ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ (ଇସିଆଇ ) ଆଜିଠାରୁ ୨୦୨୨ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟର ବିଧାନସଭା ସମେତ ଦିଲ୍ଲୀ, ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ସଚିବାଳୟକୁ ନିର୍ବାଚନ ସାମଗ୍ରୀ ପ୍ରେରଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିରେ ନିର୍ଦ୍ଧାରିତ ବାଲାଟ ବକ୍ସ, ବାଲାଟ ପେପର, ସ୍ୱତନ୍ତ୍ର କଲମ ଓ ଅନ୍ୟାନ୍ୟ ଜଉମୁଦ ଦିଆ ନିର୍ବାଚନ ସାମଗ୍ରୀ ଆଦି ପଠାଯାଇଛି। ଏହି ସାମଗ୍ରୀ ପ୍ରେରଣ କାର୍ଯ୍ୟ ଦୁଇଦିନ ଚାଲିବ। ଚଳିତମାସ ୧୮ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ନୂଆଦିଲ୍ଳୀସ୍ଥିତ ‘ନିର୍ବାଚନ ସଦନ’ରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର ଏବଂ ଅନ୍ୟତମ ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାମ ଚାଲିଛି। ଏସବୁ ସାମଗ୍ରୀ ଗ୍ରହଣ କରିବାକୁ ସବୁ ରାଜ୍ୟର ସହକାରୀ ରିଟର୍ଣ୍ଣିଂ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଥିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସାମିଲ…
Author: Samikhsya Bureau
ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ବିମାନ ଯୋଗେ ଆସିଛି ବାଲଟ ବକ୍ସ। ଭାରତ ନିର୍ବାଚନ କମିଶନର ପଠାଇଥିବା ଏହି ବକ୍ସକୁ ଓଡିଶା ବିଧାନସଭା କର୍ମଚାରୀ ଗ୍ରହଣ କରିଛନ୍ତି। ଏଥିରେ ବାଲଟ ବକ୍ସ ସହିତ ଅନ୍ୟସବୁ ନିର୍ବାଚନ ସାମଗ୍ରୀ ମଧ୍ୟ ଆସିଛି। ଚଳିତ ମାସ ୧୮ ତାରିଖରେ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଏକ ଚିଠି ମାଧ୍ୟମରେ ଭାରତ ନିର୍ବାଚନ କମିଶନର ଓଡିଶା ବିଧାନସଭା ରିଟର୍ଣ୍ଣିଂ ଅଫିସରକୁ ଏ ନେଇ ଅବଗତ କରାଇଛନ୍ତି। ଏଥିରେ କୁହାଯାଇଛି ଯେ, ଓଡିଶା ବିଧାନସଭାର ପ୍ରଥମ ମହଲାର ୫୪ ନମ୍ବର ରୁମରେ ଏହି ନିର୍ବାଚନ କରାଯିବ। ଏଥିରେ ବିଧାନସଭାର ସମସ୍ତ ସଦସ୍ୟ ଭୋଟଦେବେ। ଏଥିସହିତ ଯଦି କୌଣସି ସାଂସଦମାନେ ସେଠାରେ ଭୋଟ ଦେବା ପାଇଁ ଚାହିଁବେ ତେବେ ସେମାନଙ୍କୁ ଅନୁମତି ଦିଆଯିବ ବୋଲି କୁହାଯାଇଛି।
ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ବିହାର ବିଧାନସଭାର ୧୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ର୍ନିମିତ ଶତାବ୍ଦୀ ସ୍ମୃତି ସ୍ତମ୍ଭର ଉନ୍ମୋଚନ କରିଛନ୍ତି। ସେ ବିଧାନସଭା ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀ ବିହାରରେ ଗଣତନ୍ତ୍ରର ଇତିହାସ ଏବଂ ବର୍ତ୍ତମାନର ନାଗରିକ ଗଠନର ବିବର୍ତ୍ତନ ପ୍ରଦର୍ଶନ କରିବ। ଏଥିରେ ୨୫୦ ରୁ ଅଧିକ ଲୋକ କ୍ଷମତା ବିଶିଷ୍ଟ ଏକ ସମ୍ମିଳନୀ ହଲ୍ ମଧ୍ୟ ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଧାନସଭା ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିହାରର ରାଜ୍ୟପାଳ ଫଗୁ ଚୌହାନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଉପସ୍ଥିତ ଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ବିହାରର ପ୍ରକୃତି ଯେ ଜଣେ ବିହାରକୁ ଭଲ ପାଏ, ବିହାର ସେହି ପ୍ରେମକୁ…
ଭୁବନେଶ୍ୱର: ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୂର୍ବତଟ ରେଳପଥ ପୁରୀ-ନୁଆଗାଁ ରୋଡ୍ ମଧ୍ୟରେ ପାସେଞ୍ଜର ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି। ୦୮୪୨୩/୦୮୪୨୪ ପୁରୀ-ନୁଆଗାଁ ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ୨୦ ଜୁଲାଇ, ୨୦୨୨ ଠାରୁ ପୁରୀରୁ ସନ୍ଧ୍ୟା ୭ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ୨୧ ଜୁଲାଇ, ୨୦୨୨ ଠାରୁ ନୁଆଗାଁ ରୋଡରୁ ପୂର୍ବାହ୍ନ ୮ଘ.୧୦ମି.ରେ ପୁରୀ ଯାତ୍ରା କରିବ। ଏହି ଟ୍ରେନରେ ପାଞ୍ଚଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ପୁରୀ ଏବଂ ନୁଆଗାଁ ରୋଡ୍ ମଧ୍ୟରେ ମାଳତୀପାଟପୁର, ଜାନକିଦେଇପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଜେନାପୁର ପିଏଚ, ଡେଲାଙ୍ଗ, କଣାସ ରୋଡ, ମୋଟରୀ, ହରିପୁର ଗ୍ରାମ, ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା, ବୋଲଗଡ ଟାଉନ୍, ବୋଲଗଡ ରୋଡ୍, ନୟାଗଡ଼ ଟାଉନ୍ ଏବଂ ମହିପୁର ଷ୍ଟେସନ ମାନଙ୍କରେ ରହଣି କରିବ। ପୁରୀ-ନୁଆଗାଁ ରୋଡ୍ ପାସେଞ୍ଜର ସ୍ପେଶାଲ୍ ପ୍ରଚଳନ ପରେ ଟ୍ରେନ…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ମୋଚିବାହାଳରୁ ଚୋରି ହୋଇଥିବା ୯୩୧ କାଟୁନ୍ ବିଦେଶୀ ମଦ ସହ ଏଥିରେ ସଂପୃକ୍ତି ଥିବା ୩ ଜଣଙ୍କୁ ପୋଲିସ୍ ଗିରଫ କରିଛି। ଏହା ସହ ସେମାନେ ବ୍ୟବହାର କରୁଥିବା ଏକ ଡିଜାୟର ଗାଡିକୁ ଜବତ କରିବାରେ ସଫଳ ହୋଇଛି। ରେଢାଖୋଲ ଏସ୍ଡିପିଓ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ, ଜବତ ବିଦେଶୀ ମଦ, ଏଥିରେ ସଂପୃକ୍ତ ବ୍ୟକ୍ତି, ସେମାନେ ବ୍ୟବହାର କରୁଥିବା ଗାଡିକୁ ବିନିକାରୁ ଜବତ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ତା ୨୮ଜୁଲାଇ ରେ ପୁରୀ ଜିଲ୍ଲା ନିମାପଡା ଠାରେ ଥିବା ୟୁନାଇଟେଡ୍ ସ୍ପିରିଟ କଂପାନୀରୁ ଟ୍ରକ୍ (ଓଆର୍ ୦୫ ଡବ୍ଲୁ ୭୭୭୯) ଯୋଗେ ସମ୍ବଲପୁର ଅଭିମୁଖେ ଆସୁଥିଲା। ଗାଡିର ଡ୍ରାଇଭର ରଞ୍ଜନ କୁମାର ବାରିକ ଥିଲେ। ୨୯/୩୦ ଜୁଲାଇ ରାତି ୧ ଟାରେ ମୋଚିବାହାଳ ଠାରେ ଟ୍ରକଟି ପହଂଚିବା କ୍ଷଣି ୫ ଜଣ ଡକାୟତି…
ଦେଓଘର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଓଘର ଠାରେ ୧୬,୮୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜ୍ୟର ମନ୍ତ୍ରୀ ଏବଂ ଜନ ପ୍ରତିନିଧୀମାନେ ଉପସ୍ଥିତ ଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବାବା ବୈଦ୍ୟନାଥଙ୍କ ଆଶୀର୍ବାଦରେ ଆଜି ୧୬,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଝାଡଖଣ୍ଡର ଆଧୁନିକ ଯୋଗାଯୋଗ, ଶକ୍ତି, ସ୍ୱାସ୍ଥ୍ୟ, ବିଶ୍ୱାସ ଏବଂ ପର୍ଯ୍ୟଟନକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଗତ ୮ ବର୍ଷ ଧରି ରାଜ୍ୟଗୁଡ଼ିକର ବିକାଶ ଦ୍ୱାରା ଦେଶର ବିକାଶର ଚିନ୍ତାଧାରା ସହିତ ଦେଶ କାର୍ଯ୍ୟ କରୁଛି। ଗତ ୮ ବର୍ଷ ମଧ୍ୟରେ, ରାଜପଥ, ରେଳପଥ, ବାୟୁପଥ, ଜଳପଥ ଦ୍ୱାରା ଝାଡଖଣ୍ଡକୁ ସଂଯୋଗ କରିବାର…
କଟକ: ଆଜି ବଲାଙ୍ଗୀର ଜିଲ୍ଲା ଅଗଲପୁର ବ୍ଲକର ଆଇସିଡିଏସ ସୁପରଭାଇଜର କୁନି ନାୟକ ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରାପଡିଛନ୍ତି। ସେ କେତେକ ଅଙ୍ଗନବାଡି କର୍ମଚାରୀଙ୍କଠାରୁ ନଅ ହଜାର ଆଠ ଶହ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନସ ଚଢାଉ କରିଛି। ସେ ଅଙ୍ଗନୱାଡି କେନ୍ଦ୍ର ଚଳାଇବା ପାଇଁ ଦିଆଯାଉଥିବା କଣ୍ଟିଜେନ୍ସି ଏବଂ ଅନ୍ୟାନ୍ୟ ବିଲ୍ ପାଶ ପାଇଁ ଏହି ଲାଞ୍ଚ ନେଉଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହି ସଂପର୍କରେ ସମ୍ବଲପୁର ଭିଜିଲାନ୍ସ ରେ କେସ୍ ପଞ୍ଜିକୃତ ହୋଇଛି। ଅଭିଯୁକ୍ତ କୁନି ନାୟକଙ୍କ ବିରୋଧରେ ତଦନ୍ତ ଚାଲିଥିବାରୁ ବିସ୍ତୃତ ରିପୋର୍ଟ ଜଣାପଡି ନାହିଁ।
ଭୁବନେଶ୍ବର: ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ମଧ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ଦିଆଯିବ। ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା । ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି । ଜାତୀୟ ପେନ୍ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସହାୟତା ପାଇପାରିବେ।
