Author: Samikhsya Bureau

ଭୁବନେଶ୍ବର: ଆଜି ବିଜେଡି ପୁଣି ବଡ ପଦକ୍ଷେପ ଗ୍ରହଣ କରିଛି। ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦଙ୍କୁ ଦଳରୁ ନିଲମ୍ବିନ କରାଯାଇଛି। ସେମାନେ ହେଲେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ। ଏ ନେଇ ଦଳ ତରଫରୁ ଉପସଭାପତି ପ୍ରତାପ ଜେନାଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଉଭୟ ଦଳବିରୋେଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହାକୁ ଶିଘ୍ର କାର୍ଯ୍ୟକାରୀ କରାଗଲା ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି।

Read More

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସଦସ୍ୟ ଭାବେ ଓଡିଶାର ତିନିଜଣ ଶପଥ ପାଠ କରିଛନ୍ତି। ସେମାନେ ହେଲେ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଏବଂ ଦିଲ୍ଲୀପ ରାୟ। ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ସି.ପି. ରାଧାକ୍ରିଷ୍ଣନ୍ ଏମାନଙ୍କୁ ଶପଥପାଠ କରାଇଥିଲେ। ଏହି ସଦସ୍ୟଗଣ ଓଡିଆରେ ସେମାନଙ୍କ ଶପଥପାଠ କରିଥିଲେ। ଆଜି ମୋଟ ୧୯ ଜଣ ଶପଥ ଗ୍ରହଣ କରିଥିଲେ। ଆଜି ରାଜ୍ୟସଭା ଅଧ୍ୟକ୍ଷ ବିଭିନ୍ନ ରାଜ୍ୟରୁ ନିର୍ବାଚିତ ହୋଇ ଆସିଥିବା ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ସେଥିରେ ଓଡିଶାରୁ ଚାରିଜଣଙ୍କ ମଧ୍ୟରୁ ଆଜି ତିନିଜଣ ଶପଥ କରିଥିଲେ। ଏଥିସହିତ ଅନ୍ୟ ରାଜ୍ୟର ଯେଉଁମାନେ ଶପଥ କରିଥିଲେ ସେମାନେ ହେଲେ ଶ୍ରୀ ରାମଦାସ ବାନ୍ଦୁ ଆଥୱାଲେ, ଶ୍ରୀମତି ମାୟା ଚିଣ୍ଟମାନ ଇଭନାଟେ, ଶ୍ରୀ ଶରଦଚନ୍ଦ୍ର ପାୱାର, ଶ୍ରୀ ରାମରାଓ ସାଖରାମ ୱାଡକ୍ୟୁଟ୍, ଡକ୍ଟର ଜ୍ୟୋତି ନାଗନାମ୍ ୱାଗମ୍ରେ, , ଶ୍ରୀ ଖ୍ରୀଷ୍ଟୋଫର ମାଣିକମ୍, ଡକ୍ଟର ଅନ୍ବୁମାନି ରାମାଦୋସ୍, ଶ୍ରୀ କନଷ୍ଟାଣ୍ଡାଇନ୍ ରବିନ୍ଦ୍ରନ୍, ଶ୍ରୀ ତିରୁଚି ଶିବ,…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର 23 ଟି ଜିଲ୍ଲା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଉପାଧ୍ୟଙ୍କ ନାମ ଘୋଷଣା କରିଛନ୍ତି। ଏ ନେଇ ଅନୂସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେମାନେ ହେଲେ ମୁଖ୍ୟତଃ ଆଦିବାସୀ ଅଧ୍ୟୁଶିତ ଜିଲ୍ଲାଗୁଡିକରେ ଏମାନେ କାର୍ଯ୍ୟ କରିବେ। ସେଥିପାଇଁ ଏପରି ସ୍ବତନ୍ତ୍ର ପରିଷଦ ଗଠନ କରାଯାଇଛି।

Read More

ରାୟପୁର: ଛତିଶଗଡ଼ ହାଇକୋର୍ଟ ୨୦୦୩ ମସିହାରେ ହୋଇଥିବା ଚମତ୍କାର ଏନସିପି ନେତା ରାମ ଅବତାର ଜଗିଙ୍କ ହତ୍ୟା ମାମଲାରେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଅଜିତ ଯୋଗୀଙ୍କ ପୁଅ ପୂର୍ବତନ ବିଧାୟକ ଅମିତ ଯୋଗିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୁଖ୍ୟ ବିଚାରପତି ରମେଶ ସିହ୍ନା ଏବଂ ବିଚାରପତି ଅରବିନ୍ଦ କୁମାର ବର୍ମାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସିବିଆଇର ଆବେଦନ, ପୀଡିତାଙ୍କ ପୁଅ ସତୀଶ ଜଗିଙ୍କ ଦ୍ୱାରା ଏକ ସଂଶୋଧନ ଆବେଦନ ଏବଂ ଦଣ୍ଡ ବୃଦ୍ଧି ପାଇଁ ଏକ ଆବେଦନର ଶୁଣାଣି କରି ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି। ଜଣେ ବିଶିଷ୍ଟ ବ୍ୟବସାୟୀ ଏବଂ ଏନସିପି ନେତା ରାମ ଅବତାର ଜଗିଙ୍କୁ ୨୦୦୩ ମସିହାରେ ରାୟପୁରରେ ଗୁଳି କରି ହତ୍ୟା କରାଯାଇଥିଲା, ଯେତେବେଳେ ଅଜିତ ଯୋଗି ନବଗଠିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ପ୍ରାରମ୍ଭରେ, ପୋଲିସ ଏହି ମାମଲାକୁ ଡକାୟତି ଭାବରେ ଗ୍ରହଣ କରିଥିଲା ​​ଏବଂ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା।…

Read More

West Asia Conflict: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏୟାର ଇଣ୍ଡିଆ ଇସ୍ରାଏଲକୁ ଏହାର ବିମାନ ସେବା ସ୍ଥଗିତ ରଖିଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ ଏୟାରଲାଇନ୍ସ ନୂଆଦିଲ୍ଲୀ-ତେଲ ଅଭିଭ ରୁଟରେ ମେ 31 ପର୍ଯ୍ୟନ୍ତ ଉଡ଼ାଣ ସ୍ଥଗିତ ରଖିଛି। ଅଧିକାଂଶ ପ୍ରମୁଖ ଏୟାରଲାଇନ୍ସ ତେଲ ଅଭିଭ ରୁଟରେ ସେମାନଙ୍କର କାର୍ଯ୍ୟ ସ୍ଥଗିତ ରଖିଛନ୍ତି, କେବଳ ଇସ୍ରାଏଲୀ ବାହକମାନେ କଠୋର କଟକଣା ମଧ୍ୟରେ କାର୍ଯ୍ୟ କରୁଛନ୍ତି। ବିମାନ ସେବା ସ୍ଥଗିତ ହେବା ଇସ୍ରାଏଲରେ ରହୁଥିବା 40 ହଜାରରୁ ଅଧିକ ଭାରତୀୟଙ୍କ ମଧ୍ୟରେ ବଡ଼ ଚିନ୍ତା ସୃଷ୍ଟି କରିଛି ଯେଉଁମାନେ ବ୍ୟକ୍ତିଗତ କିମ୍ବା ବୃତ୍ତିଗତ କାରଣରୁ କିମ୍ବା ଏହି ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନାରୁ ରକ୍ଷା ପାଇବା ପାଇଁ ଭାରତ ଯାତ୍ରା କରିବାକୁ ଚାହାଁନ୍ତି। ଇସ୍ରାଏଲ ଛାଡିବାକୁ ଚାହୁଁଥିବା ଭାରତୀୟମାନଙ୍କୁ ସ୍ଥଳପଥ ଦେଇ ଦୁଇ ଦେଶରେ ପ୍ରବେଶ କରି ଜୋର୍ଡାନ କିମ୍ବା ମିଶର ଦେଇ ଯିବାକୁ ପଡିବ। ତେଲ ଅଭିଭରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ବିଜେପି ଭାରତୀୟ ରାଜନୀତିରେ ‘ପ୍ରଥମେ ରାଷ୍ଟ୍ର’ର ଏକ ନୂତନ ନୀତି ସ୍ଥାପନ କରିଛି। ଶ୍ରୀ ମୋଦୀ ଆଜି ବିଜେପିର 47ତମ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କ ଭିଡିଓ ବାର୍ତ୍ତାରେ ଏହି ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ମୋଦୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଏହି ଦିନ ଦେଶ ସେବା କରିବାର ସୁଯୋଗ ପ୍ରଦାନ କରିବା ପାଇଁ ଦଳ ପ୍ରତି କୃତଜ୍ଞତା ପ୍ରକାଶ କରିବାର ସୁଯୋଗ ଦିଏ। ଏହି ଅବସରରେ, ସେ ବିଜେପିର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ, ଦୀନ ଦୟାଲ ଉପାଧ୍ୟାୟ, ନାନାଜୀ ଦେଶମୁଖ, କୁଶାଭାଉ ଠାକ୍ରେ, ଅଟଳ ବିହାରୀ ବାଜପେୟୀ, ଡକ୍ଟର ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ସ୍ମରଣ କରିଥିଲେ। ସେ ଦଳ ପାଇଁ ଦିନରାତି ପରିଶ୍ରମ କରିଥିବା ଦଳୀୟ କର୍ମୀଙ୍କ ଅବଦାନକୁ ମଧ୍ୟ ସ୍ୱୀକାର କରିଥିଲେ। ପ୍ରଧାନମନ୍ତ୍ରୀ…

Read More

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି କଂଗ୍ରେସ ଭବନଠାରେ ଆୟୋଜିତ ପ୍ରେସ ସମ୍ମୀଳନୀରେ କାଠଯୋଡ଼ି ଟେଣ୍ଡରକୁ ନେଇ ରାଜ୍ୟ ସରକାରଙ୍କୁ କଠୋର ଭାବରେ ସମାଲୋଚନା କରାଯାଇଥିଲା। ପ୍ରାୟ 200 କୋଟିର କାଠଯୋଡ଼ି ସେତୁ ପ୍ରକଳ୍ପକୁ ଏସପିଏସ୍ କନଷ୍ଟ୍ରକ୍ସନ୍ କମ୍ପାନୀକୁ ଦେବା ସିଦ୍ଧାନ୍ତକୁ କଂଗ୍ରେସ “ଜନସୁରକ୍ଷା ଏଵଂ ଲୋକଙ୍କ ଜୀବନ ସହ ଖେଳ” ବୋଲି କହିଛି। ବରିଷ୍ଠ କଂଗ୍ରେସ ପ୍ରବକ୍ତା ସୋନାଲି ସାହୁ ବିହାରର ବିବାଦିତ ସୁଲତାନଗଞ୍ଜ ଖୋଗାରିଆ ପୋଲ ଭୁଶୁଡିବା ଘଟଣାକୁ ଉଦ୍ଧୃତ କରି କହିଥିଲେ ଯେ, ଏହି କମ୍ପାନୀ ତିଆରି କରୁଥିବା 1700 କୋଟିରୁ ଅଧିକ ମୂଲ୍ୟର ସେତୁ ତିନିଥର ଭାଙ୍ଗି ପଡ଼ିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା ଏବଂ ଏହା କେବଳ ଦୁର୍ଘଟଣା ନୁହେଁ, ବରଂ କମ୍ପାନୀର ଗୁରୁତର ଅବହେଳା, ନିମ୍ନମାନର କାର୍ଯ୍ୟ , ନିମ୍ନମାନର ସାମଗ୍ରୀ, ଦକ୍ଷତାର ଅଭାବ, ତ୍ରୁଟିପୂର୍ଣ୍ଣ ଡିଜାଇନ୍ ଓ କାର୍ଯ୍ୟ ସମ୍ପାଦନ ବିଫଳତାର ପ୍ରମାଣ। ସେ କହିଥିଲେ…

Read More

ବାଲୁଗାଁ/ବାଣପୁର: ଆଜି ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରସ୍ଥିତ ଶହୀଦ କୃତ୍ତିବାସ ଭବନଠାରେ ବିରଜାଇ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଆୟୋଜିତ ”ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬”ର ‘ମଣ୍ଡଳ ପ୍ରଶିକ୍ଷଣ ବର୍ଗ’ରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି‌ ପ୍ରଶିକ୍ଷଣ ଶିବିର ମାଧ୍ୟମରେ କାର୍ଯ୍ୟକର୍ତ୍ତାମାନଙ୍କୁ ‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ରନିର୍ମାଣ ଦିଗରେ ଅବିରତ କାର୍ଯ୍ୟରତ ରହିବା ସହ ନୀତି,ଆଦର୍ଶ ଓ ଶୃଙ୍ଖଳିତ ରହିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା‌ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଏକ ସୁଚିନ୍ତିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡଃ ବିଭୂତି ଭୂଷଣ ହରିଚନ୍ଦନ, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ଜିଲ୍ଲା ସଂଯୋଜକ ଶ୍ରୀ ନିକୁଞ୍ଜ ପଟ୍ଟନାୟକ,ଜିଲ୍ଲା ସହ ସଂଯୋଜକ ଶ୍ରୀ ଲୋତକ…

