ଭୁବନେଶ୍ୱର: ଶନିବାର ଠାରୁ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ୩ ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ବିମର୍ଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଆ ୬ଷ୍ଠ ତମ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିସାରିଛି। ଏହି ଭାଷାକୁ ବିକଶିତ କରିବା ନିମନ୍ତେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ରବିବାର ଏଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ବିମର୍ଶରେ ବକ୍ତାମାନେ ମତ ରଖିଛନ୍ତି। ଓଡ଼ିଶା ସରକାରଙ୍କର ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଓଡ଼ିଆ ଭାଷାର ବଳିଷ୍ଠ ଐତିହ୍ୟ ଓ ପରମ୍ପରା ରହିଛି ବୋଲି କହିବା ସହ ୧୯୩୬ ମସିହାରେ…
Author: SM Network
ବାଣପୁର (ସୀତାରାମ ଅଗ୍ରୱାଲ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପ୍ରତୀଘରେ ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ପହଂଚାଇବା ଲକ୍ଷରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ଅଧିନସ୍ଥ ନନ୍ଦପୁର ଓ ବିଷ୍ଣୁଡ଼ିହ ଗ୍ରାମପଂଚାୟତରେ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ନନ୍ଦପୁର ଗ୍ରାମ ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ବରିଷ୍ଠ ନେତା ପ୍ରକାଶ ଚନ୍ଦ୍ର ପାଢ଼ୀ, ମହିଳା ନେତ୍ରୀ ବେବିନା ତ୍ରିପାଠୀ, ସରୋଜିନୀ ପାଳଙ୍କ ସହ ବହୁ ବିଜେଡି କର୍ମୀ ଓ ଶତାଧିକ ମହିଳା ଯୋଗ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଲୋକାଭିମୁଖୀ କରିବା ସହ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଶ୍ରୀଯୁକ୍ତ ମହାରଣା ପ୍ରକାଶ କରିଛନ୍ତି। ତେବେ ବିଜେଡି…
ନୂଆଦିଲ୍ଲୀ: ଶିବସେନା ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏକକାଳୀନ ନିର୍ବାଚନ କରିବାର ସଂକଳ୍ପକୁ ସମର୍ଥନ କରି କହିଛନ୍ତି ଯେ ବାରମ୍ବାର ନିର୍ବାଚନ କରିବା ଅର୍ଥନୀତି ପାଇଁ ଭଲ ନୁହେଁ ଏବଂ ବିକାଶରେ ମଧ୍ୟ ବାଧା ସୃଷ୍ଟି କରୁଛି। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ଉଚ୍ଚ ସ୍ତରୀୟ କମିଟିର ସଭାପତି ରାମନାଥ କୋବିନ୍ଦଙ୍କୁ ଲେଖିଥିବା ଚିଠିରେ ସିନ୍ଦେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ ସରକାର ଦ୍ଵାରା ପ୍ରସ୍ତାବିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ମଧ୍ୟରୁ ଅନ୍ୟତମ। ସେ ଲେଖିଛନ୍ତି ଯେ, “ଆମେ ଦୃଢ ଭାବରେ ବିଶ୍ବାସ କରୁ ଯେ‘ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ’ଧ୍ୟାନ ଏବଂ ସୁଗମ ଶାସନକୁ ନେଇଯିବ। ଦେଶର କିଛି ଭାଗରେ ନିର୍ବାଚନ ଚାଲିଥିବାରୁ ଶାସନ ଉପରେ ଧ୍ୟାନ ଦେବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି କାରଣ ଏହି ନିର୍ବାଚନରେ ଜିତିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ଜାନୁଆରୀ ୨୪…
