍ଵାନଙ୍କୁ ଡାକି କହିଥିଲେ ଯେ, ଆମେ ଆପଣଙ୍କ ସହ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତଥା କଂଗ୍ରେସ ରାଜକୁମାର ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ଼ା ନ୍ୟାୟ ଯାତ୍ରା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଶଙ୍କରରାଓ ଚୌହାନ ସୋମବାର ଦଳ ଛାଡ଼ି ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଆହୁରି ଅନେକ ବରିଷ୍ଠ ନେତା ମଧ୍ୟ ଯିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। କେବଳ ଚୌହ୍ୱାନ ନୁହଁନ୍ତି ଦଳର ଅନେକ ବରିଷ୍ଠ ତଥା ପ୍ରଭାବଶାଳୀ ନେତା ଦଳ ଛାଡ଼ିଛନ୍ତି। ସିନ୍ଧିଆ କଂଗ୍ରେସକୁ କଡ଼ା ଝଟକା ଦେଇଛନ୍ତି କଂଗ୍ରେସ ଛାଡ଼ିଥିବା ନେତାଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ୨୦୧୮ରେ ମଧ୍ୟପ୍ରଦେଶରେ କଂଗ୍ରେସକୁ କ୍ଷମତାକୁ ଆଣିବାରେ ସିନ୍ଧିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦଳ ସହ ମତଭେଦ କାରଣରୁ ସିନ୍ଧିଆ ଦଳ ସହ ତାଙ୍କର ୧୮ ବର୍ଷର ସମ୍ପର୍କ ଶେଷ କରିଥିଲେ। ୨୦୨୦ ମାର୍ଚ୍ଚରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ପରବର୍ତ୍ତୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି। ୟୁଏଇ ଗସ୍ତ ପରେ ସେ କତର ଯିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ସେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ। ଆବୁଧାବିରେ ଆୟୋଜିତ ‘ଅହଲାନ୍ ମୋଦୀ’ ସମ୍ପ୍ରଦାୟ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ଆରବୀ ଭାଷାରେ ‘ଅହଲାନ୍ ମୋଦୀ’ ଅର୍ଥ ହେଉଛି ‘ହେଲୋ ମୋଦୀ’। ୟୁଏଇର ଭାରତରେ ରାଷ୍ଟ୍ରଦୂତ ଅବଦୁଲନାସିର ଅଲଶାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତକୁ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ୨୦୧୫ ପରଠାରୁ ୟୁଏଇକୁ ଏହା ମୋଦୀଙ୍କର ସପ୍ତମ ଗସ୍ତ।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ରାଜକୋଟ ଟେଷ୍ଟ ପାଇଁ ଖେଳାଳି ଏକାଦଶରେ ଅନେକ ପରିବର୍ତ୍ତନ କରିପାରେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଫେବୃଆରୀ ୧୫ ତାରିଖରୁ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଧ୍ରୁଭ ଜୁରେଲ ଖେଳାଳି ଏକାଦଶରେ ସ୍ଥାନ ପାଇପାରନ୍ତି। ଯଦି ସେ ସୁଯୋଗ ପାଆନ୍ତି, ତେବେ ଏହା ତାଙ୍କର ଡେବ୍ୟୁ ଟେଷ୍ଟ ମ୍ୟାଚ୍ ହେବ। ଧ୍ରୁଭ ଜଣେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଏବଂ ଘରୋଇ କ୍ରିକେଟ୍ ରେ ଅନେକ ଥର ଚମତ୍କାର ବ୍ୟାଟିଂ କରିଛନ୍ତି। ପ୍ରଥମ ଶ୍ରେଣୀ ମ୍ୟାଚରେ ଉତ୍ତରପ୍ରଦେଶ ଖେଳାଳି ଧ୍ରୁଭ ମଧ୍ୟ ଦ୍ୱିଶତକ ହାସଲ କରିଛନ୍ତି। ଧ୍ରୁଭ ଭାରତ ଏ ପାଇଁ ମଧ୍ୟ ଖେଳିଛନ୍ତି। ନିକଟରେ ଅହମ୍ମଦାବାଦରେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଖେଳାଯାଇଥିବା ସିରିଜ ପାଇଁ ସେ ଦଳରେ ସ୍ଥାନ ପାଇଥିଲେ। ଧ୍ରୁଭ ଗୋଟିଏ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ।…
