ଟାଙ୍ଗୀ(ସୀତାରାମ ଅଗ୍ରୱାଲ): ଟାଂଗୀ ବ୍ଲକ ସାମ୍ବାଦିକ ସଂଘ ଆନୂକୁଲ୍ୟରେ ସ୍ଥାନିୟ ଚିଲିକା ଷ୍ଟାଡିୟମ ରେ ଚାଲିଥିବା ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବ ର ପଞ୍ଚମ ସଂନ୍ଧ୍ୟା ଏକ ମନୋଞ୍ଜୋ ପରିବେଶରେ ଶେଷ ହୋଇଛି। ଏହି ସନ୍ଧ୍ୟା ରେ ପଶ୍ଚିମବଙ୍ଗ ପୁରୁଲିଆ ର ଗଣେଶ ଝୋ ଡ୍ୟାନ୍ସ ଗୃପ ର ସାଂସ୍କୃତିକ କଳା ପରିବେଷଣ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ଏଥି ସହିତ ଏ ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନର କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବେସ ମନମୁଗଧକର ଥିଲା। ଟାଂଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ବାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡଇତରାୟ, ସାମ୍ବାଦିକ ରାମ ନାରାୟଣ ଦାସ, ସଂପାଦକ ମନୋଜ କୁମାର ପଟନାୟକ,ସହ ସଂପାଦକ ରାମଚନ୍ଦ୍ର ପରିଡା, ସଂଘ ପ୍ରବକ୍ତା ସରୋଜ କୁମାର…
Author: SM Network
ଭୁବନେଶ୍ଵର: ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ଓ ସ୍ୱାଭିମାନର ବିକାଶ ନିମନ୍ତେ ସର୍ବଦା ଚ଼େଷ୍ଟିତ ଓଏସଇଏଫଡ଼ି (OSEFD) ଓ ଓଏସଏସଇଟିଏ (OSSETA) ସଂଘର ମିଳିତରେ ଗଠିତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆସନ୍ତା ଫେବୃୟାରୀ ୯ ତାରିଖ ଠାରୁ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ବିଶାଳ ମହାସମାବେଶ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ହେବାକୁ ଯାଉଛି। ସଂଘ ଏହା ପୂର୍ବରୁ ଦୀର୍ଘ ବର୍ଷ ଧରି ବିଭିନ୍ନ ମାଧ୍ୟମରେ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଆସୁଥିଲେ ମଧ୍ୟ ସରକାର ଆଦୌ କର୍ଣ୍ଣପାତ କରୁନାହାନ୍ତି। ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ RPWD Act 2016,RTE Act 2009 ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଦୁଇବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ…
ଭୁବନେଶ୍ଵର: ରେଳବାଇ ବୋର୍ଡ ଦ୍ୱାରା ୨୪୪.୭୭ କୋଟି ଟଙ୍କା ଅନୁମୋଦନ ପାଇବା ପରେ ରେଳ ମନ୍ତ୍ରଣାଳୟ କଣ୍ଟାବାଞ୍ଜୀରେ ୱାଗନ୍ ପିରିଓଡିକ୍ ମରାମତି (ପିଓଏଚ୍) କାରଖାନା ସୁବିଧା ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଇଛି। ସେପ୍ଟେମ୍ବର ୨୦୨୩ ରେ ଦାଖଲ ହୋଇଥିବା ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ର ପୁଙ୍ଖାନୁପୁଙ୍ଖ ବିଚାର ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଅଛି। ୨୦୦ ୱାଗନ୍ କ୍ଷମତା ବିଶିଷ୍ଟ ପ୍ରସ୍ତାବିତ ୱାଗନ୍ ପିଓଏଚ୍ କାରଖାନା, କଣ୍ଟାବାଞ୍ଜିରେ ରେଳବାଇ ସହିତ ଉପଲବ୍ଧ ଥିବା ଖାଲି ଜମିରେ ସ୍ଥାପନ କରାଯିବ। ଏହି ନିଷ୍ପତ୍ତି ସ୍ଥାନୀୟ ଜନସାଧାରଣଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଯେଉଁମାନେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଏପରି ସୁବିଧା ପାଇଁ ଦାବି କରିଆସୁଥିଲେ ସେମାନେ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କ୍ରମେ ସେମାନଙ୍କର ଦାବିକୁ ବିଚାରକୁ ନିଆଯାଇଅଛି। ଏଭଳି କର୍ମଶାଳାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ସ୍ୱୀକୃତି ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅଞ୍ଚଳର ଲୋକମାନଙ୍କୁ ସେମାନଙ୍କ…
ନୂଆଦିଲ୍ଲୀ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର ପକ୍ଷରୁ ଆଣ୍ଡାମାନ ନିକୋବର ଦ୍ୱୀପ ସମୂହର ରାଜଧାନୀ ପୋର୍ଟ ବ୍ଲେୟାର ଠାରେ ଏହି ଦ୍ୱୀପ ସମୂହର ଶିକ୍ଷକ ମାନଙ୍କ ପାଇଁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିଷୟରେ ପଞ୍ଚଦିବସୀୟ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଭୂମିକା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରି ରାଜ୍ୟ ଶିକ୍ଷା ପ୍ରତିଷ୍ଠାନ ପୋର୍ଟ ବ୍ଲେୟାରର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ସିଂହ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ କାର୍ଯ୍ୟକ୍ରମକୁ ପ୍ରଶଂସାକରି ଶିକ୍ଷକମାନଙ୍କର ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ଭୂମିକା ଉପରେ ଆଲୋକପାତ କରିଥିଲେ। ପ୍ରଫେସର ଲଷ୍ମୀଧର ବେହେରା, ବିଭାଗୀୟ ମୁଖ୍ୟ ଶିକ୍ଷା, ଓ ସଂଯୋଜକ ତାଙ୍କ ଅଭିଭାଷଣରେ ଜାତୀୟସ୍ତରର ମୁଖ୍ୟ ପଦକ୍ଷେପ ଯଥା ଜାତୀୟ ପାଠ୍ୟଚର୍ଯ୍ୟା,ନିପୁଣ ଭାରତ, ଦୀକ୍ଷା, ନିଷ୍ଠା : ଏଫ.ଏଲ.ଏନ, ଯାଦୁଇପିଟାରା ବିଷୟରେ ଆଲୋଚନା କରିଥିଲେ। ଆଣ୍ଡାମାନ ନିକୋବର…
ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଆଜି ଦିଲ୍ଲୀ ହାଇକୋର୍ଟ ସଞ୍ଜୟ ସିଂଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଜାନୁୟାରୀ ୩୧ ତାରିଖରେ ସଞ୍ଜୟ ସିଂଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ସଂରକ୍ଷିତ ରଖିଥିଲେ। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂଙ୍କୁ ଫେବୃଆରୀ ୫ ତାରିଖରେ ସୁପ୍ରିମକୋର୍ଟଙ୍କ ତରଫରୁ ଏକ ବଡ଼ ଝଟକା ଲାଗିଥିଲା। ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ତାଙ୍କ ଗିରଫଦାରୀକୁ ରିମାଣ୍ଡରେ ନେବାକୁ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଉପରେ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଥିଲେ।
ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆହ୍ୱାନରେ ଏକ ବିଶାଳ ସମାବେଶ ଆଜି ଭୁବନେଶ୍ୱର ଲୋୟର ପି.ଏମ୍.ଜି. ସ୍ଥିତ ଗାନ୍ଧିମାର୍ଗରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ସମସ୍ୟା ନେଇ ସମଗ୍ର ଓଡ଼ିଶାରୁ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟମାନେ ଆଜି ରାଜଧାନୀରେ ଏକତ୍ରିତ ହୋଇଛନ୍ତି। କାହା ପାଖରେ କ୍ରୋଧ, କାହାର ବୁକୁରେ କୋହ, ଆଉ ସରକାରଙ୍କ ପ୍ରତି ଥିବା ଅସନ୍ତୋଷ ଆଜି ସମାବେଶରେ ପ୍ରତିଫଳିତ ହୋଇଛି। ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ ନ କରିବା…
ବାଣପୁର (ସୀତାରାମ ଅଗ୍ରୱାଲ): ଦୀର୍ଘ ୫ ମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର ଟି. ପଦ୍ମନାଭ ଦୋରା, ଥାନା ଏସ୍ଆଇ ସଂଜୟ କୁମାର ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା ପରେ ସମର୍ପୀତ ହୋଇ ମା’ଙ୍କ ଭିତରହୁଣ୍ଡି ଖୋଲିଥିଲେ। ଏଥିରୁ ସମୁଦାୟ ଟ୧,୯୪,୫୭୫/୦୦ଙ୍କ (ଏକ ଲକ୍ଷ, ଚୌରାନବେ ହଜାର, ପାଞ୍ଚଶହ ପଞ୍ଚସ୍ତରୀ ଟଙ୍କା) ସହ ମଇଳା ଓ ପଥର ଥାଇ ୧୮କ୍ୟାରେଟ୍ ବିଶିଷ୍ଠ ୦ ଗ୍ରାମ, ୬୧୦ମିଲିଗ୍ରାମ ଓଜନର ଏକ ସୁନାର କାନଫୁଲ, ୯ ଗ୍ରାମ ୭୧୦ ଗ୍ରାମ ଓଜନର ଏକ ରୂପାର ଖଡ଼ୁ (ବଳା) ୦ ଗ୍ରାମ ୧୬୦ ମିଲିଗ୍ରାମର ଏକ ରୂପା ଆଖି ସଂଗ୍ରହ କରାଯାଇ ଅର୍ଥକୁ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ମା’ଙ୍କ କାର୍ଯ୍ୟାଳୟ ନାମରେ ଥିବା ଜମା ଖାତାରେ ଜମାରଖାଯିବା ସହିତ ସୁନାରୂପା ଗହଣା…
ଭୁବନେଶ୍ଵର: ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚ ନିଷ୍ପତ୍ତି ନିଆଯାଇ ପୁରୀରୁ ଆସନ୍ତାକାଲି ଠାରୁ ଏବଂ ସୋନପୁର ଠାରୁ 9 ଫେବୃଆରୀ 2024 ଠାରୁ ଚଳାଚଳ ନିଷ୍ପତ୍ତି ନିଆଯାଇଅଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଟ୍ରେନ ର ଶୁଭାରମ୍ଭ 3 ଫେବୃଆରୀ, 2024 ଦିନ କରାଯାଇଥିଲା। 18421 ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ଦିନ ପୁରୀରୁ ସନ୍ଧ୍ୟା 7 ଘ.35ମି.ରେ ଛାଡି ତା’ ପରଦିନ ଭୋର 5 ଘ.30ମି.ରେ ସୋନପୁରରେ ପହଞ୍ଚିବ। ଫେରିବା ମାର୍ଗରେ, 18422 ସୋନପୁର-ପୁରୀ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ସୋନପୁରରୁ ସନ୍ଧ୍ୟା 7 ଘ.30ମି.ରେ ଛାଡି ଶନିବାର ସକାଳ 6 ଘ.55ମି.ରେ ପୁରୀରେ ପହଞ୍ଚିବ। ଏହି ଟ୍ରେନ ପୁରୀ ଏବଂ ସୋନପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ଏବଂ ନରସିଂହଗଡରେ ରହଣି କରିବ।…