ଭୁବନେଶ୍ଵର: ଆଜି ମାନବ ଅସ୍ତିତ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ଭାବରେ ଠିଆ ହୋଇଛି ଅସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ହେବାର ଆଶଙ୍କା। ଶିଳ୍ପ କ୍ଷେତ୍ର, ବିଶେଷକରି ଧାତୁ ଉତ୍ପାଦନ କ୍ଷେତ୍ରର ପ୍ରମୁଖ ଭୂମିକାକୁ ଆଖି ଆଗରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଓ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଅଧିନସ୍ତ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନ୍ଏସ୍ଆଇ) ସହିତ ମିଳିତ ସହଯୋଗରେ ଆୟୋଜନ କରିବାକୁ ଯାଉଛନ୍ତି ‘ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪’ ଯାହାର ଥିମ୍ ରହିଛି ‘ସବୁଜ ସ୍ଥିରତା ପାଇଁ: ଧାତୁ ପରିସଂସ୍ଥା ସନ୍ତୁଳନ’ ବା “ମେଟାଲ୍ ଇକୋ ସିଷ୍ଟମ୍ ବାଲାନ୍ସିଂ: ଟୁଆର୍ଡସ ଗ୍ରୀନ ସଷ୍ଟେନେବିଲିଟି”। ଏହି ଅବସରରେ ବି.ପି.ଏନ.ଏସ.ଆଇ ର ନିର୍ଦ୍ଦେଶକ ପ୍ରିତମ ଏସ.ପୂରକୟାସ୍ଥା ଏବଂ ମେମ୍ବର ସେକ୍ରେଟାରୀ, ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ଼ ର ନିର୍ଦ୍ଦେଶକ ଡକ୍ଟର କେ. ମୁରଗେସନ, ଇଞ୍ଜିନିଅର ଆର.ଏନ ପୃଷ୍ଟି, ଡକ୍ଟର ଏନ.ଆର ସାହୁ ପ୍ରମୁଖ ଯୋଗଦେଇଥିଲେ…
ନୂଆଦିଲ୍ଲୀ: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରମୋଦ କୃଷ୍ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଶ୍ରୀ କଲ୍କି ଧାମଙ୍କ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହରେ ତାଙ୍କୁ ନିମନ୍ତ୍ରଣ କରିଥିଲେ। ବର୍ତ୍ତମାନ ସେ ଭାରତୀୟ ଜନତା ଦଳର ଆଉ ଜଣେ ବଡ ନେତାଙ୍କୁ ଭେଟିଛନ୍ତି। ତେବେ ଏହି ସଭାକୁ ରାଜନୈତିକ ଦୃଷ୍ଟିକୋଣରୁ ନ ଦେଖିବା ପାଇଁ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ନିବେଦନ କରିଛନ୍ତି। ଆଚାର୍ଯ୍ୟ ପ୍ରମୋଦ ଆଜି ଲକ୍ଷ୍ନୌର ସାଂସଦ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କଂଗ୍ରେସ ପ୍ରାର୍ଥୀ ଭାବରେ ରାଜନାଥ ସିଂଙ୍କ ବିରୋଧରେ ନିର୍ବାଚନ ଲଢେଇ କରିଥିଲେ। ରାଜନାଥ ସିଂଙ୍କୁ ଭେଟିବା ପରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କହିଛନ୍ତି ଯେ, ‘ଶ୍ରୀ କଲ୍କି ଧାମର ଶିଳାନ୍ୟାସ ଫେବୃଆରୀ ୧୯ ତାରିଖରେ ରଖାଯାଉଛି, ମୁଁ ସେହି କାର୍ଯ୍ୟ…
ନୂଆଦିଲ୍ଲୀ: ୟୁପି ଏଟିଏସ୍ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ନିୟୋଜିତ ଜଣେ କର୍ମଚାରୀଙ୍କୁ ଗିରଫ କରିଛି। ସତ୍ୟେନ୍ଦ୍ର ସିୱାଲ ନାମକ ଏହି କର୍ମଚାରୀ ଆଇଏସଆଇ ପାଇଁ କାମ କରୁଥିବା ଅଭିଯୋଗ ହୋଇଛି। ମସ୍କୋରେ ଥିବା ଭାରତୀୟ ଦୂତାବାସରେ ସତ୍ୟନ୍ଦ୍ରଙ୍କୁ ନିୟୋଜିତ କରାଯାଇଛି। ସତ୍ୟେନ୍ଦ୍ରଙ୍କୁ ୨୦୨୧ ପରଠାରୁ ଭାରତ ଶ୍ରେଷ୍ଠ ସୁରକ୍ଷା ସହାୟକ ଆଇବିଏସ୍ଏ ଭାବରେ ନିଯୁକ୍ତ କରାଯାଇଛି। ଏହି ଆଇଏସଆଇ ହ୍ୟାଣ୍ଡଲର ଭାରତୀୟ ଦୂତାବାସ, ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ସାମରିକ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ତଥ୍ୟ ପଠାଇଥିବା ଅଭିଯୋଗ ହୋଇଛି। ଏଟିଏସ୍ ମେରଠ ୟୁନିଟ୍ ଦ୍ୱାରା ଜେରା ବେଳେ ସତ୍ୟେନ୍ଦ୍ର ଗୁପ୍ତଚର ସ୍ୱୀକାର କରିଛନ୍ତି। ସୂଚନା ଅନୁଯାୟୀ, ସତ୍ୟେନ୍ଦ୍ର ସିୱାଲ ହାପୁରର ବାସିନ୍ଦା। ତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍, ଆଧାର କାର୍ଡ, ପାନ୍ କାର୍ଡ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଛି ଏଟିଏସ୍ ଟିମ୍। ୟୁପି ଏଟିଏସ୍ ତାଙ୍କୁ ଆହୁରି ପଚରାଉଚରା କରୁଛି।
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ପ୍ରଥମ ଇନିଂସରେ ମାତ୍ର ୧୪ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୩ ରନ୍ ସ୍କୋର କରିପାରିଛନ୍ତି। ରୋହିତ ବଡ଼ ସ୍କୋର କରିପାରିନଥିଲେ ମଧ୍ୟ ମ୍ୟାଚ୍ ସମୟରେ ସେ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ହାସଲ କରିବାରେ ସଫଳ ହୋଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ରୋହିତ ବର୍ତ୍ତମାନ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ରୋହିତ WTC ରେ ୨୨୪୨ ରନ୍ ସ୍କୋର କରିଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ପଛରେ ବିରାଟ କୋହଲି ଅଛନ୍ତି ଯିଏ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳୁ ନାହାଁନ୍ତି। କୋହଲି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ମୋଟ ୨୨୩୫ ରନ୍ ସଂଗ୍ରହ କରିଛନ୍ତି। ଉଲ୍ଲେଖଥାଉ କି, ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ବର୍ତ୍ତମାନ ଜୋ ରୁଟ୍ ଙ୍କ ନାମରେ ଅଛି। ରୁଟ୍ ଏପର୍ଯ୍ୟନ୍ତ ୪୯ ଟି ମ୍ୟାଚ୍ ରେ…
କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସବୁବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି। ଏଥିରେ ସମସ୍ତ ଜିଲ୍ଲାର ଜିଲ୍ଲା ସଂପାଦକ ନିଜ ନିଜ ଜିଲ୍ଲାର ପଦାଧିକାରୀମାନଙ୍କ ସହ ପଟୁଆରରେ ଆସି ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଥାଉକି, ବିଭିନ୍ନ ସମସ୍ୟା ନେଇ ସବୁବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଦୀର୍ଘ ଦିନ ହେବ ସରକାରଙ୍କୁ ନିଜର ଦାବି ଜଣାଇ ଆସୁଛନ୍ତି। ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନ କ୍ରମେ ସମଗ୍ର ତିରିଶଟି ଜିଲ୍ଲାରେ ସବୁବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଶାଳ ପଟୁଆରରେ ଆସି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣାରେ ବସିରହିଥିଲେ। ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ପାଲି ସାଂସଦ ଖେଳ ମହାକୁମ୍ଭ କୁ ସମ୍ବୋଧିତ କରିଛନ୍ତି । ଉଲ୍ଲେଖନୀୟ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ ନିମନ୍ତେ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଖେଳରେ କେବେ ମଧ୍ୟ କୌଣସି ପରାଜୟ ନ ଥାଏ, ଆପଣମାନେ ବିଜୟୀ ହେବେ, ନ ହେଲେ କିଛି ଶିଖିବେ । ସେଥିପାଇଁ ମୁଁ କେବଳ କ୍ରୀଡାବିତ୍ ନୁହେଁ, ସେମାନଙ୍କ ପ୍ରଶିକ୍ଷକ ଓ ଏଠାରେ ଉପସ୍ଥିତ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି ।” କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶ ଓ ଯୁବାଗୋଷ୍ଠୀର ବିକାଶରେ କ୍ରୀଡାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ “ସାଂସଦ ଖେଳ ମହାକୁମ୍ଭରେ ଦେଖାଦେଇଥିବା ଉତ୍ସାହ ଓ ଆତ୍ମବିଶ୍ୱାସ ଆଜି ପ୍ରତ୍ୟେକ ଯୁବକ ଯୁବତୀ ଓ ଖେଳାଳୀମାନଙ୍କ ପରିଚୟ ପାଲଟିଛି । ସରକାରଙ୍କ କ୍ରୀଡା ପ୍ରତି ଉତ୍ସାହ ପ୍ରତ୍ୟେକ ଖେଳାଳୀର ଉତ୍ସାହକୁ ପଡିଆରେ ଶକ୍ତିଶାଳୀ କରିଥାଏ । ବର୍ତ୍ତମାନ ସରକାରଙ୍କ ଏପରି…
ରଣପୁର: ସାରା ରାଜ୍ୟରେ ଆରମ୍ଭ ହୋଇଛି ଓଡିଆ ଭାଷାର ମହାପର୍ବ। ସାରା ରାଜ୍ୟ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଏହି ମହୋତ୍ସବରେ ସାମିଲ ହୋଇଛନ୍ତି। ଏଥିରେ ସାରା ରାଜ୍ୟର ବିଦ୍ୟାଳୟଗୁଡିକ ମଧ୍ୟ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ହୋଇଛି। ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଓୟୁଜେ ସଭାପତି ତଥା ଓୟୁଜେ ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଂଜନ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ସାହିତ୍ୟିକ ରମେଶ ଚନ୍ଦ୍ର ବଳିଆରସିଂହ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡମେମ୍ବର ସରୋଜିନୀ ପ୍ରଧାନ, ଚନ୍ଦ୍ରକାନ୍ତ ମଙ୍ଗରାଜ, ରବିନ୍ଦ୍ର କୁମାର…
ନୂଆଦିଲ୍ଲୀ: ପ୍ୟାରିସ୍ରେ ଇଫେଲ ଟାୱାରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)କୁ ଔପଚାରିକ ଭାବେ ଆରମ୍ଭ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସକୁ ଶୁଭେଚ୍ଛା ଜଣାଇଛନ୍ତି। ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପର୍କ ମଜଭୁତ କରିବାରେ ଏହା ଏକ ଚମତ୍କାର ଉଦାହରଣ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଏହା ଦେଖି ବେଶ୍ ଭଲ ଲାଗିଲା-ୟୁପିଆକୁ ବିଶ୍ୱସ୍ତରୀୟ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପର୍କ ମଜଭୁତ କରିବାରେ ଏହା ଏକ ଚମତ୍କାର ଉଦାହରଣ । ‘
ଭୁବନେଶ୍ୱର: ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏଠାରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶନିବାର ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ସୋଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଜଂଏଟ୍ ରେଜିଷ୍ଟ୍ରାର ଶ୍ରୀ ଭୀଷ୍ମ ଚରଣ ଦାସ, , ପ୍ରାଚୀନ ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଓ ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଏଥି ସହିତ ସୋଆ ର କ୍ୟାମ୍ପସ୍ -୫ ସ୍ଥିତ ଷ୍ଟାଡିୟମ୍ ରେ ମଧ୍ୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ସମୂହ ସଂଗୀତ ଗାନ କରିଥିଲେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟେନିସ୍ ଖେଳାଳି ରୋହନ ବୋପନ୍ନାଙ୍କୁ ଭେଟିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ ଜିତିବା ପାଇଁ ସେ ବୋପନ୍ନାଙ୍କୁ ପ୍ରଶଂସା କରି କହିଥିଲେ, ତାଙ୍କ ଉପଲବ୍ଧି ଯୋଗୁ ଭାରତ ଗର୍ବିତ। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ରୋହନ ବୋପନ୍ନାଙ୍କୁ ଭେଟି ମୁଁ ଖୁସି । ତୁମ ସଫଳତା ଭାରତକୁ ଗର୍ବିତ କରେ ଏବଂ ତୁମ ଉତ୍ସର୍ଗ ଅନେକ ଲୋକଙ୍କୁ ପ୍ରେରିତ କରିଥାଏ । ତୁମର ଭବିଷ୍ୟତର ଉଦ୍ୟମ ପାଇଁ ମୋର ଶୁଭେଚ୍ଛା ।’
ମେଷ- ଆପଣଙ୍କର କିଛି ସମସ୍ୟାର ସମାଧାନ ହୋଇପାରେ । ଛାତ୍ରମାନେ ଜୀବନରେ ଆଗକୁ ବଢିବାକୁ ଅନେକ ସୁଯୋଗ ପାଇବେ । ସେମାନେ ଏହି ସୁଯୋଗଗୁଡିକର ଭଲ ବ୍ୟବହାର କରିବା ଉଚିତ୍ । ଯୋଜନା ପ୍ରସ୍ତୁତ କରିବା ସମୟରେ କୌଣସି ଅବହେଳା ହେବା ଉଚିତ୍ ନୁହେଁ । ତୁମେ ଯାହା ଚେଷ୍ଟା କର, ସଚ୍ଚୋଟ ଭାବରେ କର । ଆଜି ଏକ ମିଶ୍ରିତ ଦିନ ହେବ । ଧନପ୍ରାପ୍ତିର ଯୋଗ ରହିଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ହେବ । ସ୍ବାସ୍ଥ୍ୟ ଖରାପ ହେତୁ, ତୁମେ ଜରୁରୀ କାର୍ଯ୍ୟ କରିବାକୁ ସକ୍ଷମ ହେବ ନାହିଁ । ତେଣୁ ଶରୀରକୁ ବିଶ୍ରାମ ଦିଅ, ଯାହାଫଳରେ ଆପଣ ସତେଜ ଅନୁଭବ କରିପାରିବ । ଆମେ ଆମର ଜୀବନଶୈଳୀ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବୁ । ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ । ଜୀବନସାଥୀ ସହିତ ସମୟ ବିତାଇବେ । ବୃଷ- ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ସକ୍ରିୟ ହୋଇଛନ୍ତି। ବିରୋଧୀ ଦଳର ଇଣ୍ଡି ମେଣ୍ଟରେ ଥିଲେ ମଧ୍ୟ ସେ କଂଗ୍ରେସକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ବିରୋଧରେ ସେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ସହ ମଧ୍ୟ ଗଭୀରଭାବେ ଜଡ଼ିତ ଅଛନ୍ତି। ଅଖିଳେଶ ଯାଦବ ଓ ଅରବିନ୍ଦ କେଜ୍ରିୱାଲ ତାଙ୍କ ଭଲ ବନ୍ଧୁ ପାଲଟି ଯାଇଛନ୍ତି। ନୀତୀଶ କୁମାର ଇଣ୍ଡି ମେଣ୍ଟ ଛାଡ଼ି ଏନଡିଏକୁ ଯିବା ପରେ ଏବେ ମମତାଙ୍କ ବାଟ ସହଜ ହୋଇଛି। ଏବେ ସେ ଜାତୀୟ ଦୃଶ୍ୟପଟରେ ନିଜକୁ ପୁନର୍ବାର ପ୍ରତିଷ୍ଠିତ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି। ଆଭ୍ୟନ୍ତରୀଣ କଳହରେ ପାୱାର-ଉଦ୍ଧବ, ମହାରାଷ୍ଟ୍ରରୁ ଆଶା ୨୦୨୧ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ତୃତୀୟ ଥର ପାଇଁ ବିଜୟୀ ହେବା ପରଠାରୁ ସେ ଲଗାତାର ନିଜକୁ ଜାତୀୟ ସ୍ତରରେ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଉପଲକ୍ଷେ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂର୍ବାହ୍ଣ ଏଗାର ଘଟିକା ସମୟରେ ସମସ୍ତ ଅତିଥି, ଶିକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଥମେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ସମୂହ ଭାବେ ଗାନ କରିଥିଲେ। ଏହା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନା ମଞ୍ଜରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ସମ୍ମାନିତ ଅତିଥିଭାବେ କବି ଦିଗମ୍ବର ବିଶ୍ୱାଳ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ପଣ୍ଡା ଓ ବରିଷ୍ଠ ଶିକ୍ଷକ ଗୋପୀନାଥ ପ୍ରଧାନ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ଉତ୍କର୍ଷତା ଓ ପ୍ରସାରତା ସମ୍ପର୍କରେ…