Read More

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓକିଲ ସଂଘର ନବନିର୍ବାଚିତ ସଭାପତି ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ଓକିଲ ସଂଘର ଅନେକ ସଦସ୍ୟ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ସଂଘର କାର୍ଯ୍ୟଧାରାର ଉନ୍ନତି ସହ ବାଣପୁର କୋର୍ଟର ଉନ୍ନତି ପାଇଁ ବିଭିନ୍ନ ଆଲୋଚନା କରିଥିଲେ । ଏହି ଅବସରରେ ଆଗାମୀ ଦିନରେ ବାଣପୁର ଅଞ୍ଚଳରେ ଖୋଲିବାକୁ ଥିବା ନୂତନ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟ (ଏଡ଼ିଜେ) ସମ୍ପର୍କରେ ଆଲୋଚନା ହୋଇଥିଲା। ଆଇନ ମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେବା ସହ ଚଳିତ ବର୍ଷ ଉକ୍ତ ଏଡ଼ିଜେ କୋର୍ଟ ବାଣପୁରରେ ଖୋଲିବା ପାଇଁ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। ଓକିଲ ସଂଘର ସଭାପତି ଶ୍ରୀ ଭୋଳ ମନ୍ତ୍ରୀଙ୍କୁ ଏଥି ନିମନ୍ତେ ଧନ୍ୟବାଦ ଦେବା ସହ ଓକିଲମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ…

Read More

ଭୁବନେଶ୍ବର: ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ। ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କର ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇ.ଟି.ଆଇ ଏବଂ ପଲିଟେକ୍‌ନିକ୍ ଗୁଡିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିଅରିଂ, ଟେକ୍ନୋଲୋଜି, ମ୍ୟାନେଜ୍‌ମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣିଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲ୍ଚର ଆଣ୍ଡ ଆଲାଏଡ୍‌ ସାଇନ୍ସେସ୍, ଆର୍କିଟେକ୍‌ଚର୍, ପ୍ଲାନିଙ୍ଗ୍‌, ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ। ଏହା ସହିତ ରାଜ୍ୟ ସରକାରଙ୍କ ଦ୍ବାରା ସମୟ ସମୟରେ ବିଜ୍ଞପ୍ତି…

Read More

ଆଦିତ୍ୟ ଆଲୁମିନିୟମ୍: ଗୋଷ୍ଠୀ ଉନ୍ନୟନ ପଦକ୍ଷେପ ର ସିଏସଆର ଅଧୀନରେ ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ରେଙ୍ଗାଲି ବ୍ଲକର ବୋମାଲୋଇ ଗ୍ରାମ ପଞ୍ଚାୟତରେ “ଜଳ ବାହିନୀ ପ୍ରକଳ୍ପ” ଉଦ୍ଘାଟନ କରାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଗ୍ରୀଷ୍ମକାଳରେ ସ୍ଥାନୀୟ ଲୋକମାନଙ୍କୁ ନିରାପଦ ପାନୀୟ ଜଳ ଯୋଗାଇବା। ନିକଟସ୍ଥ ଗ୍ରାମଗୁଡ଼ିକରେ ଗ୍ରୀଷ୍ମକାଳରେ ହେଉଥିବା ଗୁରୁତର ଜଳ ସଂକଟକୁ ଧ୍ୟାନରେ ରଖି ଏବଂ ସ୍ଥାନୀୟ ଲୋକଙ୍କ ଅନୁରୋଧରେ, ଆଦିତ୍ୟ ଆଲୁମିନିୟମ୍ ଏହି “ଜଳ ବାହିନୀ” କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହା ଅନ୍ତର୍ଗତ ୯୦ ଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ କରାଯିବ। ଏହା ମାଧ୍ୟମରେ ୭ଟି ପଞ୍ଚାୟତର ୨୩ଟି ଗ୍ରାମ ଏବଂ ୧୨୬ଟି ହାମଲେଟ୍‌କୁ ଆବର୍ତ୍ତ କରି ଲୋକମାନଙ୍କ ଘରଦ୍ୱାରରେ ନିରାପଦ ପାଣି ପହଞ୍ଚାଯିବ। ଉଦ୍ଘାଟନ ଅବସରରେ ଆଦିତ୍ୟ ଆଲୁମିନିଅମ୍‌ର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ, ଯେପରିକି ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରସାଦ ନାୟକ, ମାନବ ସମ୍ବଳ ମୁଖ୍ୟ ଶ୍ରୀଯୁକ୍ତ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍‌ ଟର୍ମିନାଲ ବରମୁଣ୍ଡା ଠାରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଭିସା ଆପ୍ଲିକେସନ୍ ସେଣ୍ଟର ପାଇଁ ରାଜ୍ୟବାସୀଙ୍କ ବହୁଦିନରୁ ଦାବୀ ରହିଆସିଥିଲା, ଆମେ ଏ ସମ୍ୱନ୍ଧରେ କେନ୍ଦ୍ର ସରକାରଙ୍କ ନିକଟରେ ସହଯୋଗ କାମନା କରିଥିଲୁ । କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଭୁବନେଶ୍ୱରରେ ଏହି ଭିସା ଆପ୍ଲିକେସନ୍ ସେଣ୍ଟର କାର୍ଯ୍ୟକ୍ଷମ ହେଲା । ଏହା ଓଡିଶାବାସୀଙ୍କୁ ଆନ୍ତର୍ଜାତୀୟ ଭିସା ସେବା ପ୍ରଦାନ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ବାରା ଓଡିଶାର ଗ୍ଲୋବାଲ କନେକ୍ଟିଭିଟି ଢାଞ୍ଚା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି କେନ୍ଦ୍ର ସ୍ଥାପିତ ହେବାଦ୍ବାରା ସମଗ୍ର ବିଶ୍ବ ସହିତ ଓଡିଶାର କନେକ୍ଟିଭିଟି ବୃଦ୍ଧିହେବ।…