ଭୁବନେଶ୍ୱର: ମହାଭାରତ କାବ୍ୟକୁ ନେଇ ଦୀର୍ଘ ୨୦ ବର୍ଷ ହେବ ଗବେଷଣା ଚଳାଇଥିବା ହଲାଣ୍ଡର ପ୍ରଫେସର ଆର୍ଲୋ ଗ୍ରିଫିଥ୍ସ ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ୍ କଲ୍ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍) ପରିଦର୍ଶନ କରିବା ସହ ଗବେଷକ ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରାଚୀନ ପକ୍ଷରୁ ପ୍ରକାଶିତ ହେଉଥିବା ସାରୋଳ ମହାଭାରଥର ପାଠ ଆଧାରିତ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ସେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ। ପ୍ରଫେସର ଗ୍ରିଫିଥ୍ସ ଫ୍ରେଂଚ ସ୍କୁଲ୍ ଅଫ୍ ଏସିଆନ୍ ଷ୍ଟଡିଜ୍ରେ ଦକ୍ଷିଣ ପୂର୍ବ ଏସିଆ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି। ପ୍ରାଞ୍ଜଳ ଭାବେ ଓଡ଼ିଆ ଭାଷା କହିପାରୁଥିବା ତଥା ନିୟମିତ ଓଡ଼ିଶା ଆସୁଥିବା ପ୍ରଫେସର ଗ୍ରିଫିଥ୍ସ ମହାଭାରତ କାବ୍ୟକୁ ନେଇ ଗବେଷଣା କରୁଛନ୍ତି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଥମ…
ବାଣପୁର (ସୀତାରାମ ଅଗ୍ରୱାଲ): ଭେଟିନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଭେଟେଶ୍ୱର) ଆନୁକୂଲ୍ୟରେ ନୁଆ- ଓ ଓଡ଼ିଆ ଭାଷା ପ୍ରତିଯୋଗିତାର ଉଦଯାପନି ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ଲୋକନୃତ୍ୟ ଓ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ଏ ଅବସରରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଆଧ୍ୟାତ୍ମିକବାଦୀ ଓ ଶିକ୍ଷାବିତ ରାଜେନ୍ଦ୍ର କୁମାର ରଥ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଓ ଲେଖକ ମଦନ ମୋହନ ମହାପାତ୍ର, ସମ୍ମାନିତ ଅତିଥି ରୂପେ ବିଦ୍ୟାଳ ର ପୁରାତନ ଛାତ୍ର ସଂଗଠନ ସଭାପତି ଶଶିକାନ୍ତ ସୁବୁଦ୍ଧି ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ଉପରେ ସମସ୍ତେ ନିଜ ନିଜର ଅମୃତ ବାଣୀ ପ୍ରଦାନ କରିଥିଲେ। ଉକ୍ତ ଉଦଯାପନି ଉତ୍ସବ କାର୍ଯ୍ୟକ୍ରମ ସଭାରେ ସଭାପତି ଭାବେ କାର୍ଯ୍ୟ ପରିଚାଳନା କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ପ୍ରସାଦ ଜେନା। ଏ ଅବସରରେ ଏକାଦଶ ଶ୍ରେଣୀର ଛାତ୍ରୀ ମାନଙ୍କ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚୋରି ଅଭିଯୋଗରେ ଆଜି ବାଲୁଗାଁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଚନ୍ଦ୍ରାପୁଟ ଗ୍ରାମର ବାବୁଲା ଦାସ (୨୮), ଗବପଦର ଗ୍ରାମର ବନମାଳୀ ବେହେରା (୭୫) ଏବଂ ବଡ଼କୁଳ ଗ୍ରାମର ଶିବପ୍ରସାଦ ସାହୁ (୩୩)। ପୋଲିସ ସୂଚନା ମୁତାବକ ବଡ଼କୁଳ ଗ୍ରାମର ପାଣ୍ଡଵ ମହାରଣା ପ୍ଳଟିଙ୍ଗ ଓ କନଷ୍ଟ୍ରକସନ କାମ ଉପଲକ୍ଷେ ନିର୍ମାଣ ସାମଗ୍ରୀ ରଖିବା ପାଇଁ ଚନ୍ଦ୍ରାପୁଟ ଗ୍ରାମର ଏକ ଘରକୁ ଭଡ଼ାସୂତ୍ରରେ ନେଇଛନ୍ତି। ତେବେ ଦୁଇ ଦିନ ତଳେ ଉକ୍ତ ଭଡ଼ା ଘରୁ ସମସ୍ତ ନିର୍ମାଣ ସାମଗ୍ରୀ ଚୋରି ହୋଇଯାଇଥିବା ପାଣ୍ଡଵ ଦେଖିବାକୁ ପାଇଥିଲେ। ଏ ନେଇ ପାଣ୍ଡଵ ବାଲୁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନମ୍ବର ୫୫/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତଦନ୍ତରୁ ଜଣାପଡିଥିଲା କି ବାବୁଲା ଦାସ ପାଣ୍ଡଵଙ୍କ ଉକ୍ତ ସାମଗ୍ରୀ ଭଡ଼ା ଘରୁ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୁବଶୀଘ୍ର ଦୂର ହେବ ବାଣପୁର ଏନଏସି ଡ୍ରେନେଜ ସମସ୍ୟା। ସହରରେ ଡ୍ରେନେଜ ନିର୍ମାଣ ନେଇ ଆଶା ଉଜ୍ଜୀବିତ ହୋଇଛି। ଆଜି ପୂର୍ବାହ୍ନରେ ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ଉପସ୍ଥିତିରେ ତହସିଲ ଓ ଏନଏସି ପକ୍ଷରୁ ମୁଖ୍ୟ ରାସ୍ତାରେ ସରକାରୀ ସ୍ଥାନ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ବାଣପୁର ରଘୁନାଥ ସାହି ଦୋଳବେଦୀ ଛକଠାରୁ ନେହେରୁ ସେବା ସଂଘ ପର୍ଯ୍ୟନ୍ତ ସରକାରୀ ସ୍ଥାନ ଚି଼ହ୍ନଟ ହୋଇଥିବା ଜଣାପଡିଛି। ଆସନ୍ତାକାଲି ପୁନଶ୍ଚ ଅବଶିଷ୍ଟ ରାସ୍ତାରେ ସରକାରୀ ସ୍ଥାନ ଚି଼ହ୍ନଟ କରାଯିବ। ଚି଼ହ୍ନଟ ପରେ ଡ୍ରେନ ନିର୍ମାଣ ପାଇଁ ଜବରଦଖଲ ସ୍ଥାନ ମୁକ୍ତ କରାଯିବ ଏବଂ ଡ୍ରେନ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ତେବେ ଡ୍ରେନକୁ ମିଶାଇ ୯ ମିଟର ପର୍ଯ୍ୟନ୍ତ ସରକାରୀ ରୋଡକୁ ଜବରଦଖଲ ମୁକ୍ତ କରାଯିବ ବୋଲି ତହସିଲଦାର ଶ୍ରୀ ଦୋରା କହିଛନ୍ତି। ସୂଚନା ଥାଉକି ବାଣପୁର ଏନଏସି ରେ ଡ୍ରେନେଜ…
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏକ ନମ୍ବର ବୋଲର ହୋଇଛନ୍ତି। ଜସପ୍ରୀତ ବୁମ୍ରା ହେଉଛନ୍ତି ପ୍ରଥମ ବୋଲର ଯିଏକି ODI, ଟି -୨୦ ଏବଂ ଟେଷ୍ଟ କ୍ରିକେଟରେ ଏକ ନମ୍ବର ବୋଲର ହୋଇଛନ୍ତି। ଆଜି ପ୍ରକାଶିତ ନୂତନ ଆଇସିସି ଟେଷ୍ଟ ମାନ୍ୟତାରେ ଜସପ୍ରୀତ ବୁମ୍ରା ଏହି ପଦ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଜସପ୍ରୀତ ବୁମ୍ରା ମଧ୍ୟ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ମାତ୍ର ୩୪ ଟି ମ୍ୟାଚ୍ ଖେଳିବା ପରେ ଜସପ୍ରୀତ ବୁମ୍ରା ଟେଷ୍ଟ କ୍ରିକେଟରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ବୁମ୍ରାଙ୍କ ବ୍ୟତୀତ ଅଶ୍ୱିନ ଏବଂ ଜାଡେଜା ମଧ୍ୟ ଶ୍ରେଷ୍ଠ ୧୦ ବୋଲରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଜସପ୍ରୀତ ବୁମ୍ରା ଭାରତର ତାରକା ସ୍ପିନର ଆର ଅଶ୍ୱିନଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟର ଏକ ନମ୍ବର ବୋଲର…
