ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ତୁରନ୍ତ ଚିକିତ୍ସା ସେବା ଉପଲବ୍ଧ ହେବା ପର୍ଯ୍ୟନ୍ତ ମସ୍ତିଷ୍କକୁ ଜୀବିତ ରଖିବା ନିମନ୍ତେ ଉକ୍ତ ସ୍ଥାନରେ ଉପସ୍ଥିତ ବ୍ୟକ୍ତିଙ୍କ ଭୂମିକା (ଜୀବନ ରକ୍ଷାକାରୀ) ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ତେଣୁ ସମଗ୍ର ଦେଶରେ ସିପିଆର୍ (କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍) ତାଲିମ ଦେବା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହାକୁ ତ୍ବରାନ୍ବିତ କରିବା ଦିଗରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାର ୨ଶହରୁ ଅଧିକ ମହିଳା ଏନଏସଏସ (ଜାତୀୟ ସେବା ଯୋଜନା) ସ୍ବେଚ୍ଛାସେବୀଙ୍କୁ ଏହି ତାଲିମ ପ୍ରଦାନ ନିମନ୍ତେ ଏକ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏମ୍ସ ଭୁବନେଶ୍ୱର ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ସ୍ବାସ୍ଥ୍ୟ ସମାନତା ଏବଂ ସୁସ୍ଥତା ନିମନ୍ତେ ମହିଳା ସ୍ବେଚ୍ଛାସେବୀଙ୍କୁ ସଶକ୍ତ କରିବା ଶୀର୍ଷକ ତିନିଦିନିଆ କର୍ମଶାଳାକୁ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ…
Author: SM Network
ନୂଆଦିଲ୍ଲୀ: ବର୍ତ୍ତମାନର ରାଜନୀତି ଉପରେ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନିତିନ ଗଡକରୀ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ନେତାଙ୍କ ମଧ୍ୟରେ ଆଦର୍ଶର ହ୍ରାସ ଗଣତନ୍ତ୍ର ପାଇଁ ଭଲ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ, ଯିଏ ଭଲ କାମ କରେ ସେ କେବେବି ସମ୍ମାନ ପାଏ ନାହିଁ। ଲୋକମତର ଏକ କାର୍ଯ୍ୟକ୍ରମରେ ନିତିନ ଗଡକରୀ କାହାର ନାମ ନ ନେଇ କହିଛନ୍ତି ଯେ, ମୁଁ ସବୁବେଳେ ଥଟ୍ଟା କରି କହିଥାଏ ଯେ କେଉଁ ଦଳ ସରକାରରେ ଥାଆନ୍ତୁ ନା କାହିଁକି, ଗୋଟିଏ କଥା ନିଶ୍ଚିତ ଯେ ଯିଏ ଭଲ କାମ କରେ ସେ ସମ୍ମାନ ପାଇବ ନାହିଁ ଏବଂ ଖରାପ କାମ କରୁଥିବା ବ୍ୟକ୍ତିଙ୍କୁ କଦାପି ଦଣ୍ଡ ମିଳେ ନାହିଁ। ବିଚାରଧାରା ଉପରେ ନୀତିନ ଗଡକରୀ କ’ଣ କହିଥିଲେ? ନାଗପୁର ଲୋକସଭା ସାଂସଦ ନିତିନ ଗଡକରୀ କହିଛନ୍ତି ଯେ, “ଆମର ବିତର୍କ…
ନୂଆଦିଲ୍ଲୀ: ସଂସଦ ପରେ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟର ସୁରକ୍ଷା ଭଙ୍ଗ କରିବାକୁ ଚେଷ୍ଟା କରାଯାଇଛି। ତେବେ ଦିଲ୍ଲୀ ପୋଲିସ ଏହାକୁ ପଣ୍ଡ କରିଛି। ନକଲି ପରିଚୟ ପତ୍ରରେ ଉତ୍ତର ବ୍ଲକରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ନକଲି ପରିଚୟ ପତ୍ରରେ ଉତ୍ତର