Read More

ଭୁବନେଶ୍ବର: ଓଡିଶାରେ ଯୁଦ୍ଧର କଣ ରହିଛି ପ୍ରଭାବ ସେ ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକସେବା ଭବନରେ ସେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଜିଲ୍ଲାପାଳଙ୍କ ସହିତ ଏହି ବୈଠକ ନେବେ। ଏଥିରେ ଜିଲ୍ଲାରେ ଗ୍ୟାସ, ପେଟ୍ରୋଲ, ଡିଜେଲ କେତେ ମହଜୁଦ ଅଛି ତାହାର ଏକ ଆକଳନ କରାଯିବ। ଏଥିସହିତ ସାଧାରଣ ଜିନିଷ ପତ୍ରର ଯେପରି ମୂଲ୍ୟ ବୃଦ୍ଧି ନ ଘଟେ ସେଥିପାଇଁ ସଜାଗ ହେବା ପାଇଁ ଏହି ବୈଠକରେ ଆଲୋଚନା କରାଯିବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ବର୍ତ୍ତମାନ ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ ଲାଗି ରହିଥିବାରୁ ବିଭିନ୍ନ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ପରି ପଦାର୍ଥର ଅଭାବ ହେବ ବୋଲି ଆଶଙ୍କା କରାଯାଉଛି। ହେଲେ କେନ୍ଦ୍ର ସରକାର ଏ ନେଇ ବାରମ୍ବାର ବୈଠକ କରି ଦେଶରେ ପର୍ଯ୍ୟାପ୍ତ ପରିମାଣର ତୈଳ ପଦାର୍ଥ ମହଜୁଦ ଅଛି…

Read More

ଭୁବନେଶ୍ବର: ବିଦେଶ ମାଟିରେ ପୁଣି ଓଡିଆ ଚଳଚିତ୍ରକୁ ମିଳିଛି ସମ୍ମାନ। ଶ୍ରୀଲଙ୍କାରେ ଆୟୋଜିତ କ୍ଷୁଦ୍ର ଚଳଚିତ୍ର ଉତ୍ସବରେ ପୁରସ୍କୃତ ହୋଇଛି ଓଡିଆ ଚଳଚିତ୍ର ଗୋଟିଏ ଫୁଲ କୋଟିଏ କଥା। ଏହି ଚଳଚିତ୍ରଟି ଚାରିଟି ବିଭାଗରେ ଶ୍ରେଷ୍ଠତ୍ବ ପ୍ରମାଣିତ କରି ପୁରସ୍କୃତ ହୋଇଛି। ତାହା ହେଲା ଶ୍ରେଷ୍ଠ ପ୍ରଯୋଜକ ଭାବେ ଦିଲ୍ଲୀପ ହାଲି, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜଗୋପାଳ ସିଂ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ବିକାଶ ଦାଶ ଏବଂ ଶ୍ରେଷ୍ଠା ଚିତ୍ରନାଟ୍ୟ ଶୁଭେନ୍ଦୁ ମହାନ୍ତି। ଏହି ଉତ୍ସବରେ 120 ଟି ଦେଶରୁ ବିଭିନ୍ନ କ୍ଷୁଦ୍ର ଚଳଚିତ୍ର ସ୍ଥାନ ପାଇଥିଲା। ସେଗୁଡିକ ମଧ୍ୟରେ ବିଭିନ୍ନ ବର୍ଗ ପାଇଁ ଶ୍ରେଷ୍ଠ ପୁରସ୍କାର ବଛାଯାଇଥିଲା। ଯେଉଁଥିରେ ଏହି ଓଡିଆ ଚଳଚିତ୍ରଟି ପୁରସ୍କୃତ ହୋଇଛି। ଦଶ ମିନିଟ ଅବଧିର ଏହି ଚଳଚିତ୍ରଟି ପରିବେଷ ସଚେତନତା ଉପରେ ଆଧାରିତ। ଯାହା ଜୁରି ସଦସ୍ୟଙ୍କୁ ବେଶ ଆକୃଷ୍ଠ କରିଥିଲା। ପୂର୍ବରୁ ଏହି ଚଳଚିତ୍ର କେରଳ ଓ ଗୋଆ ରେ ପ୍ରଦର୍ଶିତ ହୋଇ…