ସ୍ୱାସ୍ଥ୍ୟ ଟିପ୍ସ: ଶୀତଦିନେ ଗରମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ। ଗରମ ପାଣି ପିଇବା ଶରୀରକୁ ଉଷ୍ମତା ଆଣିଥାଏ ଏବଂ ଗଳାରେ ଆରାମ ଦେଇଥାଏ। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକମାନେ ଦିନସାରା ଗରମ ପାଣି ପିଉଛନ୍ତି। ଗଳାକୁ ସଫା ରଖିବାରେ ଗରମ ପାଣି ଅତ୍ୟନ୍ତ ପ୍ରଭାବଶାଳୀ। କିନ୍ତୁ ଆପଣ ଜାଣନ୍ତି କି ଅତ୍ୟଧିକ ଗରମ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଇପାରେ। ଆଜି ଆମେ ଆପଣଙ୍କୁ ଗରମ ପାଣି ଦ୍ୱାରା ହୋଇଥିବା କ୍ଷତି ବିଷୟରେ କହୁଛୁ… ୧- କିଡନୀ ଉପରେ ପ୍ରଭାବ: କିଡନୀରେ ଏକ ସ୍ୱତନ୍ତ୍ର କ୍ୟାପିଲାରୀ ପ୍ରଣାଳୀ ଅଛି। ଯାହା ଶରୀରରୁ ଅଧିକ ଜଳ ଏବଂ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଅନେକ ଗବେଷଣାରୁ ଏହା ଜଣାପଡିଛି ଯେ, କିଡନୀ ଉପରେ ଗରମ ପାଣି ଅଧିକ ପ୍ରଭାବ ପକାଇଥାଏ। ଯେଉଁ କାରଣରୁ କିଡନୀର ସାଧାରଣ କାର୍ଯ୍ୟ ପ୍ରଭାବିତ ହୁଏ।…
ନୂଆଦିଲ୍ଲୀ: ଆଜି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏଥିପାଇଁ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଖେଳାଳି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାବନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଯଶପ୍ରିତ ବୁମରା, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣ ଇଂଲଣ୍ଡ ଖେଳାଳି ଏକାଦଶ: ଜେସନ୍ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଏନ୍ ଅଲି, କ୍ରେଗ୍ ଓଭରଟନ୍, ଡେଭିଡ ୱିଲି, ବ୍ରାଇଡନ୍ କାର୍ସ, ରିସ୍ ଟୋପଲି
ସ୍ୱାସ୍ଥ୍ୟ ଟିପ୍ସ: ଭାରତର ଅନେକ ପରିବାରରେ ଘିଅକୁ ବହୁ ପରିମାଣରେ ବ୍ୟବହାର କରନ୍ତି। ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଘରର ପିଲାମାନଙ୍କ ପର୍ଯ୍ୟନ୍ତ ଘିଅକୁ ପ୍ରଚୁର ପରିମାଣରେ ଖାଇବାକୁ ଦିଆଯାଏ। ବେଳେବେଳେ ରୋଟି ଭାତରେ ଏବଂ ବେଳେବେଳେ ତରକାରୀରେ ମିଶାଯାଏ। ମିଠାରେ ମଧ୍ୟ ଘିଅ ବ୍ୟବହାର କରାଯାଏ। କିନ୍ତୁ, ଲୋକମାନେ ଘିଅକୁ ଚିହ୍ନିବାରେ ଅନେକ ସମୟରେ ଭୁଲ୍ କରନ୍ତି, ଯେଉଁ କାରଣରୁ ସେମାନେ ଅପମିଶ୍ରଣ ଘିଅକୁ ଘରକୁ ଆଣିଥାନ୍ତି। ଏଠାରେ ଅନେକ ଟିପ୍ସ ଅଛି ଯାହା ଆପଣଙ୍କୁ ଶୁଦ୍ଧ ଦେଶୀ ଘିଅକୁ ଚିହ୍ନିବାରେ ସାହାଯ୍ୟ କରିପାରିବ। ଶୁଦ୍ଧ ଘିକୁଅ କିପରି ଚିହ୍ନିବେ?: ଶୁଦ୍ଧ ଘିଅକୁ ଚିହ୍ନିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଏକ ଉତ୍ତାପ ପରୀକ୍ଷା। ଏହା ମାଧ୍ୟମରେ ଆପଣ ତୁରନ୍ତ ଜାଣିପାରିବେ ଯେ, ଘିଅ ଅପମିଶ୍ରଣ ହୋଇଛି କି ନାହିଁ। କେବଳ ଜମା ହୋଇଥିବା ଘିଅକୁ ଏକ ଚାମଚରେ ରଖି ନିଆଁରେ ତରଳାଇଦେବାକୁ ପଡିବ। ଯଦି ଘିଅ ତୁରନ୍ତ ତରଳିଯାଏ…
ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରାବଣ ମାସ ଆରମ୍ଭ ହେବାକୁ କିଛି ଦିନ ବାକି ଅଛି। ବିଶ୍ୱାସ କରାଯାଏ ଯେ, ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ମାସ। ଶ୍ରାବଣ ମାସରେ କରାଯାଇଥିବା ଉପାସନା ବିଶେଷ ଫଳାଫଳ ଦେଇଥାଏ। କେବଳ ଏତିକି ନୁହେଁ ଭଗବାନ ଶିବଙ୍କ କୃପା ସର୍ବଦା ତାଙ୍କ ଭକ୍ତଙ୍କ ଉପରେ ରହିଥାଏ। ଶ୍ରାବଣ ମାସ କେବେ?: ପଞ୍ଚାଙ୍ଗ ଅନୁଯାୟୀ ଶ୍ରାବଣ ମାସ ଜୁଲାଇ ୧୪ ତାରିଖରୁ ଆରମ୍ଭ ହେଉଛି। ଏହି ବର୍ଷ ଶ୍ରାବଣ ମାସ ୨୯ ଦିନ ରହିବ। ଶ୍ରାବଣ ମାସ ଅଗଷ୍ଟ ୧୨ ତାରିଖରେ ଶେଷ ହେବ। ଭଗବାନ ଶିବଙ୍କର ବିଶେଷ ଉପାସନା ଶ୍ରାବଣ ମାସରେ କରାଯାଇଥାଏ। ଶିବ ଭକ୍ତମାନେ ଶ୍ରାବଣ ମାସରେ ଭଗବାନ ଶିବଙ୍କ ଭକ୍ତିରେ ବୁଡି ରହିଥାନ୍ତି। ଶ୍ରାବଣ ମାସରେ ଗ୍ରହମାନଙ୍କୁ ସଠିକ୍ ଉପାସନା କରିବା ମଧ୍ୟ ଶାନ୍ତି ଆଣିଥାଏ। ଯଦି ରାହୁ, କେତୁ, ଶନି, ଚନ୍ଦ୍ର ସେମାନଙ୍କ ରାଶିରେ ଅଶୁଭ ଫଳାଫଳ ଦେଉଛନ୍ତି…
ମୁମ୍ବାଇ: ଶିବସେନାରେ ବିଦ୍ରୋହ ଜାରି ରହିଛି। ଗୋଟିଏ ପଟେ ୪୦ ରୁ ଅଧିକ ବିଧାୟକ ଦଳରେ ବିଦ୍ରୋହ କରିସାରିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଶିବସେନା ସାଂସଦମାନେ ମଧ୍ୟ ଠାକରେଙ୍କ ଉପରେ ଚାପ ପକାଉଛନ୍ତି। ତେବେ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପାଇଁ ଓକିଲାତି କରୁଛନ୍ତି। ଏହି ସମୟରେ ସୋମବାର ଦିନ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଏକବୈଠକ ଡକାଯାଇଥିଲା। ଏହି ବୈଠକରେ ଦଳର ୧୮ ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୧୩ ଜଣ ଯୋଗ ଦେଇଥିଲେ। ଏଥିସହିତ ସୂଚନା ସାମ୍ନାକୁ ଆସିଛି ଯେ, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଥିବା ଅଧିକାଂଶ ସାଂସଦଙ୍କ ଉପରେ ବିରକ୍ତ ହୋଇ ଶିବସେନା ନେତା ସଞ୍ଜୟ ରାଉତ ସଭା ଛାଡିଦେଇଥିଲେ। ଅନ୍ୟପକ୍ଷରେ ସଞ୍ଜୟ ରାଉତ କହିଛନ୍ତି ଯେ, ତାଙ୍କର ସାମନା କାର୍ଯ୍ୟାଳୟରେ କାମ ଥିଲା ତେଣୁ ସଭା ସମାପ୍ତ ହେବା…
ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସ ରେ ଭର୍ତ୍ତି କରାଯାଇଛି। ଏହି ସମୟରେ ଲାଲୁ ପ୍ରସାଦ ଯାଦବଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ମଙ୍ଗଳବାର ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେଜ ପ୍ରତାପଙ୍କ ଅନୁଯାୟୀ, ଲାଲୁ ପ୍ରସାଦ ଯାଦବଙ୍କୁ ଏମ୍ସରେ ଶ୍ରୀମଦ୍ ଭାଗବତ ଗୀତା ପାଠ କରିବା କିମ୍ବା ଶୁଣିବାକୁ ବନ୍ଦ କରାଯାଇଛି। ତେଜ ପ୍ରତାପ ଯାଦବ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ପିତାଙ୍କୁ ଡାକ୍ତରଖାନାରେ ଶ୍ରୀମଦ୍ ଭଗବଦ୍ ଗୀତା ପାଠ କରିବା ଏବଂ ଶୁଣିବା ବନ୍ଦ କରି ଦିଆଯାଇଛି। ପିତା ଗୀତା ପାଠ କରିବାକୁ ଏବଂ ଶୁଣିବାକୁ ଭଲ ପାଆନ୍ତି …” ଯେଉଁ ଅଜ୍ଞାନୀ ବ୍ୟକ୍ତି ତାଙ୍କୁ ଗୀତା ପାଠ କରିବାକୁ ବାରଣ କରିଛି, ସେ ଜାଣିନାହିଁ ଯେ, ସେ କେତେ ବଡ ପାପ କରିଛି।…
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା NEET ପାଇଁ ଆଡମିଟ୍ କାର୍ଡ ପ୍ରଦାନ କରାଯାଉଛି। ଚଳିତ ବର୍ଷ ଏହି ପରୀକ୍ଷା ଜୁଲାଇ ୧୭ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାର ଆଡମିଟ୍ କାର୍ଡ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ neet.nta.nic.in ପରିଦର୍ଶନ କରି ଏହାକୁ ଡାଉନଲୋଡ୍ କରିପାରିବେ। ଆଡମିଟ୍ କାର୍ଡ ବିନା ଏହି ପରୀକ୍ଷାରେ କାହାକୁ ବସିବାକୁ ଦିଆଯିବ ନାହିଁ। ଚଳିତ ବର୍ଷ NEET ପରୀକ୍ଷା ଦେଶର ୫୪୬ ଟି ସହରରେ କରାଯିବ। ଏଥିସହ ଏହି ପରୀକ୍ଷା ଦେଶର ୧୪ ଟି ସହରରେ ଅବସ୍ଥିତ ବିଭିନ୍ନ କେନ୍ଦ୍ରରେ କରାଯିବ। ଏହି ପରୀକ୍ଷା ଅଫଲାଇନ୍ /ମୋଡ୍ ରେ କରାଯିବ। ପରୀକ୍ଷାର ଆଡମିଟ୍ କାର୍ଡରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଉପଲବ୍ଧ ହେବ। ଏହା ସହିତ ପରୀକ୍ଷା ସମ୍ବନ୍ଧରେ ବିଭିନ୍ନ ନିର୍ଦ୍ଦେଶାବଳୀ ମଧ୍ୟ ଦିଆଯିବ। ପ୍ରାର୍ଥୀମାନେ ପରୀକ୍ଷା ଦିନ ଫଟୋ ପରିଚୟ ପତ୍ରକୁ ପରୀକ୍ଷା ହଲକୁ ଆଣିବା ଉଚିତ୍। ଏହି ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ…
ଭୁବନେଶ୍ବର: କଟକ ଭୁବନେଶ୍ବର ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏ ନେଇ ସତର୍କ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ଏଥିରେ କୁହାଯାଇଛି ଯେ, ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ସତର୍କ କରାଯାଇଛି। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ। କେତେକ ସ୍ଥାନରେ ଘଡଘଡି ସହିତ ବର୍ଷା ହେବ। ହେଲେ ପ୍ରାୟ ଦୁଇ ତିନୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ଏ ନେଇ ପାଣିପାଗ ବିଭାଗ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ଅବଗତ କରାଇଛନ୍ତି। ଏଥିରେ କୁହାଯାଇଛି ଯେ, ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କଟକ ଭୁବନେଶ୍ବରର ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏହାଦ୍ବାରା ଟ୍ରାଫିକ ବ୍ୟବସ୍ଥା ପ୍ରଭାବତି ହୋଇପାରେ ଏବଂ ବିଭିନ୍ନ ସ୍ଥାନରେ ପାଣି ଜମିବାର ସମ୍ଭାବନା ରହିଛି ବୋଲି ସତର୍କ କରାଯାଇଛି। ସେହିପରି ରାସ୍ତାରେ ଥିବା ମ୍ୟାନହୋଲ ଏବଂ ବିଦ୍ୟୁତ ତାର ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଇଛି।
ଭୁବନେଶ୍ୱର: ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଆଉ ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି। ସେହିପରି ଆହତମାନଙ୍କୁ ତୁରନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବର: ବରିଷ୍ଠତା ତାଲିକା ବା ଗ୍ରେଡେସନ ଲିଷ୍ଟକୁ ନେଇ ପୋଲିସ ବିଭାଗରେ ଅସନ୍ତୋଷ ପ୍ରକାଶ ପାଇଛି। ସବୁ ଆଇନ କାନୁନକୁ ଜଳାଞ୍ଜଳି ଦେଇ କିଛି ଲାଞ୍ଚଖୋର କର୍ମଚାରୀଙ୍କ ପ୍ରରୋଚନାରେ ଏ ଗ୍ରେଡେସନ ଲିଷ୍ଟ ତିଆରି ହୋଇଛି ବୋଲି ସାଂଘାତିକ ଅଭିଯୋଗ ହେଉଛି। ଅଭିଯୋଗ ମୁତାବକ ୨୦୧୧ ମସିହାରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ରେ ପୋଲିସ ବିଭାଗରେ ଯୋଗ ଦେଇଥିବା ଡ଼ିଏସପିମାନଙ୍କୁ ଗ୍ରେଡେସନ ତାଲିକାରେ ତଳକୁ ରଖା ଯାଇଥିବା ବେଳେ ୨୦୨୧ରେ ନିଯୁକ୍ତି ପାଇଥିବା ଡ଼ିଏସପି ମାନଙ୍କୁ ଏଥିରେ ବରିଷ୍ଠତା ଦିଆଯାଇଛି। କ୍ୟାଚଅପ ରୁଲ ଗୋଟେ ନିଜ ବ୍ୟାଚର ଆଭ୍ୟନ୍ତରୀଣ କଥା ହୋଇଥିବା ବେଳେ ଏ କ୍ଷେତ୍ରରେ ସିଧା ସଳଖ ନିଯୁକ୍ତ ଡ଼ିଏସପି ଙ୍କୁ ତଳକୁ ରଖି ତାଙ୍କ ଠାରୁ ପାଞ୍ଚବର୍ଷ କନିଷ୍ଠଙ୍କୁ ଉପରେ ରଖିବା ଏକ ବଡ ଚଞ୍ଚକତା ବୋଲି କୁହାଯାଉଛି। ଅନ୍ୟତଃ ସୁପ୍ରିମକୋର୍ଟଙ୍କ ମେଘଚନ୍ଦ୍ରନ କେସ ଅନୁଯାୟୀ ବରିଷ୍ଠତା ଚାକିରୀରେ ଯୋଗଦାନ ଦିନରୁ ହିଁ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଟ୍ରକର ପଛପଟୁ ଧକ୍କା ଦେଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୧୫ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ୧୬ନମ୍ବର ଜାତୀୟ ରାଜପଥ ବରୁଣେଇ ଓଭର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଓଁ ଶାନ୍ତି ଟ୍ରାଭେଲ୍ସ ନାମକ ଯାତ୍ରୀବାହୀ ବସ୍ ଟି ଆଜି ଭୁବେଶ୍ୱରରୁ ଭଞ୍ଜନଗର ଅଭିମୁଖେ ଯାଉଥିଳା। ହେଲେ ବରୁଣେଇ ଓଭର ବ୍ରିଜ ନିକଟରେ ବସ୍ ଟି ଅଜଣା ଟ୍ରକ୍ କୁ ପଛପଟୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ବାଲିଗଦାରେ ପସି ଯାଇଥିଲା। ବସରୁ ଛିଟିକି ଘଟଣା ସ୍ଥଳରେ ବସ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ…
