ରୋହିତ ଶର୍ମାଙ୍କ ଧମକା, ଏପରି କମାଲ କରି ସୃଷ୍ଟି କଲେ ଆତଙ୍କ, ପଛରେ ପଡିଲେ କୋହଲିଙ୍କ ସମେତ ଅନେକ ଖେଳାଳି

Published: Feb 4, 2024, 12:11 pm IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ପ୍ରଥମ ଇନିଂସରେ ମାତ୍ର ୧୪ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୩ ରନ୍ ସ୍କୋର କରିପାରିଛନ୍ତି। ରୋହିତ ବଡ଼ ସ୍କୋର କରିପାରିନଥିଲେ ମଧ୍ୟ ମ୍ୟାଚ୍ ସମୟରେ ସେ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ହାସଲ କରିବାରେ ସଫଳ ହୋଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ରୋହିତ ବର୍ତ୍ତମାନ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ରୋହିତ WTC ରେ ୨୨୪୨ ରନ୍ ସ୍କୋର କରିଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ପଛରେ ବିରାଟ କୋହଲି ଅଛନ୍ତି ଯିଏ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳୁ ନାହାଁନ୍ତି। କୋହଲି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ମୋଟ ୨୨୩୫ ରନ୍ ସଂଗ୍ରହ କରିଛନ୍ତି।

ଉଲ୍ଲେଖଥାଉ କି, ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ବର୍ତ୍ତମାନ ଜୋ ରୁଟ୍ ଙ୍କ ନାମରେ ଅଛି। ରୁଟ୍ ଏପର୍ଯ୍ୟନ୍ତ ୪୯ ଟି ମ୍ୟାଚ୍ ରେ ମୋଟ ୪୦୨୩ ରନ୍ ସଂଗ୍ରହ କରିଛନ୍ତି। ଏହା ପରେ ମାର୍ନସ୍ ଲାବୁସାଗ୍ନେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଯିଏ ଏପର୍ଯ୍ୟନ୍ତ ୪୩ ଟି ମ୍ୟାଚ୍ ରେ ୩୮୦୫ ରନ୍ ସ୍କୋର କରିଛନ୍ତି। ଷ୍ଟିଭ୍ ସ୍ମିଥ୍ ୩୪୩୫ ରନ୍ ସଂଗ୍ରହ କରିଥିବାବେଳେ ବେନ୍ ଷ୍ଟୋକ୍ସ ୨୮୩୩ ରନ୍ ସ୍କୋର କରିଛନ୍ତି। ପାକିସ୍ତାନର ବାବର ଆଜମ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ମୋଟ ୨୬୬୧ ରନ ସ୍କୋର କରିବାରେ ସଫଳ ହୋଇଛନ୍ତି।

Related posts