ନୂଆଦିଲ୍ଲୀ: ପଞ୍ଜାବର ଫତେହଗଡ ସାହିବରୁ କୃଷକମାନେ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ କରିଛନ୍ତି। ଦିଲ୍ଲୀର ସିଙ୍ଘୁ, ଟିକ୍ରି ଏବଂ ଗାଜୀପୁର ସୀମାରେ ଭୀଷଣ ଟ୍ରାଫିକ୍ ଜାମ୍ ଅଛି। ଚାଷୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ମଧ୍ୟରେ ୟୁପି ଗେଟ୍ ନିକଟରେ ଏକ କାନ୍ଥ ନିର୍ମାଣ କରାଯାଇଛି। ଦିଲ୍ଲୀ ଅଭିମୁଖେ ଯାଉଥିବା ଏନଏଚ-୯ ମାର୍ଗ ବର୍ତ୍ତମାନ ବନ୍ଦ ରହିଛି। ମଙ୍ଗଳବାର ଦିନ ଦିଲ୍ଲୀ ସୀମାରେ ବହୁ ସ୍ତରୀୟ ପ୍ରତିବନ୍ଧକ, କଂକ୍ରିଟ ପ୍ରତିବନ୍ଧକ, ଲୁହା ସ୍ପାଇକ୍ ଏବଂ କଣ୍ଟେନର କାନ୍ଥ ନିର୍ମାଣ କରାଯାଇଛି। ଯେଉଁଥିରେ କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଜାତୀୟ ରାଜଧାନୀରେ ପ୍ରବେଶ ନକରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ରହିଛି। ଦଙ୍ଗା ବିରୋଧୀ ୟୁନିଫର୍ମରେ ବହୁ ସଂଖ୍ୟକ ପୋଲିସ ଏବଂ ସାମରିକ ବାହିନୀ ଦିଲ୍ଲୀର ତିନି ସୀମାରେ – ସିଙ୍ଘୁ, ଟିକ୍ରି ଏବଂ ଗାଜିପୁର ସୀମାରେ ମୁତୟନ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ମାର୍ଚ୍ଚକୁ ଦୃଷ୍ଟିରେ ରଖି…
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ଆସନ୍ତାକାଲି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ। ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ଅଫର ଦିଆଯାଇଥିଲା କିନ୍ତୁ ସେ ମନା କରିଦେଇଥିଲେ। ସୋନିଆ ଗାନ୍ଧୀ ବର୍ତ୍ତମାନ ଉତ୍ତରପ୍ରଦେଶର ରାୟବରେଲି ଆସନରୁ ଲୋକସଭା ସାଂସଦ ଅଟନ୍ତି। ସୂତ୍ରରୁ ପ୍ରକାଶ ଯେ, ସେ ରାଜସ୍ଥାନ କିମ୍ବା ହିମାଚଳ ପ୍ରଦେଶରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିପାରନ୍ତି। ଏଥି ସହିତ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସୋମବାର ଦିନ କଂଗ୍ରେସର ବରିଷ୍ଠ ନେତାମାନେ ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆସନ ବଣ୍ଟନ ସମ୍ପର୍କରେ ଇଣ୍ଡି ଆଲାଇନ୍ସ ଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟ ମଧ୍ୟରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜ୍ୟସଭା ପଠାଯିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ତେବେ ପ୍ରିୟଙ୍କା ଗାନ୍ଧୀ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି,…
