ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି “ଆମ ସଂକଳ୍ପ ବିକଶିତ ଭାରତ” ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ର ଉନ୍ମୋଚନ କରିଛନ୍ତି। କ୍ୟାଲେଣ୍ଡର ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଲୋକାଭିମୁଖୀ ନୀତିର ରୂପରେଖ ଏବଂ ଯୋଜନା ଓ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ମାଧ୍ୟମରେ ଭାରତର ଜନସାଧାରଣଙ୍କ ଜୀବନରେ ଆସିଥିବା ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ପରିବର୍ତ୍ତନକୁ ଦର୍ଶାଯାଇଛି। ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ସରକାରଙ୍କ ଅନେକ ଉପଲବ୍ଧି, ଯାହା ସହ ଜଡ଼ିତ କ୍ୟାଲେଣ୍ଡରର ଚିତ୍ର ଓ ପୃଷ୍ଠାଗୁଡ଼ିକୁ ମନେ ପକାଇଥିଲେ। ମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ହେବା ଦିଗରେ ଭାରତ ବହୁତ ଅଗ୍ରଗତି କରିଛି। ମୋବାଇଲ ଫୋନ୍ ର ଦ୍ବିତୀୟ ବୃହତ୍ତମ ଆମଦାନୀକାରୀ ଦେଶ ଆଜି ଦ୍ବିତୀୟ ବୃହତ୍ତମ ଉତ୍ପାଦନକାରୀ ଦେଶ। ଯେଉଁ ଦେଶ ଟିକା ଆମଦାନୀ କରୁଥିଲା ସେହି ଦେଶ ଏବେ ଟିକା ମୈତ୍ରୀ ଅଧୀନରେ ସମଗ୍ର ବିଶ୍ୱକୁ ଟିକା ବଣ୍ଟନ କରୁଛି।…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ଧରି ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି – ଗତ ଦୁଇ ଦିନ ଧରି ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀରେ ଯୋଗ ଦେଇଛି। ଆମେ ବିଭିନ୍ନ ନୀତି ସମ୍ବନ୍ଧୀୟ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଥିଲୁ ଏବଂ ଉତ୍ତମ ସେବା ପ୍ରଦାନ ସୁନିଶ୍ଚିତ କରିବା ସହିତ ସମସ୍ତ ନାଗରିକଙ୍କ ପାଇଁ ସୁଶାସନ ସୁନିଶ୍ଚିତ କରିବା ର ଉପାୟ ଉପରେ ମଧ୍ୟ ଆଲୋଚନା କରିଥିଲୁ।
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ନୂଆଦିଲ୍ଲୀଠାରେ ଭାରତ ସରକାର, ଆସାମ ସରକାର ଏବଂ ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ (ଉଲ୍ଫା)ର ପ୍ରତିନିଧିଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ବିଦ୍ରୋହମୁକ୍ତ ଉତ୍ତର-ପୂର୍ବାଞ୍ଚଳ ଏବଂ ଆସାମର ଚିରସ୍ଥାୟୀ ଶାନ୍ତି, ସମୃଦ୍ଧି ଏବଂ ସର୍ବାଙ୍ଗୀନ ବିକାଶ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏହି ବୁଝାମଣା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ଏବଂ ଗୃହ ମନ୍ତ୍ରଣାଳୟ ଏବଂ ଆସାମ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଅମିତ ଶାହା କହିଥିଲେ ଯେ, ଦୀର୍ଘ ଦିନ ଧରି ହିଂସାର ଶିକାର ହେଉଥିବା ଉତ୍ତର-ପୂର୍ବ ଏବଂ ଆସାମରେ ଶାନ୍ତି ପ୍ରତିଷ୍ଠା ହେବାକୁ ଯାଉଥିବା ଆସାମ ପାଇଁ ଆଜି ଏକ…