Read More

PM Maan Ki Baat:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ସାରା ବିଶ୍ୱରେ ଏକ ସଙ୍କଟ ଦେଖାଦେଉଛି। ଆକାଶବାଣୀରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହି ସମୟ ହେଉଛି ଏକ ଚ୍ୟାଲେଞ୍ଜିଂ ସମୟ କାରଣ ଏହି କ୍ଷେତ୍ର ଭାରତର ଶକ୍ତି ଆବଶ୍ୟକତାର ଏକ ପ୍ରମୁଖ କେନ୍ଦ୍ର। ସେ କହିଛନ୍ତି ଯେ ଭାରତର ବିଶ୍ୱ ସମ୍ପର୍କ, ବିଭିନ୍ନ ଦେଶରୁ ସମର୍ଥନ ଏବଂ ଗତ ଦଶନ୍ଧି ଧରି ନୂଆଦିଲ୍ଲୀ ଯେଉଁ ଶକ୍ତି ନିର୍ମାଣ କରିଛି ତାହା ଭାରତକୁ ଏହି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ କରିଛି। ଆତ୍ମବିଶ୍ୱାସ ପ୍ରଦର୍ଶନ କରି ସେ କହିଛନ୍ତି ଯେ, କୋଭିଡ୍ ମହାମାରୀ ସମୟରେ ଯେପରି ଦେଶ ବିଜୟୀ ହୋଇଥିଲା, ସେହିପରି ଏହି କଠିନ ପରିସ୍ଥିତିରୁ ମଧ୍ୟ ବିଜୟୀ ହେବ। ଲକ୍ଷ…

Read More

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଚଳିତ ଉତ୍କଳ ଦିବସ ଅବସରରେ ଓଡିଶାରେ ଏହାର ଷ୍ଟୋରଗୁଡିକରେ ସ୍ୱତନ୍ତ୍ର ଫେଷ୍ଟିଭ ଅଫରଗୁଡିକର ଶୁଭାରମ୍ଭ କରାଯାଇଛି। ଉକ୍ତ ଶୃଙ୍ଖଳା ଆଧୁନିକ ଟେକ୍ନୋଲୋଜି ପାଇଁ ବର୍ଦ୍ଧିତ ଅପଗ୍ରେଡ଼ ସହିତ ସାଂସ୍କୃତିକ ଗୌରବକୁ ଏକତ୍ରିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଉପଯୁକ୍ତ ମୂଲ୍ୟ ସହିତ ଉକ୍ତ ଡିଲ୍‌ଗୁଡିକ ଏହି ଅବସରକୁ ଆହୁରି ଆକର୍ଷଣୀୟ କରିପାରିଛି ଏବଂ ଏଥିସହିତ ଏହି ସ୍ୱତନ୍ତ୍ର କ୍ୟାମ୍ପେନରେ ଗ୍ରାହକଙ୍କ ପାଇଁ ନୂତନ ଇଲେକ୍‌ଟ୍ରୋନିକ୍ସ ଓ ଆପ୍ଲାଏନ୍ସ ସହ ଅପ୍‌ଗ୍ରେଡ କରିବା ଲାଗି ଉପଯୁକ୍ତ ଅଫର ପ୍ରଦାନ କରୁଛି । ଏହି ଅବସରରେ ରିଲାଏନ୍ସ ଡ଼ିଜିଟାଲର ଓଡ଼ିଶା କ୍ଲଷ୍ଟର ମ୍ୟାନେଜର, ବିଶ୍ୱଜିତ ସାହୁ, ଓଡ଼ିଶା ମାର୍କେଟିଂ ମ୍ୟାନେଜର, ପଲକ କୁମାର ସାହୁ ଏବଂ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ତଥା ରିଲାଏନ୍ସ ଡ଼ିଜିଟାଲର ଏକ ନିୟମିତ ଗ୍ରାହକ, କ୍ରିଷ୍ଣା ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ । ଉତ୍କଳ ଦିବସ ଅବସରରେ ଗ୍ରାହକମାନେ ଅଗ୍ରଣୀ ବ୍ୟାଙ୍କ…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ସେ ଦୀର୍ଘ ବର୍ଷ ପରେ ପୁଣି ଦଳକୁ ଫେରିଛନ୍ତି। ସେହିପରି ଅନ୍ୟତମ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ଏ ନେଇ ଏକ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା। ଏଥିରେ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଯୋଗ ଦେଇ ସେମାନଙ୍କୁ ଦଳକୁ ସ୍ବାଗତ କରିଥିଲେ। ଏହାପରେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ତାଙ୍କର ଆର୍ଶିବାଦ ନେଇଥିଲେ। ବର୍ତ୍ତମାନ କିଛି ଦନ ଧରି ବାଲେଶ୍ବର ରାଜନୀତି ବେଶ ସରଗରମ ରହିଛି। ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ବିଜେପିରେ ମିଶିବା ପରେ ସେଠାକାର ରାଜନୀତିର ଚକ ବୁଲିଯାଇଥିଲା। ଏହାପରେ ତାଙ୍କର ଧର୍ମପତ୍ନୀ…