ବ୍ଲକରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଦିଲ୍ଲୀର କର୍ତ୍ତବ୍ୟ ପଥ୍ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଆଦିତ୍ୟ ପ୍ରତାପ ସିଂ। ନକଲି ଆଇଡିରେ ଆଦିତ୍ୟ କେଉଁ ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ ତାହା ପୋଲିସ ଅନୁସନ୍ଧାନ କରୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ କୋଣ ମିଳିନାହିଁ। ସ୍ୱତନ୍ତ୍ର ସେଲ୍ ଏବଂ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛନ୍ତି।
ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ଭିନ୍ନ ଭିନ୍ନ ମାଧ୍ୟମରେ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ମନୋରଞ୍ଜନ ମାଧ୍ୟମରେ ସବୁବେଳେ ଜୀ-ସାର୍ଥକ ତାର ଦର୍ଶକଙ୍କ ଭଲ ପାଇବା ସାଉଁଟିବା ପାଇଁ ପ୍ରତିବର୍ଷ ନୂଆ କାହାଣୀ ଓ ନୂଆ ରିୟାଲିଟି ଶୋ ଓ ନୂଆ ଫିଲ୍ମ ଆଣିବା ପାଇଁ ଚେଷ୍ଟାରତ। ଏଥର ମଧ୍ୟ ଜୀ-ସାର୍ଥକ କିଛି ନୂଆ ଆଣିଛି ତାର ଦର୍ଶକଙ୍କ ପାଇଁ । ଆସନ୍ତା ଭାଲେଣ୍ଟାଇନ୍ ସପ୍ତାହରେ ପ୍ରଥମ ଥର ଜୀ-ସାର୍ଥକରେ ଦର୍ଶକ ଦେଖିବେ ଭାରତୀୟ ଫିଲ୍ମ ଜଗତରେ ଇତିହାସ ରଚିଥିବା ଫିଲ୍ମ ‘ଗଦର ୨’। ଆସନ୍ତା ଫେବୃଆରୀ ୧୧ ତାରିଖ ସନ୍ଧ୍ୟା ୬ଟାରେ କେବଳ ଜୀ-ସାର୍ଥକରେ ଦେଖନ୍ତୁ ‘ଗଦର-୨’ । ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲ ଷ୍ଟାରର ଫିଲ୍ମ ‘ଗଦର-୨’ ହେଉଛି ୨୦୦୧ ମୂଳ ଚଳଚ୍ଚିତ୍ର ‘ଗଦର ଏକ ପ୍ରେମ କଥା’ର ଏକ ସିକ୍ୱେଲ। ଫିଲ୍ମଟି ବକ୍ସ ଅଫିସରେ ଏକ ବ୍ଲକ୍ବଷ୍ଟର ହେବା ସହ ଅନେକ…
ନୂଆଦିଲ୍ଲୀ; ସଞ୍ଜୟ ଜାଜୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୨ ବ୍ୟାଚ୍ ତେଲଙ୍ଗାନା କ୍ୟାଡରର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ଆଜି ଶ୍ରୀ ଜାଜୁ ଦାୟିତ୍ୱ ଗ୍ରହଣ କରିବା ସମୟରେ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅପୂର୍ବ ଚନ୍ଦ୍ର, ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମ ବିଭାଗର ପଦାଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏଥିପୂର୍ବରୁ ଶ୍ରୀ ଜାଜୁ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିଥିବା ବେଳେ ଅକ୍ଟୋବର ୨୦୧୪ରୁ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ୨୦୧୧ ମେ’ ଠାରୁ ୨୦୧୪ ଅକ୍ଟୋବର ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଯୋଗାଯୋଗ ବିଭାଗର ସଚିବ ଭାବେ କାର୍ଯ୍ୟରତ ଥିଲେ।
