Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଉଦଘାଟିତ: ସମ୍ବର୍ଦ୍ଧିତ ହେଲେ ବାଣପୁର ମଣ୍ଡଳର ସମସ୍ତ କବି ଓ ଲେଖକ
ଆଞ୍ଚଳିକ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଉଦଘାଟିତ: ସମ୍ବର୍ଦ୍ଧିତ ହେଲେ ବାଣପୁର ମଣ୍ଡଳର ସମସ୍ତ କବି ଓ ଲେଖକ

February 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଆମ ଓଡ଼ିଶା ର ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିବା ପ୍ରାଚୀନ ଭାଷା ମଧ୍ୟରୁ ଅନ୍ୟତମ। ଆମ ପ୍ରିୟ ମାତୃଭାଷା ଓଡ଼ିଆ ଭାଷାର “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ” ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଅକ୍ଷର ଧାମଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆନନ୍ଦ ଉଲ୍ଲାସର ସହିତ ଉଦ୍‌ଘାଟିତ ହୋଇଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ତଥା ବାଣପୁର ମଣ୍ଡଳର ଓଡ଼ିଆ ଭାଷା ସାହିତ୍ୟର ସମସ୍ଥ କବି, ଗାଳ୍ପିକ, ଗୀତିକାର, ନାଟ୍ୟକାର, ସ୍ତମ୍ବକାର, ପ୍ରାବନ୍ଧିକ, ଗବେଷକଙ୍କୁ ବାଣପୁର ମଣ୍ଡଳ ସଭାଗୃହରେ ସମ୍ବର୍ଦ୍ଧିତ କରାଯାଇଛି।

ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶୀତଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହର ପ୍ରାରମ୍ଭରେ ପ୍ରଥମେ ଉତ୍କଳର ଜାତୀୟ ସଂଗୀତ “ବନ୍ଦେ ଉତ୍କଳଜନନୀ “ସାମୁହିକ ଭାବେ ଗାନକରାଯାଇଥିଲା। ପରେ ଶ୍ରୀମତୀ ଅଗ୍ରୱାଲ ସମାରୋହର ଉଦ୍ଦେଶ୍ୟ ସଂପର୍କରେ ଆଲୋପାତ କରି ଆଜିର ଦିବସକୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିବସ ଭାବରେ ବର୍ଣ୍ଣନା କରି ଓଡ଼ିଆସାହିତ୍ୟ ଭଣ୍ଡାର କୁ ରୁଦ୍ଧିମନ୍ତ କରିଥିବା ବାଣପୁର ମାଟିର ସେହି ସାରସ୍ଵତ ପ୍ରତିଭାଧରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ବାଣପୁର ମାଟିରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ନିମନ୍ତେ ବ୍ୟକ୍ତିଗତ ଭାବେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଘୋଷଣା କରି ସମସ୍ଥ ସାହିତ୍ୟକ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ “ଭାଷା ହିଁ ଭବିଷ୍ୟତ” ଉପରେ ଆଲୋଚନା କରାଯାଇ ଏ ମାଟିରେ ଜନ୍ମ ଗ୍ରହଣ କରିଥିବା ପ୍ରାଚୀନକାବ୍ୟ “ସର୍ବାଙ୍ଗ ସୁନ୍ଦରୀ'”ର ପ୍ରଖ୍ୟାତ କବି ପାତ୍ରଲୋକନାଥ ବିଦ୍ୟାଧର, କବି ରଘୁନାଥ ହରିଚନ୍ଦନ,କବିଗୌରଚନ୍ଦ୍ର ମାନସିଂହ, ଦାଶରଥି କବିଚ଼ନ୍ଦ୍ରଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶାର କବି ଗୋଦାବରୀଶ ମିଶ୍ର, ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର ପର୍ଶୁରାମହରିଚନ୍ଦନଙ୍କ ସମେତ ଅନେକ ସାରସ୍ଵତ ପ୍ରତିଭାଧରଙ୍କ କାଳଜୟୀ ସୃଷ୍ଟି ଓଡ଼ିଆ ଭାଷା ସାହିତ୍ୟକୁ ଚ଼ିର ଉଜ୍ବଳ କରୁଥିବ ବୋଲି ବର୍ଣ୍ଣନା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ସାଧୁ ପ୍ରୟାସ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଏହି ଅବସରରେ କବି ଶିବମିଶ୍ର, ସଂଗ୍ରାମ କେଶରୀ ସାହୁ, ଆନନ୍ଦ ଚନ୍ଦ୍ର ସେନାପତି, ରଂକନାଥ ସେଠୀ ରମେଶ ମହାପାତ୍ର ଓ ମପ୍ରକାଶ ଅଗ୍ରୱାଲ, ଡ଼ା ସୁରେନ୍ଦ୍ର ଦାସ, ଶେଷ ଦେବ ମହାରଣା, ଲକ୍ଷ୍ମୀପ୍ରସାଦ ମିଶ୍ର, ସର୍ବେଶ୍ଵର ଷଡ଼ଙ୍ଗୀ, ଦେବାଶିଷ ପଟ୍ଟନାୟକ, କବୟତ୍ରୀ ଶ୍ରୀମତୀ କୃଷ୍ଣା ମିଶ୍ର, ସ୍ତମ୍ବକାର ନୃସିଂହ ପ୍ରସାଦ ମିଶ୍ର, ପ୍ରଦୋଷ କୁମାର ଦାସ, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ମହେଶ୍ୱର ଜେନା, ଗାଳ୍ପିକ ରାମଚ଼ନ୍ଦ୍ର ସେଠୀ, ରାଜେନ୍ଦ୍ର ପ୍ରସାଦ ରଥ ଓ ଗୀତିକାର ସୁରେଶ ଚନ୍ଦ୍ର ବିଗ୍ରହଙ୍କୁ ଉପଢ଼ୌକନ ଓ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ଚ଼ିଲିକା ସାହିତ୍ୟ ସମାଜ ତରଫରୁ ଯୁବଲେଖକମାନଙ୍କୁ ଉତ୍ସାହିତ କରିବାକୁବାଣପୁରରେ ଏକ ପୁସ୍ତକମେଳାର ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା।

ନବୀନ ପଟ୍ଟନାୟକ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026
Latest News

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.