Read More

ଭୁବନେଶ୍ବର: ଆଜି ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗଣତିମଣତି କରାଯିବ। ଏ ନେଇ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଆଜି ଚୈତ୍ର ଶୁକ୍ଳ ସପ୍ତମୀ ତିଥି ହୋଇଥିବାରୁ ଏହି ରତ୍ନଭଣ୍ଡାରର ଅଳଙ୍କାର ଗଣତି ହେବ କରଯିବ ବୋଲି ନିଷ୍ପତି କରାଯାଇଛି। ସେହି ଅନୁସାରେ ଏହି ଶୁଭ କାର୍ଯ୍ୟ ପାଇଁ ଆଜି ମଧ୍ୟାହ୍ନ ୧୨ଟା ୦୯ରୁ ଅପରାହ୍ନ ୧ଟା ୪୫ ପର୍ଯ୍ୟନ୍ତ ମାହେନ୍ଦ୍ର ବେଳା ରହିଥିବାରୁ ଏହି ସମୟରେ ଗଣତିମଣତି କରାଯିବ। ଏଥିପାଇଁ ୩ଡି ମ୍ୟାପିଂ, ଭିଡିଓଗ୍ରାଫି ଓ ଫଟୋଗ୍ରାଫିର ମଧ୍ୟ ସହାୟତା ନିଆଯିବ। ଗଣତି ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରଥମଟି ହେଉଛି ସୁପରଭାଇଜିଂ ଟିମ୍ ଏବଂ ଦ୍ୱିତୀୟଟି ହ୍ୟାଣ୍ଡେଲିଂ ଟିମ୍। ଏହି ଟିମ୍‌ରେ ରହିବେ ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ସ୍ୱର୍ଣ୍ଣକାର ଓ ରତ୍ନବିଜ୍ଞାନୀ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ମଧ୍ୟ ରହିବେ ଉପସ୍ଥିତ। ୪୮…

Read More

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଆଜି ମାଷ୍ଟରକ୍ୟାଂଟିନ ଛକରେ ରାଜ୍ୟସଭା ଘୋଡ଼ା ବେପାରରେ ସାମିଲ ହୋଇଥିବା ନିଲମ୍ବିତ କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ ଓ ସୋଫିଆ ପିର୍ଦ୍ଦୋଶଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଧ୍ୟ ଘୋଡ଼ା ବେପାର କରିଥିବା ସାଂସଦ ଦିଲ୍ଲୀପ ରାୟଙ୍କ କୁଶପୁତଳିକାକୁ ଦାହ କରାଯାଇଥିଲା । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଲେ ଯେ ଦିଲ୍ଲୀପ ରାୟ କେବେ ବିଜେପିରେ ନଥିଲେ କେହି ଜାଣନ୍ତି ନାହିଁ, ସେ ସ୍ୱାଧୀନ ପ୍ରାର୍ଥୀ ନୁହନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଦଳର ନୀତି, ନିଷ୍ପତ୍ତି, ନିର୍ଦ୍ଦେଶ ଓ ଶୃଙ୍ଖଳାକୁ ଭଙ୍ଗକରି ଯେଉଁ ୩ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀପ ରାୟଙ୍କୁ ରାଜ୍ୟସଭା ଭୋଟ ଦେଲେ ସେଥିରେ ଜନନାୟକ ରାହୁଲ ଗାନ୍ଧୀଜୀ, ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେଜୀ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଜୀଙ୍କ…