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ଆସନକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ଲୋକସଭା ନିର୍ବାଚନରେ ବିଜେପି ୩୭୦ଟି ଆସନ ଜିତିବ ଏବଂ ଏନଡିଏ ମେଣ୍ଟ ୪୦୦ ସଂଖ୍ୟା ଅତିକ୍ରମ କରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ ପ୍ରକାରରେ ଏକ ନୂଆ ସ୍ଲୋଗାନ ମଧ୍ୟ ଦେଇଛନ୍ତି- ‘ଅବକି ବାର, ୪୦୦ ପାର’। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ସାଧାରଣତଃ ପରିସଂଖ୍ୟାନ ଚକ୍ରରେ ପ୍ରବେଶ କରେ ନାହିଁ କିନ୍ତୁ ଦେଶର ମନୋଭାବ ଦେଖୁଛି। ମୋର ବିଶ୍ୱାସ ଯେ ଏଥର ଦେଶବାସୀ ନିଶ୍ଚିତଭାବେ ବିଜେପିକୁ ୩୭୦ଟି ଆସନ ଦେବେ। ଖାଲି ସେତିକି ନୁହେଁ ଏନଡିଏର ସଂଖ୍ୟା ୪୦୦ ଟପିଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଦାବି ପରେ ଏବେ ପ୍ରଶ୍ନ ଉଠୁଛି ଯେ ବିଜେପି ପାଖରେ ଏବେ କେତେ ଆସନ ଅଛି ଏବଂ ୩୭୦ ରନର ଟାର୍ଗେଟ ପାଇବା ପାଇଁ ଦଳର ସମ୍ପୂର୍ଣ୍ଣ ଗଣିତ କ’ଣ? ଏବେ କ’ଣ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ବଡ଼ ରାଜନୈତିକ ଖେଳ କରିଛି। ମାତ୍ର ଦିନକ ମଧ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ ଉପରେ ବିଜୟୀ ହୋଇଛି ବିଜେପି। ଏହା ଉତ୍ତରପ୍ରଦେଶ ହେଉ କି ମହାରାଷ୍ଟ୍ର ହେଉ କିମ୍ବା ଦକ୍ଷିଣ ଭାରତ ଅଧୀନରେ ଥିବା ଆନ୍ଧ୍ରପ୍ରଦେଶ,ଏହି ସବୁ ରାଜ୍ୟରେ ବିଜେପି ବିସ୍ତାର ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ରାଷ୍ଟ୍ରୀୟ ଲୋକଦଳର ଜୟନ୍ତ ଚୌଧୁରୀ, ମହାରାଷ୍ଟ୍ର ନବନିର୍ମାଣ ସେନାର ରାଜ ଠାକରେ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ନେତା ଏନ୍ ଚନ୍ଦ୍ରବାବୁ ନାଇଡୁ ବିଜେପି ନେତୃତ୍ୱାଧୀନ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ସେମାନଙ୍କ ସମ୍ଭାବ୍ୟ ମେଣ୍ଟ ମଧ୍ୟରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ବୋଲି ଅନୁମାନ କରାଯାଉଛି। ଜୟନ୍ତ ଚୌଧୁରୀ ଅଖିଳେଶଙ୍କୁ ଏଡ଼ାଇ ନୂଆ ପାର୍ଟନର (ବିଜେପି)…
ଭୁବନେଶ୍ୱର: ୨ ଦିନିଆ ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଫେବୃୟାରୀ ୬ ଓ ୭ ତାରିଖରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବିଜୁ ପଟ୍ଟନାୟକ ଜାତୀୟ ମେଟାଲ ଇନଷ୍ଟିଚ୍ୟୁଟର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷା ପ୍ରଦୀପ କୁମାର ଜେନା ଯୋଗଦେଇ ରାଜ୍ୟ ତଥା ଦେଶରେ ଭିତ୍ତିଭୂମିର ବିକାଶ ଓ ଅଭିବୃଦ୍ଧି ପରିପ୍ରେକ୍ଷୀରେ ଧାତବ କ୍ଷେତ୍ର ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ନିରନ୍ତର ବିକାଶ, ପରିବେଶ ପ୍ରଦୂଷଣ ସମସ୍ୟାକୁ ଦୃଷ୍ଟି ଦେଇ ସବୁଜ ଧାତବ ଶକ୍ତି ଉତ୍ସର ଉପଯୋଗ କରି ଶୂନ କାର୍ବନ ନିର୍ଗମନ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ଶିଳ୍ପଠାରୁ ଆରମ୍ଭ କରି ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କର…