ଭୁବନେଶ୍ବର: ସୌମ୍ୟରଂଜନ ପଟ୍ଟନାୟକ, ବିଜେଡି ବିଧାୟକ ସହିତ ଓଡିଆ ମିଡିଆ ଜଗତର ଜଣେ ବାଦସାହା। ହେଲେ ଦୁଃଖର କଥା ସେ ମିଡିଆରେ ଯେତିକି ସଫଳତା ପାଇଛନ୍ତି ରାଜନୀତିରେ ସେତେକି ନୁହେଁ। କାରଣ ସେ କଂଗ୍ରେସ ଏବଂ ପରେ ନିଜେ ରାଜନୈତିକ ଦଳ କରି ବିଫଳ ହୋଇଛନ୍ତି। କେବଳ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ତାଙ୍କର ରାଜନୈତିକ ଜୀବନରେ ଆଂଶିକ ସଫଳତା ମିଳିଛି। ହେଲେ ବର୍ତ୍ତମାନ ସୌମ୍ୟରଂଜନଙ୍କ ଚାଲିଚଳନକୁ ଦେଖିଲେ ଜଣାପଡୁଛି ସେ ଏହି ସଫଳତାକୁ ନେଇ ମଧ୍ୟ ଖୁସି ନାହାଁନ୍ତି। କାରଣ ବିଭିନ୍ନ ସମୟରେ ବିଜେଡିରେ ଥାଇ ସରକାରଙ୍କୁ ହରଡଘଣାରେ ପକାଇବା ପରି ପଦକ୍ଷେପ ଗ୍ରହଣ କରୁଛନ୍ତି। କେତେବେଳେ ସେ ଦଳର ବରିଷ୍ଠ ନେତାଙ୍କୁ ସମାଲୋଚନା କରୁଛନ୍ତି ତ କେତେବେଳେ ନବୀନ ପଟ୍ଟନାୟକଙ୍କୁ। ଫଳରେ ବିଜେଡି ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ନେଇ ଅଡୁଆ ପରିସ୍ଥିତିରେ ପଡିଯାଇଛି। ବର୍ତ୍ତମାନ ଆଉ ଏକ ନୂଆ ଘଟଣାରୁ ସୌମ୍ୟ ରଂଜନଙ୍କ ମତିଗତି ଯେ ଆଦୌ ଠିକ ନାହିଁ…
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁଷ୍ଠିତ ପ୍ରଥମ “ଏ ଆଇ ଇନ୍’ ଡିଫେନ୍ସ” ସମ୍ମିଳନୀ ଓ ପ୍ରଦର୍ଶନୀରେ ୭୫ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାମଗ୍ରୀ/ପ୍ରଯୁକ୍ତି (ଟେକ୍ନୋଲୋଜି)କୁ ଉଦ୍ଘାଟନ କରିଛନ୍ତି। ଏହି ସମ୍ମିଳନୀ ଓ ପ୍ରଦର୍ଶନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଛି। ଆଜାଦିର ଅମୃତ ମହୋତ୍ସବ ପାଳନର ଅଂଶସ୍ୱରୂପ ଏସବୁ ସାମଗ୍ରୀର ପ୍ରଚଳନ/ପ୍ରବର୍ତ୍ତନ ଆରମ୍ଭ କରାଯାଇଛି । ଏଥିରେ ରହିଛି ଏଆଇ ପ୍ଳାର୍ଟଫର୍ମ ଅଟୋମେସନ/ଅନ୍ମ୍ୟାନ୍ଡ/ ରୋବୋଟିକ୍ସ ସିଷ୍ଟମ୍ସ; ବ୍ଲକଚେନ ବେସ୍ଡ୍ ଅଟୋମେସନ; ସାଇବର ସିକ୍ୟୁରିଟି, କମ୍ୟୁନିକେସନ, କମ୍ପ୍ୟୁଟର ଆଣ୍ଡ ଇଣ୍ଟେଲିଜେନ୍ସ, ସର୍ଭେଲାନ୍ସ ଆଣ୍ଡ ରେକଇସାନ୍ସ; ହ୍ୟୁମାନ ବିହେଭିହରାଲ ଆନାଲିସିସ୍, ଇଣ୍ଟେଲିଜେନ୍ସଣ୍ଟ ମନିଟରିଂ ସିଷ୍ଟମ; ଲିଥାଲ ଅଟୋନମସ୍ ଉଇପନ ସିଷ୍ଟମ, ଲଜିଷ୍ଟିକ୍ ଆଣ୍ଡ ସପ୍ଲାଏ ଚେନ ମ୍ୟାନେଜମେ, ଅପରେସନାଲ ଡାଟା ଆନାଲିଟିକସ୍, ମାନୁଫ୍ୟାକରିଙ୍ଗ ଆଣ୍ଡ ମେଣ୍ଟିନାନ୍ସ; ସିମୁଲେଟର୍ସ /ଟେଷ୍ଟ ଇକ୍ୟୁପମେଣ୍ଟ ଏବଂ ନାଚୁରାଲ ଲାଙ୍ଗୁଏଜ୍ ପ୍ରସେସିଂ ବ୍ୟବହାର କରି ଭଏସ୍/ସ୍ପିଚ୍ ଆନାଲିସିସ୍ ଆଦି। ଡିପିଏସ୍୍ଗୁଡିକ ଦ୍ୱାରା ବିକଶିତ ତିନିଟି ଏଆଇ ପ୍ରଡକ୍ଟର ଡୁଆଲ ୟୁଜ୍…