ନୂଆଦିଲ୍ଲୀ: ଗ୍ରାମୀରେ ‘ବେଷ୍ଟ ଗ୍ଲୋବାଲ ମ୍ୟୁଜିକ୍’ ପୁରସ୍କାର ପାଇଁ ସଙ୍ଗୀତଜ୍ଞ ଉସ୍ତାଦ ଜାକିର ହୁସେନ, ରାକେଶ ଚୌରାସିଆ, ଶଙ୍କର ମହାଦେବନ, ସେଲଭାଗଣେଶ ଭି ଏବଂ ଗଣେଶ ରାଜାଗୋପାଳନଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏକ ଫ୍ୟୁଜନ ମ୍ୟୁଜିକ୍ ଗ୍ରୁପ୍ ତଥା ସେମାନଙ୍କ ବ୍ରାଣ୍ଡ୍ ‘ଶକ୍ତି’ ଏହି ସମ୍ମାନଜନକ ପୁରସ୍କାର ଜିତିଛି । ସେ କହିଛନ୍ତି ଯେ, ସେମାନଙ୍କ ଅସାଧାରଣ ପ୍ରତିଭା ଏବଂ ସଙ୍ଗୀତ ପ୍ରତି ସମର୍ପଣ ପୁରା ଦୁନିଆରେ ଲୋକଙ୍କ ହୃଦୟକୁ ଛୁଇଁବା ସହ ଭାରତକୁ ଗୌରାବାନ୍ୱିତ କରିଛି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଗ୍ରାମୀରେ ଅଦ୍ଭୁତପୂର୍ବ ସଫଳତା ପାଇଁ ଜାକିର ହୁସେନ, ରାକେଶ ଚୌରାସିଆ, ଶଙ୍କର ମହାଦେବନ, ସେଲ୍ଭାଗଣେଶ ଭି ଏବଂ ଗଣେଶ ରାଜାଗୋପାଳନଙ୍କୁ ଅଭିନନ୍ଦନ! ଆପଣଙ୍କ ଅସାଧାରଣ ପ୍ରତିଭା ଏବଂ ସଙ୍ଗୀତ ପ୍ରତି ସମର୍ପଣ ପୁରା ଦୁନିଆରେ ଲୋକଙ୍କ ହୃଦୟ ଜିତିଛି । ଭାରତ ଗର୍ବିତ । ଏହି ଉପଲବ୍ଧି ଆପଣମାନଙ୍କ କଠୋର ପରିଶ୍ରମର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୬, ୨୦୨୪ରେ ଗୋଆ ଗସ୍ତ କରିବେ । ସକାଳ ପ୍ରାୟ ୧୦.୩୦ ରେ ପ୍ରଧାନମନ୍ତ୍ରୀ ଓଏନଜିସି ସି ସର୍ଭାଇଭଲ ସେଣ୍ଟରକୁ ଉଦଘାଟନ କରିବେ । ସକାଳ ପ୍ରାୟ ୧୦ଟା ୪୫ରେ ସେ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ କୁ ଉଦଘାଟନ କରିବେ । ଏହାପରେ ଅପରାହ୍ନ ପ୍ରାୟ ୨ଟା ୪୫ରେ ସେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତ ଶକ୍ତି ସପ୍ତାହ ୨୦୨୪ ଶକ୍ତି ଆବଶ୍ୟକତା ରେ ଆତ୍ମନିର୍ଭରଶୀଳତା ହାସଲ କରିବା ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରମୁଖ ଧ୍ୟାନ କ୍ଷେତ୍ର ହୋଇଛି । ଏହି ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଆସନ୍ତା ଫେବ୍ରୁଆରି ୬ ରୁ ୯ ତାରିଖ ପର୍ଯ୍ୟନ୍ତ ଗୋଆରେ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ ଅନୁଷ୍ଠିତ ହେବ। ଏହା ଭାରତର ସର୍ବବୃହତ ଏବଂ ଏକମାତ୍ର ଶକ୍ତି ପ୍ରଦର୍ଶନୀ ଏବଂ ସମ୍ମିଳନୀ ହେବ, ଯାହା ସମଗ୍ର ଶକ୍ତି ମୂଲ୍ୟ…
ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସକୁ ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜବାହରଲାଲ ନେହେରୁ ଭାରତୀୟମାନଙ୍କୁ ଅଳସୁଆ ଭାବୁଥିଲେ ଏବଂ ସେମାନଙ୍କର ଆମେରିକୀୟ ଏବଂ ଚୀନ୍ ସମକକ୍ଷଙ୍କ ତୁଳନାରେ କମ୍ ଗୁଇନ୍ଦା ଜ୍ଞାନ ଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୨ ଘଣ୍ଟା ଧରି ଦେଇଥିବା ଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମନ୍ତବ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି। ଇନ୍ଦିରା ଭାବୁଥିଲେ ଯେ ଭାରତୀୟମାନେ ଅସୁବିଧାରୁ ଦୂରେଇ ଯାଆନ୍ତି ବୋଲି ମୋଦି କହିଛନ୍ତି। ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି ଲାଲ୍ କିଲ୍ଲାରୁ ପ୍ରଧାନମନ୍ତ୍ରୀ ନେହେରୁ କହିଥିଲେ ଯେ ସାଧାରଣତଃ ଭାରତୀୟଙ୍କର କଠିନ ପରିଶ୍ରମ କରିବାର ଅଭ୍ୟାସ ନ ଥାଏ, ଆମେ ୟୁରୋପ କିମ୍ବା ଜାପାନ କିମ୍ବା ଚୀନ୍ କିମ୍ବା ରୁଷିଆ କିମ୍ବା ଆମେରିକାର ଲୋକଙ୍କ ଭଳି କାମ କରୁନାହୁଁ । କଂଗ୍ରେସ ସାଂସଦଙ୍କ ନାରାବାଜି…
ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟସରକାର କୋଭିଡ ୧୯ ସମୟରେ ହୋଇଥିବା ରାଜ୍ୟର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କର ୧୮ମାସର ବର୍ଦ୍ଧିତ ପେନସନ ପ୍ରାପ୍ୟକୁ ପ୍ରଦାନ କରିନଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ସେମାନଙ୍କ କର୍ମଚାରୀ ମାନଙ୍କ ପାଇଁ ସେହି ବକେୟା ପ୍ରାପ୍ୟ ପ୍ରଦାନ କରିବାର ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ରାଜ୍ୟ ସରକାରଙ୍କ ଅଧୀନରେ କର୍ମଚାରୀ ଓ ପେନସନ ଭୋଗୀ ମାନଙ୍କୁ ସେହି ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଦାବୀ ହେଉଛି। ଖବର ମୁତାବକ ବହୁ ପେନସନ ଭୋଗୀ ସେହି ପେନସନ ଅର୍ଥରେ ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟାନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦରବୃଦ୍ଧି ଘଟୁଥିବା ବେଳେ ପେନସନ ଭୋଗୀ ମାନେ ବହୁ ଦୁରବସ୍ଥା ଦେଇ ଗତି କରୁଛନ୍ତି। ରାଜ୍ୟସରକାର ବିଭିନ୍ନ ବର୍ଗର ନାଗରିକ, ଛାତ୍ରଛାତ୍ରୀ, ମହିଳା ସ୍ୱୟସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ମାନଙ୍କ ପାଇଁ ଜନ ମଙ୍ଗଳ…
ଭୁବନେଶ୍ୱର: ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଅନେକ ହ୍ରାସ ପାଇଥିଲା ବୋଲି କହିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ । ମୁଁ ସୋଆକୁ ପ୍ରଥମ ଥର ପାଇଁ ଆସିଥିଲି ଯେତେବେଳେ ସମୟ ଅତ୍ୟନ୍ତ ଜଟିଳ ଥିଲା। କୋଭିଡ-୧୯ ମହାମାରୀର ବିଭୀଷିକା ଆରମ୍ଭ ହୋଇସାରିଥିଲା। କରୋନାର ମୁକାବିଲା କରିବା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ କିଭଳି ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିପାରିବ ସେ ସମ୍ପର୍କରେ ଆଲୋଚନା କରିବାକୁ ମୁଁ ଆସିଥିଲି। ତେବେ ଏଠାରେ ଥିବା ଭିତିଭୂମିକୁ ପରଖିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିବା ପରେ ଏହି ଯୁଦ୍ଧରେ ବିଜୟୀ ହେବା ସମ୍ଭବ ଏହି ଆତ୍ମବିଶ୍ୱାସ ନେଇ ସୋଆ କ୍ୟାମ୍ପସରୁ ବିଦାୟ ନେଇଥିଲି ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି। ପ୍ରଥମ ବିଶ୍ୱ ଓଡ଼ିଆ…