ନୂଆଦିଲ୍ଲୀ: ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣର ଦୁର୍ଗ, ଯାହାକୁ ଆଧାର କରି ଇଣ୍ଡି ମେଣ୍ଟ ଶାସକ ଭାରତୀୟ ଜନତା ପାର୍ଟି ଉପରେ ଆଖି ଦେଖାଉଥିଲା, ସେଥି ମଧ୍ୟରୁ ତିନିଟି ଶକ୍ତିଶାଳୀ ସ୍ତମ୍ଭ ଥରି ଉଠିଥିବା ଦେଖିବାକୁ ମିଳୁଛି। ପୂର୍ବରେ ପଶ୍ଚିମବଙ୍ଗ, ପଶ୍ଚିମରେ ମହାରାଷ୍ଟ୍ର, ଉତ୍ତରରେ ବିହାର ଏବଂ ଦକ୍ଷିଣରେ କର୍ଣ୍ଣାଟକ ରାଜ୍ୟ ଇଣ୍ଡି ମେଣ୍ଟର ଚାରିଟି ଶକ୍ତିଶାଳୀ ଦୁର୍ଗ ରହିଛି। ଏହି ୪ଟି ରାଜ୍ୟରେ ବିରୋଧୀ ଦଳ ଶକ୍ତିଶାଳୀ ଥିବା ଦେଖିବାକୁ ମିଳିଥିଲା ଏବଂ ଆସନ ଦୃଷ୍ଟିରୁ ମଧ୍ୟ ଏହି ୪ଟି ରାଜ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏବେ ଏହି ଢାଞ୍ଚା ଭୁଶୁଡ଼ି ପଡ଼ିଛି ଏବଂ ଏହା ସହିତ ଇଣ୍ଡି ମେଣ୍ଟ ଠିଆ ହେବାର ସମ୍ଭାବନା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ପଶ୍ଚିମବଙ୍ଗରେ ମମତାଙ୍କ ସ୍ପଷ୍ଟ ବାର୍ତ୍ତା ଏଇଣ୍ଡି ମେଣ୍ଟକୁ ପଶ୍ଚିମବଙ୍ଗରୁ ଝଟକା ଆରମ୍ଭ ହୋଇଛି। ୪୨ଟି ଲୋକସଭା ଆସନ ଥିବା ଏହି ରାଜ୍ୟରେ ତୃଣମୂଳ କଂଗ୍ରେସର ଶାସନ ରହିଛି…
ନୂଆଦିଲ୍ଲୀ: ପଞ୍ଜାବ ସରକାର ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଛନ୍ତି ଯେ ପଛୁଆ ବର୍ଗମଧ୍ୟରେ ସବୁଠାରୁ ପଛୁଆ ସମ୍ପ୍ରଦାୟକୁ ଚିହ୍ନଟ କରାଯିବା ଉଚିତ ଏବଂ ସେମାନଙ୍କୁ ରୋଜଗାର ସୁଯୋଗ ପାଇବା ପାଇଁ ଉପାୟ ଯୋଗାଇ ଦିଆଯାଉ। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ଯେଉଁମାନେ ସରକାରୀ ଚାକିରିରେ ଅଧିକ ପ୍ରତିନିଧିତ୍ୱ ମାଧ୍ୟମରେ ଆଗକୁ ବଢ଼ିଛନ୍ତି ସେମାନେ ଅନୁସୂଚିତ ଜାତି (ଏସସି) ପରିସରରେ ଥିବା ଅବହେଳିତ ସମ୍ପ୍ରଦାୟପାଇଁ ରାସ୍ତା ତିଆରି କରିବା ଉଚିତ। ସରକାର କହିଛନ୍ତି ଯେ ବାଲ୍ମିକି ଏବଂ ମାଝାବି (ଶିଖ୍) ଭଳି ପଛୁଆ ବର୍ଗର ଅତି ପଛୁଆ ବର୍ଗଙ୍କୁ ପୃଥକ୍ଭାବେ ଚିହ୍ନଟ କରାଯିବା ଉଚିତ ଏବଂ ସେମାନଙ୍କୁ ସଂରକ୍ଷଣର ସୁବିଧା ଦିଆଯିବା ଉଚିତ। ତାଙ୍କ କହିବା ଅନୁଯାୟୀ, ଅନୁସୂଚିତ ଜାତି ସମ୍ପ୍ରଦାୟର ୪୩% ଲୋକ ରାଜ୍ୟ ସରକାରଙ୍କ ୮୧% ଅନୁସୂଚିତ ଜାତି ପଦବୀରେ ଅଛନ୍ତି। ପଞ୍ଜାବ ସରକାରଙ୍କ ଏହି ଯୁକ୍ତି ଉପରେ ଜଷ୍ଟିସ ଗବାଇ ପ୍ରଶ୍ନ କରିଛନ୍ତି, ଏସସି/ଏସଟି ସମ୍ପ୍ରଦାୟର ଜଣେ ବ୍ୟକ୍ତି ଆଇଏଏସ୍…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜେପି ପାଇଁ ଭଲ ଖବର ଆସିଛି। ୧୫ ଜଣ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସମସ୍ତ ନେତା କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଏହି ସମୟରେ ସମସ୍ତ ନେତାଙ୍କୁ ବିଶ୍ଵର ସବୁଠୁ ବଡ ଦଳକୁ ସ୍ୱାଗତ ବୋଲି ସେ କହିଛନ୍ତି। ଏହା ସହିତ ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଏଥର ଲୋକସଭା ନିର୍ବାଚନରେ ବିଜେପି ୩୭୦ ଟି ଆସନ ଏବଂ ଏନଡିଏ ୪୦୦ ଆସନ ପାଇବ। ବିରୋଧୀଙ୍କୁ ଟାର୍ଗେଟ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଜନ୍ତର ମନ୍ତରରେ ବସିଥିବା ନେତାମାନେ ନାଟକ କରୁଛନ୍ତି।