ଭୁବନେଶ୍ୱର: ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନର ବହୁଳ ବ୍ୟବହାର ଆଜି ସାରା ବିଶ୍ୱରେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏହାର ବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶେଷ ସଚତେନତା କାର୍ଯ୍ୟକ୍ରମ – “ପ୍ଲାଷ୍ଟିକ୍ ମୁକ୍ତ ପିକନିକ”। ଏହା ଅଧୀନରେ ରାଜ୍ୟର ପ୍ରମୁଖ ପିକନିକ ସ୍ଥାନଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଓ ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଏବେ ପିକ୍ନିକ୍ ଋତୁ ଆରମ୍ଭ ହୋଇଯାଇଛି। ବଣ ଭୋଜି କରିବା ପାଇଁ ରାଜ୍ୟର ବିଭିନ୍ନ ପିକ୍ନିକ୍ ସ୍ପଟ୍ରେ ଭିଡ଼ ଜମୁଛି । ଭୋଜି ପରେ ପିକ୍ନିକ୍ ସ୍ପଟରେ ଏଣେତେଣେ ପ୍ଲାଷ୍ଟିକ୍ ପ୍ଲେଟ୍, ବାଉଲ୍, ଗ୍ଲାସ୍, ଚାମଚ, ସ୍ନାକ୍ସ ଜରି, ସୋଲୋ ଥାଳି ଓ ପଲିଥିନ୍ ପଡ଼ିରହୁଛି। ଏହା ପରିବେଶ ପାଇଁ କ୍ଷତିକାରକ ହୋଇଥିବାରୁ ବଣଭୋଜି ବେଳେ ପରିବେଶ-ଅନୁକୂଳ ସାମଗ୍ରୀ ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି। “ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ…
ନୂଆଦିଲ୍ଲୀ: ବାର୍ଦ୍ଧକ୍ୟ ଭତ୍ତାର ଯୋଗ୍ୟତା ବୟସ ୬୦ ବର୍ଷରୁ ୫୦ ବର୍ଷକୁ ହ୍ରାସ କରିବାକୁ ଏବଂ ରାଜ୍ୟରେ କାର୍ଯ୍ୟାଳୟ ସ୍ଥାପନ କରୁଥିବା କମ୍ପାନୀଗୁଡିକରେ ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରୀ ସଂରକ୍ଷଣ କରିବାକୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ସରକାରଙ୍କ ଚତୁର୍ଥ ବାର୍ଷିକୀରେ ସୋରେନ୍ ଏହି ଘୋଷଣା କରିଛନ୍ତି। ଏହା ସହିତ ସେ ଯୁବକମାନଙ୍କୁ ମାଗଣା କୋଚିଂ ଦେବାକୁ ଘୋଷଣା କରିବା ସହ କେନ୍ଦ୍ରକୁ ଅଭିହିତ କରି କହିଛନ୍ତି ଯେ, ଅନ୍ୟ ରାଜ୍ୟଗୁଡିକ ୧ ଲକ୍ଷ ଛତିଶ ହଜାର କୋଟି ଟଙ୍କା ପାଉଛନ୍ତି, କିନ୍ତୁ ଆମେ ଟଙ୍କା ପାଇ ନାହୁଁ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟା ଗସ୍ତ କରିଛନ୍ତି। ଆଜି ସେ ବିମାନବନ୍ଦର ଏବଂ ରେଳ ଷ୍ଟେସନର ଉଦଘାଟନ କରିବା ସହ କୋଟି କୋଟି ଟଙ୍କା ଉପହାର ଦେବେ। ଏହି ଅବସରରେ ରାମନଗରୀ ତ୍ରେତୟା ଯୁଗ ପରି ସଜାଯାଇଛି। ଏହି ସମୟରେ ବାବ୍ରି ମସଜିଦର ସମର୍ଥକ ଇକବାଲ ଅଂସାରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏଠାକୁ ଆସିବା ଏକ ସୌଭାଗ୍ୟ। ଆମେ ସେମାନଙ୍କୁ ଫୁଲ ଦ୍ଵାରା ସ୍ୱାଗତ କରିବୁ। ଇକବାଲ ଅଂସାରୀ କହିଛନ୍ତି ଯେ, ଅଯୋଧ୍ୟାର ସୌଭାଗ୍ୟ ଯେ ପ୍ରଧାନମନ୍ତ୍ରୀ ଏଠାକୁ ଆସୁଛନ୍ତି ଏବଂ ଅଯୋଧ୍ୟାରେ ବିମାନବନ୍ଦର, ରେଳ ଷ୍ଟେସନ, ରାସ୍ତା