ଭୁବନେଶ୍ଵର: ଗତ ପାର୍ବଣ ମହୋତ୍ସବରେ ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ହୋଇଥିଲା “ପାର୍ବଣରେ ସୁନାର ବର୍ଷା” କଣ୍ଟେଷ୍ଟ। ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ଜ୍ୱେଲର୍ସ ପ୍ରାୟୋଜିତ ଏହି ମେଗା ପ୍ରତିଯୋଗୀତା ‘ପାର୍ବଣରେ ସୁନାର ବର୍ଷା‘ ଅକ୍ଟୋବର ୫ ରୁ ନଭେମ୍ବର ୨୦ ମଧ୍ୟରେ ହୋଇଥିଲା। ପ୍ରତିଯୋଗିତାରେ ଭାଗ ନେଇ ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ମଧ୍ୟରେ ପ୍ରସାରିତ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ପଚରା ଯାଇଥିବା ପ୍ରଶ୍ନର ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୪୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିଥିଲା ଲାଲଚାନ୍ଦ ଜ୍ୱେଲର୍ସ ତରଫରୁ ୧ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା ଏବଂ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ମିଳିଛି ୨୦ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା। ଦର୍ଶକମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇ ସମ୍ପୂର୍ଣ୍ଣ ଲାଭ ଉଠାଇଥିଲେ। ଆଜି ସେଇ “ପାର୍ବଣରେ ସୁନାର ବର୍ଷା” କାର୍ଯ୍ୟକ୍ରମ ର ଭାଗ୍ୟଶାଳୀ ବିଜେତାଙ୍କୁ ରାଜଧାନୀର ଦ…
ରେଢାଖୋଲ: ସୃଜନଶୀଳତାର ବିକଳ୍ପ ନାହିଁ। ଯନ୍ତ୍ରଣାରୁ ସୃଷ୍ଟି ହୋଇଥିବା ସାହିତ୍ୟ କାଳଜୟୀ ହୋଇଥାଏ। ଏହା ସମସ୍ତ କଷ୍ଟ ପ୍ରକଟିତ କରିବାକୁ ସାମର୍ଥ୍ୟ ହୋଇଥାଏ। ସାହିତ୍ୟ ହେଉଛି ଆତ୍ମଚିନ୍ତନ ଓ ଆତ୍ମବନ୍ଧନକୁ ସଂଯୋଗ କରୁଥିବା ଏକ ସେତୁ। ସାହିତ୍ୟକୁ ଗତିଶୀଳତା କରିବା ଦିଗରେ ସାହିତ୍ୟ ଉତ୍ସବ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ ବୋଲି ସୁଚିତ୍ରା ପତ୍ରିକାର ପଞ୍ଚମ ସ୍ବନକ୍ଷତ୍ର ଉତ୍ସବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ନାକଟିଦେଉଳ ବ୍ଲକ୍ ସଭା ଗ୍ରୁହରେ ଅନୁଷ୍ଠିତ ସୁଚିତ୍ରା ର ପଞ୍ଚମ ସ୍ବନକ୍ଷତ୍ର ଉତ୍ସବର ପ୍ରଥମ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ସଭାପତି ରଘୁନାଥ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସମ୍ମାନୀତ ଅତିଥି ଭାବରେ କବି ମାନିନୀ ମିଶ୍ର, କବି ଅଧ୍ୟାପକ ବିପିନ୍ ମହାନନ୍ଦ ପିନାକୀ ମିଶ୍ର , ରାହାସ ନାଏକ ଯୋଗଦେଇଥିବା ବେଳେ ସଂଯୋଜକ ଭାବରେ ,ଅଧ୍ୟାପକ ଶେଷଦେବ ବିଶ୍ବାଳ , ଆକାଶ ସାହୁ , ଗୀତାରାଣୀ ସାହୁ, ଆକାଶ ଦାସ୍ ପ୍ରମୁଖ ଯୋଗଦେଇଥିଲେ।…
ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଷଷ୍ଠ ଦିବସରେ ଉପନୀତ ହୋଇଛି। ଶୀତ କାକରକୁ ଖାତିର ନକରି ସମଗ୍ର ଓଡ଼ିଶାରୁ ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ରାଜଧାନୀର ରାଜଦାଣ୍ଡରେ ଅହୋରାତ୍ର ଧାରଣରେ ବସି ରହିଛନ୍ତି। ସଂଗଠନର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ପଚିଶ ବର୍ଷ ହେଲା ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ନାହିଁ, ସେମାନଙ୍କ ପାଇଁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା, ଅବସର ପରେ ବଞ୍ଚିବା ପାଇଁ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ଯେଉଁସବୁ ଯୋଗ୍ୟ ବିଦ୍ୟାଳୟକୁ ସପ୍ତମ ବେତନରୁ ବଞ୍ଚିତ କରି ରଖାଯାଇଛି ସେମାନଙ୍କ ପାଇଁ ଏହା ଯଥାଶିଘ୍ର ଲାଗୁ କରିବା, ସବୁ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି ସହିତ ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି…