ଭୁବନେଶ୍ଵର: ବାଲେଶ୍ୱର ନିକଟସ୍ଥ ନିଧିପଣ୍ଡା ନିକଟରେ ଆଜି ଉପମାର୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ରେଳବାଇ। ରେଳ ମନ୍ତ୍ରଣାଳୟର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 21 ଜୁନ୍ 2023 ରେ ତାଙ୍କର ବାଲେଶ୍ୱର ଗସ୍ତ ସମୟରେ ସ୍ଥାନୀୟ ଗ୍ରାମ ଗୁଡିକର ଲୋକମାନଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସମୟରେ ସେମାନଙ୍କର ଦୀର୍ଘଦିନର ଯାତାୟାତ ସମସ୍ୟାର ସମାଧାନ ପାଇଁ ନିଧିପଣ୍ଡା ବ୍ରିଜ (ବ୍ରିଜ ନମ୍ବର 259) ନିକଟରେ ଏକ ଉପମାର୍ଗ ନିର୍ମାଣ ସମ୍ପର୍କରେ ଦାବିପତ୍ର ଗ୍ରହଣ କରିଥିଲେ। ରେଳ ମନ୍ତ୍ରୀ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ। ରେଳବାଇର ‘ଡିଜାଇନିଂ ଦଳ’ ତୁରନ୍ତ ଉପମାର୍ଗ ନିର୍ମାଣ ପାଇଁ ଡିଜାଇନ୍ ପ୍ରସ୍ତୁତ କରି ଦକ୍ଷ ଅଧିକାରୀଙ୍କ ଦ୍ୱାରା ଅନୁମୋଦିତ କରାଇଥିଲା। ବାଲେଶ୍ୱରର ନିଧିପଣ୍ଡା ବ୍ରିଜ୍ ନିକଟରେ ରେଳବାଇ ଦ୍ୱାରା ଏକ ଉପମାର୍ଗ ନିର୍ମାଣ ପାଇଁ ରେଳ ବୋର୍ଡ ଦ୍ୱାରା ଗତ ସେପ୍ଟେମ୍ବର ମାସରେ 14.7 କୋଟି…
ଭୁବନେଶ୍ୱର: ସମାଜର ଅନ୍ତର୍ନିହିତ ଦୁର୍ବଳତାଗୁଡ଼ିକୁ ଗୁରୁତ୍ୱ ଦେଇ ଏହାର ନିରାକରଣ ନିମନ୍ତେ ସାହିତ୍ୟିକମାନେ ମନୋନିବେଶ କରିବା ଆବଶ୍ୟକ ବୋଲି କହିଛନ୍ତି ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍। ସାହିତ୍ୟ ସମାଜର ଦର୍ପଣ ସଦୃଶ ଯାହାକି ସମାଜର ଅନ୍ତର୍ନିହିତ ଅନ୍ୟାୟକୁ ସାମ୍ନାକୁ ଆଣିବା ସହ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ୍ ଏହା କହିଛନ୍ତି । ଯେତେବେଳେ ସମାଜ କୌଣସି ଆହ୍ୱାନର ସାମ୍ନା କରିଥାଏ, ସେତେବେଳେ ସାହିତ୍ୟିକମାନେ ହିଁ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିଥାନ୍ତି । ଫରାସୀ ବିପ୍ଳବ ହେଉ ଅଥବା ଇରାନ୍ରେ ବିଦ୍ରୋହ ସବୁ କ୍ଷେତ୍ରରେ ସାହିତ୍ୟିକମାନଙ୍କର ଏକ ବଡ଼ ଭୂମିକା ରହିଥିଲା ବୋଲି ସେ କହିଛନ୍ତି ।…