ଏବଂ ସେତୁ ନିର୍ମାଣ ହେଇଛି। ସେ ଅନେକ ପ୍ରକାରର ଉପହାର ଦେବାକୁ ଯାଉଛନ୍ତି। ଅଯୋଧ୍ୟା ବିକାଶ କରୁଛି। ଆଜି ଅଯୋଧ୍ୟା ସୌନ୍ଦର୍ଯ୍ୟ ସମସ୍ତଙ୍କ ସାମ୍ନାରେ ଅଛି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅଯୋଧ୍ୟାରେ ବିରାଜମାନ, ଅଯୋଧ୍ୟା ଲୋକଙ୍କ ଭାଗ୍ୟ ହିଁ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେଉଛି ଭବ୍ୟ ରାମ ମନ୍ଦିର। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ମନ୍ଦିର ନିର୍ମାଣର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ଉଦ୍ଘାଟନ କରିବେ। ଏହା ପୂର୍ବରୁ ସେ ଆଜି ଅଯୋଧ୍ୟାରେ ପହଞ୍ଚି ଅନେକ ପ୍ରକଳ୍ପକୁ ଲୋକାର୍ପଣ କରୁଛନ୍ତି। ଅଯୋଧ୍ୟାରେ ନବନିର୍ମିତ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ଅଯୋଧ୍ୟା ଧାମ ରେଳ ଷ୍ଟେସନର ମଧ୍ୟ ଉଦ୍ଘାଟନ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ୪ଟି ନବନିର୍ମିତ ସଡ଼କର ଉଦ୍ଘାଟନ କରିବେ। ଅଯୋଧ୍ୟାରୁ ଗୋଟିଏ ଅମୃତ ଭାରତ ଏକ୍ସପ୍ରେସ୍ ଓ ଗୋଟିଏ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବ। ଅଯୋଧ୍ୟାକୁ ବିମାନ ଯୋଗାଯୋଗ ସହିତ ରେଳ ଓ ସଡ଼କ ସଂଯୋଗ ସହିତ ଯୋଡ଼ିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ଭଗବାନ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ସଫଳତା ପାଇବା ପାଇଁ ସବୁ ରାଜନୈତିକ ଦଳ ନିଜ ନିଜ ଏଜେଣ୍ଡାରେ କାମ କରୁଛନ୍ତି। ସେପଟେ ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏହାକୁ ଭବ୍ୟ ଓ ଦିବ୍ୟ କରିବା ପାଇଁ ସବୁ ସ୍ତରରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଟ୍ରଷ୍ଟ ତରଫରୁ ସମସ୍ତ ଲୋକଙ୍କୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମଧ୍ୟ ପଠାଯାଉଛି। ଏସବୁ ଭିତରେ ଡିସେମ୍ବର ୩୦ତାରିଖରେ ଅଯୋଧ୍ୟାରେ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍ଘାଟିତ ହେବାକୁ ଯାଉଛି। ଉଭୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ। ଅପରପକ୍ଷରେ ଲୋକସଭା ନିର୍ବାଚନ ପୂର୍ବରୁ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ନିର୍ମାଣ କାର୍ଯ୍ୟର ପ୍ରଭାବ ୨୦୨୪ ଫଳାଫଳ ଉପରେ କ’ଣ ପଡ଼ିବ। ଆଗାମୀ ନିର୍ବାଚନରେ ବିଜେପି ଏହାର ଫାଇଦା ପାଇବ କି ନାହିଁ, ସେ ନେଇ ଏକ ରାଜନୈତିକ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ କେନ୍ଦ୍ର କରି ଅନୁଷ୍ଠିତ ଜାତୀୟ ପଦାଧିକାରୀ ବୈଠକରେ ବିଜେପି ୫୦ ପ୍ରତିଶତ ଭୋଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ୧୯୮୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ୪୬.