ମେଷ: – ଆଜି ଯୁଦ୍ଧଠାରୁ ଦୂରରେ ରହିବା ଉଚିତ୍ । ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ । ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି। ବୃଷ: – ଆଜି ବେଶୀ ଧର୍ଯ୍ୟର ସହିତ କାମ କରିବା ଉଚିତ୍ । ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ । ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ । ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ମିଥୁନ: – ଆଜି ଆପଣ ଏକ ଯାତ୍ରା କରିବାକୁ ଯୋଜନା…
ନୂଆଦିଲ୍ଲୀ: ଗୁଜରାଟର ସୁରଟରୁ ୟୁପିର ଅଯୋଧ୍ୟା ଅଭିମୁଖେ ଯାଉଥିବା ଆସ୍ଥା ସ୍ୱତନ୍ତ୍ର ଟ୍ରେନକୁ ମହାରାଷ୍ଟ୍ରର ନନ୍ଦୁରବାରରେ ପଥର ଫିଙ୍ଗା ଯାଇଛି। ପୋଲିସ କହିଛି ଯେ, ଏହି ଆକ୍ରମଣ ରବିବାର ଦିନ ରାତି ପ୍ରାୟ ୧୧ ଟା ସମୟରେ ହୋଇଥିଲା। ଏହି ଆକ୍ରମଣରେ କେହି ଆହତ ହୋଇନାହାଁନ୍ତି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ନନ୍ଦୁରବାରର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସଞ୍ଜୟ ମହାଜନ କହିଛନ୍ତି ଯେ, ୧୦.୪୫ ରେ ଆସ୍ଥା ସ୍ୱତନ୍ତ୍ର ଟ୍ରେନକୁ ପଥର ଫିଙ୍ଗା ଯାଇଥିଲା। ଏହା ପରେ ଯାତ୍ରୀମାନେ ଝରକା ବନ୍ଦ କରିଦେଇଥିଲେ, କିନ୍ତୁ କୋଚ ଭିତରକୁ କିଛି ପଥର ଆସିଥିଲା। ନନ୍ଦୁରବାର ରେଳ ଷ୍ଟେସନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକରେ ଡେପୁଟି ସିଏମ୍ ନିଯୁକ୍ତି ସମ୍ବିଧାନ ବିରୋଧୀ ନୁହେଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଏହା କେବଳ ବରିଷ୍ଠ ନେତାଙ୍କୁ ଦିଆଯାଇଥିବା ପଦବୀ। ଏହି ପଦବୀରେ ନିଯୁକ୍ତ ବ୍ୟକ୍ତିଙ୍କୁ କୌଣସି ଅତିରିକ୍ତ ସୁବିଧା ମିଳିନଥାଏ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି- ସରକାରରେ ଦଳ କିମ୍ବା ଅନ୍ୟ ବରିଷ୍ଠ ନେତାଙ୍କ ମେଣ୍ଟକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଏହି ପ୍ରକ୍ରିୟା ଗ୍ରହଣ କରାଯାଏ। ଆବେଦନକୁ ଖାରଜ କରି ଖଣ୍ଡପୀଠ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ କୌଣସି ପ୍ରକାରେ ଅସାମ୍ବିଧାନିକ ବୋଲି କୁହାଯାଇପାରିବ ନାହିଁ। ଉପମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟ ସରକାରଙ୍କ ପ୍ରଥମ ଓ ଅଗ୍ରଣୀ ମନ୍ତ୍ରୀ। ପବ୍ଲିକ୍ ପଲିଟିକାଲ ପାର୍ଟି ପକ୍ଷରୁ ସୁପ୍ରିମକୋର୍ଟରେ ଏହି ପିଟିସନ୍ ଦାଖଲ କରାଯାଇଥିଲା। ସମ୍ବିଧାନରେ ଡେପୁଟି ସିଏମ୍ ଭଳି କୌଣସି ପଦବୀ ନାହିଁ…