ମେଷ- ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ । ଆପଣଙ୍କର ମନ ଭଲ କାମ କରିବ । ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍ । ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ସ୍ୱାସ୍ଥ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମହିଳାଙ୍କ ନେତୃତ୍ୱରେ ବିକାଶ କେବଳ କିଛି କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସୀମିତ ନାହିଁ ବରଂ ଏହା ଦେଶ ବିକାଶର କାହାଣୀର କେନ୍ଦ୍ରରେ ରହିଛି, ଯାହା କି ବିକଶିତ ଭାରତର ସଂକଳ୍ପକୁ ଅଧିକ ମଜଭୁତ କରିଥାଏ। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏକ୍ସରେ କରିଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି: ‘ମହିଳାଙ୍କ ନେତୃତ୍ୱରେ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ। ଦେଶର ନାରୀଶକ୍ତି ‘ବିକଶିତ ଭାରତ’ର ସଂକଳ୍ପରେ ବହୁମୂଲ୍ୟ ଯୋଗଦାନ ଦେବାକୁ ଯାଉଛି। ସ୍ମୃତି ଇରାନୀ ଜୀ ତାଙ୍କ ଆର୍ଟିକଲରେ ଏହି ଭାବନା ପ୍ରକାଶ କରିଛନ୍ତି।’
ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଏକ୍ସ ପୋଷ୍ଟ , ଯେଉଁଥିରେ ମାକ୍ରୋନ୍ ତାଙ୍କର ନିକଟରେ ଭାରତ ଗସ୍ତ ସମ୍ପର୍କରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି,, ତାହା ଉପରେ ଶ୍ରୀ ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ସେ ନିକଟରେ ଭାରତ ଗସ୍ତ କରିଥିବାର ଝଲକ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ; https://twitter.com/EmmanuelMacron/status/1754084000992301396 ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ଆପଣଙ୍କୁ ଭାରତରେ ସମ୍ମାନିତ କରିବା ଏକ ଗୌରବର ବିଷୟ । ଆପଣଙ୍କ ଗସ୍ତ ଏବଂ ସାଧାରଣତନ୍ତ୍ର ଦିବସ ସମାରୋହରେ ଅଂଶଗ୍ରହଣ ନିଶ୍ଚିତ ଭାବରେ ଭାରତ – ଫ୍ରାନ୍ସ ମଧ୍ୟରେ ଥିବା ବନ୍ଧୁତାକୁ ବଢ଼ାଇବ।
ନୂଆଦିଲ୍ଲୀ: ଜିତନ ରାମ ମାଞ୍ଝି ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଟେନସନକୁ ବଢାଇଇଛନ୍ତି କି? ଏହି ପ୍ରଶ୍ନ ହେଡଲାଇନରେ ଅଛି। ବାସ୍ତବରେ, ଜିତନ ରାମ ମାଞ୍ଝିଙ୍କ ଅସନ୍ତୋଷର ଖବର ଅଛି। ତାଙ୍କ ପୁଅ ଭଲ ମନ୍ତ୍ରଣାଳୟ ପାଇ ନ ଥିବାରୁ ସେ କ୍ରୋଧିତ ବୋଲି କୁହାଯାଉଛି। ମାଞ୍ଝି କହିଛନ୍ତି ଯେ, ତାଙ୍କୁ ମଧ୍ୟ ସମାନ ବିଭାଗ ଦିଆଯାଇଛି। ଫେବୃଆରୀ ୧୨ ତାରିଖରେ ବିହାରରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ। ମାଞ୍ଝି ଖେଳ କରିବେ କି? ଏହି ପ୍ରଶ୍ନ ମଧ୍ୟ ଆରମ୍ଭ ହୋଇଛି। ଯଦି ମାଞ୍ଝି କୌଣସି ବଡ ନିଷ୍ପତ୍ତି ନିଅନ୍ତି, ତେବେ ଏହା ଏନଡିଏର ଗଣିତ ଉପରେ କେତେ ପ୍ରଭାବ ପକାଇବ ତାହା ବୁଝିବା ଜରୁରୀ ଅଟେ। ବିହାରରେ ଆସନଗୁଡିକର ଗଣିତ ବୁଝନ୍ତୁ: ବିହାର ବିଧାନସଭାରେ ୨୪୩ ଟି ଆସନ ଅଛି। ସଂଖ୍ୟା ଗରିଷ୍ଠତା ପାଇଁ ୧୨୨ ଆସନ ଆବଶ୍ୟକ। ଏନଡିଏ ସରକାର ୧୨୮ ର ଏକ ଦାବି ଉପସ୍ଥାପନ କରିଛନ୍ତି।…