୮୬ ପ୍ରତିଶତ ଭୋଟ ମିଳିଥିଲା। ସେତେବେଳେ ଦଳ ୪୧୪ଟି ଆସନରେ ବିଜୟୀ ହୋଇଥିଲା। ପ୍ରଥମ ପ୍ରଶ୍ନ ହେଉଛି, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଜିତିବ କି? ତା’ପରେ ହିଁ ପ୍ରଶ୍ନ ଉଠୁଛି, ସେ ପ୍ରକୃତରେ ବିଜୟର ରେକର୍ଡ କରିବେ କି? ବିଜେପି ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ପ୍ରଶ୍ନ ଉଠୁଛି। ଅତୀତର ଅନୁଭୂତିରୁ ଶିକ୍ଷା ଗତ ଲୋକସଭା ନିର୍ବାଚନରେ ବିଜେପି ୩୭.୭ ପ୍ରତିଶତ ଭୋଟ ପାଇ ୩୦୩ଟି ଆସନରେ ବିଜୟୀ ହୋଇଥିଲା। ଅଧିକାଂଶ ବିଶ୍ଳେଷକ ବିଶ୍ୱାସ କରୁନଥିଲେ ଯେ ବିଜେପି ୨୦୧୪ ତୁଳନାରେ ଭଲ ପ୍ରଦର୍ଶନ କରିବ। ଏପରିକି ୨୦୧୪ରେ ମଧ୍ୟ ଲୋକସଭାରେ ବିଜେପି ବହୁମତ ପାଇବ ବୋଲି ବିଶ୍ୱାସ କରୁଥିବା ବହୁତ କମ୍…
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ଶଶି ଥରୁର ଶେଷ ଥର ପାଇଁ ୨୦୨୪ରେ ନିର୍ବାଚନ ଲଢ଼ିବେ। ସେମାନେ ଲଗାତାର ଏହା ଦର୍ଶାଉଛନ୍ତି। ଗୁରୁବାର ଦିନ ସେ କେରଳର ଥିରୁବନନ୍ତପୁରମରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏବେ ସେ ଯୁବବର୍ଗଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବାକୁ ଚାହୁଁଛନ୍ତି। କଂଗ୍ରେସ ଦଳର ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ ଏହା କହିଛନ୍ତି। ୬୭ ବର୍ଷୀୟ ଶଶି ଥରୁର ଲଗାତାର ତିନିଥର ତିରୁବନନ୍ତପୁରମରୁ ସାଂସଦ ଅଛନ୍ତି। ଥରୁର କହୁଛନ୍ତି, ‘ଏବେ କହିବାକୁ ପଡ଼ିବ’ ତେବେ ଥରୁର ଆହୁରି ମଧ୍ୟ କହିଛନ୍ତି ଯେ ରାଜନୀତିରେ ନିଶ୍ଚିତଭାବେ କିଛି କୁହାଯାଇପାରିବ ନାହିଁ, କିନ୍ତୁ ଏକ ସମୟରେ ଏହାକୁ ‘ବର୍ତ୍ତମାନ ଯଥେଷ୍ଟ’ ବୋଲି କହିବାକୁ ପଡ଼ିବ। ମୁଁ ଭାବୁଛି, ଏବେ ଯୁବପିଢ଼ିଙ୍କ ପାଇଁ ସ୍ଥାନ ତିଆରି କରିବାର ସମୟ ଆସିଛି। ଏବଂ ଏହା ହେଉଛି ମୋର ଚିନ୍ତାଧାରା। ରାଜନୀତିରେ ଆଉ ଏକ ସ୍ଲୋଗାନ ହେଉଛି ‘କେବେ…
ଭୁବନେଶ୍ୱର: ରିଲାଏନ୍ସ ନିଜର ଅବିରତ ବିକାଶର ଧାରା ଜାରି ରଖି ଆଗକୁ ବଢିବା ସହିତ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟବସାୟ ସମୂହ ମଧ୍ୟରେ ସ୍ଥାନିତ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧକ୍ଷ ମୁକେଶ ଅମ୍ବାନୀ ପ୍ରକାଶ କରିଛନ୍ତି। ରିଲାଏନ୍ସର ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନିଙ୍କ ଜନ୍ମତିଥିରେ ପାଳନ କରାଯାଉଥିବା ରିଲାଏନ୍ସ ପରିବାର ଦିବସ ଅବସରରେ କର୍ମଚାରୀଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି। ରିଲାଏନ୍ସ ଏବେ ଡିଜିଟାଲ ଡାଟା ପ୍ଲାଟଫର୍ମ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଆପଣାଇବାରେ ବିଶ୍ୱର ଅଗ୍ରଣୀ ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ ହେବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଡିଜିଟାଲ ପ୍ଲାଟଫର୍ମ ଯୁଗରେ ଡାଟା ଏବେ ପ୍ରତିଭା ଓ ଅର୍ଥ ସହିତ ଉତ୍ପାଦନର ନୂଆ ମାଧ୍ୟମ ହୋଇଛି । ଏଥି ନିମନ୍ତେ ଡାଟା ବ୍ୟବହାର ରେ ଆମେ ସର୍ବଦା ଅଗ୍ରଣୀ ରହିବା ସହିତ ଏଆଇ ବଳରେ ଉତ୍ପାଦକତା ଓ ଦକ୍ଷତାରେ ଅନେକ ଗୁଣ ଉନ୍ନତି ହାସଲ କରିପାରିବା ବୋଲି…
ଭୁବନେଶ୍ଵର: ଓଡିଆ ସମ୍ବାଦପତ୍ର ଭଞ୍ଜଦୂତର ଗତକାଲି ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଯୋଜକ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି। ପ୍ରଯୋଜକ ଶ୍ରୀ ଜେଠୀଙ୍କୁ ଭଞ୍ଜଦୂତ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ଜେଠୀଙ୍କୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସମ୍ମାନିତ କରିଛନ୍ତି।
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବାତାବରଣ ସୃଷ୍ଟି ହୋଇସାରିଛି। ଆସନ ବୁଝାମଣା ପ୍ରସଙ୍ଗରେ ସମାଧାନ ତ ଦୂରର କଥା ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟ ଆଲୋଚନା ଆରମ୍ଭ କରିନାହିଁ । ଅନ୍ୟପକ୍ଷରେ ବିଜେପି ‘ଫିର୍ ଆଏଗା ମୋଦୀ’ର ସ୍ଲୋଗାନ୍ ଦେଇସାରିଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ଏକ ପ୍ରଚାର ଗୀତ ଲଞ୍ଚ କରିଛି, ଯେଉଁଥିରେ ମୋଦି ସରକାରଙ୍କ ସଫଳତା ବିଷୟରେ ଉଲ୍ଲେଖ କରାଯାଇଛି । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା କରାଯିବ । ଏହା ପୂର୍ବରୁ ମଧ୍ୟ ସାରାଦେଶରେ ରାମ ମନ୍ଦିରକୁ ନେଇ ଭିନ୍ନ ଉତ୍ସାହ ଦେଖିବାକୁ ମିଳୁଛି ଏବଂ ବିଜେପି ଏହାର ଫାଇଦା ଉଠାଇବା ପାଇଁ କୌଣସି ସୁଯୋଗ ଛାଡ଼ୁନାହିଁ । ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛନ୍ତି । ଲକ୍ଷ୍ୟ ବଡ଼ କାରଣ କେବଳ ପଣ୍ଡିତ ଜବାହରଲାଲ ନେହେରୁ ହିଁ ଏପର୍ଯ୍ୟନ୍ତ…
ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ସାମ୍ ପିତ୍ରୋଦା ଦେଇଥିବା ବୟାନ ଏବେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ପିତ୍ରୋଦାଙ୍କ ବୟାନକୁ ନେଇ ଭାରତୀୟ ଜନତା ପାର୍ଟି ଲଗାତାର କଂଗ୍ରେସ ଉପରେ ବର୍ଷିଛି। ହିନ୍ଦୁ ଭୋଟ ହାତରୁ ଖସିଯିବା ଭୟରେ ଏବେ କଂଗ୍ରେସ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛି। ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ଏହା କୌଣସି ଦଳୀୟ ବିବୃତି ନୁହେଁ। ସାମ୍ ପିତ୍ରୋଦା କହିଥିଲେ ଯେ ରାମ ମନ୍ଦିର ପ୍ରକୃତ ପ୍ରସଙ୍ଗ ନୁହେଁ, ବେକାରୀ ହେଉଛି ପ୍ରକୃତ ପ୍ରସଙ୍ଗ। ପିତ୍ରୋଦାଙ୍କ ବୟାନଠାରୁ ନିଜକୁ ଦୂରେଇ ରଖିଲା କଂଗ୍ରେସ ରାମ ମନ୍ଦିରକୁ ନେଇ ପିତ୍ରୋଦା ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖି ଜୟରାମ ରମେଶ କହିଛନ୍ତି ଯେ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ଦଳର ସଭାପତି ମଲ୍ଲିକାର୍ଜୁନ…
ନୂଆଦିଲ୍ଲୀ: ରାଜୀବ ରଞ୍ଜନ ଓରଫ ଲଲନ ସିଂହଙ୍କ ସହ ଆଜି ଯାହା ଘଟିଛି ତାହା ଅପ୍ରତ୍ୟାଶିତ ନୁହେଁ। ସେହିପରି ସମତାରୁ ଜନତା ଦଳର ଆଧାର ପାଲଟିଥିବା ଆରସିପି ସିଂହ, ଶରଦ ଯାଦବ କିମ୍ବା ଜର୍ଜ ଫର୍ଣ୍ଣାଣ୍ଡିଜଙ୍କୁ ମଧ୍ୟ ସଭାପତି ପଦରୁ ବିଦାୟ ଦିଆଯାଇଥିଲା। ନୀତୀଶ କୁମାର ଯେଉଁ ପୁରୁଣା ମାର୍ଗ ଆପଣାଇ ଆସୁଛନ୍ତି ସେହି ପୁରୁଣା ମାର୍ଗରୁ ଆଜି ଲଲନ ସିଂହଙ୍କ ବିଦାୟ ମଧ୍ୟ ଘଟିଛି। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଯଦି ନୀତୀଶ କୁମାରଙ୍କ ପୂର୍ବ ନିଷ୍ପତ୍ତି ଉପରେ ବିସ୍ତୃତଭାବେ ନଜର ପକାଯାଏ, ତେବେ ତାଙ୍କ ନିଷ୍ପତ୍ତି ମଧ୍ୟ ସମାନ ବୋଲି ଜଣାପଡ଼ିଛି। ଯେତେବେଳେ ନୀତୀଶ କୁମାର କିଛି ଜିନିଷ ବିଷୟରେ ଜାଣିଥାନ୍ତି କିମ୍ବା ସେ ଅନୁଭବ କରନ୍ତି ଯେ କ୍ଷମତା ନିଜ ହାତରୁ ଖସିଯିବ, ସେତେବେଳେ ଏପରି କିଛି ନିଷ୍ପତ୍ତି ନେଇଥାନ୍ତି। ତାଙ୍କର ଏହି ନିଷ୍ପତ୍ତି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ କରିପାରେ। ତାଙ୍କ ପୂର୍ବ ଟ୍ରାକ୍ ରେକର୍ଡ ମଧ୍ୟ…
ନୂଆଦିଲ୍ଲୀ: ଅଯୋଧ୍ୟାରେ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶେଷରେ କଂଗ୍ରେସ ଦଳ ଓ ଇଣ୍ଡି ମେଣ୍ଟର ସହଯୋଗୀ ଦଳ ସୋନିଆ ଗାନ୍ଧୀଙ୍କୁ ସବୁଜ ସଙ୍କେତ ଦେଇଛନ୍ତି। ପ୍ରକାଶ ଯେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତରଫରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜାନୁଆରୀ ୨୨ ତାରିଖରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା, ଯାହାକୁ ନେଇ ଏକ ବଡ଼ ଦ୍ୱନ୍ଦ୍ୱର ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାକୁ ନେଇ ନୂଆ ଇଣ୍ଡି ମେଣ୍ଟରେ ଗଭୀର ବିଚାର ବିମର୍ଶ ହୋଇଥିଲା। ସବୁ ଦିଗ ଉପରେ ଆଲୋଚନା କରିବା ପରେ ସୋନିଆ ଗାନ୍ଧି ଅଯୋଧ୍ୟା ଯିବାକୁ ନିଷ୍ପତ୍ତି ହୋଇଛି। ଏହି ବିଚାରବିମର୍ଶ ବୈଠକରେ ମୁସଲିମ ଲିଗ୍ ମଧ୍ୟ ସାମିଲ ହୋଇଥିଲା ଏବଂ ଆଗାମୀ ନିର୍ବାଚନ ଉପରେ ସମ୍ଭାବ୍ୟ ପ୍ରଭାବ ବିଷୟରେ ବିଭିନ୍ନ ଆକଳନ କରାଯାଇଥିଲା। ସୋନିଆଙ୍କ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦, ୨୦୨୩ରେ ଉତ୍ତର ପ୍ରଦେଶର ଅଯୋଧ୍ୟା ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ପ୍ରଧାନମନ୍ତ୍ରୀ ପୁନଃବିକଶିତ ଅଯୋଧ୍ୟା ରେଳ ଷ୍ଟେସନକୁ ଉଦଘାଟନ କରିବା ସହ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେ ଅନ୍ୟାନ୍ୟ ଅନେକ ରେଳ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରଧାନମନ୍ତ୍ରୀ ନବନିର୍ମିତ ଅଯୋଧ୍ୟା ବିମାନବନ୍ଦରର ଉଦଘାଟନ କରିବେ। ଅପରାହ୍ନ ପ୍ରାୟ ୧ଟା ରେ ପ୍ରଧାନମନ୍ତ୍ରୀ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ ଯେଉଁଠାରେ ସେ ରାଜ୍ୟରେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ। ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହିତ…
ନୂଆଦିଲ୍ଲୀ: ଅନ୍ତ୍ୟୋଦୟ ଦର୍ଶନ ଅନୁରୂପ ଶେଷ ମାଇଲ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ଆୟୋଜିତ ହେଉଥିବା ସ୍ୱାସ୍ଥ୍ୟ ଶିବିରରେ ୨ କୋଟିରୁ ଅଧିକ ଲୋକଙ୍କ ସମାଗମ ହୋଇଛି। ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ବର୍ତ୍ତମାନ ସୁଦ୍ଧା ୧,୦୮,୫୦୦ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ସମୁଦାୟ ଜନସଂଖ୍ୟା ୨,୧୦,୨୪,୮୭୪ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଶିବିରରେ ନିମ୍ନଲିଖିତ କାର୍ଯ୍ୟକଳାପ କରାଯାଉଛି: ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ): ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ଏମଓଏଚଏଫଡବ୍ଲୁର ପ୍ରମୁଖ ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଉଛି। ଚତୁର୍ଥ ଦିନ ଶେଷ ସୁଦ୍ଧା ୩୨,୫୪,୬୧୧ରୁ ଅଧିକ କାର୍ଡ ବଣ୍ଟନ କରାଯାଇଥିଲା। ଏନଏଚଏରୁ ମିଳିଥିବା ତଥ୍ୟ ଅନୁଯାୟୀ, ଯେଉଁ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ସେଠାରେ ବର୍ତ୍ତମାନ ସୁଦ୍ଧା ୧,୪୪,୮୦,୪୯୮ କାର୍ଡ ସୃଷ୍ଟି ହୋଇଛି। ଯକ୍ଷ୍ମା (ଟିବି): ଯକ୍ଷ୍ମା ରୋଗୀଙ୍କ ସ୍କ୍ରିନିଂ ଲକ୍ଷଣ ଗୁଡ଼ିକର…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ସବୁ ବର୍ଗର କର୍ମଚାରୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ନିମନ୍ତେ ତୁରନ୍ତ ସ୍ବାସ୍ଥ୍ୟବୀମା ଲାଗୁ କରିବା ପାଇଁ ଶୁକ୍ରବାର ଦିନ ୯ ତାଲା ପରିସରରେ ବିଭିନ୍ନ ସଂଘର ନେତୃମଣ୍ଡଳୀଙ୍କ ସମାବେଶରେ ଦୃଢ ଦାବି କରାଯାଇଛି। ଓଡିଶାର ଅନ୍ୟତମ କର୍ମଚାରୀ ନେତା ତଥା ପୁରୁଣା ପେନସନ ଆନ୍ଦୋଳନର ସଭାପତି ବିଜୟ ମଲ୍ଲ, ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, କର୍ମଚାରୀ ନେତା ପ୍ରଭାତ ମହାନ୍ତି, ସୁଧାଂଶୁ ପାତ୍ରରଶ୍ମି ରଞ୍ଜନ ପାଢ଼ୀ, ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ସଭାପତି ପ୍ରଦୀପ ପ୍ରଧାନ, ଚତୁର୍ଥ ଶ୍ରେଣୀ କର୍ମଚାରୀ ନେତା ଗଙ୍ଗାଧର ସ୍ବାଇଁ, ଶିକ୍ଷକନେତା ରାଜେନ୍ଦ୍ର ମଲ୍ଲିକ, ସୁନୀଲ ପ୍ରଧାନ ପ୍ରମୁଖ ତୁରନ୍ତ କ୍ୟାସଲେସ୍ ସ୍ବାସ୍ଥ୍ୟବୀମା ପ୍ରଚଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି। ପ୍ରକାଶ ଥାଉକି ରାଜ୍ୟରେ କାମ କରୁଥିବା କର୍ମଚାରୀ ମାନେ ଦୂରାରୋଗ୍ୟର ଶୀକାର ହୋଇ ଅର୍ଥାଭାବରୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ଇଣ୍ଡି ମେଣ୍ଟକୁ ବଡ଼ ଝଟକା ଦେଇଛନ୍ତି। ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ୨୦୨୪ରେ ଟିଏମସି ପଶ୍ଚିମବଙ୍ଗରେ କୌଣସି ଦଳ ସହ ନିର୍ବାଚନୀ ଚୁକ୍ତି କରିବ ନାହିଁ। ସେ କହିଛନ୍ତି ଯେ ଇଣ୍ଡି ମେଣ୍ଟ ସମଗ୍ର ଦେଶରେ ବିଜେପି ବିରୋଧରେ ଏକାଠି ଲଢ଼ିବ, କିନ୍ତୁ ବଙ୍ଗଳାରେ ଟିଏମସି ଏକାକୀ ବିଜେପି ବିରୋଧରେ ଲଢ଼ିବ। ଏହା କଂଗ୍ରେସ ଓ ବାମପନ୍ଥୀ ଦଳସହ ବୁଝାମଣା କରିବ ନାହିଁ। ମମତା ବାନାର୍ଜୀଙ୍କ ଏଭଳି ଆଭିମୁଖ୍ୟ ଇଣ୍ଡି ମେଣ୍ଟରେ ହଇଚଇ ସୃଷ୍ଟି କରିବା ନିଶ୍ଚିତ। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ଆସନ ବଣ୍ଟନକୁ ନେଇ ଶିବସେନା (ଉଦ୍ଧବ ଗୋଷ୍ଠୀ) ପ୍ରଥମ ପଦକ୍ଷେପ ନେଇଛି। ଶିବସେନା ନେତା ସଞ୍ଜୟ ରାଉତ କଂଗ୍ରେସକୁ କହିଛନ୍ତି ଯେ ସେମାନେ ମହାରାଷ୍ଟ୍ରର ୨୩ଟି ଲୋକସଭା ଆସନରେ ଲଢ଼ିବେ। ପଞ୍ଜାବ ଏବଂ ଦିଲ୍ଲୀରେ ମଧ୍ୟ ସମାନ ଦୃଶ୍ୟ…
ମେଷ- ଆଜିଠାରୁ ଆପଣ ଅଫିସ୍ ଏବଂ ଘରେ ଅଧିକ ଦାୟିତ୍ବ ପାଇପାରିବେ। ଆପଣ ସାମର୍ଥ୍ୟ ଅନୁଯାୟୀ ଏହି କାର୍ୟ୍ୟଗୁଡ଼ିକୁ ସଂପୂର୍ଣ୍ଣ କରନ୍ତୁ। ସମୟ ସହିତ ତୁମର କ୍ୟାରିୟର ସୁଯୋଗ ବୃଦ୍ଧି ପାଇପାରେ ଜ୍ଝ ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଆଜି ଆପଣ ଅଳସୁଆ ହେବେ। କାର୍ୟ୍ୟ ସମୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜି ପୂର୍ବ ପ୍ରସ୍ତୁତ ଯୋଜନାଗୁଡିକ ସଫଳ ହେବ। ବୃଷ- ଆଜି ଆପଣ ଋଣ ରାଶି ଫେରସ୍ତ କରିବେ ବୋଲି ଆଶା କରାଯାଉଛି। ଆଜି ଆପଣ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ ଯାହାଙ୍କ ସହିତ ଆପଣ ପୂର୍ବରୁ ପରିଚିତ। ଘରେ ଏକ ମନୋରମ ପରିବେଶ ରହିବ। ମାନସିକ ଶାନ୍ତି ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଯୁବକମାନେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପାଇବେ। ମିଥୁନ- ଆଜି କୈଣସି କାର୍ଯ୍ୟ ନ ହେବା ପାଇଁ ଆପଣ ଚିନ୍ତିତ ହେବେ। ଆପଣ ଶାନ୍ତ ହେବା ଆବଶ୍ୟକ। ଖରାପ ସମୟ ଶୀଘ୍ର…