ଭୁବନେଶ୍ୱର: ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ସଂକଳିତ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସମସ୍ତ ଭାରତୀୟଙ୍କ ମଧ୍ୟରେ ପ୍ରଥମ ଏବଂ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି କ୍ରମରେ ସେ ମାଇକ୍ରୋସଫ୍ଟର ସତ୍ୟ ନାଡେଲାଙ୍କ, ଗୁଗଲର ସୁନ୍ଦର ପିଚାଇ, ଆପଲ୍ ର ଟିମ୍ କୁକ୍ ଏବଂ ଟେସଲାର ଏଲନ୍ ମସ୍କଙ୍କୁ ଅତିକ୍ରମ କରି ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଟେନ୍ସେଣ୍ଟର ହୁଆଟେଙ୍ଗ ମା ପ୍ରଥମ ସ୍ଥାନରେ ରହିଛନ୍ତି। ବ୍ରାଣ୍ଡ ଫାଇନାନ୍ସ ଅନୁଯାୟୀ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ହେଉଛି ସିଇଓମାନଙ୍କର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି, ଯେଉଁମାନେ ସମସ୍ତ ହିତାଧିକାରୀ – କର୍ମଚାରୀ, ନିବେଶକ ଏବଂ ବ୍ୟାପକ ସମାଜର ଆବଶ୍ୟକତାକୁ ସନ୍ତୁଳିତ କରି ଦୀର୍ଘସ୍ଥାୟୀ ଭାବରେ ବ୍ୟବସାୟ ଗଢୁଛନ୍ତି। ଟାଟା ସନ୍ସ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ ଏହି ର଼୍ୟାଙ୍କିଙ୍ଗରେ ୫ ନମ୍ବର ସ୍ଥାନରେ ରହିଥିବା ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଅନିଶ ଶାହା ଷଷ୍ଠ ଓ ଇନଫୋସିସର…
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଖେଳାଯାଇଛି। ପ୍ରଥମ ଟେଷ୍ଟକୁ ଅତିଥି ଇଂଲଣ୍ଡ ଏବଂ ଦ୍ୱିତୀୟ ଟେଷ୍ଟକୁ ଆୟୋଜକ ଭାରତ ଜିତିଛି। ବର୍ତ୍ତମାନ ତୃତୀୟ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୧୫ ତାରିଖରୁ ଖେଳାଯିବ। ତେବେ ଏହା ପୂର୍ବରୁ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି। ଖବର ଅନୁଯାୟୀ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବେ ନାହିଁ। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। ବିସିସିଆଇ ବାକି ତିନିଟି ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିନାହିଁ। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହା ପଛର କାରଣ ହେଉଛି ବିରାଟ କୋହଲି। କୁହାଯାଉଛି ଯେ ବିରାଟଙ୍କ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ। ଏଭଳି ପରିସ୍ଥିତିରେ ଚୟନକର୍ତ୍ତା ଦଳ ଘୋଷଣା କରିବାକୁ ସକ୍ଷମ ନୁହଁନ୍ତି।…