ଭୁବନେଶ୍ଵର: ୨୦୨୪ ଜାନୁଆରୀ ୩୦ରୁ ଫେବ୍ରୁଆରୀ ୨ ତାରିଖ ମଧ୍ୟରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀରୁ ହାଇସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିଆଲ୍ ଟାର୍ଗେଟ୍ (ହିଟ୍) – ଅଭ୍ୟାସର ୪ଟି ଆକାଶମାର୍ଗ ପରୀକ୍ଷଣ ସଫଳ ହୋଇଛି। ହାଇଦ୍ରାବାଦର ଆଡଭାନ୍ସଡ୍ ସିଷ୍ଟମ୍ ପ୍ରୟୋଗଶାଳା ଦ୍ୱାରା ଡିଜାଇନ୍ କରାଯାଇଥିବା ଗୋଟିଏ ବୁଷ୍ଟର ବ୍ୟବହାର କରି ଏକ ସଂଶୋଧିତ ମଜବୁତ ବ୍ୟବସ୍ଥା ସହିତ ଚାରିଟି ଭିନ୍ନ ଭିନ୍ନ ମିଶନ ଉଦ୍ଦେଶ୍ୟ ରେ ଏହି ପରୀକ୍ଷଣ କରାଯାଇଥିଲା। ବୁଷ୍ଟରର ସୁରକ୍ଷିତ ଉତ୍କ୍ଷେପଣ, ଲଞ୍ଚର କ୍ଲିୟରାନ୍ସ ଏବଂ ଉତକ୍ଷେପଣ ବେଗର ଆବଶ୍ୟକ ପରିଣାମ ହାସଲ କରିବା ଭଳି ଉଦ୍ଦେଶ୍ୟ ହାସଲ କରାଯାଇଥିଲା। ଆକାଶମାର୍ଗ ପରୀକ୍ଷଣ ସମୟରେ ଆବଶ୍ୟକ ଧୈର୍ଯ୍ୟ, ବେଗ, କୌଶଳ, ଉଚ୍ଚତା ଏବଂ ପରିସୀମା ଭଳି ବିଭିନ୍ନ ମାନଦଣ୍ଡକୁ ସଫଳତାର ସହ ଯାଞ୍ଚ କରାଯାଇଥିଲା। ଡିଆରଡିଓର ଏରୋନୋଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଏଡିଇ) ଦ୍ୱାରା ଡିଜାଇନ୍ କରାଯାଇଥିବା ଅଭ୍ୟାସ ଅସ୍ତ୍ର…
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୂକୁଲ୍ୟରେ ସ୍ଥାନିୟ ଚିଲିକା ଷ୍ଟାଡିୟମରେ ଚାଲିଥିବା ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବର ତୃତୀୟ ସଂନ୍ଧ୍ୟା ବେସ ଆମୋଦଦାୟକ ଥିଲା। ଆଜିର ସୁନେଲି ସଂନ୍ଧ୍ୟାରେ ଓଡିଶି ଡ୍ୟାନସ କ୍ରିୟେସନ ଭୂବନେଶ୍ବର ନୂପୁର ସମ୍ବଲପୁର ,ଓଡିଶି ନୃତ୍ୟ ବାସ୍ତବିକ ହୃଦୟସ୍ପର୍ଶୀ ଥିଲା। ଏଥି ସହିତ ବିଭିନ୍ନ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମନୋମୁଗ୍ଧକର ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ସନ୍ଧ୍ୟାରେ ସଂଘ ସଭାପତି ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ବରିଷ୍ଠ ବିଜେଡି ସଭାନେତ୍ରୀ ବାସନ୍ତି ମହାପାତ୍ର, ଟାଙ୍ଗୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିସ୍ନା ମାନଧାତା, ମାତୃବିହାର ଅରବିନ୍ଦ ଶିକ୍ଷାକେନ୍ଦ୍ରର କାଳୁପଡାଘାଟର ପ୍ରତିଷ୍ଟାତା ସଂଜୟ କୁମାର ମହାପାତ୍ର, ସଂଘ ଉପଦେଷ୍ଟା ସ୍ତମ୍ବକାର ସାମ୍ବାଦିକ ପ୍ରଦୋଷ କୁମାର ଦାସ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ପ୍ରବକ୍ତା ସରୋଜ କୁମାର ପାଇକରାୟ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତିନି ଦିନ ଧରି ଆୟୋଜିତ ହୋଇଥିବା ଭାଷା ସାହିତ୍ୟ ପ୍ରତିଯୋଗିତାର ଆଜି ଉଦଯାପନ ହେବା ସହ ଅଂଚଳର କବି, ଲେଖକ, ସାହିତ୍ୟିକ ଓ ଭାଷାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହରେ ନଗରପାଳିକା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ସମ୍ମାନିତ ଅତିଥି ଭାବେ କାଉନସିଲର ମମତା ପଣ୍ଡା, ଅନିତା ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ଲଷ୍ମୀଧର ସେଠୀ,ବାଲୁଗାଁ କଲେଜ ପ୍ରାକ୍ତନ ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠ ଯୋଗଦେଇ ବାଲୁଗାଁ ଅଂଚଳର ପ୍ରତିଭା ମାନଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନ ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧିତ ସାହିତ୍ୟିକ ମାନଙ୍କ ମଧ୍ୟରେ କବି ଜିତେନ୍ଦ୍ର ବରାଳ, ଭାଷାବିତ ଆଶୁତୋଷ ସାମନ୍ତ…
ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୦୮ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୯୫ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୪ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୫ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜଣଙ୍କୁ ୨୦୦୦୦/-ଟଙ୍କା ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ ୨୫୦୦୦ ଟଙ୍କା ଲେଖାଏ ସମୁଦାୟ ୩ ଜଣ ଙ୍କୁ CMRF ସହାୟତା ରାଶି ଯୋଗାଇ ଦିଆଯାଇଛି। ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଖୋର୍ଦ୍ଧା…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅବସରରେ ସମଗ୍ର ଶିକ୍ଷା, କଳାହାଣ୍ଡି ପକ୍ଷରୁ ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ସ୍ଥାନୀୟ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ଭବାନୀପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ମାଝୀ, ସମଗ୍ର ଶିକ୍ଷା ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ମଞ୍ଚାସୀନ ଥିଲେ। ଏହି ଅବସରରେ ପୁସ୍ତକ ପ୍ରଦର୍ଶନୀ ସମେତ ଜିଲ୍ଲାର ୧୩ଗୋଟି ବ୍ଲକର ସାହିତ୍ୟ ଓ ସଂସ୍କୃତି ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଏଥିରେ ସାହିତ୍ୟ ଓ ସଂସ୍କୃତି ପ୍ରଦର୍ଶନ କଳାରେ କୋକସରା ବ୍ଲକର ରିତେଶ ସାହୁ ଓ ବିନୋଦ ଫୁଲ ପ୍ରଥମ, ମଦନପୁର ରାମପୁର ବ୍ଲକର ବିଦୁସ୍ମିତା ସାହୁ ଦ୍ଵିତୀୟ, ଜୁନାଗଡ଼ ବ୍ଲକର ହସିନା…