Read More

ମୁମ୍ବାଇ: ଭାରତ ଇନୋଭେଟ୍ସ’ ଆମ ଦେଶର ‘ଡିପ୍-ଟେକ୍’ ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ରବିବାର ଆଇଆଇଟି ବମ୍ବେ ପରିସରରେ ଆୟୋଜିତ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟ୍ – ୨୦୨୬’ ର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ‘ଭାରତ ଇନୋଭେଟ୍ସ ୨୦୨୬’ ସମ୍ମିଳନୀ ପୂର୍ବରୁ ଏହି ଦୁଇ ଦିନିଆ ପ୍ରି-ସମିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଉଭା ହୋଇଛି । କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ନିବେଶକମାନଙ୍କ ସହ ଏକ ଗୋଲଟେବୁଲ ବୈଠକରେ ଆଲୋଚନା କରିଥିଲେ । ଡିପ୍-ଟେକ୍ କ୍ଷେତ୍ରରେ ନବସୃଜନ, ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତା ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ସ୍ଥାୟୀ ପୁଞ୍ଜିନିବେଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଭାରତର ଗବେଷଣା-ଭିତ୍ତିକ ଉଦ୍ୟୋଗୀକରଣ ଏବଂ ନବସୃଜନ ଶକ୍ତିର ଉଚ୍ଚ…

Read More

ଭୁବନେଶ୍ବର: ୨୦୨୪ ଜାନୁଆରୀ ୧ ତାରିଖରୁ ମହଙ୍ଗା ଭତ୍ତା ୫୦%କୁ ବୃଦ୍ଧି ପାଇବା ପରେ ଭାରତୀୟ ରେଳବାଇ ରେଳ ବ୍ୟବସ୍ଥାରେ ଥିବା ସମସ୍ତ କର୍ମଚାରୀଙ୍କ ପାଇଁ କିଲୋମିଟରେଜ୍ ଭତ୍ତା ଏବଂ କିଲୋମିଟରେଜ ବଦଳରେ ମିଳୁଥିବା ଭତ୍ତା (ଏ.ଏଲ.କେ.) ହାରରେ ବ୍ୟାପକ ସଂଶୋଧନ କରିଛି। ଏହି ବର୍ଦ୍ଧିତ ହାର ଦ୍ୱାରା ହଜାର ଉତ୍ସର୍ଗୀକୃତ ଲୋକୋ ପାଇଲଟ୍, ସହକାରୀ ଲୋକୋ ପାଇଲଟ୍, ଅଗ୍ନିଶମ କର୍ମଚାରୀ, ଗାର୍ଡ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପକୃତ ହେବେ ଯେଉଁମାନେ ଭାରତର ବିଶାଳ ରେଳ ନେଟୱାର୍କୁ ଦିନରାତି ଗତି ଦେଇଥାନ୍ତି । ସଂଶୋଧିତ ଢାଞ୍ଚା ଅଧୀନରେ, ଲୋକୋ ରନିଂ ଷ୍ଟାଫ୍ ପ୍ରତି ୧୦୦ କିଲୋମିଟରରେ ଅପଡେଟ୍ କିଲୋମିଟରେଜ୍ ଭତ୍ତା ଏବଂ ପ୍ରତି ୧୬୦ କିଲୋମିଟରରେ ଏ.ଏଲ୍.କେ. ନିମ୍ନମତେ ପାଇବେ: ଲୋକୋ ପାଇଲଟ୍ (ମେଲ୍) ୬୦୬ ଟଙ୍କା ଏବଂ ୯୬୯ ଟଙ୍କା; ଲୋକୋ ପାଇଲଟ୍ (ଯାତ୍ରୀ)/ସିନିୟର ମୋଟରମ୍ୟାନ୍ ୬୦୦ ଟଙ୍କା ଏବଂ ୯୬୦ ଟଙ୍କା; ଲୋକୋ ପାଇଲଟ୍ (ଗୁଡସ୍‍) ୫୯୪ ଟଙ୍କା…

Read More