ବାଣପୁର (ସୀତାରାମ ଅଗ୍ରୱାଲ): ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଆମ ଓଡ଼ିଶା ର ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିବା ପ୍ରାଚୀନ ଭାଷା ମଧ୍ୟରୁ ଅନ୍ୟତମ। ଆମ ପ୍ରିୟ ମାତୃଭାଷା ଓଡ଼ିଆ ଭାଷାର “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ” ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଅକ୍ଷର ଧାମଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆନନ୍ଦ ଉଲ୍ଲାସର ସହିତ ଉଦ୍ଘାଟିତ ହୋଇଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ତଥା ବାଣପୁର ମଣ୍ଡଳର ଓଡ଼ିଆ ଭାଷା ସାହିତ୍ୟର ସମସ୍ଥ କବି, ଗାଳ୍ପିକ, ଗୀତିକାର, ନାଟ୍ୟକାର, ସ୍ତମ୍ବକାର, ପ୍ରାବନ୍ଧିକ, ଗବେଷକଙ୍କୁ ବାଣପୁର ମଣ୍ଡଳ ସଭାଗୃହରେ ସମ୍ବର୍ଦ୍ଧିତ କରାଯାଇଛି। ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶୀତଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହର ପ୍ରାରମ୍ଭରେ ପ୍ରଥମେ ଉତ୍କଳର ଜାତୀୟ ସଂଗୀତ “ବନ୍ଦେ ଉତ୍କଳଜନନୀ “ସାମୁହିକ ଭାବେ ଗାନକରାଯାଇଥିଲା। ପରେ ଶ୍ରୀମତୀ ଅଗ୍ରୱାଲ ସମାରୋହର ଉଦ୍ଦେଶ୍ୟ ସଂପର୍କରେ ଆଲୋପାତ କରି ଆଜିର ଦିବସକୁ ପ୍ରତ୍ୟେକ ଓଡ଼ିଆଙ୍କ…
ଭୁବନେଶ୍ବର: ପୂର୍ବ ଭାରତରେ ସେବା ବୃହତ କ୍ୟାନ୍ସର ସେଣ୍ଟର ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ, ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସାଲିଷ୍ଟ ଉତ୍କଳ ହସ୍ପିଟାଲରେ ବିଶ୍ଵ କ୍ୟାନ୍ସର ଦିବସ ଅବ୍ୟବହିତ ପୂର୍ବରୁ ଆଜି କ୍ୟାନ୍ସର ରୋଗର କାରଣ, ନିଦାନ ଓ ନିରାକରଣ ଉପରେ ଏକ ଆଲୋଚନା ଚକ୍ର ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ କ୍ୟାନ୍ସର ବିଶେଷଜ୍ଞ ମାନେ ଯୋଗ ଦେଇ ଜନସାଧାରଣଙ୍କୁ ସାଂପ୍ରତିକ ସ୍ଥିତିରେ କର୍କଟ ରୋଗର ମୁକାବିଲା ଏକ ଆହ୍ଵାନ ସାଜିଥିବା ବେଳେ ସମୟ ପୂର୍ବରୁ ଏହାର ଚିହ୍ନଟ ତଥା ଚିକିତ୍ସା ପଦ୍ଧତି ଉପରେ ବିଶେଷ ଆଲୋଚନା କରଯାଇଥିଲା। ନିର୍ଦ୍ଦେଶକ ମେଡିକାଲ ସାଇନ୍ସ ଡ. ରଞ୍ଜନ କୁମାର ମହାପାତ୍ର, ନିର୍ଦ୍ଦେଶକ ରେଡିଏସନ ଅଙ୍କୋଲୋଜି ଡ. ସଞ୍ଜୀବ କୁମାର ମିଶ୍ର, ଡ. ଚିନ୍ମୟ ପାଣି, ରଞ୍ଜନ ମହାନ୍ତି, ଡ. ଦିଲ୍ଲୀପ କର, ଡ. ସୁଶାନ୍ତ ପାଇକରାୟ, ଡ. ବ୍ରହ୍ମାନନ୍ଦ ସତପଥି, ଡ. ସେଖ ଅଲ୍ଲୀ, ଡ.…
ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ପୁନର୍ବାର ଅନନ୍ୟ ଯୋଗଦାନ ପୂର୍ବକ ଏମ୍ସ ଭୁବନେଶ୍ୱର ପକ୍ଷରୁ ରୋଗୀସେବାରେ ଏକାଧିକ ନୂତନ ବ୍ୟବସ୍ଥା ଯୋଡ଼ିହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍ ମାଣ୍ଡଭିୟ ଆଜି ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏମ୍ସ ଭୁବନେଶ୍ୱରର ଧର୍ମଶାଳା, ନୂତନ ଟ୍ରମା କେନ୍ଦ୍ର ଏବଂ ହାଇ ଏନର୍ଜୀ ଲିନିୟର୍ ଆକ୍ସେଲରେଟର୍ (ହେଲା) ମେସିନ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏମ୍ସ ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ ଧର୍ମଶାଳା, ଟ୍ରମା କେନ୍ଦ୍ର ଏବଂ ହେଲା ମେସିନ୍ର ଉଦ୍ଘାଟନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମାଣ୍ଡଭିୟ କହିଛନ୍ତି ଯେ ଏହି ନୂତନ ସୁବିଧାଗୁଡ଼ିକ ସାମଗ୍ରିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଯଥେଷ୍ଟ ମଜଭୁତ କରିବା ସହିତ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଣ ବୃଦ୍ଧି କରିବ। ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ତାଙ୍କର ଦିଗ୍ଦର୍ଶନ ତଥା ପ୍ରତିବଦ୍ଧତା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମାଣ୍ଡଭିୟଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିସହିତ…
ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ ସମ୍ବଲପୁର ରେଳ ଷ୍ଟେସନ ନୀରିକ୍ଷଣ କରୁଥିବାବେଳେ ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି। ଗୋରଖପୁର-ହାଟିଆ ଏକ୍ସପ୍ରେସର ସମ୍ପ୍ରସାରଣ ଏହି ଅଞ୍ଚଳର ଯାତ୍ରୀମାନଙ୍କୁ ବିଶେଷ କରି ସମ୍ବଲପୁର, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ଯୋଗାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ କରାଯାଉଛି। ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପ୍ରାୟ ୩୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ। ଏହି ଷ୍ଟେସନ ମାଧ୍ୟମରେ ସହରର ଉଭୟ ପାର୍ଶ୍ୱ ସଂଯୋଗ ହୋଇପାରିବ। ସମ୍ବଲପୁର ରେଳ ଷ୍ଟେସନରେ ସମସ୍ତ ଆଧୁନିକ ସୁବିଧା ଯୋଗାଇ ଦିଆଯିବ।
ବେଗୁନିଆପଡା (ଟୁକୁନା ପ୍ରଧାନ: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଆଜିର ଉଦଯାପିନୀ ଦିବସରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଆଜିକାର ଉଦଯାପିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମହେଶ୍ଵର ବରାଡ଼, ମୁଖ୍ୟ ବକ୍ତାଭାବେ ଡଃ ବିଜୟାନନ୍ଦ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ କବୟିତ୍ରୀ କଳ୍ପଲତା ମହାପାତ୍ର, ଧର୍ମେନ୍ଦ୍ର ମହାରଣା ଯୋଗ ଦେଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସ୍ଵାଇଁ ସମେତ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ। ଏଥିରେ ଅରୁଣ କୁମାର ରଥ, ଅଧ୍ୟାପକ ପ୍ରବିଣ କୁମାର ଖାଡ଼ଙ୍ଗା,କବିରାଜ ନାୟକ, ଅରୁଣ ମଣ୍ଡଳ, ଅଧ୍ୟାପିକା ମମତା କୁମାରୀ ପାଢି, ସଂଗୀତା କୁମାରୀ ସାହୁ, ଜୋସ୍ନା ନାୟକ, ରୁଷି ନାଥ ଚର୍ଚ୍ଚି, ଡିଇଓ ରାଜେଶ ପାତ୍ର ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ…

